Posted inଫୁରସତ

ଏଠାରେ ଚୁମ୍ବନ ଦେଲେ ୧୫ ବର୍ଷ ପର୍ଯ୍ୟନ୍ତ ଖୁସି ରୁହନ୍ତି ଦମ୍ପତି

ଦାମ୍ପତ୍ୟ ଜୀବନରେ ଚୁମ୍ବନର ରହିଛି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା। ତେବେ ମେକ୍ସିକୋର ଏମିତି ଏକ ସ୍ଥାନ ଅଛି ଯେଉଁଠାରେ ଦମ୍ପତି ଚୁମ୍ବନ ଦେବା ଲାଗି ଘଣ୍ଟା ଘଣ୍ଟା ଧରି ଲାଇନ୍‌ରେ ଠିଆ ହୋଇ ଥାଆନ୍ତି। ସେଣ୍ଟ୍ରାଲ ମେକ୍ସିକୋର ଗୁଆନଜୁଆତୋ। ଏଠାରେ ଦମ୍ପତି ମାନେ ଗୋଟିଏ ଥର ଚୁମ୍ବନ ଦେଲେ ୧୫ ବର୍ଷ ପର୍ଯ୍ୟନ୍ତ ଖୁସିରେ ରହିଥାଆନ୍ତି ବୋଲି କୁହାଯାଏ। ବିଶେଷ କରି ଫେବୃୟାରୀରେ ଏଠି ଦମ୍ପତିଙ୍କର ଭିଡ ଲାଗିଥାଏ। ଏଠାରେ ଥିବା ଛୋଟିଆ ଗଳିରେ ଦମ୍ପତିମାନେ ଚୁମ୍ବନ ଦେବା ସହ ଏଠାରେ ଏକ ବାର୍ତ୍ତା ଛାଡି ଯାଇଥାଆନ୍ତି। ଏହି ଗଳି ‘କିସ୍‌ ଗଳି’ ବା ଚୁମ୍ବନ ଗଳି ନାମରେ ପରିଚିତ। ଏହା ପଛର ଇତିହାସ କହେ ଏଠାରେ ଜଣେ ଧନୀ ଘରର ଝିଅ ଡୋନା କାର୍ମୀନ ଜଣେ ଗରିବ ଘରର ପୁଅ ଲୁଇସଙ୍କୁ ପ୍ରେମ କରୁଥିଲେ। ହେଲେ ଏଥିରେ ଡୋନାଙ୍କ ପରିବାର ଲୋକେ ଆଦୌ ସହମତି ଦେଇ ନ ଥିଲେ। ଫଳରେ ପରସ୍ପରକୁ ଚୁମ୍ବନ ଦେବା ଲାଗି ଡୋନାଙ୍କ ପାଖଘରକୁ ଭଡା ସୂତ୍ରରେ ନେଇଥିଲେ ଲୁଇସ୍‌। ବିଳମ୍ବିତ ରାତିରେ ଏହି ପ୍ରେମୀ ଯୁଗଳ ବାଲକୋନିରେ ପରସ୍ପରକୁ ଚୁମ୍ବନ ଦେଉଥିଲେ। ହେଲେ ଏକଥା ଡୋନାଙ୍କ ପିତା ଜାଣିବା ପରେ ସେ ଡୋନାଙ୍କୁ ଜୀବନରୁ ମାରି ଦେଇଥିଲେ। ଆଉ ଏତିକିବେଳେ ଡୋନାଙ୍କୁ ବଞ୍ଚାଇବାକୁ ଯାଇ ଲୁଇସ୍‌ ବାଲକୋନିରୁ ଡେଇଁ ପଡିବା ସମୟରେ ତଳେ ପଡି ଯିବାରୁ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ତା’ପରଠାରୁ ଏହି ଗଳିକୁ ପ୍ରେମୀ ଯୁଗଳଙ୍କ ଗଳି ବୋଲି କୁହାଯାଏ। ଡୋନା-ଲୁଇସଙ୍କ ସ୍ମୃତିରେ ଲୋକେ ସେବେଠାରୁ ଏହି ଗଳିରେ ଆସି ଚୁମ୍ବନ ଦେଲେ ଦାମ୍ପତ୍ୟ ଜୀବନ ସୁଖମୟ ହୁଏ ବୋଲି ବିଶ୍ୱାସ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ଉପାୟରେ ଟଙ୍କା ଗଣୁଛନ୍ତି ବ୍ୟକ୍ତି, ମଇଁଷି କରୁଛି ସାହାଯ୍ୟ

ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡ଼ିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି।...

ଲାଲ୍‌ ଗଣପତିଙ୍କୁ ପୂଜା କଲେ ହୁଏ ସର୍ବ କାର୍ଯ୍ୟ ସିଦ୍ଧି…

ଲାଲ୍‌ ରଙ୍ଗ ଅର୍ଥାତ୍‌ ସିନ୍ଦୁରିଆ ଗଣପତିଙ୍କୁ ପୂଜା କଲେ ସର୍ବ କାର୍ଯ୍ୟ ସିଦ୍ଧି ହୋଇଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ଲମ୍ବୋଦରଙ୍କୁ ପୁଷ୍ପ, ଧୂପ, ଦୀପ,...

ସେବାରେ ମନ

କେବେ କାହାର ସେବା କରିଛନ୍ତି? ସେବାରୁ ମିଳୁଥିବା ଆତ୍ମତୃପ୍ତିକୁ ଅନୁଭବ କରିଛନ୍ତି? ବୋଧହୁଏ ନିଜ ଲୋକଙ୍କର ସେବା ହୁଏତ କେବେକେବେ କରିଥିବେ। କିନ୍ତୁ ସମ୍ପୂର୍ଣ୍ଣ ଅଜଣା...

ପୋଲିସ୍‌ ଷ୍ଟେଶନ୍‌ ଭିତରେ ଚାଲିଛି ପାଠଶାଳା

ଡେରାଡୁନ୍‌ର ପ୍ରେମନଗର୍‌ ପୋଲିସ୍‌ ଷ୍ଟେସନ୍‌ ଦେଶରେ ଥିବା ଅନ୍ୟ ସମସ୍ତ ପୋଲିସ୍‌ ଷ୍ଟେସନ୍‌ଠୁ ସ୍ବତନ୍ତ୍ର। ଏହାକୁ ସ୍ବତନ୍ତ୍ର କରିଛି କିଛି ମୁହୂର୍ତ୍ତରେ ପରିଣତ ହେଉଥିବା ପାଠଶାଳା।...

ପାହାଡ଼ ଚଢ଼ିବାକୁ ଉଲଗ୍ନ ହେଲେ ଯୁବତୀ, କହିଲେ ଆଶ୍ଚର୍ଯ୍ୟକର କଥା

ପର୍ବତ ଏବଂ ପାହାଡ଼ ଚଢ଼ିବା ଲୋକଙ୍କର ଏକ ନିଶା ହୋଇଥାଏ। ମାତ୍ର ଜଣେ ଯୁବତୀ ଏମିତି ପାହାଡ଼ ଚଢ଼ିବାରେ ସଉକ ରଖିଛନ୍ତି ଯାହା ଜାଣିଲେ ଆଶ୍ଚର୍ଯ୍ୟ...

ନିଶ ଥିବା ଚଢ଼େଇ

ପୁରୁଷଙ୍କୁ ନିଜ ନିଶ ଭାରି ପ୍ରିୟ। ଏହାକୁ ନେଇ ସେମାନେ ଗର୍ବ କରନ୍ତି। ଯାହାର ଯେତେ ଗହଳ ଓ ଲମ୍ବା ନିଶ ସେ ସେତେ ଗର୍ବ...

ପର୍ଯ୍ୟଟନସ୍ଥଳୀ: ଭୀମବନ୍ଧ ବନ୍ୟପ୍ରାଣୀ ଅଭୟାରଣ୍ୟ; କେବେ ଯିବେ, କେମିତି ଯିବେ, କ’ଣ ଦେଖିବେ

ବିହାରର ମୁଙ୍ଗେର ଜିଲାରେ ଅବସ୍ଥିତ ଭୀମବନ୍ଧ ବନ୍ୟପ୍ରାଣୀ ଅଭୟାରଣ୍ୟ ହେଉଛି ସ୍ଥାନୀୟ ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ। ଏହା ମୁଖ୍ୟତଃ ବିଭିନ୍ନ ପ୍ରକାର ଔଷଧୀୟ ବୃକ୍ଷ ତଥା...

ବାଘୁଣୀ ମା’-ଝିଅର ଘମାଘଟ ଲଢ଼େଇ, ଗର୍ଜନରେ ପର୍ଯ୍ୟଟକ ଭୟଭୀତ

ଜୟପୁର,୧୭ା୧୦: ରାଜସ୍ଥାନର ଯୋଧପୁରସ୍ଥିତ ରଣଥମ୍ବର ନ୍ୟାଶନାଲ ପାର୍କରେ ଆଜିକାଲି ଜୀବଜନ୍ତୁଙ୍କ ମଧ୍ୟରେ ଅଧିକାଂଶ ସମୟ ସଂଘର୍ଷ ଲାଗି ରହୁଛି। ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ପାର୍କରେ...

Advertisement
Archives

Model This Week