ଚାକିରି ନୁହେଁ ବ୍ୟବସାୟରେ ରାଜ୍‌ କରନ୍ତି ଏହି ୬ ରାଶି, ନିଜ ଦମ୍‌ରେ ପାଆନ୍ତି ବଡ଼ ସଫଳତା

ବ୍ୟବସାୟ ଦୁନିଆରେ କିଛି ଲୋକ ଖୁବ କମ ସମୟରେ ସଫଳତାର ଶୀର୍ଷରେ ପହଞ୍ଚିଯାଆନ୍ତି, ଆଉ କିଛି ଲୋକ ବର୍ଷ ବର୍ଷ ଧରି ପରିଶ୍ରମ କରିବା ପରେ ମଧ୍ୟ ସଂଘର୍ଷ କରୁଥାଆନ୍ତି। ଜ୍ୟୋତିଷ ଶାସ୍ତ୍ରରେ ଏହା ପଛରେ ଗ୍ରହ ଓ ରାଶିର ପ୍ରଭାବକୁ ଏକ କାରଣ ଭାବେ ଦର୍ଶାଯାଇଥାଏ।

ଜ୍ୟୋତିଷ ଅନୁସାରେ, କିଛି ରାଶିର ଲୋକଙ୍କ ମଧ୍ୟରେ ଜନ୍ମରୁ ହିଁ ଉଦ୍ୟୋଗୀ ମନୋଭାବ ଦେଖିବାକୁ ମିଳେ। ନୂଆ ବ୍ୟବସାୟ କିମ୍ବା ଷ୍ଟାର୍ଟଅପ ଆରମ୍ଭ କରିବାରେ ସେମାନେ ପଛଘୁଞ୍ଚା ଦିଅନ୍ତି ନାହିଁ। ନେତୃତ୍ୱ ନେବାର କ୍ଷମତା, ରିସ୍କ ନେବାର ସାହସ ଏବଂ କଠିନ ପରିଶ୍ରମ କରିବାର ମନୋଭାବ ସେମାନଙ୍କୁ ବ୍ୟବସାୟରେ ଆଗକୁ ନେଇଥାଏ। ଆସନ୍ତୁ ଜାଣିବା ସେହି ୬ଟି ରାଶି ବିଷୟରେ।

ମେଷ ରାଶିର ଲୋକମାନେ ସ୍ବଭାବରୁ ଖୁବ ସାହସୀ ଏବଂ ଉର୍ଜାବାନ ହୋଇଥାଆନ୍ତି। କୌଣସି ନୂଆ ଆଇଡିଆ ମିଳିଲେ ଏହା ଉପରେ ତୁରନ୍ତ କାମ ଆରମ୍ଭ କରିବାକୁ ସେମାନେ ଭୟ କରନ୍ତି ନାହିଁ। ମଙ୍ଗଳଙ୍କ ପ୍ରଭାବରୁ ସେମାନଙ୍କ ମଧ୍ୟରେ ଜୋଶ ଓ ସୱାଭାବିକ ନେତୃତ୍ୱ ଗୁଣ ଦେଖାଯାଏ। ରିସ୍କ ନେବାକୁ ଭୟ ନକରିବା ହିଁ ସେମାନଙ୍କର ବଡ଼ ଶକ୍ତି। ନୂଆ ଷ୍ଟାର୍ଟଅପର ମୂଳଦୁଆ ପକାଇବାରେ ଏହି ରାଶିର ଲୋକ ଆଗରେ ରହିପାରନ୍ତି।

ମିଥୁନ ରାଶିର ଲୋକମାନେ କଥାବାର୍ତ୍ତା ଏବଂ କମ୍ୟୁନିକେସନ୍‌ରେ ଖୁବ ଦକ୍ଷ ହୋଇଥାଆନ୍ତି। ବୁଧଙ୍କ ପ୍ରଭାବରୁ ସେମାନେ ନୂଆ ଟ୍ରେଣ୍ଡକୁ ଶୀଘ୍ର ବୁଝିପାରନ୍ତି ଏବଂ ସହଜରେ ଲୋକଙ୍କ ସହ ଯୋଡ଼ି ହୋଇପାରନ୍ତି। ସୋସିଆଲ ମିଡିଆ ଓ ବ୍ରାଣ୍ଡିଂ କ୍ଷେତ୍ରରେ ମଧ୍ୟ ସେମାନଙ୍କ ଦକ୍ଷତା ଦେଖିବାକୁ ମିଳେ। ନିଜ କଥା ଓ ଭଲ ପ୍ରେଜେଣ୍ଟେସନ ମାଧ୍ୟମରେ କୌଣସି ପ୍ରଡକ୍ଟକୁ ଲୋକପ୍ରିୟ କରିବାର କ୍ଷମତା ସେମାନଙ୍କ ମଧ୍ୟରେ ରହିଥାଏ।

କର୍କଟ ରାଶିର ଲୋକମାନେ ଆର୍ଥିକ ମାମଲାରେ ଖୁବ ବୁଦ୍ଧିମାନ ଓ ସଚେତନ ହୋଇଥାଆନ୍ତି। ଚନ୍ଦ୍ରଙ୍କ ପ୍ରଭାବରୁ ସେମାନେ ଭାବପ୍ରବଣ ହୋଇଥିଲେ ମଧ୍ୟ ଟଙ୍କାପଇସାର ମାମଲାରେ ଭଲ ନିଷ୍ପତ୍ତି ନେଇପାରନ୍ତି। ସଠିକ୍‌ ସମୟରେ ସଞ୍ଚୟ ଓ ନିବେଶ କରିବା ସେମାନଙ୍କର ବିଶେଷତା। ବ୍ୟବସାୟରେ କଠିନ ପରିସ୍ଥିତି ଆସିଲେ ମଧ୍ୟ ଆର୍ଥିକ ସନ୍ତୁଳନ ବଜାୟ ରଖିବାରେ ସେମାନେ ସଫଳ ହୋଇପାରନ୍ତି।

ସିଂହ ରାଶିର ଲୋକମାନେ ଆତ୍ମବିଶ୍ୱାସୀ ଏବଂ ନିଜ କଥାରେ ଅନ୍ୟମାନଙ୍କୁ ପ୍ରଭାବିତ କରିବାରେ ଦକ୍ଷ ହୋଇଥାଆନ୍ତି। ସୂର୍ଯ୍ୟଙ୍କ ପ୍ରଭାବରୁ ସେମାନଙ୍କ ମଧ୍ୟରେ ସୱାଭାବିକ ଲିଡରସିପ କ୍ୱାଲିଟି ଥାଏ। ସେମାନେ ନିଜ ଟିମକୁ ପ୍ରେରଣା ଦେଇ ଲକ୍ଷ୍ୟ ଦିଗରେ ଆଗକୁ ନେଇପାରନ୍ତି। ସେମାନଙ୍କର ଆକର୍ଷଣୀୟ ବ୍ୟକ୍ତିତ୍ୱ ଓ ଉପସ୍ଥିତି ବ୍ୟବସାୟରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇଥାଏ।

କନ୍ୟା ରାଶିର ଲୋକମାନେ କୌଣସି କାମ ଆରମ୍ଭ କରିବା ପୂର୍ବରୁ ତାହାର ପ୍ରତ୍ୟେକ ଦିଗକୁ ଭଲ ଭାବେ ବୁଝିବାକୁ ଚେଷ୍ଟା କରନ୍ତି। ପ୍ଲାନିଂ ଏବଂ ବିଶ୍ଳେଷଣ କ୍ଷମତା ସେମାନଙ୍କର ସବୁଠୁ ବଡ଼ ଶକ୍ତି। ବୁଧଙ୍କ ପ୍ରଭାବରୁ ସେମାନେ ବୁଝିବିଚାରି ନିଷ୍ପତ୍ତି ନିଅନ୍ତି ଏବଂ ଅଯଥା ରିସ୍କ ନେବାରୁ ଦୂରେଇ ରହନ୍ତି। ପ୍ରତ୍ୟେକ ପଦକ୍ଷେପ ଭାବିଚିନ୍ତି ନେବାର ଅଭ୍ୟାସ ସେମାନଙ୍କୁ ବ୍ୟବସାୟରେ ସଫଳତା ଦେଇପାରେ।

ମକର ରାଶିର ଲୋକମାନଙ୍କ ପରିଚୟ ସେମାନଙ୍କର କଠିନ ପରିଶ୍ରମ, ଶୃଙ୍ଖଳା ଏବଂ ଦୂରଦୃଷ୍ଟି ପାଇଁ ହୋଇଥାଏ। ସେମାନେ ତରବରିଆ ଭାବେ ନିଷ୍ପତ୍ତି ନନେଇ ଧୀରେ ଧୀରେ ଏକ ମଜବୁତ ବ୍ୟବସାୟ ଗଢ଼ି ତୋଳିବାରେ ବିଶ୍ୱାସ କରନ୍ତି। ଶନିଙ୍କ ପ୍ରଭାବରୁ ସେମାନେ ବାସ୍ତବବାଦୀ ହୋଇଥାଆନ୍ତି ଏବଂ ଶର୍ଟକଟ ଅପଣାଇବାରୁ ଦୂରେଇ ରହନ୍ତି। ସେମାନଙ୍କର ଧ୍ୟାନ ଅଧିକାଂଶ ସମୟରେ ଲଙ୍ଗ ଟର୍ମ ଗ୍ରୋଥ ଉପରେ ରହିଥାଏ। ଏହି ଚିନ୍ତାଧାରା ଭବିଷ୍ୟତରେ ଏକ ମଜବୁତ ବ୍ୟବସାୟିକ ସାମ୍ରାଜ୍ୟ ଗଢ଼ିବାରେ ସହାୟକ ହୋଇପାରେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସୌରାଷ୍ଟ୍ରରୁ ଖେଳିବେ ଜାଡେଜା

ରାଜକୋଟ,୯ା୧୦: ରଣଜୀ ଟ୍ରଫି ୨୦୨୬-୨୭ ସିଜନରେ ଛତିଶଗଡ଼ ବିପକ୍ଷ ଓପନିଂ ମ୍ୟାଚରେ ସୌରାଷ୍ଟ୍ର ପକ୍ଷରୁ ଭାରତ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା ଖେଳିବେ। ଜୟଦେବ ଉନାଡକଟ ତାଙ୍କ ଅଧିନାୟକ…

୧୦୦ରୁ ଊର୍ଦ୍ଧ୍ୱ ଅଫିସକୁ ଅଗ୍ନିଶମ ବିଭାଗର କଡ଼ା ନୋଟିସ

ପାରଳାଖେମୁଣ୍ଡି,୯ା୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର କେତେକ ପ୍ରମୁଖ ସରକାରୀ କାର୍ଯ୍ୟାଳୟରେ ଅଗ୍ନି ର୍ନିବାପକ ଯନ୍ତ୍ର ନ ଥିବା ଅଭିଯୋଗ ହୋଇଛି। ତହସିଲ, ଜିଲା କୋଷାଗାର ଓ ନିବନ୍ଧକ…

ଗଞ୍ଜାମ କଲେଜ ଛାତ୍ର ସଂସଦ ନିର୍ବାଚନ: ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ଗଞ୍ଜାମ, ୯।୧୦ (ବିଦ୍ୟାଧର ସାହୁ): ଆସନ୍ତା ୧୫ ତାରିଖରେ ଗଞ୍ଜାମ କଲେଜରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ନେଇ କଲେଜ ପରିସର ଚଳଚଞ୍ଚଳ ହୋଇଉଠିଛି।…

ଘରେ ପଶି ନଗଦ ଟଙ୍କା ଓ ସୁନା ଅଳଙ୍କାର ଚୋରି ମାମଲା: ଆସିଲା ବଡ଼ ରାୟ

ଦିଗପହଣ୍ଡି, ୯।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ପଦ୍ମନାଭପୁର ପଞ୍ଚାୟତର ଚୈତନ୍ୟପୁର ଗ୍ରାମର ଏନ୍‌. ରାଜିୟା ରେଡ୍ଡୀଙ୍କ ଘରୁ ନଗଦ ଟଙ୍କା,…

ଚଳନ୍ତା ସ୍କୁଲ ବସ୍‌ରେ ନାଗସାପ, ଡ୍ରାଇଭରଙ୍କ ପାଦରେ ଗୁଡ଼ାଇ ହୋଇଯିବା ପରେ…

କେସିଙ୍ଗା,୯ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଓ ବଲାଙ୍ଗୀର ସୀମାନ୍ତରେ ଥିବା ସଇଁତଳା ବ୍ଲକର ବେଲଗାଁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ନିୟୋଜିତ ଥିବା ବସ୍‌ ନଂ ଓ ୦୩-ଏନ, ୬୯୪୫ରେ…

LPG New Connection: ମିଳୁନି ନୂଆ ଗ୍ୟାସ କନେକ୍ସନ; ଆସିଲା ବଡ଼ ଅପଡେଟ୍‌, ଏମିତି କରିପାରିବେ ବୁକିଂ…

ନୂଆଦିଲ୍ଲୀ,୯।୧୦: ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ୨୦୨୬ ମସିହାର ପ୍ରଥମ ତ୍ରୈମାସିକରେ ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ଏକ ବଡ଼ ନିଷ୍ପତ୍ତି…

ଗୋପବନ୍ଧୁଙ୍କ ତ୍ୟାଗ, ସେବା ଚିର ସ୍ମରଣୀୟ

କୋରାପୁଟ,୯।୧୦(ଅମିତାଭ ବେହେରା): ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ତମ ଜୟନ୍ତୀ ଶୁକ୍ରବାର କୋରାପୁଟଠାରେ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ଗୋପବନ୍ଧୁ ପାର୍କରେ ଆୟୋଜିତ ସ୍ମୃତି ସଭାରେ…

ବିଭିନ୍ନ ଦାବିରେ ଭଦ୍ରକ-ଧାମରା ରେଳପଥ ଅବରୋଧ, ବେକାର ଯୁବକମାନଙ୍କୁ ନିଯୁକ୍ତି ପ୍ରଦାନ ସହ…

ତିହିଡ଼ି,୯ା୧୦(ସଞ୍ଜିତ ବଳ): ଭଦ୍ରକ -ଧାମରା ରେଳପଥର ତିହିଡ଼ି ବ୍ଲକ ପୀରହାଟ ଥାନା ଅଧୀନ ସାହାପୁର ଲେଭଲକ୍ରସିଂଠାରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରୁ ରେଳପଥ ଅବରୋଧ କରାଯାଇଛି। ଧାମରା ପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?