Posted inଖେଳ

ଏଟିକେର କ୍ରମାଗତ ଦ୍ୱିତୀୟ ବିଜୟ

ଚେନ୍ନାଇ, ୩୧।୧୦- ସ୍ଥାନୀୟ ଜବାହାରଲାଲ ନେହରୁ ଷ୍ଟାଡିୟମରେ ବୁଧବାର ଅନୁଷ୍ଠିତ ଇଣ୍ଡିଆନ ସୁପର ଲିଗର ଏକାଦଶ ମ୍ୟାଚରେ ଘରୋଇ ଚେନ୍ନାଇନ ଏଫସିକୁ ୧-୦ ଗୋଲରେ ହରାଇ ଏଟିକେ ଏଫସି କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି l ବିଜୟୀ ଦଳ ପକ୍ଷରୁ ୪୮ତମ ମିନିଟରେ ଡେଭିଡ ୱିଲିୟମ୍ସ ଏକମାତ୍ର ଗୋଲଟି ସ୍କୋର କରିଥିଲେ l ପ୍ରବୀର ଦାସଙ୍କ କ୍ରସ ଉପରେ ଜାଭିୟର ହର୍ନାଣ୍ଡେଜ ମାରିଥିବା ଶଟ୍‌କୁ ଚେନ୍ନାଇନ ଗୋଲକିପର ବିଶାଳ କାଇଥ ଅଟକାଇବାକୁ ଚେଷ୍ଟା କରିଥିଲେ l ବଲ ରିବାଉଣ୍ଡ ହୋଇ ଫେରି ଆସୁଥିବା ବେଳେ ୱିଲିୟମ୍ସ ତାହାକୁ ନେଟ ଭିତରକୁ ପଠାଇ ଦେଇଥିଲେ l ହିରୋ ଇଣ୍ଡିଆନ ସୁପର ଲିଗରେ ଏହା ଥିଲା ୧୦୦୦ତମ ଗୋଲ l
ଏହି ବିଜୟ ସହିତ ଦୁଇ ଥରର ଚାମ୍ପିୟନ ଏଟିକେ ୩ଟି ମ୍ୟାଚରୁ ୬ ପଏଣ୍ଟ ପାଇ ଜାମସେଦପୁର ଏଫସି ସହିତ ଟେବୁଲ ଶୀର୍ଷରେ ପହଞ୍ଚତ୍ଛି l ଅନ୍ୟ ପକ୍ଷରେ ଚଳିତ ସିଜନରେ ପ୍ରଥମ ବିଜୟ ପାଇଁ ବ୍ୟଗ୍ର ଥିବା ୨ ଥର ଟାଇଟଲ ବିଜେତା ଚେନ୍ନାଇନ ଏଫସିର ଉଦ୍ୟମ ପୁନର୍ବାର ବ୍ୟର୍ଥ ହୋଇଛି l ଚେନ୍ନାଇନ ଏହା ପୂର୍ବରୁ ତାର ପ୍ରଥମ ମ୍ୟାଚରେ ଏଫସି ଗୋଆ ଠାରୁ ୦-୩ ଗୋଲରେ ହାରିବା ପରେ ମୁମ୍ବାଇ ସିଟି ଏଫସି ସହିତ ଦ୍ୱିତୀୟ ମ୍ୟାଚ ଗୋଲଶୁନ୍ୟ ଭାବେ ଡ୍ର କରିଥିଲା l ଅନ୍ୟ ପକ୍ଷରେ ଏଟିକେ ତାର ପୂର୍ବ ମ୍ୟାଚରେ ହାଇଦରାବାଦ ଏଫସିକୁ ୫-୦ ଗୋଲରେ ପରାସ୍ତ କରିଥିଲା l ବୁଧବାର ମ୍ୟାଚରେ ମାରୁତି ସୁଜୁକି ଲିମିଟଲେସ ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର ମାଇକେଲ ସୁସାଇରାଜଙ୍କୁ ଏବଂ ହିରୋ ଅଫ ଦି ମ୍ୟାଚ ପୁରସ୍କାର ଡେଭିଡ ୱିଲିୟମ୍ସଙ୍କୁ ପ୍ରଦାନ କରାଯାଇଥିଲା। ସେହିପରି ଲାଲିଆନଜୁଆଲା ଛାଙ୍ଗଟେ ଆଇସଏଲ ଇମର୍ଜିଂ ପ୍ଲେୟର ଅଫ ଦି ମ୍ୟାଚ ପୁରସ୍କାର ଲାଭ କରିଥିଲେ l


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହି ମ୍ୟାଚ୍‌ ପରେ କେବଳ ଧୋନୀ, କୋହଲି ନୁହେଁ, ସାରା ଭାରତୀୟଙ୍କ ହୃଦୟ କାନ୍ଦିଥିଲା

ଜୁଲାଇ ୯, ଏହି ତାରିଖକୁ କୌଣସି ଭାରତୀୟ କ୍ରିକେଟ ପ୍ରଶଂସକ ଭୁଲିପାରିବେ ନାହିଁ। ଆଜିକୁ ଠିକ ଗୋଟିଏ ବର୍ଷ ପୂର୍ବେ ବିଶ୍ୱକପ ୨୦୧୯ରେ ଭାରତୀୟ କ୍ରିକେଟ...

୪୬୭ ଦିନ ହେବ ଏହି ରେକର୍ଡର ପିଛା କରୁଛନ୍ତି କୋହଲି, ଆଜି ବଦଳିପାରେ ଭାଗ୍ୟ

ଅହମ୍ମଦାବାଦ,୫।୩: ମାର୍ଚ୍ଚ ୪ରୁ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଏବଂ ଇଂଳଣ୍ଡ ମଧ୍ୟରେ ୪ର୍ଥ ଟେଷ୍ଟ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ବିରାଟ...

ମହିଳା ଚ୍ୟାଲେଞ୍ଜର ଟ୍ରଫି: ଇଣ୍ଡିଆ ‘ବି’କୁ ଜିତାଇଲେ ଓଡ଼ିଶାର ସୁଶ୍ରୀ

କଟକ ଅଫିସ, ୬ା୧-  ଓଡ଼ିଶାର ସୁଶ୍ରୀ ଦିବ୍ୟଦର୍ଶିନୀଙ୍କ ୩ ଉଇକେଟ ସଫଳତା ବଳରେ ଇଣ୍ଡିଆ ‘ବି’ ବାରବାଟୀ ଷ୍ଟାଡିୟମରେ ଚାଲିଥିବା ମହିଳା ଚ୍ୟାଲେଞ୍ଜର ଟ୍ରଫିରେ ପ୍ରଥମ...

ସମସ୍ତ ଖେଳାଳିଙ୍କ କରୋନା ଟେଷ୍ଟ ହେବ

ଲଣ୍ଡନ,୧୧ା୪(ଏଏଫ୍‌ପି): କରୋନା ଭାଇରସ ପାଇଁ ସମସ୍ତ ଫୁଟ୍‌ବଲରମାନଙ୍କ ଟେଷ୍ଟ ହେବା ପରେ ଯାଇ ଇଂଲିଶ ସିଜନର ପୁନଃ ଆରମ୍ଭ ହେବ। ଲିଗ୍‌ ମ୍ୟାନେଜର୍ସ ଆସୋସିଏଶନ୍ସର ମୁଖ୍ୟ...

ବାବରଙ୍କୁ କୋହଲିଙ୍କ ସହ ଏବେ ତୁଳନା କରାଯାଇପାରିବନି: ୟୁନିସ୍‌

କରାଚୀ,୧୮।୫ (ପି.ଟି.): ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ସହ ବର୍ତ୍ତମାନ ବାବର ଆଜମଙ୍କୁ ତୁଳନା କରାଯିବା ବହୁତ ଶ୍ରୀଘ ହେବ ବୋଲି ପୂର୍ବତନ ବ୍ୟାଟ୍ସମ୍ୟାନ ୟୁନିସ୍‌...

ବିଶ୍ୱର ୫ ଦୁର୍ଭାଗ୍ୟଶାଳୀ କ୍ରିକେଟର୍‌

ଦେଶ ପାଇଁ ଥରେ ବିଶ୍ୱକପ ଖେଳିବା ଏବଂ ଟ୍ରଫି ଜିତିବା ପ୍ରତ୍ୟେକ କ୍ରିକେଟରଙ୍କ ସ୍ବପ୍ନ ଥାଏ। କିନ୍ତୁ ବିଶ୍ୱରେ ଅନେକ କ୍ରିକେଟର ଅଛନ୍ତି, ଯେଉଁମାନେ ଦେଶ...

ତୃତୀୟ ଟେଷ୍ଟ ପୂର୍ବରୁ ଇଂଲଣ୍ଡ ନେଲା ଚକିତ କଲା ଭଳି ନିଷ୍ପତ୍ତି

ଲର୍ଡସ,୧୯।୮: ଲର୍ଡସରେ ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ ହାରିଯିବା ପରେ ଇଂଲଣ୍ଡ କ୍ରିକେଟ ଦଳ ଏକ ଚକିତ କଲା ଭଳି ନିଷ୍ପତ୍ତି ନେଇଛି। ଅଗଷ୍ଟ...

ମଙ୍ଗଳବାର ବାହାହେବେ ଦୀପିକା-ଅତନୁ

କୋଲକାତା, ୨୮ା୬ (ପି.ଟି.)- ଭାରତର ଦୁଇ ଶୀର୍ଷ ତୀରନ୍ଦାଜ ଦୀପିକା କୁମାରୀ ଓ ଅତନୁ ଦାସଙ୍କ ମଧ୍ୟରେ ବାହାଘର ମଙ୍ଗଳବାର ରାଞ୍ଚତ୍ର ମୋରାବାଦୀଠାରେ ହେବ। କୋଭିଡ୍‌-୧୯...

Advertisement
Archives

Model This Week