ଏଟିଏମ୍‌ରୁ ବାହାରୁଛି ଚିରାଫଟା ନୋଟ୍‌

ରଣପୁର/ଟାଙ୍ଗୀ(ଖୋର୍ଦ୍ଧା)୧୫ା୭(ସ୍ବ.ପ୍ର./ଡି.ଏନ୍‌.ଏ.)-ରିଜର୍ଭ ବ୍ୟାଙ୍କ ଏଣିକି ଚିରାଫଟା, କଲମରେ ଲେଖା ଯାଇଥିବା, ଜରିପଡିଥିବା ନୋଟ୍‌କୁ ବ୍ୟବହାର ଅନୁପଯୋଗୀ ବୋଲି ଘୋଷଣା କରୁଥିବାବେଳେ ଏଟିଏମ୍‌ରୁ ଏଭଳି ଟଙ୍କା ବାହାରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ନୟାଗଡ଼ ଜିଲା ଚାନ୍ଦପୁର ଅଞ୍ଚଳରେ ରବିବାର ଏପରି ଏକ ଘଟଣା ଦେଖିବାକୁ ମିଳିଛି। ପ୍ରକାଶ ଯେ, ଚାନ୍ଦପୁର ଥାନା ଆଗରେ ଇଣ୍ଡିକ୍ୟାଶ ଏଟିଏମ୍‌ ରହିଛି। ସ୍ଥାନୀୟ ଅଞ୍ଚଳର ଜଣେ ଛାତ୍ରୀ ଉକ୍ତ ଏଟିଏମ୍‌ରୁ ୧୧ହଜାର ଟଙ୍କା ବାହାର କରିଥିଲେ। ୨୨ଟି ୫୦୦ ଟଙ୍କିଆ ନୋଟ୍‌ ବାହାରିଥିଲେ ହେଁ ସେଥିରୁ କେତୋଟି ଚିରା ଥିବାବେଳେ ଆଉ କେତୋଟି ପୋଡିଥିବା, ଫାଟିଥିବା ଓ କାଗଜ ପେଷ୍ଟ ହୋଇଥିବା ଦେଖିବାକୁ ମିଳିଛି। ସେହି ଏଟିଏମ୍‌ରୁ ଅନ୍ୟ କେତେଜଣ ଟଙ୍କା କାଢିଥିଲେ ମଧ୍ୟ ସେମାନେ ସମାନ ସମସ୍ୟାରେ ପଡିଥିଲେ। ସେଥିରୁ ବାହାରୁଥିବା ନୋଟ୍‌ଗୁଡିକ ଉପରେ ଷ୍ଟେଟବ୍ୟାଙ୍କର ଏଟିଏମ୍‌ ସ୍ଲିପ ଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାଗର ଜାଳିବାକୁ ଯାଇ ଘରକୁ ଫେରିଲେନି ଶିଶୁପୁତ୍ର: କୂଅରେ ପଡ଼ି ଜୀବନଗଲା

ନିରାକାରପୁର,୧୯।୨(ଡି.ଏନ୍‌.ଏ.): ପରିବାର ସହ ଜାଗର ଜାଳିବାକୁ ଯାଇଥିବା ବେଳେ କୂଅରେ ପଡ଼ି ଚାଲିଗଲା ଶିଶୁଙ୍କ ଜୀବନ। ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା...

ଚିଲିକାରେ ବିଦେଶୀ ପକ୍ଷୀଙ୍କ ଆଗମନ

ବାଲୁଗାଁ,୩।୧୧(ଡି.ଏନ୍‌.ଏ.): ବାୟୁମଣ୍ଡଳରୁ ଉଷ୍ମତା ହ୍ରାସ ପାଇଥିବା ବେଳେ ଚିଲିକାକୁ ରଙ୍ଗବେରଙ୍ଗର ବିଦେଶୀ ପକ୍ଷୀଙ୍କ ଆଗମନ ଆରମ୍ଭ ହୋଇଛି। ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ସୂଚନା ଅନୁଯାୟୀ, ସୋମବାର...

ଉଦ୍ଧାର ନାବାଳିକା ବର୍ଷେ ପରେ ଫେରିଲେ ନାଗାଲାଣ୍ଡ

ଖୋର୍ଦ୍ଧା ଅଫିସ,୯ା୧: ବର୍ଷେ ତଳେ ଭୁବନେଶ୍ୱର ରେଳଷ୍ଟେଶନରୁ ଉଦ୍ଧାର ହୋଇଥିବା ନାବାଳିକା ଖୋର୍ଦ୍ଧା ଜିଲା ପ୍ରଶାସନର ସହଯୋଗକ୍ରମେ ନିଜ ରାଜ୍ୟ ନାଗାଲାଣ୍ଡକୁ ଫେରିଯାଇଥିବା ଜଣାପଡ଼ିଛି। ସୂଚନା...

୧୭ ସ୍ଥାନରେ ଚଢ଼ାଉ, ୬୨ କେଜି ବିସ୍ଫୋରକ ଜବତ

ଖୋର୍ଦ୍ଧା ଅଫିସ, ୭।୩ : ସୋମବାର ଭୂଷଣ୍ଡପୁର ବାଣ ବିସ୍ଫୋରଣ ଘଟଣା ପରେ ଜିଲା ଜିଲାପାଳଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଖୋର୍ଦ୍ଧା ପୋଲିସ ପକ୍ଷରୁ...

୪୨ ଗ୍ରାମ ବ୍ରାଉନସୁଗାର ଜବତ: ଜଣେ ଗିରଫ

ଜଟଣୀ,୧୧ା୧୧(ଡି.ଏନ.ଏ): ବ୍ରାଉନସୁଗାର କାରବାର ଅଭିଯୋଗରେ ଜଟଣୀ ପୋଲିସ ବୁଧବାର ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ କୁଦିଆରୀ ବଜାର ଅଞ୍ଚଳର ଅବଦୁଲ...

ଗାଡି ପାର୍କିଂ କରି ରାସ୍ତା ପାର ହେଉଥିବା ବେଳେ କାଠ ଫାଳିଆରେ ମାଡ଼: ଚାଲିଗଲା ଯୁବକଙ୍କ ଜୀବନ

ଖୋର୍ଦ୍ଧା ଅଫିସ,୫।୧ : ଗାଡି ପାର୍କିଂ କରି ରାସ୍ତା ପାର ହେଉଥିବା ବେଳେ ପଛପଟୁ କାଠଫାଳିଆ ମାଡରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଖୋର୍ଦ୍ଧା ଜିଲା...

ପରୀକ୍ଷା ଚାଲିଥିବା ସମୟରେ ଖସିଲା ଫ୍ୟାନ୍‌, ଛାତ୍ରୀ ଆହତ

ନିରାକାରପୁର,୨୫ା୧୧(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ରାମେଶ୍ୱର ହାଇସ୍କୁଲରେ ଫ୍ୟାନ୍‌ ଖସିପଡ଼ିବାରୁ ଜଣେ ଛାତ୍ରୀ ଆହତ ହୋଇଛନ୍ତି। କ୍ଷେତ୍ରବାସୀ ହାଇସ୍କୁଲର ଛାତ୍ରୀଛାତ୍ର ରାମେଶ୍ୱର ହାଇସ୍କୁଲରେ ଶୁକ୍ରବାର ଗଣିତ ସମ୍ମେଟିଭ୍‌...

ପାଞ୍ଚଗଡ଼ ଜଙ୍ଗଲରେ ନିଆଁ

ବୋଲଗଡ଼,୨୪ା୪(ଡି.ଏନ୍‌.ଏ.): ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ଖୋର୍ଦ୍ଧା ରେଞ୍ଜ୍‌ ବୋଲଗଡ଼ ବନପାଳ ଅଧୀନ ପାଞ୍ଚଗଡ଼ ସଂରକ୍ଷିତ ଜଙ୍ଗଲରେ ରବିବାର ନିଆଁ ଲାଗି ପ୍ରାୟ ଅଢ଼େଇ ଏକର...

Advertisement
Archives

Model This Week