ଏକ ବକ୍ତୃତା ପ୍ରତିଯୋଗିତା

ଅନୀତା ପଟ୍ଟନାୟକ

ଥରେ ପ୍ରକୃତି, ସଂସ୍କାରିତ ଶିକ୍ଷା ଓ ଦୈବିତ୍ୱ ଉପରେ ବକ୍ତୃତା ପ୍ରତିଯୋଗିତା ହେଉଥିଲା। ମତେ ପିଲାମାନଙ୍କ ମଧ୍ୟରୁ ଉତ୍ତମ ବକ୍ତା ବାଛିବାର ଦାୟିତ୍ୱ ଦିଆଯାଇଥିଲା। ଉକ୍ତ ପ୍ରତିଯୋଗିତାରେ ଅଭିଭାବକ, ଶିକ୍ଷକ, ସମାଜର ମାନ୍ୟଗଣ୍ୟ ବ୍ୟକ୍ତି ଓ ଗଣମାଧ୍ୟମ ସରବରାହର ବିଭିନ୍ନ ବ୍ୟକ୍ତି, ସ୍କୁଲ କଲେଜର ଅନେକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।
ଉପମନ୍ୟୁ ନାମକ ଜଣେ ଛାତ୍ର ପ୍ରଥମେ କହିବାର ସୁଯୋଗ ପାଇ ଶିକ୍ଷାନୁଷ୍ଠାନ କାହିଁକି ଗଢ଼ାଯାଇଛି, ସେ ବିଷୟରେ ସୂଚନା ଦେଇ କହିଲା- ସମାଜକୁ ସୁଶିକ୍ଷିତ ବ୍ୟକ୍ତି ଯୋଗାଇବା, ଦକ୍ଷ, ସଚ୍ଚୋଟ ସହ ସମାଜସେବାରେ ବ୍ରତୀ ହୋଇପାରୁଥିବା ଛାତ୍ର ଗଢ଼ିବା ଶିକ୍ଷାନୁଷ୍ଠାନର ଲକ୍ଷ୍ୟ ହେବା ଉଚିତ। ସେ କହିଲା- ନୈତିକତା ଓ ଆଧ୍ୟାତ୍ମିକତା ଶିକ୍ଷାକୁ ପ୍ରକୃତ ମୂଲ୍ୟ ଓ ମହତ୍ତ୍ୱ ଦିଏ। ସେ ନିଜର ବକ୍ତବ୍ୟକୁ ଶେଷ କରିବାକୁ ଯାଇ କହିଲା- ବହୁ କାରିଗରି, ବୈଜ୍ଞାନିକ ପରିବର୍ତ୍ତନ ଜଗତ, ଆଧୁନିକତା, ଦେଶର ଆଧ୍ୟାତ୍ମିକ ପରମ୍ପରା ଓ ଐତିହ୍ୟ ମଧ୍ୟରେ ଶିକ୍ଷା ଦ୍ୱାରା ଏକ ସମତା ରହିବା ଦରକାର। ଶିକ୍ଷା ଜୀବିକା ଅର୍ଜନ ପାଇଁ ନ ହୋଇ ଜୀବନ ପାଇଁ ହେବା ଉଚିତ।
ଏଥର ଦ୍ୱିତୀୟ ପ୍ରତିଯୋଗୀ ଭାବେ ବିଲେ ନାମକ ଏକ ଛାତ୍ରର ପାଳି ପଡ଼ିଲା। ସେ କହିଲା- ଶିକ୍ଷାନୁଷ୍ଠାନଗୁଡ଼ିକ ବିଶୃଙ୍ଖଳା ଓ ଅବ୍ୟବସ୍ଥାର ଆଶ୍ରୟସ୍ଥଳ ହୋଇଛି। ଛାତ୍ରମାନେ ଆନ୍ଦୋଳନ କରୁଛନ୍ତି, ଶିକ୍ଷକମାନେ ଅସନ୍ତୁଷ୍ଟ ହେଉଛନ୍ତି। ଆଗକାଳରେ ପରିବାର ପ୍ରଥମ ପାଠାଶାଳା ଥିଲା। ମା’, ବାପା, ସାଧୁସନ୍ଥ ବୀରମାନଙ୍କ କାହାଣୀ ଦେଶର ସଂସ୍କୃତି ଐତିହ୍ୟକୁ ପିଲାମାନଙ୍କୁ ଶିକ୍ଷା ଦେଉଥିଲେ। ଏବେ ମାତାପିତା ପିଲାକୁ ନିଜ ବାଟରେ ଯିବା ପାଇଁ ଓ ଉତ୍ତମ, ମହାନ୍‌, ସମୁଚିତ କଥାକୁ ଏଡ଼ାଇ ଯିବା ପାଇଁ ଅନୁମତି ଦେଉଛନ୍ତି। ଭଲ, ମନ୍ଦ ତଥା ସତ, ଅସତ ମଧ୍ୟରେ ଥିବା ପାର୍ଥକ୍ୟକୁ ଓ ସକ୍ଷମ କରିବାକୁ ଶିକ୍ଷକମାନେ ଛାତ୍ରମାନଙ୍କୁ ମୂଲ୍ୟବୋଧ ଶିକ୍ଷା ଦେଉନାହାନ୍ତି। ପରିତାପର ବିଷୟ, ଦେଶର ଅଧିକାଂଶ ସମସ୍ୟା ଶିକ୍ଷିତ ଲୋକମାନଙ୍କ ଦ୍ୱାରା ସୃଷ୍ଟି ହେଉଛି। ଅଶିକ୍ଷିତ ବା ନିରକ୍ଷରମାନଙ୍କ ପାଇଁ ନୁହେଁ। କାରଣ ଶିକ୍ଷିତ ଉପଯୁକ୍ତ ଶିକ୍ଷା ଲାଭ କରି ନାହାନ୍ତି। କରତାଳିରେ ଗୃହ କମ୍ପି ଉଠିଲା।
ଏଥର ପଡ଼ିଲା ନଚିକେତାର ପାଳି। ସରକାରଙ୍କର ଅତ୍ୟଧିକ ହସ୍ତକ୍ଷେପ ୧୦+୨+୩ କିମ୍ବା ୧୦+୩+୨ ଶିକ୍ଷା ପଦ୍ଧତି ଶିକ୍ଷା ଉପଲବ୍ଧିରେ କୌଣସି ପାର୍ଥକ୍ୟ କରେନାହିଁ। ଗଠନଶୀଳ ଶିକ୍ଷା ପ୍ରାଥମିକ ସ୍ତରରେ ନାହିଁ, ଯେଉଁଠାରେ କି ଶୃଙ୍ଖଳା ଓ ନୈତିକ ମୂଲ୍ୟବୋଧର ବୀଜ ବପନ କରାଯିବା ଉଚିତ। ମୂଳରୁ ସାଂସ୍କୃତିକ ଐତିହ୍ୟ ଦ୍ୱାରା ପରିଚାଳିତ ହୋଇ ଠିକ୍‌ ବାଟରେ ଚାଲିଲେ ହିଁ ଏକ ଛାତ୍ର ଆଦର୍ଶ ନାଗରିକରେ ପରିଣତ ହେବ। ଉଚ୍ଚତର ଶିକ୍ଷାନୁଷ୍ଠାନରେ ରାଜନୀତି, କଲେଜ, ନିର୍ବାଚନ ସମସ୍ୟା ସୃଷ୍ଟି କରେ। ଛାତ୍ର ପରିଷଦ ନିର୍ବାଚନ ବନ୍ଦ ହେବା ଉଚିତ। ଏହା କଲେ ବା ହେଲେ ଟଙ୍କା ଅପବ୍ୟୟ, ବିବେକ ଓ ସଂଘର୍ଷ ବନ୍ଦ ହୋଇପାରିବ।
ଏଥର ପଡ଼ିଲା ଶ୍ୱେତକେତୁର ପାଳି। ସେ କହିଲା- ପରୀକ୍ଷା ସମ୍ବନ୍ଧୀୟ ପରିବର୍ତ୍ତନ ଆବଶ୍ୟକ। ପରୀକ୍ଷା ତାରିଖ ବାରମ୍ବାର ଘୁଞ୍ଚାଇବା ଶିକ୍ଷା ପଦ୍ଧତିରେ ଅନର୍ଥର ମୂଳ କାରଣ। ଏପ୍ରିଲ ପ୍ରଥମ ସପ୍ତାହରେ ସବୁ କଲେଜରେ ପରୀକ୍ଷା ସରିଯିବା ଉଚିତ। ଜୁନ ପ୍ରଥମ ସପ୍ତାହରେ ପରୀକ୍ଷାଫଳ ବାହାରିବା ଉଚିତ ଓ ଜୁନ ଶେଷ ସପ୍ତାହ ବେଳକୁ ଶିକ୍ଷାନୁଷ୍ଠାନକୁ ଖୋଲି ନୂତନ ବର୍ଷର ଶିକ୍ଷା ଆରମ୍ଭ କରିବା ଦରକାର। ଏହା ଦ୍ୱାରା ଛାତ୍ର ଉଚ୍ଚତର ଶିକ୍ଷା ଯୋଜନା କରିବାକୁ ସମର୍ଥ ହେବ।
ଏଥର ପଡ଼ିଲା ଏକଲବ୍ୟର ପାଳି। ସେ କହିଲା- ଶିକ୍ଷକ ବୃତ୍ତିକୁ ଏକ ପବିତ୍ର କର୍ତ୍ତବ୍ୟ ଭାବିବା ଉଚିତ। ଶିକ୍ଷାଦାନ ଓ ଆଦର୍ଶ ବଳରେ ସେ ଭାବୀ ନାଗରିକ ତୋଳିବା ଉଚିତ। ଶିକ୍ଷକ ନିଜ ଆଦର୍ଶ ଦ୍ୱାରା ଶ୍ରେଣୀଗୃହ ବାହାରେ ଓ ଆଚରଣ ଦ୍ୱାରା ଛାତ୍ରମାନଙ୍କୁ ଅନୁପ୍ରାଣିତ କରିବା ଆବଶ୍ୟକ, ତାହାହେଲେ ଛାତ୍ରମାନେ ପଥଭ୍ରଷ୍ଟ ହେବେନାହିଁ। ଶିକ୍ଷାର ମୁଖ୍ୟ ଲକ୍ଷ୍ୟ ଛାତ୍ରମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଓ ଉପାଧିଧାରୀ ହୋଇ ଚାକିରି ଖୋଜିବୁଲିବା ନୁହେଁ। ଶିକ୍ଷକ ଅଧିକ ଶକ୍ତି, ଆଗ୍ରହ ଓ କର୍ତ୍ତବ୍ୟପରାୟଣ ହେଲେ ଛାତ୍ରର ପରିବର୍ତ୍ତନ ଆସିବ ଓ ସେ ଦେଶ ପାଇଁ ସାର୍ଥକ। ଉପଯୁକ୍ତ ନାଗରିକ ଗଢ଼ିପାରିବ।
ଏଥର ପ୍ରଭୁପାଦର ପାଳି ପଡ଼ିଲା। ସେ କହିଲା- ଆରମ୍ଭ ଓ ଶେଷ ହେଉଛି ଦୈବ୍ୟତ୍ୱର ପ୍ରତୀକ। ବୀଜ ଏକ। ସବୁ ବୀଜ ଚୋପା ଦ୍ୱାରା ଆଚ୍ଛାଦିତ। ଏ ସାରା ବିଶ୍ୱର ଚୋପା ହିଁ ପ୍ରକୃତି। ପ୍ରକୃତି ଓ ସଚରାଚର ଜଗତ, ପଞ୍ଚମହାଭୁତ ମନୁଷ୍ୟ ସ୍ଥିତି ପାଇଁ ଭଗବାନ୍‌ଙ୍କ ଦ୍ୱାରା ସୃଷ୍ଟି କରାଯାଇଛି। ପଞ୍ଚକୋଷ, ପଞ୍ଚଜ୍ଞାନେନ୍ଦ୍ରିୟ, ପଞ୍ଚକର୍ମେନ୍ଦ୍ରିୟ, ମନ, ହୃଦୟ, ବୁଦ୍ଧି ଏସବୁ ଭଗବାନ୍‌ଙ୍କ ଦ୍ୱାରା ସୃଷ୍ଟି। ପକ୍ଷୀର ରାବ, ଫୁଲର ସୁଗନ୍ଧ, ନକ୍ଷତ୍ରର ସୌନ୍ଦର୍ଯ୍ୟ, ଭଗବାନ୍‌ ମନୁଷ୍ୟକୁ ଆଦର୍ଶ ଶିକ୍ଷା ଓ ପ୍ରେମ ସୃଷ୍ଟି ନିମନ୍ତେ ସୃଷ୍ଟି କରିଥିଲେ ମଧ୍ୟ ଆଜିକାଲିର ଶିକ୍ଷାରେ ଆଧ୍ୟାତ୍ମିକ ଶିକ୍ଷାର ଚିହ୍ନବର୍ଣ୍ଣ ନାହିଁ ବରଂ ଯୌନଶିକ୍ଷା ପ୍ରଚଳିତ କରାଯାଉଛି। ଭଗବାନ୍‌ ଓ ପ୍ରକୃତି ପ୍ରତି ଆନୁଗତ୍ୟର ଶିକ୍ଷା ଦିଆଯାଉନାହିଁ, ଯାହା ସମସ୍ତ ଦୁଃଖର କାରଣ। ମୋ ମତରେ ଆଧ୍ୟାତ୍ମିକ ଶିକ୍ଷା ଓ ବୈଷୟିକ ଶିକ୍ଷାର ମିଳନ ହିଁ ପ୍ରକୃତ ଶିକ୍ଷା ହେବା ଉଚିତ। କରତାଳିରେ ଗୃହ କମ୍ପି ଉଠିଲା। ସଂଯୋଜକ ଏକ ଉତ୍ସବରେ ପରବର୍ତ୍ତୀ ସମୟରେ ପୁରସ୍କାର ଦେବା ଘୋଷଣା କଲେ। ମୁଁ ଆଶ୍ୱସ୍ତ ହେଲି। ଆପଣମାନଙ୍କଠାରୁ ଦିଗ୍‌ଦର୍ଶନ ପାଇଲେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଛାତ୍ର ବାଛିବାରେ ସହାୟକ ହେବି। ଆପଣଙ୍କ ମତାମତ ସମ୍ପର୍କରେ।
ଅବସରପ୍ରାପ୍ତ ପ୍ରଧ୍ୟାପିକା, ସିଡିଏ, କଟକ
ମୋ: ୯୬୯୨୯୮୦୦୨୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

ଆର୍ଟେମିସ୍‌-୨ ମିଶନ ସ୍ପେଶାଲିଷ୍ଟ

ମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ (ନାସା)ର ଆର୍ଟେମିସ୍‌-୨ ମିଶନରେ ଚନ୍ଦ୍ର ଅଭିଯାନରେ ଯାଇଥିବା ୪ ମହାକାଶଚାରୀ ୧୦ ଏପ୍ରିଲରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପୃଥବୀର ଏକମାତ୍ର…

ସୃଷ୍ଟି-ସୂତ୍ରଧର ହିଁ ‘ଭଗବାନ’

ବାଇବେଲ ଗ୍ରନ୍ଥ ଅନ୍ତର୍ଗତ ‘ଜେନେସିସ୍‌ ୧’ର ଶ୍ଲୋକ ୨୬ରେ ଅଛି ”ଭଗବାନ ତାଙ୍କ ରୂପରେ ମଣିଷ ସୃଷ୍ଟି କରିଛନ୍ତି“, ଶ୍ଲୋକ ୨୭ ପୁନରାବୃତ୍ତି କରି କହିଛି, ”ଭଗବାନ…

ଏତେ ପ୍ରୀତି କାହିଁକି

ଆମେ ଅନ୍ତର୍ଜାତୀୟ ମଧ୍ୟସ୍ଥତା ଧାରଣାକୁ ଘୃଣାଜନକ ମନେକରୁ। ଏହା କାହିଁକି କରୁଛୁ ସେ ବିଷୟରେ ମୋ ପାଖରେ ତଥ୍ୟ ନାହିଁ। ତେବେ ଆମେ ଜାଣୁ ଯେ ଯେଉଁମାନଙ୍କ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri