Posted inଜାତୀୟ

ଏକ୍‌ଜିଟ୍‌ ପୋଲ୍‌କୁ ନେଇ ବିରୋଧୀଙ୍କ ସନ୍ଦେହ

ନୂଆଦିଲ୍ଲୀ,୨୧।୫: ଏନ୍‌ଡିଏ ସରକାର ଗଠନ କରିବ ବୋଲି ସବୁ ଏକ୍‌ଜିଟ୍‌ ପୋଲ୍‌ (ବୁଥ୍‌ଫେରନ୍ତା ମତ) ଅନୁମାନ କରିବା ପରେ ଉଭୟ ଶାସକ ଓ ବିରୋଧୀ ଶିବିରରେ ଭିନ୍ନ ଭାବାବେଗ ସ୍ପଷ୍ଟ ହୋଇଛି। ୨୩ ତାରିଖ ଫଳାଫଳ ପାଇଁ ଭାଜପା ମୁଖ୍ୟାଳୟରେ ଜୋରଦାର ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଥିବାବେଳେ କଂଗ୍ରେସ କାର୍ଯ୍ୟାଳୟରେ ନୀରବତା ଦେଖାଦେଇଛି। ତଥାପି ସେମାନେ ଆଶା ହରାଇ ନ ଥିବା ଜଣାପଡିଛି। ଏନ୍‌ଡିଏ କେନ୍ଦ୍ରରେ କ୍ଷମତା ବଜାୟ ରଖିବ ବୋଲି ଏକ୍‌ଜିଟ୍‌ ପୋଲ୍‌ ଅନୁମାନ କରିଥିବାବେଳେ ଏହାକୁ ନେଇ ବିରୋଧୀ ଦଳଗୁଡିକ ସନ୍ଦେହ ବ୍ୟକ୍ତ କରିଛନ୍ତି। ଏହା ଏକ ପରିକଳ୍ପନା ଏବଂ ବାସ୍ତବତାର ପରିପନ୍ଥୀ ବୋଲି ସେମାନେ କହିଛନ୍ତି। ଅନ୍ୟପକ୍ଷରେ ଫଳାଫଳ ପୂର୍ବାନୁମାନ ଅନୁରୂପ ହେବ ବୋଲି ଶାସକ ଦଳ ପକ୍ଷରୁ କୁହାଯାଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ଗୋଟିଏ ପାଳି କ୍ଷମତାରେ ରହିବେ ବୋଲି ରବିବାର ଏକ୍‌ଜିଟ ପୋଲ୍‌ ରିପୋର୍ଟ ପ୍ରକାଶ ପାଇଥିଲା। ଏନ୍‌ଡିଏ ୩୦୦ରୁ ଊର୍ଦ୍ଧ୍ୱ ଆସନ ଜିତି ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିବ ବୋଲି ଅଧିକାଂଶ ସଂସ୍ଥା ପକ୍ଷରୁ କୁହାଯାଇଥିଲା। ତେବେ ଉକ୍ତ ରିପୋର୍ଟ କେତେଦୂର ଠିକ୍‌, ତାକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଏହା ଚୂଡାନ୍ତ ନିଷ୍ପତ୍ତି ନୁହେଁ ବୋଲି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି। ତେବେ ଏନ୍‌ଡିଏ ସରକାର କରିଥିବା ବିକାଶମୂଳକ କାର୍ଯ୍ୟ ଲାଗି ଏହା ପୁଣି ଥରେ କ୍ଷମତାକୁ ଫେରିବ ବୋଲି ସେ ଦୃଢ଼ୋକ୍ତି କରିଛନ୍ତି। ଏକ୍‌ଜିଟ ପୋଲ୍‌ ଯାହା ଅନୁମାନ କରିଛନ୍ତି ଫଳାଫଳ ତାହା ହିଁ ହେବ ବୋଲି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି। ଅନୁମାନ ଉପରେ ପ୍ରସ୍ତୁତ ରିପୋର୍ଟକୁ ବିଶ୍ୱାସକୁ ନ ନେବା ଲାଗି କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ କହିଛନ୍ତି। ପୂର୍ବରୁ ଅନେକ ଥର ଏକ୍‌ଜିଟ ପୋଲ୍‌ ଭୁଲ୍‌ ସାବ୍ୟସ୍ତ ହୋଇଥିବା ସେ ସୂଚନା ଦେଇଛନ୍ତି। ଏକ୍‌ଜିଟ ପୋଲ୍‌କୁ ଜାଲିଆତି କହି ଆରଜେଡି ନେତା ତେଜସ୍ବୀ ଯାଦବ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା ପ୍ରକୃତ ବାସ୍ତବତା ନୁହେଁ, ସଂଘ ସମର୍ଥତ୍ତ ସଂସ୍ଥା ଦ୍ୱାରା ମାନସିକ ଧୋକାବାଜି ଲାଗି ପୁରୁଣା କୌଶଳ ବୋଲି ସେ କହିଛନ୍ତି। ତେଜସ୍ବୀଙ୍କ ମତକୁ ବରିଷ୍ଠ ସମାଜବାଦୀ ନେତା ଶରଦ ଯାଦବ ସମର୍ଥନ କରିଛନ୍ତି। ଏକ୍‌ଜିଟ ପୋଲ୍‌ ମନଗଢ଼ା କାହାଣୀ ବୋଲି ତୃଣମୂଳ କଂଗ୍ରେସ କହିଛି।
ସାତ ପର୍ଯ୍ୟାୟ ନିର୍ବାଚନ ଲାଗି ଦିନରାତି ଏକ କରି ଅକ୍ଳାନ୍ତ ପରିଶ୍ରମ କରିଥିବା ଅଧିକାଂଶ ଭାଜପା କର୍ମୀଙ୍କୁ ବିଶ୍ରାମ ନେବା ଲାଗି କୁହାଯାଇଥିବାବେଳେ ଅନ୍ୟମାନେ ଫଳାଫଳ ଦିନ ପ୍ରସ୍ତୁତିକୁ ଅନୁଧ୍ୟାନ କରୁଛନ୍ତି। ଭାଜପା ୩୦୦ ସଂଖ୍ୟା ଅତିକ୍ରମ କରିବା ନେଇ ନିଶ୍ଚିିତ ଥିଲା ବୋଲି ଏହାର ମିଡିଆ ସେଲ୍‌ ସଦସ୍ୟ ଜିତେନ୍ଦ୍ର ରାଓ୍ବତ କହିଛନ୍ତି। ଅନ୍ୟପକ୍ଷରେ ନରେନ୍ଦ୍ର ମୋଦି ପୁଣି କ୍ଷମତାକୁ ଫେରିବା ଅନୁମାନକୁ କେତେକ କଂଗ୍ରେସ କର୍ମୀ ଖଣ୍ଡନ କରିଛନ୍ତି। ଏକ୍‌ଜିଟ୍‌ ପୋଲ୍‌ ଦ୍ୱାରା ମିଥ୍ୟାର ବାତାବରଣ ସୃଷ୍ଟି କରାଯାଇଥିବା ସେମାନେ କହିଛନ୍ତି। କଂଗ୍ରେସ ନିଶ୍ଚୟ ଭଲ ପ୍ରଦର୍ଶନ କରିବ। ଯଦି ତାହା ନ ହୁଏ, ତେବେ ଇଭିଏମ୍‌ରେ ଜାଲିଆତି ହୋଇଥିବା କଂଗ୍ରେସ କର୍ମୀ ରାମ ସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri