ମେଡିକାଲ ସାଇନ୍ସରେ ଏକ୍ସ-ରେର ବ୍ୟବହାର ଯେ କେତେ ଗୁରୁତ୍ୱପୂର୍ଣ୍ଣ
ସେକଥା ସମସ୍ତେ ଜାଣନ୍ତି। ହେଲେ ଏହା ବ୍ୟତୀତ
ଏହାର ଅନ୍ୟ ବ୍ୟବହାର, ଉଦ୍ଭାବନ ଏବଂ ଏହା ସମ୍ପର୍କରେ ଆସନ୍ତୁ
ଜାଣିବା କିଛି ଅଜଣା କଥା…

ବୈଜ୍ଞାନକ ଓ୍ବିଲ୍‌ହେମ ରୋଣ୍ଟଜେନ୍‌ ୧୮୫୭ରେ ଏକ୍ସ-ରେ ଉଦ୍ଭାବନ କରିଥିଲେ। ସେ ନିଜର ଏକ ପରୀକ୍ଷଣ କରୁଥିବା ସମୟରେ ହଠାତ୍‌ ନିଜ ହାତ ହାଡର ଛବି କାନ୍ଥରେ ପ୍ରତିଫଳିତ ହେଉଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ପ୍ରକ୍ରିୟାକୁ ପୁନଃ ବ୍ୟବହାର କରି ସେ ଉକ୍ତ ଛବିକୁ ଫଟୋଗ୍ରାଫିକ୍‌ ପ୍ଲେଟ୍‌ରେ ବାହାର କରିବାରେ ସଫଳ ହେଲେ। ସେ ଏହାର ନାମ ଏକ୍ସ-ରେ ରଖିଲେ। ଆଉ ଏହି ଉଦ୍ଭାବନ ଲାଗି ତାଙ୍କୁ ଫିଜିକ୍ସ କ୍ଷେତ୍ରରେ ପ୍ରଥମ ନୋବେଲ ପୁରସ୍କାର ପ୍ରାପ୍ତ ହେଲା।
ସମୟରେ ସେ ନିଜ ପତ୍ନୀ ଆନ୍ନା ବେର୍‌ଥାଙ୍କ ଓ୍ବେଡିଙ୍ଗ୍‌ ରିଙ୍ଗ୍‌ ସହିତ ହାତ ପାପୁଲିର ଏକ୍ସ-ରେ କରିଥିଲେ। ଏହା ସହିତ ଅନ୍ୟ କେତେକ ଏକ୍ସ-ରେ ବର୍ତ୍ତମାନ ବ୍ରିଟିଶ୍‌ ଲାଇବ୍ରେରୀରେ ରହିଛି।
୧୯୩୦ରୁ ୧୯୫୦ ପର୍ଯ୍ୟନ୍ତ ଅନେକ ଜୋତା ଦୋକାନରେ ପାଦର ଠିକ୍‌ ମାପ ଜାଣିବା ଲାଗି ଏହାକୁ ବ୍ୟବହାର କରାଯାଉଥିଲା।
ଗବେଷଣାରେ ମଧ୍ୟ ଏକ୍ସ-ରେ କୌଶଳର ବିଶେଷ ସାହାଯ୍ୟ ନିଆଯାଇଥାଏ। ୧୯୯୯ରେ ନାସା ପକ୍ଷରୁ କଲମ୍ବିଆ ସ୍ପେସ୍‌ ଶଟଲ୍‌ ବାହାରେ ଚନ୍ଦ୍ର ଏକ୍ସ-ରେ ଅବ୍‌ଜରଭେଟୋରୀ ଦ୍ୱାରା ବ୍ଲାକ୍‌ ହୋଲ୍‌ର ସନ୍ଧାନ ମିଳିଥିଲା।
ସୃଷ୍ଟ ବିକିରଣ ସୂର୍ଯ୍ୟାଲୋକରୁ ଆସୁଥିବା ବିକିରଣ ତୁଳନାରେ ଅଧିକ ଶକ୍ତିଶାଳୀ। ଅର୍ଥାତ୍‌ ମଣିଷ ଛାତିରେ ଥରେ କରାଯାଉଥିବା ସିଟି ସ୍କାନ ପ୍ରାୟ ଦୁଇ ବର୍ଷ ସୂର୍ଯ୍ୟ କିରଣ ସଂସ୍ପର୍ଶରେ ଆସୁଥିବା ବିକିରଣ ସହିତ ସମାନ। ତେଣୁ ପ୍ରଥମେ ଲୋକେ ଏହାର ବ୍ୟବହାର ସମ୍ପୂର୍ଣ୍ଣ ନିରାପଦ ବୋଲି ଭାବୁଥିଲେ। ହେଲେ ୧୯୦୪ରେ ବୈଜ୍ଞାନିକ ଥୋମାସ୍‌ ଏଡିଶନ୍‌ଙ୍କ ସହଯୋଗୀ କ୍ଲାରେନ୍ସ ଡାଲି ଦୀର୍ଘ ସମୟ ଧରି ଏକ୍ସ-ରେ କାମ କରି ସ୍କିନ୍‌ କ୍ୟାନ୍ସରରେ ମୃତ୍ୟୁବରଣ କରିବା ଦ୍ୱାରା ସମସ୍ତେ ଏହାର ନକାରାତ୍ମକ ଦିଗ ସମ୍ପର୍କରେ ସଚେତନ ହେଲେ।
ଗବେଷଣା ମୁତାବକ ଆମେରିକାରେ ଥିବା ସମସ୍ତ କ୍ୟାନ୍ସର ରୋଗୀଙ୍କ ମଧ୍ୟରୁ ୦.୪ ଭାଗଙ୍କଠାରେ ଏହି ରୋଗ ସିଟି ସ୍କାନ ଯୋଗୁ ହେଉଛି।
ଏହା ସଂସ୍ପର୍ଶରେ ଅଧିକ ଆସିବା ଦ୍ୱାରା କ୍ୟାନ୍ସର ଆଶଙ୍କା ଅଧିକ, ହେଲେ ବର୍ତ୍ତମାନ ମେଡିକାଲ ସାଇନ୍ସରେ କ୍ୟାନ୍ସର ଆରୋଗ୍ୟ ଲାଗି ଏହାକୁ ବ୍ୟବହାର କରାଯାଉଛି। ବିଶେଷ କରି କ୍ୟାନ୍ସର ଆଶଙ୍କା ବଢାଉଥିବା ଅନାବଶ୍ୟକ କଳାଜାଇ ବାହାର କରିବା ହେଉ କିମ୍ବା ଟ୍ୟୁମର ଟିସୁ ନଷ୍ଟ କରିବା ପାଇଁ ରେଡିଓ ଥେରାପି ଲାଗି ଏକ୍ସ-ରେ ବ୍ୟବହାର କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗର୍ଭରେ ଶିଶୁ ମୃତ୍ୟୁ

ଗର୍ଭଧାରଣର ୨୮ ସପ୍ତାହ ପରେ (ଶିଶୁର ଓଜନ ଏକ କେ.ଜି. ରୁ ଊର୍ଦ୍ଧ୍ୱ ହୋଇଥିଲେ) ଏବଂ ପ୍ରସବ ପୂର୍ବରୁ ଯଦି ଶିଶୁର ଗର୍ଭରେ ମୃତ୍ୟୁ ଘଟେ...

ଫୋନ୍‌ ବ୍ୟବହାର କରୁଥିଲେ

ମୋବାଇଲ୍‌ ଫୋନ୍‌ ଚୋରି ହେବା କିମ୍ବା ଏଥିରୁ ଡାଟା ଚୋରି ହେବା ଯୋଗୁ ବର୍ତ୍ତମାନ ଅନେକ ମହିଳା ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ...

କେତେବେଳେ ଖାଇବେ ନାହିଁ ଫଳ

ଋତୁ ଅନୁଯାୟୀ ଫଳ ଖାଇବା ସ୍ବାସ୍ଥ୍ୟ ପକ୍ଷେ ଭଲ ବୋଲି ଡାକ୍ତରମାନେ କହିଥାଆନ୍ତି। ଏମିତିକି ସକାଳୁ ଫଳ ଖାଇଲେ ଶରୀର ସୁସ୍ଥ ରହିଥାଏ ବୋଲି କୁହାଯାଏ।...

ବାରମ୍ବାର ଗରମ କରନ୍ତୁ ନାହିଁ ଏସବୁ ଖାଦ୍ୟ

କିଛି ଖାଦ୍ୟ ଅଛି ଯାହାକୁ ବାରମ୍ବାର ଅବା ଦୁଇଥର ଗରମ କଲେ ଏହା ଶରୀରରେ କୁପ୍ରଭାବ ପକାଇଥାଏ ବୋଲି ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି।...

ଶୀତ ପୋଷାକର ଷ୍ଟାଇଲିସ୍‌ ଲୁକ୍‌

ଏବେ ହାଇଟେକ୍‌  ଯୁଗ । ବିଭିନ୍ନ କ୍ଷେତ୍ରରେ ପରିବର୍ତ୍ତନର ଧାରା ଜାରି ରହିଛି। ଠିକ୍‌ ସେହିପରି ଫ୍ୟାଶନ ଦୁନିଆରେ ବି ପୋଷାକ ପରିଧାନରେ ପରିବର୍ତ୍ତନ ହୋଇଥାଏ।...

କୁତ୍ରିମ ଚିନି ଖାଉଛନ୍ତି କି, ହୋଇପାରେ ଏହିସବୁ ସ୍ବାସ୍ଥ୍ୟ ସମସ୍ୟା

କିଛି ଲୋକ ଅଛନ୍ତି, ଯେଉଁମାନେ ଚିନିଠୁ ବର୍ତ୍ତିବାକୁ ଆର୍ଟିଫିଶିଆଲ୍‌ ସୁଗାର୍‌(କୃତ୍ରିମ ଚିନି)ର ଉପଯୋଗ କରିଥାନ୍ତି। ଏହାକୁ ସେମାନେ ଉତ୍ତମ ବିକଳ୍ପ ବୋଲି ଧରିନେଇଥାନ୍ତି। କିନ୍ତୁ ନିକଟରେ...

ସ୍ବା ସ୍ଥ୍ୟ ସୂ ଚ ନା

ରୋଗ ବିଷୟରେ ଡାକ୍ତର ଆପଣଙ୍କୁ ଯାହା ପଚାରୁଛନ୍ତି ନିଃସଙ୍କୋଚରେ ସମସ୍ତ ପ୍ରଶ୍ନର ଠିକ୍‌ ଉତ୍ତର ଦିଅନ୍ତୁ। କାରଣ ଯଦି କୌଣସି ବିଷୟକୁ ଆପଣ ପ୍ରକାଶ ନ...

ଜାଣନ୍ତୁ କାହିଁକି ହୁଏ ଅର୍ଶ

ପାଚନତନ୍ତ୍ରରେ ହେଉଥିବା ସମସ୍ୟା ନେଇ ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଯାଉ ଥିବା ବେଳେ କୋଷ୍ଠକାଠିନ୍ୟ ବା ମଳତ୍ୟାଗ ସମୟରେ କଷ୍ଟ ହୋଇଥାଏ। ଏ ନେଇ ଅର୍ଶ...

Advertisement


Archives

Model This Week