ଏକାମ୍ର: ଜମି ଅଧିଗ୍ରହଣ ପାଇଁ ୫୧ ଚୁକ୍ତି ସ୍ବାକ୍ଷର

ଭୁବନେଶ୍ୱର, ୨୭ା୨ (ବ୍ୟୁରୋ): ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ଓ ପାରିପାର୍ଶ୍ୱିକ ବିକାଶ ଯୋଜନା ‘ଏକାମ୍ର’ (ଏକାମ୍ର କ୍ଷେତ୍ର ଆମେନିଟିସ୍‌ ଆଣ୍ଡ୍‌ ମନୁମେଣ୍ଟ୍‌ସ ରିଭାଇଭାଲ ଆକ୍ସନ) ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଛି। ବୁଧବାର ଜମି ଅଧିଗ୍ରହଣ ପାଇଁ ଚୁକ୍ତିନାମାର ପ୍ରୋତ୍ସାହନମୂଳକ ଅବଧି ଶେଷ ହୋଇଛି। ଇତିମଧ୍ୟରେ ୪୩ଜଣ ବ୍ୟକ୍ତି ମୋଟ ୫୧ ପ୍ଲଟ୍‌ ପ୍ରଦାନ କରିବାକୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ସହ ଚୁକ୍ତି ସ୍ବାକ୍ଷର କରିଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା ଦିଆଯାଇଥିବା ସମୟ ମଧ୍ୟରେ ଉକ୍ତ ଜମି ମାଲିକମାନେ ଚୁକ୍ତିପତ୍ର ସ୍ବାକ୍ଷରିତ କରିଥିବାରୁ ଜମିର ବେଞ୍ଚମାର୍କ ମୂଲ୍ୟ ଅନୁଯାୟୀ ୧୦% ଅଧିକ ପ୍ରୋତ୍ସାହନମୂଳକ ରାଶି ପାଇବାକୁ ଯୋଗ୍ୟତା ହାସଲ କରିଛନ୍ତି। ଏଥିସହ ଅଧିଗ୍ରହଣ ହେବାକୁ ଥିବା ୧୦୦ ଘରୋଇ ପ୍ଲଟ୍‌ର ମାଲିକଙ୍କୁ ଜମି ବେଞ୍ଚମାର୍କ ମୂଲ୍ୟର ଦୁଇଗୁଣା ଅର୍ଥ ସହ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠି (ସିଏମ୍‌ଆର୍‌ଏଫ୍‌)ରୁ ୨୦ ଲକ୍ଷର ପ୍ରୋତ୍ସାହନ ଦିଆଯିବ ବୋଲି ବିଏମ୍‌ସି ଅତିରିକ୍ତ କମିଶନର ଅବନୀକାନ୍ତ ପଟ୍ଟନାୟକ କହିଛନ୍ତି।
ଜମି ଅଧିଗ୍ରହଣ ଚୁକ୍ତିନାମାର ପ୍ରୋତ୍ସାହନମୂଳକ ଅବଧିର ଶେଷଦିନ ବୁଧବାର ବିଏମ୍‌ସି କାର୍ଯ୍ୟାଳୟରେ ଜମି ମାଲିକଙ୍କ ଭିଡ଼ ଲାଗିଥିଲା। ୭ଜଣ ବ୍ୟକ୍ତି ଚୁକ୍ତି କରିଥିବାବେଳେ ମୋଟ ୪୩ଜଣ ୫୧ଟି ପ୍ଲଟ୍‌ ଦେବାକୁ ବିଏମ୍‌ସି ସହ ଚୁକ୍ତିପତ୍ର କାର୍ଯ୍ୟ ସାରିଛନ୍ତି। ଆଗକୁ ମଧ୍ୟ ଏହି ପ୍ରକ୍ରିୟା ଚାଲିବ, କିନ୍ତୁ ଆଉ ପ୍ରୋତ୍ସାହନମୂଳକ ରାଶି ୧୦ ପ୍ରତିଶତ ମିଳିବ ନାହିଁ। ଚୁକ୍ତିପତ୍ର କାର୍ଯ୍ୟ ସରିବା ପରେ ମାସକ ମଧ୍ୟରେ ଜମି ଅଧିଗ୍ରହଣ କାର୍ଯ୍ୟ ସରିବ। ଏହି ସମୟ ମଧ୍ୟରେ ସମ୍ପୃକ୍ତ ଜମି ମାଲିକଙ୍କୁ ସମସ୍ତ ଅର୍ଥ ପ୍ରଦାନ କରାଯିବ।
ଜମି ଅଧିଗ୍ରହଣ ପ୍ରକ୍ରିୟା ଦାୟିତ୍ୱରେ ଥିବା ବିଏମ୍‌ସି ଡେପୁଟି କମିଶନର କମଲଜିତ୍‌ ଦାସ କହିଛନ୍ତି, ଅଧିଗ୍ରହଣ ପାଇଁ ଚିହ୍ନଟ ହୋଇଥିବା ୧୦୦ ଘରୋଇ ପ୍ଲଟର ୮୧ଜଣ ମାଲିକଙ୍କୁ ୨୬ ତାରିଖ ପୂର୍ବରୁ ଚୁକ୍ତିସ୍ବାକ୍ଷରିତ କରିବା ପାଇଁ କୁହାଯାଇଥିଲା। ହେଲେ ପାରିବାରିକ ସମସ୍ୟା ଓ ଜମି ବିବାଦ ପାଇଁ ଆଉ ୩୮ଜଣ ଜମି ମାଲିକ ସମୟ ସୀମା ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷରିତ କରିପାରୁ ନ ଥିବା ଜଣାଇଛନ୍ତି। ଏକ ନିର୍ଦ୍ଦିଷ୍ଟ ପ୍ୟାକେଜ୍‌ରେ ଗୁରୁବାରଠାରୁ ସେମାନଙ୍କ ସହ ଚୁକ୍ତି କରାଯିବ। ଅଧିଗ୍ରହଣରେ ଯେପରି କୌଣସି ସମସ୍ୟା ନ ଉପୁଜିବ ସେନେଇ ବିଏମ୍‌ସି କର୍ତ୍ତୃପକ୍ଷ ଲଗାତର ଜମି ମାଲିକଙ୍କୁ ସଚେତନ କରାଇଆସୁଛନ୍ତି ଓ ଆଲୋଚନା ଜାରି ରଖିଛନ୍ତି ବୋଲି ଦାସ କହିଛନ୍ତି। ଶେଷ ଦିନରେ ସହକାରୀ ଜିଲାପାଳ ଅଂଶୁମାନ ରଥ, ସମୀର ରଞ୍ଜନ ଦାସ ଓ ଅତିରିକ୍ତ ତହସିଲଦାର ଅଶ୍ୱିନୀ ନାୟକଙ୍କ ସହ ଷ୍ଟାମ୍ପ ଭେଣ୍ଡର ବିଏମ୍‌ସି ମୁଖ୍ୟାଳୟରେ ଉପସ୍ଥିତ ରହି ଚୁକ୍ତିନାମା ପ୍ରକ୍ରିୟାକୁ ବ୍ୟବସ୍ଥିତ ଢଙ୍ଗରେ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri