ଏକାଦଶ ପରୀକ୍ଷା କଡ଼ାକଡ଼ି ନିଷ୍ପତ୍ତିକୁ ବିରୋଧ

ଭୁବନେଶ୍ୱର,୨୧।୧(ବ୍ୟୁରୋ): ଚଳିତ ବର୍ଷ ଯୁକ୍ତ୨ ପ୍ରଥମ ବର୍ଷ (ଏକାଦଶ) ପରୀକ୍ଷା କଡାକଡି କରାଯିବା ଲାଗି ରାଜ୍ୟ ସରକାର ଗତ ୧୪ତାରିଖରେ ନିଷ୍ପତ୍ତି ନେଇଥିଲେ। ତେବେ ଏହାକୁ ବିଭିନ୍ନ କଲେଜର ଛାତ୍ରୀଛାତ୍ରମାନେ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି। ପୁରୀ, ଭୁବନେଶ୍ୱର ଏବଂ କଟକର ଅନେକ କଲେଜର ପ୍ରଥମ ବର୍ଷ ଛାତ୍ରୀଛାତ୍ରମାନେ ସୋମବାର ରାସ୍ତାରୋକୋ, ଆନ୍ଦୋଳନ ଏବଂ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଛାତ୍ରୀଛାତ୍ରଙ୍କ କହିବା କଥା, ଯଦି ସରକାର ଏଭଳି କିଛି ନିଷ୍ପତ୍ତି ନେବାର ଥିଲା ତେବେ ପରୀକ୍ଷାର ମାସେ ପୂର୍ବରୁ କାହିଁକି ନେଲେ। ୬ ମାସ ଆଗରୁ ଯଦି ଏମିତି ନିଷ୍ପତ୍ତି ହୋଇ ଥାଆନ୍ତା ତେବେ କିଛି ଅସୁବିଧା ନ ଥିଲା। ଫେବୃୟାରୀ ମାସରେ ପରୀକ୍ଷା ହେବାକୁ ଥିବାବେଳେ ହଠାତ୍‌ ଜାନୁୟାରୀରେ ଏମିତି ଘୋଷଣା କରିବା ଠିକ୍‌ନୁହେଁ। ଯଦି ଏହି ନିଷ୍ପତ୍ତିକୁ ସରକାର ଲାଗୁ କରିବାକୁ ଚାହୁଁଛନ୍ତି ତେବେ ସରକାର ଏପ୍ରିଲ ମାସରେ ପ୍ରଥମ ବର୍ଷ ପରୀକ୍ଷା କରାନ୍ତୁ। ଏ ପର୍ଯ୍ୟନ୍ତ ପ୍ରଥମ ବର୍ଷର ପାଠପଢ଼ା ମଧ୍ୟ ଶେଷ ହୋଇ ନ ଥିବା ଛାତ୍ରୀଛାତ୍ରମାନେ ଅଭିଯୋଗ କରିଛନ୍ତି।
ସରକାରଙ୍କ ଏଭଳି ନିଷ୍ପତ୍ତି ପ୍ରତିବାଦରେ ଭୁବନେଶ୍ୱରର ମହର୍ଷି କଲେଜ, ଦେବରାୟ କଲେଜ ଏବଂ ବିଜୁ ପଟ୍ଟନାୟକ କଲେଜରେ ଛାତ୍ର ଅଶାନ୍ତି ଦେଖିବାକୁ ମିଳିଛି। ସରକାର ଏହି ନିଷ୍ପତ୍ତିକୁ ପରିବର୍ତ୍ତନ କରନ୍ତୁ ବୋଲି ସେମାନେ ଦାବି କରିଛନ୍ତି। ଏଭଳି ପରିସ୍ଥିତି ସୃଷ୍ଟି ହେବାପରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରତିକ୍ରିୟାରେ କହିଛନ୍ତି ଯେ, ପିଲାମାନଙ୍କୁ ଫେଲ କରିବା ସରକାରଙ୍କ ଉଦ୍ଦେଶ୍ୟ ନୁହେଁ। କାହା କଥାରେ ଛାତ୍ରୀଛାତ୍ରମାନେ ପ୍ରଭାବିତ ନ ହୁଅନ୍ତୁ। ସେମାନେ କେମିତି ଭଲ ପାଠ ପଢିବେ ତାକୁ ନେଇ ସରକାର ଚିନ୍ତା କରୁଛନ୍ତି। ସବୁବର୍ଷ ଭଳି ଏଥର ମଧ୍ୟ ଯୁକ୍ତ୨ର ପ୍ରଥମ ବର୍ଷ ପରୀକ୍ଷା କରାଯିବ। ଏଥର କେବଳ ବ୍ୟବସ୍ଥିତ ଢଙ୍ଗରେ ପରୀକ୍ଷା ହେବ। ପିଲାମାନେ ଯାହା ଫଳ କରିବେ ତାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ପଠାଇ ଦିଆଯିବ। ସବୁଥର ପରି କଲେଜ ପ୍ରଶ୍ନପତ୍ର ତିଆରି କରିବା ସାଙ୍ଗକୁ ଖାତା ମଧ୍ୟ ଦେଖିବ। ପିଲାମାନେ କୋର୍ସ ସରି ନ ଥିବା କଥା ଯାହା କହୁଛନ୍ତି, ସେଥିଲାଗି ବ୍ୟସ୍ତ ହୁଅନ୍ତୁ ନାହିଁ। ପରୀକ୍ଷା ମାର୍ଚ୍ଚରେ ହେବ ବୋଲି ସମୀର କହିଛନ୍ତି। ପ୍ରକାଶ ଯେ, ଚଳିତ ବର୍ଷଠାରୁ ୩୩ ପ୍ରତିଶତ ମାର୍କ ନ ରଖିଲେ ପିଲାମାନଙ୍କୁ ଆଉ ଥରେ ପରୀକ୍ଷା ଦେବାକୁ ପଡିବ। ଯେଉଁମାନେ ପରୀକ୍ଷାରେ ୩୩ ପ୍ରତିଶତ ନ ରଖିପାରିବେ ସେମାନଙ୍କୁ ମେ’ ମାସରେ ଆଉ ଥରେ ପରୀକ୍ଷା ଦେବାକୁ ପଡିବ। ସେଥିରେ ପାସ୍‌ କଲେ ଯାଇ ସେମାନେ ଦ୍ୱିତୀୟ ବର୍ଷକୁ ଯାଇପାରିବେ ବୋଲି ଗତ ସପ୍ତାହରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଥିଲେ। ମାତ୍ର ସରକାରଙ୍କ ଏଭଳି ନିଷ୍ପତ୍ତିର କେଇଦିନ ନ ଯାଉଣୁ ବିଭିନ୍ନ କଲେଜର ଛାତ୍ରୀଛାତ୍ରମାନେ ରାସ୍ତାକୁ ଓହ୍ଲାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଭିଡ୍‌ ଟେଷ୍ଟରେ ଓଡ଼ିଶା ଦେଶରେ ଦ୍ୱିତୀୟ

ଭୁବନେଶ୍ୱର,୨୨।୮(ବ୍ୟୁରୋ): କୋଭିଡ୍‌-୧୯ ଟେଷ୍ଟରେ ଓଡ଼ିଶା ସମଗ୍ର ଦେଶରେ ଦ୍ୱିତୀୟ ସ୍ଥାନ ହାସଲ କରିଛି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନେଇ ଦୈନିକ ପ୍ରତି ନିୟୁତ(୧୦ ଲକ୍ଷ)ରେ...

୨ସ୍ତ୍ରୀ, ୯ ସନ୍ତାନ ଥାଇ ପ୍ରାର୍ଥତ୍ପତ୍ର କାଏମ

କୁଆଁରମୁଣ୍ଡା,୨୫।୧(ଡି.ଏନ.ଏ.): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକର ଦଲକି ପଞ୍ଚାୟତରେ ଜଣେ ସମିତି ସଭ୍ୟ ପ୍ରାର୍ଥୀଙ୍କର ୨ସ୍ତ୍ରୀ ଓ ୯ସନ୍ତାନ ଥାଇ ମଧ୍ୟ ପ୍ରାର୍ଥତ୍ପତ୍ର କାଏମ ରହିଛି...

ପିପିଇ କିଟ୍‌ ଠକେଇର ଶିକାର ଅଶ୍ୱିନୀ ହସ୍ପିଟାଲ

ଭୁବନେଶ୍ୱର,୬ା୬ (ବ୍ୟୁରୋ): ସଂକ୍ରମଣ ରୋକିବା କ୍ଷେତ୍ରରେ ପର୍ସନାଲ ପ୍ରୋଟେକ୍ଟିଭ୍‌ ଇକ୍ୟୁପ୍‌ମେଣ୍ଟ୍‌ (ପିପିଇ)ର ଜରୁରୀ ଆବଶ୍ୟକତା ରହିଛି। କରୋନା ମହାମାରୀ ପାଇଁ ଏବେ ଏସବୁ କିଟ୍‌ର ଚାହିଦା...

ରାଜ ପରିବାରକୁ ଝଟକା

ଭୁବନେଶ୍ୱର,୨୫ା୫(ବ୍ୟୁରୋ): ରାଜନୀତିରେ ଓଡ଼ିଶା ରାଜ ପରିବାରର ସକ୍ରିୟ ଅଂଶଗ୍ରହଣ ରହିଆସିଛି। ବଲାଙ୍ଗୀର ଜିଲା ପାଟଣା ମହାରାଜା ରାଜେନ୍ଦ୍ର ନାରାୟଣ ସିଂଦେଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇପାରିଥିଲେ। ସେହିପରି...

ପୁରୀରେ ମୁଖ୍ୟମନ୍ତ୍ରୀ : ଶ୍ରୀମନ୍ଦିର କ୍ଷୟକ୍ଷତିର କଲେ ଅନୁଧ୍ୟାନ

ପୁରୀ ଅଫିସ,୧୮ା୫: ବାତ୍ୟାରେ ଶ୍ରୀମନ୍ଦିରରେ ହୋଇଥିବା କ୍ଷୟକ୍ଷତିର ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶନିବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ସିଂହଦ୍ୱାରଠାରେ ପହଞ୍ଚିଥିଲେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

କୋଟପାଡ଼ରେ ବିଜେଡି ଆଗୁଆ

କୋଟପାଡ଼, ୨୩।୫(ଡି.ଏନ୍‌.ଏ.)- କୋଟପାଡ଼ ବିଧାନସଭା ଆସନରେ ପ୍ରଥମ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ଆଗୁଆ ରହିଛି। ବିଜେଡିର ପଦ୍ମିନୀ ଦିଓ୍ବାନ ୩୧୨୬ ଭୋଟ ପାଇଥିବାବେଳେ କଂଗ୍ରେସର...

ମଦ ପାଣିରେ ଭାସୁଛି ଗାଁ ଗଣ୍ଡା : ୩.୮୩ ଲକ୍ଷ ଲିଟର ମଦ ଜବତ

ଭୁବନେଶ୍ୱର,୧୬।୨(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ପାଇଁ ଗ୍ରାମାଞ୍ଚଳ ଉଠୁଛି ପଡୁଛି। ପ୍ରାର୍ଥୀମାନେ ଘର ଘର ବୁଲି ମତଦାତାଙ୍କୁ ମନାଇବାରେ ଲାଗିଛନ୍ତି। ଦଳୀୟ ନେତା, କର୍ମୀମାନେ ନିଜ ଦଳର...

ଶ୍ରମିକ ବେଶରେ ରାଜଧାନୀ ବସ୍ତିରେ ଅପରାଧୀ ଗ୍ୟାଙ୍ଗ୍‌: ବନ୍ଦ ଘରୁ ଚୋରି, ଏକୁଟିଆ ପାଇଲେ ଲୁଟୁଥିଲେ

ଭୁବନେଶ୍ୱର,୫।୭ (ବ୍ୟୁରୋ): ରାଜଧାନୀ ବସ୍ତିରେ ଆଡ୍ଡା ଜମାଇଛନ୍ତି ଅପରାଧୀ ଗ୍ୟାଙ୍ଗ୍‌। ରାଜରାସ୍ତାରୁ କଲୋନୀ ସବୁଠି ରାଜୁତି କରୁଛନ୍ତି। କରୋନା କଟକଣା ଭିତରେ କମିଶନରେଟ ପୋଲିସକୁ ଚକ୍‌ମା...

Advertisement
Archives

Model This Week