ଏକାଠି ପିଉଥିଲେ ମଦ, ଆଉ ତାପରେ…

ତେନ୍ତୁଳିଖୁଣ୍ଟି, ୨୭।୧: ମଦ୍ୟ ପାନ କରି ବଚସା ପରେ ହାତାହାତି ହୋଇ ଜଣଙ୍କ ଜୀବନ ଯାଇଛି। ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ଥାନା ନରସିଂହଗୁଡ଼ା ଗ୍ରାମରେ ଏଭଳି ଏକ ଘଟଣା ଘଟିଛି। ମୃତକ ହେଲେ ଥବୀର ଜାନି।
ମଙ୍ଗଳବାର ଥବୀର କେତେଜଣ ଯୁବକଙ୍କ ସହ ଗାଁରେ ବସି ମଦ୍ୟପାନ କରୁଥିଲେ। ଏହି ସମୟରେ ସେମାନଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା। କଥା ଏତେ ମାତ୍ରାରେ ବଢ଼ିଯାଇଥିଲା ଯେ, ସେମାନଙ୍କ ମଧ୍ୟରେ ହାତାହାତି ହୋଇଥିଲା। ସମସ୍ତେ ମିଶି ଥବୀରଙ୍କୁ ମାଡ଼ ମାରିଥିଲେ। ଗ୍ରାମବାସୀ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରିଥିଲେ। ଡାକ୍ତରଖାନାକୁ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ବୁଧବାର ଗ୍ରାମବାସୀ ଓ ପରିବାର ଲୋକେ ମୃତଦେହ ରଖି ରାସ୍ତା ଅବରୋଧ କରିଥିଲେ। ଖବରପାଇ ତହସିଲଦାର ପ୍ରଦୀପ କର ଘଟଣାସ୍ଥଳରେ ପହଞ୍ଚତ୍ ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରିଥିଲେ। ମୃତକଙ୍କ ପରିବାରକୁ ୧୦ହଜାର ଟଙ୍କା ସହାୟତା ଦେବାସହ ଦୋଷୀଙ୍କୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ହଟିଥିଲା। ଏହି ଘଟଣାରେ ବୁଧବାର ଜୟନ୍ତ ହରିଜନ, ରୋହିତ ହରିଜନ, ଅବ୍ଦୁଲ ସଲାମ ନାଗଙ୍କୁ ଗିରଫ କରାଯାଇଛି। ଗଲିଷ୍ଟନ ବାଘ ଫେରାର ଥିବା ଜଣାପଡିଛି। ତେନ୍ତୁଳିଖୁଣ୍ଟି ପୋଲିସ ପକ୍ଷରୁ କେସ୍‌ ନଂ. ୧୨/୨୧ରେ ମାମଲା ରୁଜୁ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଗରେ ପରିବର୍ତ୍ତନ ପରେ ଆରମ୍ଭ ହେଲା ଧାନ ରୁଆ ବେଉଷଣ

ରିଷିଡ଼ା,୨ା୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ସମେତ ରିଷିଡ଼ା, ରାଜପୁର, ପୌରକେଲା, ତେରେସିଂହା, ଗଜବାହଲ, ରେଗଡ଼ା,ରିଞ୍ଜା, ସାପଲହରା, ବୋରପଦର, ସରଗୁଲ ମାଲପଡ଼ା, ପଞ୍ଚାୟତର ପ୍ରାୟ ସମସ୍ତ…

‘ଇରାନ ଉପରେ ଏମିତି ଆକ୍ରମଣ କରାଯିବ, ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏମିତି ବିନାଶ ଦେଖାଯାଇ ନଥିବ’: ଟ୍ରମ୍ପ

ଓ୍ବାଶିଂଟନ,୨।୮: ମଧ୍ୟପ୍ରାଚ୍ୟରେ ଶାନ୍ତି ପୁନରୁଦ୍ଧାର ପାଇଁ ଆଶା ପୁଣି ଥରେ ବଢ଼ିବାରେ ଲାଗିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ସୋସିଆଲ ମିଡିଆ ପୋଷ୍ଟରେ ଦାବି କରିଛନ୍ତି…

ଜାତୀୟ ରାଜପଥରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବାକୁ ଟ୍ରଲର ଧକ୍କା ଦେବା ପରେ…

ଟେନ୍‌ସା,୨ା୮(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ.ବଲାଙ୍ଗ ଥାନା ଅନ୍ତର୍ଗତ ୫୨୦ ଜାତୀୟ ରାଜପଥ ଜାମୁଡିହି ଟୋଲ୍‌ ଗେଟ୍‌ ସମ୍ମୁଖରେ ଏକ ଟ୍ରଲର ଓଡି…

Odisha Floods: ବନ୍ୟାଞ୍ଚଳ ବୁଲିଲେ ଜିଲାପାଳ, ସ୍ଥିତି ଅନୁଧ୍ୟାନ କରି…

ଚାନ୍ଦବାଲି,୨ା୮(କିଷାନ ପାତ୍ର): ଭଦ୍ରକ ଜିଲାପାଳ ସୋମେଶ ଉପାଧ୍ୟାୟ ରବିବାର ଚାନ୍ଦବାଲି ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରି ସ୍ଥିତିର ସମୀକ୍ଷା କରିଛନ୍ତି। ବନ୍ୟାଜଳ ଘେରାଉ କରିଥିବା…

ପ୍ଲାଷ୍ଟିକ ମୁଦ୍ରା ପ୍ରଚଳନ ପରେ କାଗଜ ନୋଟଗୁଡିକ କ’ଣ କରିବ RBI, ସେଗୁଡିକୁ କିପରି ନଷ୍ଟ କରାଯିବ? ଜାଣନ୍ତୁ…

ନୂଆଦିଲ୍ଲୀ,୨।୮: ଭାରତୀୟ ରିଜର୍ଭ ବ୍ୟାଙ୍କ ପଲିମର ନୋଟ ପରୀକ୍ଷା କରିବାକୁ ପ୍ରସ୍ତୁତ ହେଉଥିବାରୁ, ଅନେକ ଲୋକ ଭାବୁଛନ୍ତି ଯେ ବର୍ତ୍ତମାନର କାଗଜ ନୋଟ ଗୁଡିକର କଣ ହେବ।…

ଦୁର୍ଘଟଣା ରୋକିବାକୁ ଯୁବଗୋଷ୍ଠୀଙ୍କ ଅଭିନବ ପ୍ରୟାସ

ଗଞ୍ଜାମ,୨ା୮(ବିଦ୍ୟାଧର ସାହୁ): ପ୍ରତିଦିନ କେଉଁଠି ନା କେଉଁଠି ଛୋଟବଡ଼ ଦୁର୍ଘଟଣା ଘଟୁଛି। ବିଶେଷ କରି ରାସ୍ତାରେ ବୁଲା ଗୋରୁଙ୍କ ପାଇଁ ଅଧିକ ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ…

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ତତ୍କାଳୀନ DFO ସଂଗ୍ରାମ କେଶରୀ ବେହେରା ନିଲମ୍ବିତ

ଭୁବନେଶ୍ୱର,୨।୮: ୨୦୨୧ ମସିହାରେ ପାରଳାଖେମୁଣ୍ଡିରେ ଘଟିଥିବା ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଏହି ଘଟଣାରେ ତତ୍କାଳୀନ DFO ତଥା…

ପ୍ରେମିକାଙ୍କ ସହ ନୂଆ ଲୁକରେ ନଜର ଆସିଲେ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ,୨।୮: ହାର୍ଦ୍ଦିକ ପାଣ୍ଡ୍ୟା ସମ୍ପ୍ରତି ଚର୍ଚ୍ଚାର ବିଷୟ ହୋଇଛନ୍ତି, ରିପୋର୍ଟ ଅନୁସାରେ ସେ ମୁମ୍ବାଇ ଇଣ୍ଡିଆନ୍ସରୁ ଅଲଗା ହୋଇପାରନ୍ତି। IPL 2027 ନିଲାମ ପୂର୍ବରୁ ସେ ଚେନ୍ନାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri