Posted inଖେଳ

ଏକାଠି ଖେଳିପାରିବେ ନାହିଁ ଭାରତ-ପାକିସ୍ତାନ ଖେଳାଳି : ବିସିସିଆଇ

ନୂଆଦିଲ୍ଲୀ,୨୭।୧୨(ପି.ଟି.)- ବାଂଲାଦେଶ ପ୍ରତିଷ୍ଠାତା ବଙ୍ଗବନ୍ଧୁ ଶେଖ ମୁଜିବୁର ରେହମାନଙ୍କ ଜନ୍ମ ଶତବାର୍ଷିକ ଅବସରରେ ଏସିଆ ଏକାଦଶ ଓ ବିଶ୍ୱ ଏକାଦଶ ମଧ୍ୟରେ ଦୁଇଟି ଟି୨୦ ଅଫିସିଆଲ ମ୍ୟାଚ୍‌ ଖେଳାଯିବ। କିନ୍ତୁ ଏସିଆ ଏକାଦଶରେ ଭାରତ-ପାକିସ୍ତାନ ଦଳର ଖେଳାଳିମାନେ ଏକାଠି ଖେଳି ନ ପାରନ୍ତି ବୋଲି ବିସିସିଆଇ ଯୁଗ୍ମ ସଂପାଦକ ଜୟେଶ ଜର୍ଜ ପ୍ରକାଶ କରିଛନ୍ତି। ମ୍ୟାଚ୍‌ ଆସନ୍ତା ବର୍ଷ ମାର୍ଚ୍ଚରେ ଖେଳାଯିବ। ଏଥିପାଇଁ ବିସିସିଆଇ ୫ ଭାରତୀୟ ଖେଳାଳିଙ୍କୁ ରିଲିଜ କରିବ। କୋଲକାତାରେ ପିଙ୍କ୍‌ ବଲ ଟେଷ୍ଟ ବେଳେ ଏ ସମ୍ପର୍କରେ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) କର୍ମକର୍ତ୍ତାଙ୍କ ସହିତ ଆଲୋଚନା ହୋଇଥିଲା। ତେବେ ଚୂଡ଼ାନ୍ତ ନିଷ୍ପତ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ଉପରେ ନିର୍ଭର କରେ। ଦୁଇ ମ୍ୟାଚ୍‌ ମାର୍ଚ୍ଚ ୧୮ ଓ ୨୧ ତାରିଖରେ ଖେଳାଯିବ। ସେହି ସମୟରେ ଭାରତ ଆସି ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ୍‌ ଖେଳିବ। ସିରିଜ୍‌ର ୩ୟ ମ୍ୟାଚ୍‌ ଏସିଆ ଏକାଦଶ ପ୍ରଥମ ଟି୨୦ ଗୋଟିଏ ଦିନରେ ହେବାର ଅଛି। ଏହାକୁ ଦୃଷ୍ଟିରେ ରଖି ଖେଳାଳି ଚୟନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋଭିଡ-୧୯: ଫିଫା ବିଶ୍ୱକପ୍‌ ଆମ୍ବାସାଡର ସଂକ୍ରମିତ

ଦୋହା,୧।୫(ଏଏଫ୍‌ପି): କାତାରରେ ଆୟୋଜନ ହେବାକୁଥିବା ୨୦୨୨ ଫିଫା ବିଶ୍ୱକପ୍‌ର ଜଣେ ଆମ୍ବାସାଡର କରୋନ ଭାଇରସ୍‌ ପଜିଟିଭ୍‌ ବୋଲି ଜଣାପଡିଛି। ବିଶ୍ୱକପ୍‌ର ଅନ୍ୟତମ ଆମ୍ବାସାଡର ତଥା ପୂର୍ବତନ...

ଏଫ୍‌ଆଇଏଚ୍‌ ହକି ର଼୍ୟାଙ୍କିଙ୍ଗ: ପୁରୁଷ ୫ମ, ମହିଳା ୯ମ

ଲାଉସାନେ (ସୁଇଜରଲାଣ୍ଡ), ୮ା୯ (ପି.ଟି.)- ଓସେନିଆ କପ୍‌ ଶେଷ ହେବା ପରେ ରବିବାର ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌) ପକ୍ଷରୁ ବିଶ୍ୱ ର଼୍ୟାଙ୍କିଙ୍ଗ ତାଲିକା ପ୍ରକାଶ...

ରିଭେରା ଇଷ୍ଟବେଙ୍ଗଲର ନୂଆ ମୁଖ୍ୟ କୋଚ୍‌

କୋଲକାତା, ୨୩ା୧ (ପି.ଟି.): ଇଷ୍ଟବେଙ୍ଗଲ ଗୁରୁବାର ମାରିଓ ରିଭେରାଙ୍କୁ ଏହାର ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତି ଦେଇଛି। ଆଲେଜାଣ୍ଡ୍ରୋ ମେଣ୍ଡେଜ୍‌ଙ୍କ ଆକସ୍ମିକ ଇସ୍ତଫା ପରେ ଏହି...

ରୋହିତ ଆହତ

ନୂଆଦିଲ୍ଲୀ,୧।୧୧- ସ୍ଥାନୀୟ ଅରୁଣ ଜେଟଲୀ ଷ୍ଟାଡିୟମରେ ଆସନ୍ତା ରବିବାର ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ଟି୨୦ ଖେଳାଯିବ। ଏହି ମ୍ୟାଚ୍‌ ପୂର୍ବରୁ ବିରାଟ କୋହଲିଙ୍କ...

ମୁଁ ଜଣେ ସାଧାରଣ ମଣିଷ, ମୋତେ ବି ରାଗ ଆସେ

ନୂଆଦିଲ୍ଲୀ,୧୭।୧୦:ଭାରତୀୟ ଦଳର ପୂର୍ବତନ ମହେନ୍ଦ୍ର ସିଂ ଧୋନୀ ସାଧାରଣତଃ ନିଜ ଭାବନା ବୟାନ କରନ୍ତି ନାହିଁ। ସେ ‘କ୍ୟାପଟେନ୍‌ କୁଲ୍‌’ ଭାବେ ମଧ୍ୟ ଜଣାଶୁଣା। ଦଳର...

ଆଲଜେରିଆକୁ ଦ୍ୱିତୀୟ ଆଫ୍ରିକା କପ୍‌

କାଇରୋ,୨୧ା୭(ପି.ଟି.): ବାଗ୍‌ଦାଦ୍‌ ବୈନେଦଜାଙ୍କ ପ୍ରାରମ୍ଭିକ ଗୋଲ ଜରିଆରେ ଆଲଜେରିଆ ଆଫ୍ରିକା କପ୍‌ ଅଫ ନେସନସ ଟୁର୍ନାମେଣ୍ଟର ଦ୍ୱିତୀୟ ଟାଇଟଲ ହାସଲ କରିଛି। ଫାଇନାଲ ମ୍ୟାଚ୍‌ରେ ଏହି...

ଦକ୍ଷିଣ ଆଫ୍ରିକାର ଓ୍ବେଷ୍ଟଇଣ୍ଡିଜ ଓ ଶ୍ରୀଲଙ୍କା ଟୁର୍‌ ସ୍ଥଗିତ

ଜୋହାନ୍ସବର୍ଗ, ୧ା୮ (ପି.ଟି.)-କୋଭିଡ୍‌-୧୯ ମହାମାରୀ ଯୋଗୁ ଦକ୍ଷିଣ ଆଫ୍ରିକା ଏହାର ଓ୍ବେଷ୍ଟଇଣ୍ଡିଜ ଓ ଶ୍ରୀଲଙ୍କା ଟୁର୍‌କୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖିଛି। କ୍ରିକେଟ ଦକ୍ଷିଣ...

ଫ୍ରେଞ୍ଚ୍‌ ଓପନ୍‌ ଟେନିସ୍‌ଜୋକୋଭିଚ୍‌, ନିଶିକୋରି ବିଜୟୀ

ପ୍ୟାରିସ,୩ା୬-ଟପ୍‌ ସିଡ୍‌ ତଥା ନୋଭାକ୍‌ ଜୋକୋଭିଚ୍‌, ଜାପାନର କେଇ ନିଶିକୋରି ଫ୍ରେଞ୍ଚ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପୁରୁଷ ସିଙ୍ଗଲ୍ସ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ସୋମବାର ସେ...

Coronavirus Update

Archives

Model This Week

Why Dharitri