ଏକଦା ଚା’ ବିକି ପରିବାର ପ୍ରତିପୋଷଣ କରୁଥିଲେ ଅନୁ କପୁର, ଆଜି ସଫଳ ଅଭିନେତା

ବମ୍ବେ:ଏକଦା ଚା’ ଷ୍ଟଲ କରି ପରିବାର ପ୍ରତିପୋଷଣ କରୁଥିବା ଯୁବକ ଏବେ ବଲିଉଡ୍‌ର ଲୋକପ୍ରିୟ ଚେହେରା। ସେ ହେଉଛନ୍ତି ଅନୁ କପୁର। ସେ ଜଣେ ଅଭିନେତା ସହ ରେଡିଓ ଜକି ଭାବେ ବେଶ ଜଣାଶୁଣା। ଯେଉଁ ଫିଲ୍ମରେ ସେ ଅଭିନୟ କରିଥାନ୍ତି ତାହା ହିଟ୍‌ ହୋଇଥାଏ। ମୁଖ୍ୟ ଭୂମିକାରେ ଅଭିନୟ କରି ନ ଥିଲେ ହେଁ ତାଙ୍କ ବିନା ସିନେମା ସଫଳ ହେବା କଷ୍ଟକର ବୋଲି କୁହାଯାଏ। ଆଜି ହେଉଛି ଅନୁଙ୍କ ଶୁଭ ଜନ୍ମଦିବସ। ଏହି ଅବସରରେ ତାଙ୍କୁ ଶୁଭେଚ୍ଛୁ ଓ ପ୍ରଶଂସକଙ୍କ ନିକଟରୁ ଶୁଭେଚ୍ଛାର ବାର୍ତ୍ତା ମିଳିବାରେ ଲାଗିଛି।

ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିଲେ ଅନୁ। ଆର୍ଥିକ ଅଭାବ ଦୃଷ୍ଟିରୁ ସେ ଲଟେରି ବିକ୍ରି କରୁଥିଲେ। ପରେ ସେ ଏକ ଷ୍ଟଲ ଲଗାଇ ଚା’ ବିକୁଥିଲେ। ସବୁ ପିଲାଙ୍କ ଭଳି ଏକଦା ଆଇଏଏସ୍‌ ହେବାକୁ ଇଚ୍ଛା ରଖିଥିଲେ ଅନୁ। ଟଙ୍କାର ଅଭାବ ଯୋଗୁ ତାହା ହୋଇପାରି ନ ଥିଲା। ପରେ ସେ ନ୍ୟାଶନାଲ ସ୍କୁଲ ଅଫ୍‌ ଡ୍ରାମାରେ ଆଡମିଶନ ନେଇଥିଲେ। ସେଠାରେ ମନ ଲଗାଇ ଅଭିନୟ ଶିଖିଥିଲେ। ଏକଦା ସେ ଏକ ଡ୍ରାମାରେ ବୃଦ୍ଧ ଭୂମିକାରେ ନଜର ଆସିଥିଲେ। ତେଇଶ ବର୍ଷ ବୟସରେ ବୃଦ୍ଧ ଭୂମିକାରେ ତାଙ୍କର ନିଖୁଣ ଅଭିନୟକୁ ଦେଖି ନିର୍ଦ୍ଦେଶକ ଶ୍ୟାମ ବେନେଗଲ ତାଙ୍କୁ ନିଜ ସିନେମାରେ ନେବା ପାଇଁ ସ୍ଥିର କରିଥିଲେ। ଏହାପରେ ତାଙ୍କ ଅଭିନୟ ଜୀବନ ଆରମ୍ଭ ହୋଇଥିଲା। ପରେ ସେ ଏକାଧିକ ହିଟ୍‌ ସିନେମାରେ ଅଭିନୟ କରିଛନ୍ତି। ଏବେ ସେ ରେଡିଓ ଜକି ଭାବେ ମଧ୍ୟ ସମସ୍ତଙ୍କ ମନରେ ରାଜ୍‌ କରନ୍ତି। ‘ସୁହାନା ସଫର ଉଇଥ୍‌ ଅନୁ କପୁର’ ଶୋ’କୁ ଶ୍ରୋତା ବେଶ୍‌ ପସନ୍ଦ କରିଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇଥର ବିବାହ ପରେ ବି ଏହି ୨୭ ବର୍ଷ ସାନ ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଥିଲେ ଧର୍ମେନ୍ଦ୍ର, ହେମାମାଳିନୀ ଜାଣିବା ପରେ…

ବମ୍ବେ: ବଲିଉଡ୍‌ର ଅନେକ ଅଭିନେତ୍ରୀଙ୍କ ସହ ଯୋଡ଼ି ହୋଇଛି ଧର୍ମେନ୍ଦ୍ରଙ୍କ ନାମ। ପୂର୍ବରୁ ବିବାହିତ ଥିବା ସତ୍ତ୍ୱେ ସେ ଅଭିନେତ୍ରୀ ହେମା ମାଳିନୀଙ୍କ ପ୍ରେମରେ ପଡ଼ିଥିଲେ।...

ସ୍ଥିତି ସ୍ବାଭାବିକ ନ ହେଲେ ଭାରତ ଫେରିବେନି ସୋନୁ

ନୂଆଦିଲ୍ଲୀ,୨୧।୩: ଭାରତରେ ଲଗାତାର ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦେଖି ବଲିଉଡ୍‌ ଗାୟକ ସୋନୁ ନିଗମ ଏକ ନିଷ୍ପତ୍ତି ନେଇଛନ୍ତି।...

ଏହି ବିଗ୍‌ବସ୍‌ ପ୍ରତିଯୋଗୀଙ୍କୁ ମିଳୁଛି ‘ଏସିଡ୍‌ ଆଟାକ୍‌’ ଧମକ, କହିଲେ…

ବମ୍ବେ: ବିଗ୍‌ବସ୍‌-୧୩ର ଚର୍ଚ୍ଚିତ ପ୍ରତିଯୋଗୀ ଶେହନାଜ ଗିଲ ହେଉଛନ୍ତି ସୋସିଆଲ ମିଡିଆ କୁଇନ୍‌। ହେଲେ ସମସ୍ତଙ୍କ ଭଳି ତାଙ୍କୁ ଟ୍ରୋଲ କରାଯାଇଥାଏ। ବେଳେବେଳେ ଅନେକ ତାଙ୍କୁ...

ଫେରିଲେ କନିକା

ମୁମ୍ବାଇ: ଦେଶରେ ଯେତେବେଳେ କରୋନା ଭାଇରସ ସଂକ୍ରମଣ ଆରମ୍ଭ ହୋଇ ଯାଇଥିଲା ସେତେବେଳେ ପ୍ରଥମ ବଲିଉଡ୍ ସେଲିବ୍ରିଟି ଭାବେ ଗାୟିକା କନିକା କପୁର କରୋନାରେ ପୀଡ଼ିତ...

କଙ୍ଗନାଙ୍କ ଫିଲ୍ମ ଦେଖୁନାହାନ୍ତି ଦର୍ଶକ

ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣାଓ୍ବାତଙ୍କ ଫିଲ୍ମ ‘ଧାକଡ’ ବକ୍ସ ଅଫିସରେ ସଂପୂର୍ଣ୍ଣ ଫ୍ଲପ ମାରିଛି। ୧୦୦ କୋଟି ବଜେଟ୍‌ରେ ନିର୍ମିତ ଫିଲ୍ମଟି ଓିକେଣ୍ଡ ବେଳକୁ ଅନେକ...

ଫିଲ୍ମ ‘ଆର୍‌ଆର୍‌ଆର୍‌’କୁ ନେଇ ଏମିତି କହିଲେ କଙ୍ଗନା

ଫିଲ୍ମ ‘ଆର୍‌ଆର୍‌ଆର୍‌’କୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଫିଲ୍ମକୁ ଭଲ ରେସ୍ପନ୍ସ ମଧ୍ୟ ମିଳୁଛି। ସାଧାରଣ ଦର୍ଶକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ...

ଫରହାଙ୍କୁ ମିଳିଲା ୟୁଏଇ ଗୋଲଡେନ ଭିଜା

ମୁମ୍ବାଇ: ବଲିଉଡ କୋରିଓଗ୍ରାଫର ଫରହା ଖାଁଙ୍କୁ ୟୁଏଇ ଗୋଲଡେନ ଭିଜା ମିଳିଛି । ଯାହାକୁ ନେଇ ସେ ତାଙ୍କ ଖୁସି ପ୍ରକାଶ କରିଛନ୍ତି । ସୋସିଆଲ...

ଡ୍ରଗ୍ସ ମାମଲା: ଭାରତୀ-ହର୍ଷଙ୍କୁ ମିଳିଲା ଜାମିନ

ମୁମ୍ବାଇ,୨୩ ।୧୧: କମେଡିଆନ୍ ଭାରତୀ ସିଂ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କୁ ଡ୍ରଗ୍ସ ମାମଲାରେ ଜାମିନ ମିଳିଯାଇଛି । ମୁମ୍ବାଇର ସ୍ପେଶାଲ ଏନ୍‌ଡିପିଏସ୍ କୋର୍ଟ...

Advertisement
Archives

Model This Week