ଏଇ ଭାରତରେ

ଗୁଜରାଟରେ ଏପ୍ରିଲ ୨୨ରେ ଏକ ବିବାହ ଉତ୍ସବ ଆୟୋଜନ ହେବାକୁ ଯାଉଛି। ଏଥିପାଇଁ ନିମନ୍ତ୍ରଣପତ୍ର ମଧ୍ୟ ବଣ୍ଟା ସରିଛି। ତେବେ ଏହା ସାଧାରଣ ବିବାହ ନୁହେଁ। ଏଥିରେ ଗୋଟିଏ ବେଦିରେ ୨ କନ୍ୟାଙ୍କୁ ବିବାହ କରିବେ ଜଣେ ବର ଏବଂ ବରଯାତ୍ରୀ ହେବେ ତାଙ୍କର ଜନ୍ମିତ ୩ ସନ୍ତାନ। ସେ ହେଉଛନ୍ତି ପାଲଘର ବାସିନ୍ଦା ସଞ୍ଜୟ ଧାଗଡ଼ା। ସେ ରିକ୍ସା ଚଳାନ୍ତି। ୧୦ ବର୍ଷ ତଳେ ବେବିଙ୍କ ସହିତ ତାଙ୍କର ଦେଖାହୋଇଥିଲା। ଚିହ୍ନା ପରିଚୟରୁ ପ୍ରେମସମ୍ପର୍କ। ପରେ ସେମାନେ ପଇସାପତ୍ର ଅଭାବରୁ ବିବାହ ନ କରି ଦୁହେଁ ଏକତ୍ର ରହିଲେ। ଉକ୍ତ ଦମ୍ପତିଙ୍କର ବର୍ତ୍ତମାନ ୩ ସନ୍ତାନ। ଏହାପରେ ୨୦୧୧ରେ ସଞ୍ଜୟ ଏକ କମ୍ପାନୀରେ ଚାକିରି କରୁଥିବାବେଳେ ସାଥୀ ରୀନାଙ୍କ ସହିତ ତାଙ୍କର କିଛିଦିନ ତଳେ ଦେଖା ହୋଇଥିଲା। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଲା। ଏବେ ସଞ୍ଜୟ, ବେବି ଏବଂ ରିନା ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣପତ୍ର ଦିଆସରିଛି। ଏହି ବିବାହକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପରୀକ୍ଷାରେ ପିଲାମାନଙ୍କର କମ୍‌ ନମ୍ବର ଦେଖିଲେ ପ୍ରାୟତଃ ଅଭିଭାବକ ଗାଳି କରନ୍ତି। ହେଲେ କମ୍‌ ମାର୍କ ରଖିଥିବା ପିଲାଙ୍କୁ ପ୍ରଶଂସା କିରବା ବିରଳ। ଏହା ଦେଖିବାକୁ...

ମଣିଷତ୍ୱର ଆବିଷ୍କାର

ବିଶ୍ୱ ନିୟନ୍ତା ଏ ବ୍ରହ୍ମାଣ୍ଡରେ ଯେମିତି ନଦୀ, ପାହାଡ଼, ପର୍ବତ, ବଣ, ଜଙ୍ଗଲ, ପଶୁ, ପକ୍ଷୀ ଆଦି ନୈସର୍ଗିକ ଆଧାରଗୁଡ଼ିକ ବିଦ୍ୟମାନ କରିଥିଲେ ସେଗୁଡ଼ିକ ହଜାର...

ଉଦାରତାର ପରିଚୟ: ସିନ୍ଧୁ ଜଳ ସନ୍ଧି

ଜଳରେ ଗଢ଼ା ଜୀବନର ଧାରା। କ୍ରମବର୍ଦ୍ଧିଷ୍ଣୁ ଗୋଷ୍ଠୀଗତ ଜୀବନର ଅବସ୍ଥାନରେ ସଭ୍ୟତାର କ୍ରମବିକାଶ। ଭାରତୀୟ ଉପ ମହାଦେଶରେ ଗଢ଼ିଉଠିଥିବା ସିନ୍ଧୁ ସଭ୍ୟତା ବହୁ ପ୍ରାଚୀନ। ଏହାର...

ସୁଗାର ବୋର୍ଡ

ଜଳବାୟୁ ପରିବର୍ତ୍ତନଜନିତ ଋତୁଚକ୍ରରେ ଅସ୍ବାଭାବିକତା ଯୋଗୁ ମଣିଷର ଜୀବନ ଶୈଳୀରେ ବ୍ୟାପକ ପରିବର୍ତ୍ତନ ଦେଖାଦେଉଛି। ଖାଦ୍ୟପାନୀୟ ଗ୍ରହଣରେ ଅସନ୍ତୁଳନତା ରହିଲେ ମଣିଷର ସ୍ବାସ୍ଥ୍ୟ ବିଗିଡ଼ିବା ଥୟ।...

ଦୁଇ ପ୍ରତିଦ୍ୱନ୍ଦ୍ୱୀ

ଐତିହାସିକ ମ୍ୟାକ୍ସ ହାଷ୍ଟିଙ୍ଗସ ମୁଖ୍ୟତଃ ଦୁଇ ବିଶାଳ ନିଷ୍ଠୁର ଗୋଷ୍ଠୀ(ଆଡ୍‌ଲଫ ହିଟଲରଙ୍କ ନାଜି ସେନା ଓ ସୋଭିଏଟ୍‌ର ଜୋଶେଫ ଷ୍ଟାଲିନଙ୍କ ସେନା)ଙ୍କ ମଧ୍ୟରେ ହୋଇଥିବା ଦ୍ୱିତୀୟ...

ସେବା ଓ ସେବକ

ସେବା ଯେ କରେ ସେ ସେବାକାରୀ। ସେ ସେବକ। ସେବା ପୁଣି ନିଃସ୍ବାର୍ଥପର ନିରଳସ ଥିଲେ ସେଇ ସେବା ବାସେ ମହମହ। ସେଇ ସେବାର ମହମହ...

ମଦ୍ୟପାନର ସାମାଜିକ ପ୍ରଭାବ

ମଦ୍ୟପାନର ଇତିହାସ ଯେତିକି ପୁରାତନ, ତା’ର ଭୟାବହ ନକାରାମତ୍କ ପରିଣାମ ସହିତ ଆମର ପରିଚିତି ମଧ୍ୟ ସେତିକି ଆଦିମ। ତେବେ ବଡ଼ ବିସ୍ମୟର କଥା ଯେ...

ପ୍ରତିରକ୍ଷାର ଅଦୃଶ୍ୟ ରେଖା

କିଛିଦିନ ପାଇଁ ଭାରତ ଓ ପାକିସ୍ତାନ ମଧ୍ୟରେ ଶତ୍ରୁତା ପ୍ରଶମିତ ହେବା ସହ ଉତ୍ତେଜନା ଥମିଯାଇଛି। କିନ୍ତୁ ତୁମର ପଡ଼ୋଶୀ ଯଦି ସୀମା ଟପି ଗୋଳାବାରୁଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri