ଏଇ ଭାରତରେ

ଦେଶରେ ବେଳେବେଳେ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି ହେଉଥିବାବେଳେ ଉତ୍ତରପ୍ରଦେଶର ମିରଟରେ ବାସକରୁଥିବା ଜଣେ ମୁସଲମାନ୍‌ ମହିଳା ସାମ୍ପ୍ରଦାୟିକ ସଦ୍‌ଭାବର ଉଦାହରଣ ପାଲଟିଛନ୍ତି। ୪୨ ବର୍ଷ ବୟସ୍କା ଶାହିନ୍‌ ପରଭେଜ୍‌ ପ୍ରତିଦିନ ହନୁମାନଙ୍କ ପୂଜା କରିବା ସହିତ ହନୁମାନ ଚାଳିଶା ପାଠ କରିଥାନ୍ତି। ଏହା ସହିତ ସେ ଘରେ ସମସ୍ତ ହିନ୍ଦୁ ଦେବଦେବୀଙ୍କୁ ମଧ୍ୟ ପୂଜା କରନ୍ତି। କାରଣ ସେ ସବୁ ଧର୍ମ ଉପରେ ବିଶ୍ୱାସ ରଖୁଥିବା କହିଛନ୍ତି। ମାନବ ଧର୍ମ ହିଁ ଶ୍ରେଷ୍ଠ ଧର୍ମ ବୋଲି ଶାହିନ୍‌ କହିଥାନ୍ତି। ସ୍କୁଲରେ ପାଠ ପଢୁଥିବା ସମୟରୁ ସେ ଏଭଳି କରି ଆସୁଛନ୍ତି। ତେବେ ତାଙ୍କର ଏହି କାର୍ଯ୍ୟକୁ ପରିବାରର କୌଣସି ସଦସ୍ୟ ବିରୋଧ କରିନାହାନ୍ତି। ସେ ଜାଣନ୍ତି ଈଶ୍ୱର ଏକ ଏବଂ ଅଦ୍ୱିତୀୟ। ପ୍ରତ୍ୟେକ ମଣିଷକୁ ଭଲପାଇବା ସବୁଠୁ ବଡ ଧର୍ମ ବୋଲି ସେ ବିବେଚନା କରନ୍ତି। ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର। ଏଠାରେ ବିଭିନ୍ନ ଧର୍ମ ଓ ସମ୍ପ୍ରଦାୟର ଲୋକେ ବାସକରନ୍ତି। ବେଳେ ବେଳେ କେତେକ ବ୍ୟକ୍ତି ଅସହିଷ୍ଣୁ ଭାବ ପୋଷଣ କରି ସାମ୍ପ୍ରଦାୟିକ ସଂଘର୍ଷର କାରଣ ହେଉଥିବାବେଳେ ଶାହିନ୍‌ଙ୍କ ହିନ୍ଦୁ ଦେବଦେବୀ ପୂଜନ ତଥାକଥିତ ଲୋକଙ୍କ ପାଇଁ ଭଲ ଦୃଷ୍ଟାନ୍ତ କହିଲେ ଅତ୍ୟୁକ୍ତି ହେବନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି। କେହି ଯାତ୍ରା କରୁଥିବା ସମୟରେ ଏହି କ୍ୟୁଆର୍‌ ସ୍କାନ୍‌ କଲେ…

ସ୍ବାଧୀନତାର ମଣିଷ

ହାଯାଏ, ମଣିଷକୁ ସ୍ବାଧୀନତା ଦିଆଯାଇଛି। ମଣିଷ ସ୍ବାଧୀନ। ପୁଣି ସେହି ସ୍ବାଧୀନତାର ମର୍ମ ଉପଲବ୍ଧି କରି ସେ କର୍ମ ସମ୍ପାଦନ କଲେ ତା’ର ଜୀବନ ଠିକ୍‌ ବାଟରେ…

ଜନ ଆନ୍ଦୋଳନକୁ ଜନାର୍ଦ୍ଦନ ସାହା

ପଜିଲାପାଳଙ୍କ ଜନଶୁଣାଣିକୁ ନାପସନ୍ଦ କଲେ ଦେବଗଡ଼ ବାରକୋଟ ପଞ୍ଚାୟତବାସୀ, କାର୍ଯ୍ୟାଳୟରେ ତାଲା ପକେଇଲେ। ଦେଢ଼ କିଲୋମିଟର ରାସ୍ତା ଧୂଳି ଉଡିବାରେ ଜୀବନଯାତ୍ରା ବେହାଲ ହେବାରୁ ଅଭିଯାନ ଆରମ୍ଭ…

ଭାରତ କ’ଣ ପାଇଲା

ଜୁନ୍‌ ୧୭ରେ ଏକ ଖବର ପ୍ରକାଶ ପାଇଥିଲା, ଆମେରିକା ଇଣ୍ଡୋ-ପାସିଫିକ କମାଣ୍ଡର ନାମ ବଦଳାଇ ପୁଣିଥରେ ‘ପାସିଫିକ କମାଣ୍ଡ’ କରିଦେଇଛି। କଶ୍ମୀରର ଏକ ଭୁଲ୍‌ ମାନଚିତ୍ର ସହିତ…

ଝାଡୁ ଓ କଲମ

ତାକୁ ଗୋଟେ କୋଣକୁ କିଆଁ ଫୋପାଡ଼ିଦେଲ? ସିଏ ତୁମ ଘରଦ୍ୱାର ସଫା କରିଦେଲା। ତୁମ ଘର ସଫା ରହିଲାରୁ ଲକ୍ଷ୍ମୀ ବିଜେ କଲେ। ଧନଧାନ୍ୟରେ ଘର ପୂରିଉଠିଲା।…

ଦୁଇ ବର୍ଷର ଅବିସ୍ମରଣୀୟ ବିକାଶ ଯାତ୍ରା

ଆଜି ଦିନଟି ଆଧୁନିକ ଓଡ଼ିଶାର ରାଜନୈତିକ ଚିତ୍ରପଟରେ ସବୁଦିନ ପାଇଁ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ବୋଧହୁଏ, ଆଜି ପର୍ଯ୍ୟନ୍ତ କୌଣସି ରାଜ୍ୟର ସଫଳତା ପାଳନ କରିବା…

ସ୍ମାର୍ଟ କୂଟନୀତି

ସମ୍ପ୍ରତି ଭାରତୀୟ ବୈଦେଶିକ ସେବା (ଆଇଏଫ୍‌ଏସ୍‌)କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମାଲୋଚନା ହେଉଛି ଏକ ନିରାଶାର ଅଭିବ୍ୟକ୍ତି। ଏଥିରୁ ଏକ ସ୍ପଷ୍ଟ ସତର୍କ ବାର୍ତ୍ତା ମିଳେ…

ଏଇ ଭାରତରେ

ଚାଇନା ବିଶ୍ୱରେ ଏକ ପ୍ରମୁଖ କାଗଜ ଉତ୍ପାଦନ କେନ୍ଦ୍ର ହେବାର ବହୁ ପୂର୍ବରୁ ଭାରତର ଏକ ଛୋଟ ଗାଁର ହାତତିଆରି କାଗଜର ଆଦୃତି ରହିଥିଲା ଏବଂ ପୂର୍ବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri