ଏଇ ଭାରତରେ

ବିଲୁପ୍ତପ୍ରାୟ ପକ୍ଷୀଙ୍କ ପାଇଁ ରହିଛି ରେସ୍ତୋରଁା। ଏ କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବା ସ୍ବାଭାବିକ। ଆମ ଦେଶର କାନପୁରର ଜୁଲୋଜିକାଲ ପାର୍କରେ ଖୋଲିଛି ଏହି ରେସ୍ତୋରଁା। କେବଳ ବିଲୁପ୍ତପ୍ରାୟ ପକ୍ଷୀଙ୍କ ପାଇଁ ଖୋଲାଯାଇଛି ଏହି ନିଆରା ରେସ୍ତୋରଁା। ଏହାଦ୍ୱାରା ୨ଟି ଉଦ୍ଦେଶ୍ୟ ପୂରଣ ହୋଇପାରିବ। ଗୋଟିଏ ହେଉଛି ମୃତ ପଶୁପକ୍ଷୀଙ୍କୁ ଏଣେତେଣେ ଫୋପାଡି ପରିବେଶ ଦୂଷିତ କରିବା ପ୍ରକ୍ରିୟାକୁ ରୋକିବା ଓ ଅନ୍ୟଟି ହେଉଛି ବିଲୁପ୍ତପ୍ରାୟ ଶାଗୁଣା ଓ ଚିଲଙ୍କ ବଂଶବୃଦ୍ଧି କରିବା। ଶାଗୁଣା ଏକାଠି ହେଲେ ବସା ବାନ୍ଧିିବେ। ପରେ ସେମାନଙ୍କ ବଂଶବୃଦ୍ଧି ହୋଇପାରିବ। ଏହା ହେଉଛି ଏକ ଓପନ୍‌ ରେସ୍ତୋରଁା। ଚାରିପଟରେ ଗଛ। ମଝିରେ ମଝିରେ କାଠର ବାଡା ଲଗାଯାଇ ଖୋଲା ଆକାଶ ତଳେ ଏହି ରେସ୍ତୋରଁା ତିଆରି କରାଯାଇଛି। ତେବେ ଚିଲ, ଶାଗୁଣାଙ୍କ ପରି ଅନ୍ୟ ଶିକାରି ପକ୍ଷୀଙ୍କ ଆଗମନକୁ ବାରଣ କରାଯାଇ ନାହିଁ। ମଝିରେ ମଝିରେ ଥିବା କାଠର ବାଡା ଉପରେ ଆରାମରେ ଖାଦ୍ୟ ଖାଇବା ସହ ପୋଖରୀରୁ ପାଣି ପିଇବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏଠାରେ ଥିବା ପ୍ରାଣୀ ଚିକିତ୍ସକଙ୍କ ମତରେ ପୂର୍ବରୁ ମୃତ ପଶୁପକ୍ଷୀଙ୍କୁ ଏଣେତେଣେ ପକାଯାଉଥିଲା। ବର୍ଷା ସମୟରେ ଏଥିରୁ ଦୁର୍ଗନ୍ଧ ବାହାରି ପରିବେଶ ଦୂଷିତ ହେଉଥିଲା। ଏବେ ଏହି ରେସ୍ତୋରଁା ଖୋଲିବା ଫଳରେ ପକ୍ଷୀ ମୃତ୍ୟୁସଂଖ୍ୟା ହ୍ରାସ ପାଇଛି। ଅନ୍ୟପଟେ ବିଲୁପ୍ତପ୍ରାୟ ପକ୍ଷୀଙ୍କର ସଂରକ୍ଷଣ ବି ହୋଇପାରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଗତି ଓ ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ ମାନବୀୟ ବିଚାରବୋଧରୁ ବିକଶିତ ସାମାଜିକ ଜୀବନଧାରା ହେଉଛି ସଂସ୍କୃତି। ରୀତିନୀତି,ଧର୍ମକର୍ମ, ଖାଦ୍ୟପେୟ, ବେଶପୋଷାକ,ପର୍ବପର୍ବାଣି ଓ ପ୍ରଥା-ପରମ୍ପରା ଇତ୍ୟାଦି ତା’ର ଅଙ୍ଗୀଭୂତ...

ପଞ୍ଜାବରେ ଗ୍ୟାଙ୍ଗ୍‌ୱାର

ଖ୍ୟାତନାମା ପଞ୍ଜାବୀ ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୂସଓ୍ବୋଲା ନାମରେ ପରିଚିତ ଶୁଭଦୀପ୍‌ ସିଂ ସିଦ୍ଧୁଙ୍କୁ ୨୯ ମେ’ରେ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା...

ଦୃଷ୍ଟି ଓ ଦୃଷ୍ଟିଭଙ୍ଗୀ

ଘାସିରାମ ପଣ୍ଡା ଚଉସ୍ତରି ମସିହା ପୂର୍ବରୁ ଆମ ଗାଁରେ ବିଦ୍ୟାଳୟ ନ ଥିଲା। ଗାଁ ଲୋକଙ୍କ ପ୍ରୟାସରେ ଝାଟିମାଟିର ଘର କରି ଚାଳିଆରେ ବିଦ୍ୟାଳୟ ଆରମ୍ଭ...

ପଞ୍ଜାବର ନୂଆ ମୁହଁ

ନିକଟରେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ମଣିପୁର, ଗୋଆ ଓ ପଞ୍ଜାବରେ ବିଧାନସଭା ନିର୍ବାଚନ ଫଳ ପ୍ରକାଶ ପାଇଛି। ଅନ୍ୟ ଚାରିଟି ରାଜ୍ୟରେ ଭାରତୀୟ ଜନତା ପାର୍ଟି (ଭାଜପା)...

ନୀତି କାର୍ଯ୍ୟକାରୀ ହେଉ

ଏବକାର ମାନ୍ଦା ଅର୍ଥ ବ୍ୟବସ୍ଥାରେ ରିୟଲ ଇଷ୍ଟେଟର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହାସହ ଏହି ସେକ୍ଟର ପ୍ରଚୁର ରୋଜଗାର ସୃଷ୍ଟି କରିଥାଏ। ରିୟଲ ଇଷ୍ଟେଟର ଅନ୍ୟ...

ଧର୍ମଭୀରୁ ନେତା ଓ ଧର୍ମଛଡ଼ା ଭୋଟର

ଅଧ୍ୟାପକ ନିରଞ୍ଜନ ପାଢ଼ୀ ଗତ କେଇ ସପ୍ତାହ ହେଲା ସମ୍ବାଦପତ୍ରଠୁ ଆରମ୍ଭ କରି ବିଭିନ୍ନ ଟିଭି ଚାନେଲ ଯାଏ, ସବୁଠି ଖାଲି ନିର୍ବାଚନର ଚର୍ଚ୍ଚା। ସେପଟେ...

Dillip Cherian

ଧିମାନ ଜିତିଲେ

ହିମାଚଳପ୍ରଦେଶରେ ଆଗକୁ ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ଉକ୍ତ ରାଜ୍ୟ ରାମ ଦାସ ଧିମାନଙ୍କୁ ନୂଆ ମୁଖ୍ୟ ଶାସନ ସଚିବ ଭାବେ ପାଇଛି। ୧୯୮୮...

ସଡ଼କ ନିରାପତ୍ତାର ଆହ୍ବାନ

ଈପ୍ସିତା ମହାନ୍ତି ପ୍ରତି ମୁହୂର୍ତ୍ତରେ ଆମ ଦେଶର କୋଣ ଅନୁକୋଣରେ ଘଟିଚାଲିଛି ଛୋଟବଡ଼ ସଡ଼କ ଦୁର୍ଘଟଣା। ବର୍ଷକୁ ବର୍ଷ ଦେଶରେ ଏଥିଜନିତ ସାଧାରଣ ଆହତ, ଗୁରୁତର...

Advertisement
Archives

Model This Week