ଏଇ ଭାରତରେ

ବିହାରର ଭାଗଲପୁର ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ ତାଙ୍କ ପ୍ରେମିକ ସହ ବିବାହ କରାଇ ଦେଇଛନ୍ତି। କେବଳ ସେତିକି ନୁହେଁ, ଉପହାର ସ୍ବରୂପ ସେ ନିଜ ଅଢ଼େଇ ବର୍ଷର ପୁଅକୁ ମଧ୍ୟ ସ୍ତ୍ରୀଙ୍କ ହାତରେ ଟେକି ଦେଇଛନ୍ତି। ଏହି ଘଟଣା ଏବେ ଭାଗଲପୁରରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଗାଁର ଅନେକ ଲୋକ ଏହି ବିବାହର ସାକ୍ଷୀ ରହିଛନ୍ତି। ଘଟଣାଟି ଭାଗଲପୁର ଖିସିବାନ୍ଦ ପଞ୍ଚାୟତର ସାଲେପୁର ଗାଁର। ଏଠାରେ ଜଣେ ବ୍ୟକ୍ତି ଘରଭଡ଼ା ନେଇ ସ୍ତ୍ରୀ ଓ ଗୋଟିଏ ପୁଅ ସହ ରହୁଥିଲେ। କିଛିଦିନ ତଳେ କୌଣସି ଏକ ମାମଲାରେ ଉକ୍ତ ବ୍ୟକ୍ତିଙ୍କୁ ଜେଲ ଯିବାକୁ ପଡ଼ିଥିଲା। ସେ ଜେଲ୍‌ରେ ଥିବାବେଳେ ତାଙ୍କ ସ୍ତ୍ରୀଙ୍କର ଘର ମାଲିକଙ୍କ ପୁଅ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଉକ୍ତ ବ୍ୟକ୍ତି ଜଣକ ଜେଲରୁ ଫେରିବା ପରେ ସ୍ତ୍ରୀଙ୍କ ପ୍ରେମ କାହାଣୀ ସମ୍ପର୍କରେ ସୂଚନା ପାଇଥିଲେ। ଦିନେ ପଞ୍ଚାୟତ ଡାକି ସରପଞ୍ଚଙ୍କ ଉପସ୍ଥିତିରେ ସ୍ତ୍ରୀଙ୍କର ବିବାହ ଉକ୍ତ ଘର ମାଲିକଙ୍କ ପୁଅ ସହ କରିବାକୁ ପ୍ରସ୍ତାବ ଦେଇଥିଲେ। ଏଥିରେ ପଞ୍ଚାୟତ ରାଜି ହୋଇଯିବାରୁ ସେ ସ୍ତ୍ରୀଙ୍କର ବିବାହ କରିଦେବା ସହ ନିଜ ଅଢ଼େଇ ବର୍ଷର ପୁଅକୁ ଉପହାର ଆକାରରେ ଦେଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ କରୋନା ବିରୋଧୀ ଲଢ଼େଇରେ ସାଧାରଣ ଜନତା ଯଥାଶକ୍ତି ସରକାରଙ୍କୁ ସହଯୋଗ କରୁଥିବାବେଳେ ତାମିଲନାଡୁର ଜଣେ ବ୍ୟକ୍ତିଙ୍କ ଯୋଗଦାନ ପ୍ରେରଣା ପାଲଟିଛି। ପୁଡୁଚେରିର ରାମନାଥପୁରମ୍‌ ନିବାସୀ...

ବଡ଼ମାନଙ୍କ ବାରଣନାମା

ଚିତ୍ର ଚରିତ୍ର/ ଅଧ୍ୟାପକ ନିରଞ୍ଜନ ପାଢ଼ୀ ଶିଶୁଟିଏ ଜନ୍ମହୋଇ ତା’ ଟିକି ଟିକି ଆଖିରେ ଏ ଦୁନିଆକୁ ଚିହ୍ନିବା ପରଠାରୁ ଶେଷ ଶଯ୍ୟାରେ ଚିରଦିନ ପାଇଁ...

ପ୍ରତିବାଦ

ପ୍ର. ପ୍ରଫୁଲ୍ଲ କୁମାର ମହାନ୍ତି ପ୍ରତିବାଦ ଏକ ପ୍ରତିକୂଳ ଉକ୍ତି। ପ୍ରତିବାଦ ଗୋଟିଏ ମତବାଦ ବି। ନିୟମ, ଆଇନ, ବ୍ୟବସ୍ଥା, ଆଦର୍ଶ ବିରୋଧରେ ଏକ ଭିନ୍ନମତର...

ଅମୃତର ନାଭି

ଡ. ଲାବଣ୍ୟଚନ୍ଦ୍ର ସାହୁ ଗାଈ ବା ଗାଭୀକୁ ବେଦରେ ଅମୃତର ନାଭି କୁହାଯାଇଛି- ”ମାତା ରୁଦ୍ରାଣାଂ ଦୁହିତା ବସୂନାଂ ସ୍ବସାଦିତ୍ୟାନାମମୃତସ୍ୟ ନାଭିଃ।“ ଅର୍ଥାତ୍‌ ଗାଈ ହେଉଛି...

ଅସଙ୍ଗଠିତ ଶ୍ରମିକଙ୍କ ଦୁଃଖ

ଅସଙ୍ଗଠିତ ଶ୍ରମଜୀବୀ ସଙ୍ଗଠିତ ହୋଇ ନ ଥିବାରୁ ସେମାନଙ୍କ ଦୈନନ୍ଦିନ ସମସ୍ୟା ସମାଧାନ କରିବା ଦିଗରେ କୌଣସି ସଙ୍ଗଠିତ ଉଦ୍ୟମ ହୁଏନାହିଁ। ଇଟା, ପଥର, ଗୃହନିର୍ମାଣ,...

ଅପ୍ରତ୍ୟାଶିତ ପ୍ରାକୃତିକ ବିତ୍ପାତ

ଡ. ନରେନ୍ଦ୍ର ସେଠୀ ଉତ୍ତରାଖଣ୍ଡର ଚାମୋଲି ଜିଲାରେ ଗ୍ଲେସିୟର ତରଳିବା ପରେ ହଠାତ୍‌ ଆସିଥିବା ପାଣିରେ ଅନେକ ଲୋକ ଭାସିଗଲେ। ଘଟଣା ଏତେ ଭୟଙ୍କର ଥିଲା...

ହାର୍‌ ମାନିବା ନାହିଁ

ନିରନ୍ତର ସାଧନା ଓ ପ୍ରଚେଷ୍ଟା ପରେ ମଧ୍ୟ ବେଳେବେଳେ କାର୍ଯ୍ୟରେ ସଫଳତା ମିଳି ନ ଥାଏ। ଏଭଳି କ୍ଷେତ୍ରରେ ବ୍ୟକ୍ତି ନିରାଶ ହୋଇ ଚେଷ୍ଟା ଛାଡ଼ିଦିଏ...

ମୂଳୁ ମାରିବା ଆସ

ଶ୍ରୁତକୀର୍ତ୍ତି ତ୍ରିପାଠୀ   ‘ନିଶା ନିବାରଣ’ କିମ୍ବା ନିଶାକୁ ଛାଡ଼ିବା କଥା ପଡ଼ିଲାମାତ୍ରେ ଏହାଦ୍ୱାରା ଉପୁଜୁଥିବା ସୁବିଧା ଓ ଅସୁବିଧାକୁ ନେଇ ଅନେକଙ୍କ ମନରେ ଅନେକ...

Advertisement
Archives

Model This Week