ଏଇ ଭାରତରେ

ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ଏବେ ଟ୍ରାଫିକ୍‌ ନିୟମ କଡ଼ାକଡ଼ି କରାଯାଇଛି। ରାସ୍ତାରେ ଗାଡ଼ି ଚଳାଇବା ସମୟରେ ହେଲମେଟ୍‌ ପିନ୍ଧିବାକୁ ରାଜ୍ୟ ସରକାର ବାଧ୍ୟତାମୂଳକ କରିଛନ୍ତି। ଏନେଇ ସଚେତନତା ବାର୍ତ୍ତା ଘରେ ଘରେ ପହଞ୍ଚିଥିବା ମନେହେଉଛି। ଏହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ମିରଟର ଏକ ବିବାହ ଉତ୍ସବରେ। ମୁଖ୍ୟମନ୍ତ୍ରୀ ସାମୂହିକ ବିବାହ ଯୋଜନାରେ ଜଣେ ଝିଅ ବାଇକ୍‌ରେ ବିଦାହୋଇଛନ୍ତି। ବାହା ହୋଇ ଶାଶୁଘର ଯିବା ପୂର୍ବରୁ ନବବିବାହିତା କନ୍ୟା ବରକୁ ହେଲମେଟ୍‌ ପିନ୍ଧାଇବା ପରେ ଗାଡ଼ିରେ ବସିଛନ୍ତି। ସ୍ଥାନୀୟ ଆଶୀର୍ବାଦ ରିସର୍ଟରେ ଏକ ସାମୂହିକ ବିବାହରେ କନ୍ୟା ନଜ୍‌ମାଙ୍କ ବିବାହ ବର ନଦିମ୍‌ଙ୍କ ସହିତ ହୋଇଥିଲା। ବିବାହ ପରେ ନଜ୍‌ମାଙ୍କୁ ନେବାକୁ ନଦିମ୍‌ ବାଇକ୍‌ ଧରି ପହଞ୍ଚିଥିଲେ। ତେବେ ନଜ୍‌ମା ବାଇକ୍‌ରେ ବସିବା ପୂର୍ବରୁ ନଦିମ୍‌ଙ୍କୁ ହେଲମେଟ୍‌ ପିନ୍ଧାଇଥିଲେ। ଦୁଇଚକିଆ ମୋଟରଗାଡି ଚଳାଇବା ପୂର୍ବରୁ ହେଲ୍‌ମେଟ୍‌ ପିନ୍ଧିବା ଯେ ନିହାତି ଆବଶ୍ୟକ ତାହା ନବବିବାହିତ କନ୍ୟା ନିଜ କାର୍ଯ୍ୟ ମାଧ୍ୟମରେ ଜଣାଇ ଦେଇଛନ୍ତି। ଏହି ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜମ୍ମୁ-କଶ୍ମୀରର ବିକାଶ ଚିତ୍ର

ଡ. ସନ୍ତୋଷ କୁମାର ମହାପାତ୍ର କେନ୍ଦ୍ର ସରକାରଙ୍କ ଜମ୍ମୁ-କଶ୍ମୀର ନିଷ୍ପତ୍ତି ସପକ୍ଷରେ ଅନେକ ଯୁକ୍ତି ମଧ୍ୟରୁ ଏକ ପ୍ରମୁଖ ଯୁକ୍ତି ହେଉଛି ଧାରା ୩୭୦ ଓ...

ମାଆର ଡାକ

ଡ.ନରହରି ବେହେରା ଆମ ଗାଁର ନଟ ଯୋଉଦିନ କେରଳର ଗୋଟେ କମ୍ପାନୀରେ ଚାକିରି ପାଇଲା ସେଦିନ ତା’ ମାଆ କମଳିର ଆନନ୍ଦ କହିଲେ ନ ସରେ।...

ନଦୀ ସଂଯୋଗୀକରଣ: ସମସ୍ୟା ନା ସମାଧାନ

ସବ୍ୟସାଚୀ ଅମିତାଭ ବର୍ତ୍ତମାନ ସମୟରେ ସାରା ଦେଶରେ ଜଳ ସମସ୍ୟା ଯେପରି ଉତ୍କଟ ରୂପ ଧାରଣ କଲାଣି, ଆଗାମୀ ଦିନରେ ଏହା ବିଷମ ପରିସ୍ଥିତି ସୃଷ୍ଟି...

ଏଇ ଭାରତରେ

ନବଜାତ ଶିଶୁଙ୍କୁ ସୁସ୍ଥ ହେବା ପାଇଁ ଚେଙ୍କ ଦେବା ଭଳି ଅନ୍ଧବିଶ୍ୱାସ ବିଭିନ୍ନ ଅଞ୍ଚଳରେ ପ୍ରଚଳିତ ଥିବାବେଳେ ଉତ୍ତରପ୍ରଦେଶରେ ଦେଖିବାକୁ ମିଳେ ଆଉ ଏକ ଯନ୍ତ୍ରଣାଦାୟକ...

ଏଇ ଭାରତରେ

ଆସାମ ତିନସୁକିଆର ୪୦ବର୍ଷୀୟ ଡି. କ୍ରିଷ୍ଣ କୁମାର ସ୍କୁଟରରେ ମା’ଙ୍କୁ ୧୭ଟି ତୀର୍ଥସ୍ଥଳ ଭ୍ରମଣ କରାଇବାକୁ ବାହାରି ପଡିଛନ୍ତି। ପାଖାପାଖି ୪୦,୩୮୦ କିଲୋମିଟର ଭ୍ରମଣ କରିବାର...

ପ୍ରକୃତ ପ୍ରାଣୀ କଲ୍ୟାଣ

ମାନେକା ଗାନ୍ଧୀ ସବୁଠାରୁ ବାଜେ ଜିନିଷ ମଧ୍ୟରୁ ଗୋଟିଏ ହେଉଛି change.com ନାମକ ଏକ ଅନ୍ତର୍ଜାତୀୟ ଓ୍ବେବ୍‌ସାଇଟ୍‌। ଏହାର କାର୍ଯ୍ୟାଳୟ ଅନେକ ଦେଶରେ ଅଛି ଏବଂ...

କେତେ ସଫଳ ସଙ୍ଗରୋଧ

ସହଦେବ ସାହୁ ଲକ୍‌ଡାଉନ୍‌ ଓ ସୋସିଆଲ୍‌ ଡିଷ୍ଟାନ୍ସିଂ ଜୀବନ ବଞ୍ଚାଉଛି କି- ଏ ପ୍ରଶ୍ନର ଉତ୍ତର ଦେବା ପାଇଁ ଆମକୁ ଇତିହାସ ଦେଖିବାକୁ ପଡ଼ିବ। ୨୦୧୯...

ଅବହେଳିତଙ୍କ ସ୍ବର ଆଜି ନିଷ୍ପ୍ରଭ

ଡ. ସନ୍ତୋଷ କୁମାର ମହାପାତ୍ର ସମ୍ପ୍ରତି ବିଶ୍ୱରେ ଉଭୟ ରାଜନୈତିକ, ଅର୍ଥନୈତିକ ଦୃଶ୍ୟପଟରେ ଯେଉଁ ବଡ଼ ପରିବର୍ତ୍ତନ ଘଟୁଛି ସେଥିରେ ଧନୀ ଅଧିକ ଧନୀ, କ୍ଷମତାଶାଳୀ...

Play 250+ Trending Games
Archives

Model This Week

Why Dharitri