ଏଇ ଭାରତରେ

ଦିବ୍ୟାଙ୍ଗଙ୍କୁ ସଶକ୍ତ କରିବା ସହ ସେମାନଙ୍କୁ ରୋଜଗାର ଦେବାରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଉଦାହରଣ ସୃଷ୍ଟି କରିଛନ୍ତି। ୧୦୦ରୁ ଅଧତ୍କ ଦିବ୍ୟାଙ୍ଗ ସେମାନଙ୍କ ସମୁଦାୟ ପାଇଁ ଭିନ୍ନ ଧରଣର ପୋଷାକ ତିଆରି କରୁଛନ୍ତି। ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଦିଲ୍ଲୀ କଳା ଓ ବାଣିଜ୍ୟ କଲେଜ( ଡିସିଏସି)ର ଛାତ୍ରୀଛାତ୍ରଙ୍କ ଏକ ଟିମ୍‍ର ନେତୃତ୍ୱରେ ପ୍ରୋଜେ ରିୟାତଦ୍ୱାରା ଏହି କାର୍ଯ୍ୟ ଚାଲୁଛି। ଏହି ପ୍ରୋଜେ ୨୦୨୩ରେ ଗଠନ କରାଯାଇଥତ୍ଲା ଓ ତାହାର ମୁଖ୍ୟ ଥତ୍ଲେ ଅଭିଶି ।
ଏବେ ମିଶା ଉରୋଜ ଏହାର ମୁଖ୍ୟ ଭାବେ ଦାୟିତ୍ୱ ତୁଲାଉଛନ୍ତି। ଡିସିଏସିର ଟିମ୍‍ ସର୍ଭେ କରି ଏହି ଦିବ୍ୟାଙ୍ଗଙ୍କୁ ଚିହ୍ନଟ କରି ଟେଲର ମାଷ୍ଟରଙ୍କ ମାଧ୍ୟମରେ ପ୍ରଶିକ୍ଷଣ ଦେଇଛନ୍ତି। ଏହିସବୁ କାର୍ଯ୍ୟ ଛାତ୍ରୀଛାତ୍ରମାନେ ଦିଲ୍ଲୀସ୍ଥିତ ଅଣ ଲାଭକାରୀ ସଂସ୍ଥା ଫ୍ୟାମିଲି ଅଫ୍‍ ଡିଜାବିଲିଟି(ଏଫ୍‍ଓଡି)ର ଭାଗୀଦାରିରେ କରୁଛନ୍ତି। ପ୍ରତିଦିନ କଲେଜରେ ପଢ଼ା ପରେ ସନ୍ଧ୍ୟା ୬ଟାରେ ଏହି କାମ ପାଇଁ ସେମାନେ ଆଲୋଚନା କରୁଛନ୍ତି। ଦିବ୍ୟାଙ୍ଗଙ୍କ ଦ୍ୱାରା ତିଆରି ପୋଷାକଗୁଡ଼ିକୁ ପ୍ରୋଜେର େଓ୍ବବ୍‍ସାଇଟରେ ବିକ୍ରି ପାଇଁ ଅର୍ଡର ସଂଗ୍ରହ କରାଯାଉଛି। ପୋଷାକର ମୂଲ୍ୟ ୧,୦୦୦ରୁ ୧୫୦୦ ମଧ୍ୟରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମ ପାଖଲୋକ

ମହାନ୍ତିବାବୁ ଛୋଟ ମୋଟ ଖଟିରେ ମଞ୍ଚ ସଞ୍ଚାଳନ କରୁଥିବା କଥା ତାଙ୍କ ପାଖଲୋକ ଜାଣିଥିଲେ। ନୂଆକରି କାର୍ଯ୍ୟରେ ଯୋଗ ଦେଇଥିବା ଅଧିକାରୀ କମ୍ପାନୀର ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ…

ଶିଶୁ ସାହିତ୍ୟରେ ବିଜ୍ଞାନ

ବୈଜ୍ଞାନିକ ଆବିଷ୍କାର ଓ ଉଦ୍ଭାବନ ଆମ ଜୀବନଶୈଳୀକୁ ପ୍ରଭାବିତ କରେ। ବିଜ୍ଞାନର ପ୍ରୟୋଗ ସଭ୍ୟତା, ସାମାଜିକ ଚଳଣି ଓ ସଂସ୍କୃତିକୁ ପରିବର୍ତ୍ତନ କରେ। ଜୀବନ ସହିତ ସାହିତ୍ୟର…

ବୁଦ୍ଧଙ୍କ ଜୀବନ କଥାରେ ଭିନ୍ନତା

ରାମାୟଣର ପାରମ୍ପରିକ କଥାକୁ ନେଇ ଅନେକ ସଂସ୍କରଣ ଅଛି। ହେଲେ ସେଥିମଧ୍ୟରେ ସଂସ୍କୃତ ରାମାୟଣକୁ ମୂଳ ରାମାୟଣ ବୋଲି ସ୍ବୀକାର କରାଯାଏ। ଏହିସବୁ ସଂସ୍କରଣର ବିଭିନ୍ନ କାହାଣୀ…

ସୃଜନଶୀଳତାର ପରିଭାଷା

ଗୋଟିଏ ରାଷ୍ଟ୍ରର ସାର୍ବଭୌମତ୍ୱର ସୁରକ୍ଷା ଓ ରାଷ୍ଟ୍ରର ନିର୍ମାଣ ନିମନ୍ତେ ସମ୍ପତ୍ତି ଏବଂ ସାମରିକ ଶକ୍ତିର ଆବଶ୍ୟକତା ରହିଛି। କିନ୍ତୁ ଏହା ଗୋଟିଏ ଜାତିର ଅନ୍ତର୍ନିହିତ ଶକ୍ତି…

ଫୁଲ ବଜାର ଅଭାବ

ଓଡ଼ିଶା ପାଖରେ ପ୍ରଚୁର ପରିମାଣର ବିଭିନ୍ନ ଖଣିଜ ଦ୍ରବ୍ୟ ଗଚ୍ଛିତ ଅଛି। ହେଲେ ଆମେ ଏ ପର୍ଯ୍ୟନ୍ତ ଶିଳ୍ପ ବିକଶିତ ରାଜ୍ୟ ହୋଇପାରିନାହୁଁ। ଅବଶ୍ୟ ଖଣିଜ ଦ୍ରବ୍ୟ…

ଜିଦିରୁ ବଢ଼ୁଛି ଉତ୍ତେଜନା

ଇରାନ୍‌ ସହ ଶାନ୍ତିଚୁକ୍ତି ବିଳମ୍ବ ହେବା ଦେଖି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କ୍ଷୁବ୍ଧ ହୋଇ ତେହରାନ ଉପରେ ପୁନଶ୍ଚ ଆକ୍ରମଣ କରିବେ ବୋଲି କିଛିଦିନ ହେବ…

ଏଇ ଭାରତରେ

ଅଶୋକ ଗୁପ୍ତାଙ୍କ ବୟସ ୨୧। ହେଲେ ପରିବେଶ ସମ୍ପର୍କିତ ଉନ୍ନତ ବିଚାର ତାଙ୍କୁ ସମାଜରେ ଭିନ୍ନ ପରିଚୟ ଦେଇଛି। ସେ ଉତ୍ତରପ୍ରଦେଶର ମନୋରମା ନଦୀକୁ ସଫା କରିପାରିଛନ୍ତି।…

ପିଲାଶୂନ୍ୟ ପଡ଼ିଆ

ଖେଳ ପଡ଼ିଆ ଆଜିକାଲି ମେଲା ପଡୁଛି। କେଉଁଠି ଘାସ ଉଠି ଗଲାଣି ତ କେଉଁଠି ଅନାବାନା ଗଛପତ୍ରରେ ଅସନା ହୋଇଗଲାଣି। ଯେଉଁଠି ପିଲାଙ୍କର ଗହଳଚହଳ ଲାଗି ରହୁଥିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri