ଏଇ ଭାରତରେ

ନିଷ୍ଠା ଓ ଇଚ୍ଛାଶକ୍ତି ସଫଳତା ପାଇଁ ବାଟ କଢ଼ାଇ ନିଏ, ଯାହା ଘଟିଛି କେରଳର ଆର୍‌. ବିଶ୍ୱନଙ୍କ କ୍ଷେତ୍ରରେ। ପିଲାଦିନେ ଅସହାୟ ଜୀବନ କଟାଇବା ପରେ ସେ ଏବେ ମହୁଚାଷ କରି ବର୍ଷକୁ ୨୫ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ତାଙ୍କ ଫାର୍ମରେ ଏବେ ୬,୦୦୦ ମହୁବାକ୍ସ ଅଛି ଓ ସେଥିରୁ ବର୍ଷକୁ ୯୦-୧୧୦ ଟନ୍‌ ମହୁ ଉପତ୍ାଦନ ହେଉଛିି। ବିଶ୍ୱନଙ୍କ ଜନ୍ମ ଥିରୁଭାନନ୍ତପୁରମ ଜିଲା ନେୟାତିନ୍‌କାରା ଗାଁରେ। ଗାଁ ଲୋକ ଭାରି ଅନ୍ଧବିଶ୍ୱାସୀ । ସେ ପରିବାର ପାଇଁ ଅମଙ୍ଗଳ ବୋଲି କେତେଜଣ ଜ୍ୟୋତିଷ ତାଙ୍କ ମାତାପିତାଙ୍କୁ କହିବା ପରେ ବିଶ୍ୱନଙ୍କ ଜୀବନ ଅନ୍ଧକାର ହୋଇଯାଇଥିଲା। ତାଙ୍କୁ ପିଲାଙ୍କ ସହ ଖେଳିବାକୁ ଦିଆଯାଉ ନ ଥିଲା। ଏମିତିକି ତାଙ୍କ ପିତାଙ୍କ ବ୍ୟବସାୟରେ କ୍ଷତି ହେବାରୁ ପରିବାର ମାଳପୁରମ ଜିଲାର ନୀଳାମ୍ବୁରକୁ ଚାଲିଯାଇଥିଲେ। ହେଲେ ବିଶ୍ୱନଙ୍କୁ ରାସ୍ତାରେ ମାତ୍ର ୭ ବର୍ଷ ବୟସରେ ଛାଡ଼ି ଚାଲିଯାଇଥିଲେ। ବିଶ୍ୱନ ଦିନରେ ରାସ୍ତାକଡ଼ରେ ଓ ରାତିରେ ଫସଲ ଜଗିବା ଲାଗି ତିଆରି ହୋଇଥିବା ଟ୍ରି ହାଉସରେ ରହୁଥିଲେ। ଏପରିକି ତାଙ୍କୁ ଖାଦ୍ୟ ଚୋରି କରିବାକୁ ପଡ଼ିଥିଲା ଓ ଧରାପଡ଼ିବା ପରେ ଦୋକାନୀ ମାଲିକ ବିଶ୍ୱନଙ୍କୁ ଗାଈଚରା କାମରେ ଲଗାଇଥିଲେ। ଏହା ଥିଲା ୧୯୭୦ ଦଶକର ଘଟଣା। ଗାଈ ଜଗିବା ସମୟରେ ସେ ମହୁମାଛିମାନଙ୍କୁ ଦେଖିବା ପରେ ଚାଷ କରିବାକୁ ମନ ବଳାଇଥିଲେ। ପରେ ସେ ଗାଈଜଗା କାମ ଛାଡ଼ି ପ୍ରଥମେ ବଜାରରୁ ଗୋଟିଏ ମହୁ ବାକ୍ସ କିଣି ମହୁମାଛି ପାଳନ କରିଥିଲେ। ସେ ସମୟରେ ତାଙ୍କ ବୟସ ଥିଲା ୧୩।


Enter your email to get our daily news in your inbox.

All Right Reserved By Dharitri.Com

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

ଦୁଇ ଆଞ୍ଚଳିକ ପ୍ରତିଦ୍ୱନ୍ଦ୍ୱୀ

ନିକଟରେ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ଭାରତ ଗସ୍ତରେ ଆସିଥିଲେ। ସେତେବେଳେ ସେ କହିଥିଲେ, ଭାରତ ହେଉଛି ଆମେରିକାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ଭାଗୀଦାରି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri