ଏଇ ଭାରତରେ

ପ୍ରେମ ଦୁଇ ଆତ୍ମାର ମିଳନ ଘଟାଏ। ଏଥିରେ ଲିଙ୍ଗଗତ ଭେଦଭାବ କିଛି ନ ଥାଏ। ଏ କଥା ବୁଝିଛନ୍ତି କୋଲକାତାର ଦୁଇ କିନ୍ନର ତିସ୍ତା ଦାସ (ଟ୍ରାନ୍ସଓମ୍ୟାନ୍‌) ଏବଂ ଦୀପନ ଚକ୍ରବର୍ତ୍ତୀ (ଟ୍ରାନ୍ସମ୍ୟାନ୍‌)। ଅଗଷ୍ଟ ୮ ତାରିଖରେ ସେମାନେ ପାରମ୍ପରିକ ବିଧିବିଧାନ ମତେ ବିବାହ କରିବାକୁ ଯାଉଛନ୍ତି। ଦୁହେଁ ନିଜସ୍ବ କ୍ଷେତ୍ରରେ ସୁପ୍ରତିଷ୍ଠିତ। କୋଲକାତାର ବାସିନ୍ଦା ତିସ୍ତା କେତୋଟି ପ୍ରାମାଣିକ ଚଳଚ୍ଚିତ୍ରରେ କାମ କରିଛନ୍ତି। ଦୀପନ ହେଉଛନ୍ତି ଆସାମର ବାସିନ୍ଦା ତଥା ବ୍ୟବସାୟୀ। ସେ କୋଲକାତାସ୍ଥିତ ସେଣ୍ଟର ଫର କନସଲଟେଶନ୍‌କୁ ଆସିଥିବାବେଳେ ଦୁହିଁଙ୍କର ସାକ୍ଷାତ୍‌ ହୋଇଥିଲା। ତା’ପରଠୁ ଦୁହେଁ ପରସ୍ପରକୁ ଭଲପାଇ ବସିଥିଲେ। ତିସ୍ତା ଦାସ ବର୍ତ୍ତମାନ ବିବାହ ଆୟୋଜନ କରିବାରେ ବ୍ୟସ୍ତ ଥିବାବେଳେ ନିମନ୍ତ୍ରଣପତ୍ର ମଧ୍ୟ ଛପା ସରିଲାଣି। ଯେଉଁମାନେ ଲିଙ୍ଗଗତ-ଅଧିକାରରେ ସମାନତା ଉପରେ ବିଶ୍ୱାସ କରନ୍ତି, ସେମାନେ ଏହି ବିବାହ ଉତ୍ସବରେ ଯୋଗଦେବା ଉଚିତ ବୋଲି ସେ ମତ ଦେଇଛନ୍ତି। ଉଭୟ ଅତୀତରେ ସେକ୍ସ ରିଆସାଇନ୍‌ମେଣ୍ଟ ସର୍ଜରି (ଏସ୍‌ଆରଏସ୍‌) କରାଇ ସାରିଛନ୍ତି। ଦୁହେଁ ବିବାହ ନିମନ୍ତ୍ରଣପତ୍ରରେ ସମକାମୀ ମହିଳା ଓ ସମକାମୀ ପୁରୁଷ ବିବାହ ଉପରେ ପ୍ରାଧାନ୍ୟ ଦେଇଛନ୍ତି। ଉକ୍ତ ଦମ୍ପତି ଉତ୍ତର ୨୪ ପ୍ରଗଣା ଜିଲାର ଆଗରପଡାଠାରେ ଏକ ରିସେପ୍ସନ ପାର୍ଟି ଆୟୋଜନ କରିବେ। ଉକ୍ତ କିନ୍ନର ବିବାହ ପାଇଁ ବର୍ତ୍ତମାନ ସବୁଠି ଚର୍ଚ୍ଚା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଘର ଘର ବୁଲି ହେଉ କିମ୍ବା ରାସ୍ତାକଡରେ ବସି ଖବରକାଗଜ ବିକ୍ରି କରୁଥିବା ଜଣେ ଯୁବକ କ୍ୟାଟ୍‌‌(ସିଏଟି)ରେ ୯୯.୮୬ ନମ୍ବର ରଖିବା କିଛି କମ୍‌ ନୁହେଁ।...

ଏଇ ଭାରତରେ

କର୍ପୋରେଟ୍‌ ଚାକିରିର ଉଚ୍ଚ ଦରମାଠାରୁ ଅସହାୟ ପିଲାମାନଙ୍କ ଶିକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ଅନୁଭବ କରିଛନ୍ତି କୁଶଲ ରାଜ ଚକ୍ରବର୍ତ୍ତୀ। ବେଙ୍ଗାଲୁରୁର ଏହି ବ୍ୟକ୍ତି ଜଣକ...

ମୁଦ୍ରୀକରଣ ନାଁରେ ସରକାରୀ ସମ୍ପତ୍ତି ହସ୍ତାନ୍ତର

ଭାଲଚନ୍ଦ୍ର ଷଡ଼ଙ୍ଗୀ ନିକଟରେ କେନ୍ଦ୍ର ସରକାର ଦେଶର ପ୍ରମୁଖ କ୍ଷେତ୍ରର ସରକାରୀ ସମ୍ପତ୍ତିଗୁଡ଼ିକୁ ୬ ଲକ୍ଷ କୋଟି ଟଙ୍କା ବିନିମୟରେ ଘରୋଇ କମ୍ପାନୀଙ୍କୁ ହସ୍ତାନ୍ତର କରିବାକୁ...

ଭାରତୀୟ କାଳଗଣନା ବିଜ୍ଞାନସମ୍ମତ

ଡ. ସନ୍ତୋଷ କୁମାର ମହାପାତ୍ର ୨ ଏପ୍ରିଲ ଚୈତ୍ର ଶୁକ୍ଳ ପ୍ରତିପଦା। ଯୁଗାବ୍ଦ ୫୧୨୪, ବିକ୍ରମ ସମ୍ବତ ୨୦୭୯। ଇଂରେଜମାନେ ଭାରତ ଆସିବା ପୂର୍ବରୁ ଏହି...

୭୦ଲକ୍ଷ ଜୀବନ ନେଉଛି ବାୟୁ ପ୍ରଦୂଷଣ

ସୌର ଚନ୍ଦ୍ର ମହାପାତ୍ର ବିଶ୍ୱରେ ବାୟୁ ପ୍ରଦୂଷଣ ଅଧିକ ଘାତକ ହେବାରେ ଲାଗିଛି। ପ୍ରତିବର୍ଷ ଏହା ଯୋଗୁ ପାଖାପାଖି ୭୦ଲକ୍ଷ ଲୋକ ପ୍ରାଣ ହରାଉଛନ୍ତି। ଆଗକୁ...

ଆମେ ମଣିଷ କମ୍‌, ଯନ୍ତ୍ର ବେଶି

ମୀରା ବେଉରା ପୃଥିବୀର ଜନସଂଖ୍ୟା ହୁ ହୁ ହୋଇ ବଢ଼ିଚାଲିଛି। ଯୁଆଡ଼େ ଚାହିଁବ ସିଆଡ଼େ ମଣିଷ। ଏହି ପୃଥିବୀ ପୃଷ୍ଠରେ ବାସ କରୁଥିବା ପ୍ରାଣୀଙ୍କ ମଧ୍ୟରୁ...

ପ୍ରବୃତ୍ତି ଓ ନିବୃତ୍ତି

ବୈକୁଣ୍ଠନାଥ ମିଶ୍ର ଜୀବନର ଏକ ମହାସତ୍ୟ ହେଉଛି ଯେ ଆମେ କୌଣସି କୁପ୍ରବୃତ୍ତିକୁ ଯଦି ପରିହାର କରିବାକୁ ଇଚ୍ଛା କରିବା ଓ ସେଥିପାଇଁ ଆମ ଇଚ୍ଛାଶକ୍ତି...

ବିବାହ ବନାମ ବାଣ-ରୋଶଣି

ଡ. ସିଦ୍ଧାର୍ଥ କାନୁନ୍‌ଗୋ ବିବାହ ଋତୁ ଆସିଲେ ପ୍ରାୟ ପ୍ରତ୍ୟେକ ଦିନ ଅନ୍ତତଃ ଗୋଟାଏ ଦି’ଟା ଜାଗାରୁ ନିମନ୍ତ୍ରଣ ପତ୍ର ମିଳେ। ବନ୍ଧୁରକ୍ଷା କରିବାକୁ ଆମକୁ...

Advertisement
Archives

Model This Week