ଏଇ ଭାରତରେ

ଆମ ଦେଶରେ କୃଷି ଉପତ୍ାଦ ଓ ବଜାର ମଧ୍ୟରେ ମଧ୍ୟସ୍ଥିଙ୍କ ଉପସ୍ଥିତି ଯୋଗୁ ଚାଷୀ କମ୍‌ ଲାଭ ପାଉଛନ୍ତି। ଏଭଳି ସମସ୍ୟାକୁ ଦୂର କରି ଭଲ ଲାଭ ପାଇ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ମହାରାଷ୍ଟ୍ର ରତ୍ନଗିରିର ଆମ୍ବ ଚାଷୀମାନେ। ୩୦୦ ଆମ୍ବଚାଷୀ ଏକ କୃଷି ଉପତ୍ାଦ କମ୍ପାନୀ ଗଠନ କରି ସେମାନଙ୍କ ଉପତ୍ାଦିତ ଆଲଫୋନ୍‌ସୋ ଆମ୍ବକୁ ସିଧାସଳଖ ଗ୍ରାହକଙ୍କ ନିକଟରେ ପହଞ୍ଚାଉଛନ୍ତି। ସେମାନେ ଏହି ଆମ୍ବକୁ ‘ଆମୋର’ ବ୍ରାଣ୍ଡ୍‌ରେ ବିକ୍ରି କରୁଛନ୍ତି। ଆମୋର ଏକ ଇଟାଲୀୟ ଶବ୍ଦ, ଯାହାର ଅର୍ଥ ହେଉଛି ଭଲପାଇବା ଏବଂ ବିଶ୍ୱରେ ଲୋକମାନେ ଏହାକୁ ଭଲ ପାଉଥିବାରୁ ଏହାର ବ୍ରାଣ୍ଡ୍‌ ନାମ ଏଭଳି ରଖାଯାଇଛି। କୁହାଯାଏ ଆଲଫୋନ୍‌ସୋ ହେଉଛି ଆମ୍ବର ରାଜା। ଏହାର ଚାହିଦା ମଧ୍ୟ ଆକାଶଛୁଆଁ। କେବଳ ଭାରତରେ ନୁହେଁ ଚାଷୀମାନେ ଇଂଲଣ୍ଡ, କାନାଡ଼ା, ଆମେରିକା ଓ କୁଏତ୍‌ ଆଦି ଦେଶକୁ ବିନା ମଧ୍ୟସ୍ଥିରେ ୧୦ ଟନ ଆମ୍ବ ରପ୍ତାନି କରିବାରେ ସକ୍ଷମ ହୋଇଛନ୍ତି। ଦେଶରେ ବିଶେଷକରି ଦିଲ୍ଲୀ, ଲକ୍ଷ୍ନୌ, ଗୁର୍‌ଗାଁଓ ଏବଂ ବେଙ୍ଗାଲୁରୁରେ ଚଳିତବର୍ଷ ଏମାନେ ଏକ ଡଜନ ଆମ୍ବକୁ ୯୦୦ ଟଙ୍କା ମୂଲ୍ୟରେ ୩୫ ଟନ ଆମ୍ବ ବିକ୍ରି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

ଦୁଇ ଆଞ୍ଚଳିକ ପ୍ରତିଦ୍ୱନ୍ଦ୍ୱୀ

ନିକଟରେ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ଭାରତ ଗସ୍ତରେ ଆସିଥିଲେ। ସେତେବେଳେ ସେ କହିଥିଲେ, ଭାରତ ହେଉଛି ଆମେରିକାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ଭାଗୀଦାରି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri