ଏଇ ଭାରତରେ

ପାଠ ପଢ଼ିବା ପାଇଁ ସମସ୍ତ ସୁବିଧାସୁଯୋଗ ଥାଇ ମଧ୍ୟ ଅନେକେ ପାଠରେ ମନ ଦେଇପାରନ୍ତି ନାହିଁ କିମ୍ବା ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ସକ୍ଷମ ହୋଇପାରନ୍ତି ନାହିଁ। ମାତ୍ର ଆଗ୍ରହ ଥିଲେ ପିଲାମାନେ ଯେକୌଣସି ସ୍ଥାନରେ ବି ପାଠ ପଢ଼ି ସଫଳତାର ଶିଖରରେ ପହଞ୍ଚିପାରିବେ। ଏହାର ଏକ ଉଦାହରଣ ଏବେ ଦେଖିବାକୁ ମିଳିଛି ସୋସିଆଲ ମିଡିଆରେ। ଜୋମାଟୋର ଜଣେ ଡେଲିଭରି ଏଜେଣ୍ଟ ଏକ ଟ୍ରାଫିକ ପୋଷ୍ଟରେ ଜାମ୍‌ ଯୋଗୁ କିଛି ସମୟ ଅଟକି ଯାଇଥିବାରୁ ସେହିଠାରେ ହିଁ ପାଠ ପଢୁଛନ୍ତି। ଅବଶ୍ୟ ଆଜିକାଲି ଅନେକ ସହରରେ ଟ୍ରାଫିକ ପୋଷ୍ଟରେ ଖୁବ୍‌ ସମୟ ଅପେକ୍ଷା କରିବାକୁ ପଡୁଛି। ବୋଧହୁଏ ସେମିତି ଏକ ସ୍ଥାନରେ ସମୟର ସଦୁପଯୋଗ କରିବା ନିମନ୍ତେ ସେହି ଏଜେଣ୍ଟ ଜଣକ ନିଜ ଫୋନ୍‌ ବାହାର କରି ପାଠ ପଢୁଛନ୍ତି। ଅଳ୍ପ ସମୟ ହେଲେ ବି ପାଠପଢା ପ୍ରତି ତାଙ୍କର ସ୍ବତନ୍ତ୍ର ଆଗ୍ରହ ରହିଥିବା ସ୍ପଷ୍ଟ ହୋଇଛି। ସୋସିଆଲ ମିଡିଆର ପୋଷ୍ଟ ଅନୁସାରେ ସେହି ବ୍ୟକ୍ତିଜଣକ ୟୁପିଏସ୍‌ସି ପରୀକ୍ଷା ନିମନ୍ତେ ପ୍ରସ୍ତୁତ ହେଉଛନ୍ତି। ଜୋମାଟୋର ଡେଲିଭରି ଏଜେଣ୍ଟ ହୋଇଥିବାରୁ ସେ ଦୀର୍ଘ ସମୟ ଧରି କାମ କରୁଛନ୍ତି। ତେଣୁ ତାଙ୍କ ପାଖରେ ପାଠ ପଢ଼ିବା ପାଇଁ ଖୁବ୍‌ କମ୍‌ ସମୟ ମିଳୁଛି। ତେଣୁ ସେ କେବଳ ଟ୍ରାଫିକ ପୋଷ୍ଟ ନୁହେଁ, ବରଂ ସମୟ ପାଇବା ମାତ୍ରକେ ଯେକୌଣସି ସ୍ଥାନରେ କିଛି ସମୟ ପଢିବାର ସୁଯୋଗ ହରାଇବାକୁ ଚାହୁଁ ନାହାନ୍ତି। ସମ୍ପୃକ୍ତ ଏଜେଣ୍ଟଙ୍କର ଏଭଳି ଏକ ପ୍ରୟାସ ନିଶ୍ଚିତଭାବେ ପ୍ରଶଂସାଯୋଗ୍ୟ। ମାତ୍ର ଏଭଳିଭାବେ ହୁଏତ ଅନ୍ୟମନସ୍କ ହେବାର ଆଶଙ୍କା ସୃଷ୍ଟି ହୋଇପାରେ ବୋଲି କେତେକ ସୋସିଆଲ ମିଡିଆରେ ମତ ଦେଇଛନ୍ତି। ଏହା ନିଶ୍ଚିତ ଯେ,କଠିନ ପରିଶ୍ରମ କଲେ ସଫଳତା ସହଜରେ ମିଳିପାରିବ। ତେଣୁ ସେହି ଜୋମାଟୋ ଏଜେଣ୍ଟଙ୍କୁ ପାଠ ପଢିବା ନିମନ୍ତେ ପ୍ରେରଣା ଦେବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

ଦୁଇ ଆଞ୍ଚଳିକ ପ୍ରତିଦ୍ୱନ୍ଦ୍ୱୀ

ନିକଟରେ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ଭାରତ ଗସ୍ତରେ ଆସିଥିଲେ। ସେତେବେଳେ ସେ କହିଥିଲେ, ଭାରତ ହେଉଛି ଆମେରିକାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ଭାଗୀଦାରି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri