ଏଇ ଭାରତରେ

ବନାଗ୍ନି ବିପର୍ଯ୍ୟୟକୁ ରୋକିବା ଲାଗି ଉତ୍ତରାଖଣ୍ଡରେ ଦିଲ୍ଲୀ ଏନ୍‌ସିଆରସ୍ଥିତ ଦି ହନ୍ସ ଫାଉଣ୍ଡେଶନ (ଟିଏଚ୍‌ଏଫ୍‌)ର ପ୍ରୟାସ ପ୍ରଶଂସନୀୟ। ଏହାର ମୁଖ୍ୟ ଭୂମିକା ତୁଲାଉଛନ୍ତି ପାଉରି ଗଡ଼ଓ୍ବାଲ ଜିଲାର ଚୌରା ଗାଁର ୨୧ ବର୍ଷିଆ ପ୍ରୀତମ୍‌ ସିଂ। ୨୦୨୨ରେ ତାଙ୍କ ଗାଁ ନିକଟସ୍ଥ ଜଙ୍ଗଲରେ ନିଆଁର କ୍ଷୟକ୍ଷତି ଦେଖିବା ପରେ ସେ ଏହାର ପ୍ରତିକାର ପାଇଁ ଗାଁ ଛାଡ଼ି ଆଉ ବାହାରକୁ ଯାଇନାହାନ୍ତି। ସେବେଠାରୁ ଦି ହନ୍ସ ଫାଉଣ୍ଡେଶନ ସହଯୋଗରେ ନିଅଁାଲିଭା ପାଇଁ ପ୍ରଥମେ ପ୍ରଶିକ୍ଷଣ ନେବା ପରେ ତାଙ୍କ ନେତୃତ୍ୱରେ ରାଜ୍ୟରେ ଏବେ ତାଙ୍କ ଭଳି ୫,୦୬୬ ଯୁବକ ସାମିଲ ହୋଇସାରିଲେଣି। ପାଉରି ଗଡ଼ଓ୍ବାଲ, ତେହରି ଗଡ଼ଓ୍ବାଲ, ଆଲମୋରା ଏବଂ ବାଗେଶ୍ୱର ଜିଲାର ୧୦ଟି ବ୍ଲକର ୧,୦୦୦ ଗାଁରୁ ଏହି ନିଆଁ ଲିଭାଳି ଯୋଦ୍ଧାମାନେ କାର୍ଯ୍ୟ କରୁଛନ୍ତି। ଏମାନଙ୍କ ଉଦ୍ୟମରେ ପାଖାପାଖି ୫୭ ପ୍ରତିଶତ ଜଙ୍ଗଲ ନିଆଁ ହ୍ରାସ ପାଇପାରିଛି। କେବଳ ଏତିକି ନୁହେଁ ଟିଏଚ୍‌ଏଫ୍‌ ଦ୍ୱାରା ବନ ପଞ୍ଚାୟତ କମ୍ୟୁନିଟ ଗ୍ରୁପ୍‌ ଗଠନ କରାଯାଇ ଅଗ୍ନି ପ୍ରତିରୋଧକ ବୃକ୍ଷରୋପଣ କରାଯିବା ସହ ପଥପ୍ରାନ୍ତ ନାଟକ ମାଧ୍ୟମରେ ବନାଗ୍ନି ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀଅରବିନ୍ଦଙ୍କ ଦୃଷ୍ଟିରେ ପାରିବାରିକ ଜୀବନ

ଶ୍ରୀଅରବିନ୍ଦଙ୍କ ଅନୁସାରେ କଥିତ ପରିବାର ହେଉଛି ମଣିଷର ଜୀବନଗତ ପ୍ରକୃତିର ଏକ ଆବଶ୍ୟକ ସୃଷ୍ଟି ଯାହା ମୌଳିକ, ସାମାଜିକ ଏବଂ ଜୈବିକ ପ୍ରବୃତ୍ତିକୁ ପୂରଣ କରିବା ପାଇଁ…

ଗବେଷଣାରେ ମୌଳିକତାର ମୃତ୍ୟୁ

ଆଧୁନିକ ଭାରତରେ ବିଶ୍ୱବିଦ୍ୟାଳୟଗୁଡ଼ିକର ସଂଖ୍ୟା ଗତ କିଛି ଦଶନ୍ଧି ମଧ୍ୟରେ ବୃଦ୍ଧି ପାଇଛି ସତ, କିନ୍ତୁ ଶୈକ୍ଷିକ ମାନଦଣ୍ଡ ଏବଂ ଗବେଷଣାର ଗୁଣାତ୍ମକ ଦିଗଟି ଏବେ ଏକ…

Dillip Cherian

ତଳ ସ୍ତରରେ ଅନିଶ୍ଚିତତା

କେନ୍ଦ୍ର ସରକାର କ୍ୟାବିନେଟ୍‌ ସଚିବ ଟି.ଭି. ସୋମନାଥନ୍‌ ଏବଂ ସ୍ବରାଷ୍ଟ୍ର ସଚିବ ଗୋବିନ୍ଦ ମୋହନଙ୍କ କାର୍ଯ୍ୟକାଳ ଆଉ ୧ ବର୍ଷ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଭାବୀ…

ରିଲ୍ସ ସାମ୍ରାଜ୍ୟ

ପୁଞ୍ଜିବାଦର ଅନ୍ତିମ ପର୍ଯ୍ୟାୟରେ ରାଷ୍ଟ୍ର ଆଉ ଶାସନ କରେନାହିଁ, ପର୍‌ଫର୍ମ (କାର୍ଯ୍ୟ) କରେ। ପ୍ରଧାନମନ୍ତ୍ରୀଙ୍କଠାରୁ ଗ୍ରାମପଞ୍ଚାୟତ ସଦସ୍ୟ- ସମସ୍ତେ ଯେପରି ଇତିହାସର ଚରିତ୍ର ନୁହନ୍ତିି, ଇନ୍‌ଷ୍ଟାଗ୍ରାମର କଣ୍ଟେଣ୍ଟ…

ଏଭଳି ଭକ୍ତିର କି ଲାଭ

ସୋସିଆଲ ମିଡିଆରେ ଗତ କିଛିଦିନ ତଳେ ଗୋଟେ ଭିଡିଓଟେ ଘୂରି ବୁଲୁଥିଲା। ଉକ୍ତ ଭିଡିଓରେ ଗେରୁଆ ବସ୍ତ୍ର ପରିଧାନ କରିଥିବା କିଛି ବୋଲବମ ଭକ୍ତ ମଦ ବୋତଲ…

ଲାଞ୍ଛନାର ମଞ୍ଚ

ଆନ୍ଥୋନୀ ଫାଉସି ଜଣେ ଇମ୍ୟୁନୋଲୋଜିଷ୍ଟ (ରୋଗପ୍ରତିରୋଧକ ବିଜ୍ଞାନୀ) ଭାବରେ ପ୍ରତିଷ୍ଠା ଲାଭ କରିଛନ୍ତି। କିନ୍ତୁ ଆମେରିକାର ସିନେଟ୍‌ କମିଟି ଅନ୍‌ ହୋମଲ୍ୟାଣ୍ଡ ସିକ୍ୟୁରିଟି ଆଣ୍ଡ୍‌ ଗଭର୍ନମେଣ୍ଟାଲ ଆଫେୟାର୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri