ଏଇ ଭାରତରେ

ଥର୍ମୋକୁଲ ମାଟିରେ ବହୁବର୍ଷ ପଡ଼ିରହି ପରିବେଶ ପ୍ରଦୂଷଣ କରିଥାଏ। ଏଭଳି ସମସ୍ୟାର ସମାଧାନ ଲାଗି ଏବେ କାନପୁରର ଚୈତନ୍ୟ ଦୁବେ ମସ୍‌ରୁମ ମାଇସେଲି(ଛତୁର ମୂଳରେ ଥିବା ଏକ ତନ୍ତୁ ଜାତୀୟ ଅଂଶ) ଓ କୃଷି ବର୍ଜ୍ୟରୁ ଏକପ୍ରକାର ଥର୍ମୋକୁଲ ପ୍ରସ୍ତୁତ କରିଛନ୍ତି। କାନପୁର ଆଇଆଇଟି ସହଯୋଗରେ ସେ ଏହା କରୁଛନ୍ତି। ଏଥିପାଇଁ ଚୈତନ୍ୟ ‘କିଙ୍କୋ ବାୟୋଟେକ୍‌’ ଷ୍ଟାର୍ଟଅପ୍‌ ଗଠନ କରିଛନ୍ତି। ଥର୍ମୋକୁଲ ତିଆରିରେ ସେ ପ୍ରାକୃତିକ ତନ୍ତୁ ମିଶାଇବା ଦ୍ୱାରା ପଲିଷ୍ଟାଇନ ମାଧ୍ୟମରେ ପ୍ରସ୍ତୁତ ଥର୍ମୋକୁଲଠାରୁ ଏହା ମଜଭୁତ ହେଉଛି । ଚୈତନ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଥର୍ମୋକୁଲ ୬୦-୯୦ ଦିନ ମଧ୍ୟରେ ମାଟିରେ ମିଶିଯାଇପାରୁଛି । ବଡ଼ କଥା ହେଉଛି, ଏହା ମଧ୍ୟ ପ୍ରାକୃତିକ ସାର ଭାବେ କାମ ଦେଉଛି। ଚୈତନ୍ୟ ଏକ ସ୍ମଲ ବିଜ୍‌ନେସ କୋର୍ସ କରିବା ସମୟରେ ଛତୁ ଚାଷ ପ୍ରତି ଆଗ୍ରହ ପ୍ରକାଶ କରିଥିଲେ ଓ ସେହି ସମୟରେ ସେ ଛତୁର ଶକ୍ତିକୁ ଜାଣିପାରିଥିଲେ। ତା’ ପରେ ଆଇଆଇଟି କାନପୁର ସହଯୋଗରେ ଏଭଳି ଥର୍ମୋକୁଲ ତିଆରି କରିବାକୁ ସକ୍ଷମ ହୋଇଛନ୍ତି। ଏବେ ପ୍ୟାକେଜିଂରେ ଏହି ଥର୍ମୋକୁଲର ବ୍ୟବହାର ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

ଦୁଇ ଆଞ୍ଚଳିକ ପ୍ରତିଦ୍ୱନ୍ଦ୍ୱୀ

ନିକଟରେ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ଭାରତ ଗସ୍ତରେ ଆସିଥିଲେ। ସେତେବେଳେ ସେ କହିଥିଲେ, ଭାରତ ହେଉଛି ଆମେରିକାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ଭାଗୀଦାରି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri