ଏଇ ଭାରତରେ

ଏପରି ଅନେକ ରହସ୍ୟମୟ ବିଷୟ ରହିଛି ଯାହା ଅନେକଙ୍କୁ ଅଜଣା। ପ୍ରକୃତି କୋଳରେ ବଢ଼ୁଥିବା ବିଭିନ୍ନ ବୃକ୍ଷକୁ ଲୋକେ ପୂଜା କରିଥାନ୍ତି। ଶାଳଗଛ ତନ୍ମଧ୍ୟରୁ ଅନ୍ୟତମ। ଛତିଶଗଡ଼ର ବାଲ୍‌କୋ ବନଖଣ୍ଡ ଅଞ୍ଚଳର କୋରଓ୍ବା ବ୍ଲକ୍‌ର ସତରେଙ୍ଗା ଗାଁରେ ରହିଛି ୧୪ ଶହ ବର୍ଷର ଏକ ପୁରାତନ ଶାଳଗଛ। ଏଠାକାର ବାସିନ୍ଦା ଏହି ଗଛକୁ ଦେବତା ଭଳି ପୂଜା କରିଥାନ୍ତି। ବିବାହ ତଥା ବିଭିନ୍ନ ପର୍ବପର୍ବାଣିରେ ଗ୍ରାମବାସୀ ଏହି ଗଛ ନିକଟରେ ପୂଜା କରନ୍ତି। ଗଛର ଉଚ୍ଚତା ୨୮ ମିଟର ଓ ଗୋଲେଇ ୨୮ଫୁଟ ୨ ଇଞ୍ଚ। ଏହାକୁ ବନଖଣ୍ଡ କର୍ମଚାରୀମାନେ ୨୦୦୬ରେ ଚିହ୍ନଟ କରିଥିଲେ। ଏହାର ବୟସ ଜାଣିବା ପାଇଁ ଗଛର କେତେକ ସଂଗୃହୀତ ନମୁନା ଡେରାଡୁନ୍‌ ସ୍ଥିତ ବନ ଗବେଷଣା ବିଭାଗକୁ ପଠାଯାଇଥିଲା। ଗବେଷଣାରୁ ଜଣାପଡ଼ିଥିଲା ଗଛଟିର ବୟସ ୧୪ଶହ ବର୍ଷରୁ ଅଧିକ ହେବ। ତେବେ ଶାଳ ଗଛର ଆୟୁଷ ୨ ହଜାର ବର୍ଷ ହୋଇଥାଏ ବୋଲି ଡେରାଡୁନ୍‌ସ୍ଥିତ ବନ ଗବେଷଣା ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ଏହି ଗଛକୁ ଦେଖିବାକୁ ଦେଶବିଦେଶରୁ ଅନେକ ପର୍ଯ୍ୟଟକ ଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁଜିସି ନିୟମାବଳୀ ଡ୍ରାଫ୍ଟ

ଦୀର୍ଘଦିନ ଧରି ଦେଶର ଉଚ୍ଚଶିକ୍ଷା ବ୍ୟବସ୍ଥା ବିଦେଶୀ ଢାଞ୍ଚାରେ ପରିଚାଳିତ ହେଉଥିଲା। ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକରେ ସ୍ବାଧୀନତା ପରବର୍ତ୍ତୀ ସମୟରେ ମଧ୍ୟ ସ୍ବଦେଶୀ ନୁହେଁ, ପରନ୍ତୁ...

ଶ୍ରମ ପିପାସୁ ଉଚ୍ଚ ପଦାଧିକାରୀ

ସମ୍ପ୍ରତି କର୍ମକ୍ଷେତ୍ରରେ ଦୈନନ୍ଦିନ କାର୍ଯ୍ୟ ସମୟ ବୃଦ୍ଧି ନେଇ ଇନ୍‌ଫୋସିସ୍‌ର ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତି ଏବଂ ଲାର୍ସନ ଆଣ୍ଡ ଟୁବ୍ରୋର ଅଧ୍ୟକ୍ଷ ଦେଇଥିବା ମନ୍ତବ୍ୟ ବିଶ୍ୱସ୍ତରୀୟ...

ଦୁଇଟି ନିଷ୍ପତ୍ତି

କେନ୍ଦ୍ର ନେଇଥିବା ଦୁଇଟି ନିଷ୍ପତ୍ତିକୁ ନେଇ ପଞ୍ଜାବ ଏବଂ ହରିୟାଣାର ଅଂଶୀଦାର ରାଜଧାନୀ ଚଣ୍ଡିଗଡ଼ ପୁଣି ଥରେ ଦୃଷ୍ଟି ଆକର୍ଷଣ କରିଛି । ଏଭଳି ନିଷ୍ପତ୍ତି...

ଏଇ ଭାରତରେ

ମକା ଖାଇଲା ବେଳେ ତାହାକୁ ବାନ୍ଧି ରଖିଥିବା ତନ୍ତୁଜାତୀୟ ଖୋଳକୁ ବର୍ଜ୍ୟ ମନେକରି ବାହାରେ ଫିଙ୍ଗି ଦିଆଯାଏ। ସମସ୍ତେ ଭାବନ୍ତି, ଏସବୁ ଅଦରକାରୀ ଜିନିଷ। କିନ୍ତୁ...

ପ୍ରତିଶ୍ରୁତି ରକ୍ଷା ପାଇଁ ଉଦ୍ୟମ

ଗଣତାନ୍ତ୍ରିକ ରାଷ୍ଟ୍ରରେ ନିର୍ବାଚନ ପ୍ରକ୍ରିୟାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଜାତୀୟ ଏକତା ଓ ରାଷ୍ଟ୍ରର ସାର୍ବଭୌମତ୍ୱ ରକ୍ଷାକରିବା ପାଇଁ ଉତ୍ତମ ସରକାର ଓ ନିର୍ମଳ ଶାସନର ଆବଶ୍ୟକତା...

ସାମ୍ପ୍ରତିକ ଶିକ୍ଷା ଓ ଶିକ୍ଷାୟତନ ସମସ୍ୟା

ଅଧୁନା ସମାଜରେ ଶିକ୍ଷା ଏକ ପ୍ରସଙ୍ଗଭିତ୍ତିକ ପ୍ରବନ୍ଧ ସଦୃଶ ସବୁଠି ଚର୍ଚ୍ଚାର ବିଷୟବସ୍ତୁ; ହୁଏତ ସେ ପୁରାତନ ଶିକ୍ଷାର ବିଷୟବସ୍ତୁର ଶୀର୍ଷକ ମଳିନ ପଡିଯାଇ ନୂତନତା...

ଟ୍ରମ୍ପ୍‌, ଚାଇନା ଓ କରୋନା

କୋଭିଡ୍‌-୧୯ ବା କରୋନା ମହାମାରୀରେ ବିଶ୍ୱର ପାଖାପାଖି ୭୧ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିଥିଲା, ଯାହାଦ୍ୱାରା ୨୦୧୯ରୁ ୨୦୨୧ ମଧ୍ୟରେ ବୈଶ୍ୱିକ ସମ୍ଭାବିତ ଆୟୁଷ ୧.୬...

ଧର୍ମରେ ନୃତ୍ୟ

ନୃତ୍ୟ ହେଉଛି ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଙ୍ଗ। ନୃତ୍ୟ ଏକ ପ୍ରଦର୍ଶନର ବିଷୟ ହୋଇଥିବାରୁ ଏହା ସ୍ଥାନ କାଳପାତ୍ରରେ ପରିବର୍ତ୍ତନ ହୁଏ। ତେଣୁ ସଙ୍ଗୀତ ପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri