ଏଇ ଭାରତରେ

କଠିନ ବର୍ଜ୍ୟକୁ ରିସାଇକେଲିଂ ବା ପୁନଃ ବ୍ୟବହାରଯୋଗ୍ୟ କରିବା ସହ ତା’ ବଦଳରେ ବର୍ଜ୍ୟ ଦେଉଥିବା ପରିବାରକୁ ଉପହାର ଦେଉଛନ୍ତି ଅଭିଷେକ ଅଗ୍ରଓ୍ବାଲ। ଅଭିଷେକ ରୁହନ୍ତି ହାଇଦ୍ରାବାଦରେ। ସେ ୩,୫୦୦ ପରିବାରରୁ ବର୍ଜ୍ୟ ମାଗଣାରେ ନେବା ପରେ ସେମାନଙ୍କୁ ଆକର୍ଷଣୀୟ ଉପହାର ଦେଉଛନ୍ତି। ସେ ଗୁଡ଼ିବାଗ ନାମକ ବର୍ଜ୍ୟ ପରିଚାଳନା କମ୍ପାନୀ ଗଠନ କରି ତା’ ମାଧ୍ୟମରେ ଏହି କାର୍ଯ୍ୟ ସଞ୍ଚାଳନ କରୁଛନ୍ତି। ରିଓ୍ବାର୍ଡ ପଏଣ୍ଟ ଆକାରରେ ଏହି ଉପହାର ଦିଆଯାଉଛି, ଯାହାକୁ ଦେଖାଇ ସେମାନେ ଗୁଡ଼ିବାଗ ଷ୍ଟୋରରୁ ଗ୍ରୋସେରି ନେଇପାରୁଛନ୍ତି। କମ୍ପାନୀର କର୍ମଚାରୀମାନେ ଘରଘର ବୁଲି ବର୍ଜ୍ୟ ସଂଗ୍ରହ କରୁଛନ୍ତି । ଅଭିଷେକ ପ୍ରଥମେ ଲଜିଷ୍ଟିକ କମ୍ପାନୀ ଆରମ୍ଭ କରିଥିଲେ । କିନ୍ତୁ ପରିବେଶ ସମସ୍ୟାକୁ ଲକ୍ଷ୍ୟକରି ତାହା ବନ୍ଦକରି ଏବେ ବର୍ଜ୍ୟ ପରିଚାଳନାରେ ମନ ଦେଇଥିଲେ। ଗୁଡ଼ିବାଗ କମ୍ପାନୀ ଏବେ ୪୦ ପ୍ରକାର କଠିନ ବର୍ଜ୍ୟ ସଂଗ୍ରହ କରୁଛି। ଏହା ମଧ୍ୟରେ ପ୍ଲାଷ୍ଟିକ୍‌ ବର୍ଜ୍ୟ ପରିମାଣ ଅଧିକ। ଏଯାବତ ୮୯,୧୬୪ କେ.ଜି. ବର୍ଜ୍ୟ ରିସାଇକେଲ କରାଯାଇସାରିଲାଣି ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ଲଟ୍‌ ବୁକିଂ ବ୍ୟବସ୍ଥାରେ ଶ୍ରୀଜୀଉ ଦର୍ଶନ

ଶ୍ରୀ ଜଗନ୍ନାଥଙ୍କ ଦର୍ଶନରେ ସୁଧାର ଆଣିବାକୁ ସରକାର ସ୍ଲଟ୍‌ ବୁକିଂ ବ୍ୟବସ୍ଥା ପ୍ରଚଳନ ପାଇଁ କହିଛନ୍ତି। ଏହା ଉପରେ ପ୍ରାଥମିକ ପଦକ୍ଷେପ ଆରମ୍ଭ ହୋଇଯାଇଛି ବୋଲି ଶ୍ରୀମନ୍ଦିର…

ସମୃଦ୍ଧିର ପ୍ରତୀକ

ଦେବଦତ୍ତ ପଟ୍ଟନାୟକ ଲଲକ୍ଷ୍ମୀଙ୍କ ଦୁଇ ପାଖରେ ଦୁଇଟି ହାତୀ ତାଙ୍କ ମୁଣ୍ଡ ଉପରେ ପାଣି ଢାଳୁଥିବାର ଛବି ବା ମୂର୍ତ୍ତି ସାରା ଭାରତରେ ବେଶ୍‌ ଜଣାଶୁଣା। ଏହାକୁ…

ଟପ୍ପର ହେବା ଜରୁରୀ କି

ନିକଟରେ ପ୍ରକାଶ ପାଇଥିବା ସିିବିଏସ୍‌ଇ ଦଶମ ବୋର୍ଡ ପରୀକ୍ଷା ଫଳକୁ ନେଇ ଓଡ଼ିଶା ସାରା ଚର୍ଚ୍ଚା। କେବଳ ଓଡ଼ିଶା କାହିଁକି, ସାରା ଭାରତରେ ଅନେକ ଛାତ୍ରୀଛାତ୍ର ଶତକଡା…

ସମୃଦ୍ଧିର ପ୍ରତୀକ

ଲକ୍ଷ୍ମୀଙ୍କ ଦୁଇ ପାଖରେ ଦୁଇଟି ହାତୀ ତାଙ୍କ ମୁଣ୍ଡ ଉପରେ ପାଣି ଢାଳୁଥିବାର ଛବି ବା ମୂର୍ତ୍ତି ସାରା ଭାରତରେ ବେଶ୍‌ ଜଣାଶୁଣା। ଏହାକୁ ସମୃଦ୍ଧିର ପ୍ରତୀକ…

ବଡ଼ଲୋକଙ୍କ ଚେରକଟା ନୀତି

ମଣିଷର ଚରିତ୍ର ପଦପଦବୀ ବା ସମ୍ପତ୍ତି ଦ୍ୱାରା ନିର୍ଦ୍ଧାରିତ ହୁଏନାହିଁ। ଅନେକ ସମୟରେ ଆମେ ଭାବୁ ଶୀର୍ଷରେ ପହଞ୍ଚିଥିବା ବ୍ୟକ୍ତି ମାନସିକ ସ୍ତରରେ ଖୁବ୍‌ ଶାନ୍ତ ଓ…

ପିତୃତ୍ୱ: ଏକ ଆହ୍ବାନ

ପୁତ୍ରକନ୍ୟାମାନଙ୍କ ପାଇଁ ପିତା ହେଉଛନ୍ତି ଦେବତା। ଏଣୁ ତୈତ୍ତିରୀୟ ଉପନିଷଦରେ କୁହାଯାଇଛି ‘ପିତୃଦେବୋ ଭବଃ’।  ମନୁ ସଂହିତାରେ ଉଲ୍ଲେଖ ଅଛି ‘ଉପାଧ୍ୟାୟାତ୍‌ ଦଶାଚାର୍ଯ୍ୟଃ ଆଚାର୍ଯ୍ୟାଣାଂ ଶତଂ ପିତା’…

ତତଲା କଡ଼େଇ

ଅନ୍ତର୍ଜାତୀୟ ସ୍ତରରେ କରାଯାଇଥିବା ଏକ ଅନୁଧ୍ୟାନ ଅନୁଯାୟୀ ବିଶ୍ୱର ସବୁଠାରୁ ୧୦୦ ଉତ୍ତପ୍ତ ସହର ମଧ୍ୟରୁ ୯୫ ଭାରତରେ ଅଛି। ଦିଲ୍ଲୀ, ଲକ୍ଷ୍ନୌ, ଜୟପୁର, ନାଗପୁର, ପ୍ରୟାଗରାଜ…

ଓଡ଼ିଶାର ପ୍ରଥମ ରାଜନୈତିକ ପୁରୁଷ ମଧୁବାବୁ

ଉତ୍କଳଗୌରବ ମଧୁସୂଦନ ଦାସ ହେଉଛନ୍ତି ଓଡ଼ିଶାର ସର୍ବପ୍ରଥମ ଓଡ଼ିଆ ରାଜନୈତିକ ପୁରୁଷ। ତାଙ୍କଠାରୁ ପ୍ରଥମେ ଓଡ଼ିଆଙ୍କୁ ମିଳିଥିଲା ରାଜନୀତି କ୍ଷେତ୍ରରେ ପ୍ରବେଶ କରିବାରେ ମୁକ୍ତ ଅଧିକାର। ମଧୁବାବୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri