ଏଇ ଭାରତରେ

ଗୁପ୍ତଯୁଗର ସ୍ବର୍ଣ୍ଣମୁଦ୍ରା ପାଇବା ପାଇଁ ଲୋକେ ଗାଁ ସାରା ଖୋଳି ପକାଇଲେ। ମଣିଷର ଧନ ଲୋଭ ବେଳେବେଳେ ସୀମା ଟପିଯାଏ। ଫଳରେ ସେ ଏଭଳି କାମ କରିବସେ ଯାହାକୁ ନେଇ ପରବର୍ତ୍ତୀ ସମୟରେ ନିଜେ ଲଜ୍ଜିତ ହୋଇଥାଏ। ଏପରି ଏକ ଘଟଣା ରାଜସ୍ଥାନ ଜୟପୁର ନିକଟରେ ଥିବା ମାଲପୁରାରେ ଘଟିଛି। ସ୍ଥାନୀୟ ଜାନକୀପୁରାସ୍ଥିତ ଦୋବଡ଼ିଆ ନାଳ ଅଞ୍ଚଳରେ ଗୁପ୍ତଯୁଗର ସ୍ବର୍ଣ୍ଣମୁଦ୍ରା ପୋତାହୋଇ ରହିଥିବା ପ୍ରଚାର ହୋଇଥିଲା। ଏହାପରେ ଆରମ୍ଭ ହୋଇଥିଲା ପ୍ରତିଯୋଗିତା। ଲୋକେ ନିଜର କାମଧନ୍ଦା ଛାଡି ଖାଇବା ପିଇବା ଭୁଲି କମ୍‌ ସମୟରେ ଧନୀ ହେବା ପାଇଁ ଆରମ୍ଭ କରିଥିଲେ ମାଟିଖୋଳା। କେତେଜଣଙ୍କୁ ସ୍ବର୍ଣ୍ଣମୁଦ୍ରା ମିଳିଥିଲା। ଖବର ପାଇ ପୋଲିସ ଏବଂ ପ୍ରତ୍ନତତ୍ତ୍ୱ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ୨ଟି ମୁଦ୍ରାର ଯାଞ୍ଚ୍‌ କରି ଏହା ଗୁପ୍ତଯୁଗର ବୋଲି ପ୍ରକାଶ କରିଥିଲେ। କେତେଜଣ ପୁରୁଖା ଲୋକଙ୍କ କହିବା ଅନୁସାରେ ଏଠାରେ ପୂର୍ବରୁ ବଞ୍ଜାରା ସମ୍ପ୍ରଦାୟ ବାସ କରୁଥିଲେ। ସେମାନେ ଲୁଟପାଟ୍‌ କରିଥିବା ଅଳଙ୍କାର ତଥା ସ୍ବର୍ଣ୍ଣମୁଦ୍ରା ଧରାପଡ଼ିବା ଭୟରେ ମାଟିତଳେ ପୋତିଦେଉଥିଲେ। କାଳକ୍ରମେ ସେମାନେ ଏଠାରୁ ପଳାଇଥିଲେ। ପରେ ଏଠାକାର ମାଟି ଖୋଳିବା ସମୟରେ ଅଳଙ୍କାର ଓ ସ୍ବର୍ଣ୍ଣମୁଦ୍ରା ମିଳୁଥିବା ସେମାନେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଗକୁ ବଢ଼ିବା

ଆକାର ପଟେଲ ବିଭିନ୍ନ ଘଟଣାକୁ ଅନୁଧ୍ୟାନ କଲେ ବିଗତ ଦୁଇ ବର୍ଷ ଏକାଭଳି ଜଣାପଡ଼େ। ଆମେ ୨୦୨୦କୁ କୋଭିଡ୍‌ ମହାମାରୀରୁ ଆରମ୍ଭ କଲେ ଓ ୨୦୨୧...

ନୂଆ ଆଇଏମ୍‌ଏଫ୍‌ ମୁଖ୍ୟ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ବିଶ୍ୱ ମୁଦ୍ରା ସହଯୋଗ, ଆର୍ଥିକ ସ୍ଥିରତା, ବିଶ୍ୱ ବାଣିଜ୍ୟକୁ ସୁଗମ, ନିଯୁକ୍ତିର ପ୍ରସାର ଓ ନିରନ୍ତର ଅର୍ଥନୈତିକ ଅଭିବୃଦ୍ଧି ଏବଂ ଦାରିଦ୍ର୍ୟ...

ବାସ୍ତବ ନୀତି ନାହିଁ

ରୁଷିଆର ୟୁକ୍ରେନ୍‌ ଆକ୍ରମଣକୁ ନିନ୍ଦାକରି ଜାତିସଂଘ ସୁରକ୍ଷା ପରିଷଦ ଦ୍ୱାରା ଆଗତ ନିନ୍ଦା ପ୍ରସ୍ତାବର ଭୋଟିଂରୁ ଭାରତ ନିଜକୁ ଦୂରେଇ ରଖିଛି। ୟୁକ୍ରେନ୍‌ର ସାମ୍ପ୍ରତିକ ସ୍ଥିତିକୁ...

ପାନ୍‌ଡେମିକ୍‌ କ’ଣ ଓ କେବେ ହୋଇଥିଲା

ବର୍ତ୍ତମାନ କରୋନା ଭାଇରସ୍‌ ‘ପାନ୍‌ଡେମିକ’ ସମଗ୍ର ପୃଥିବୀର ଛାତି ଥରାଇ ଦେଇଛି ା ଚାଇନାର ଉହାନ ସହରରୁ ଡିସେମ୍ବର ୨୦୧୯ରେ ଆରମ୍ଭ ହୋଇ ବିଶ୍ୱର ସମସ୍ତ...

ସମ୍ପାଦକୀୟ/ଧୁଆ ଅଧୁଆ ସମାନ

ଭାରତରେ ରାଜନୀତିକୁ ଅପରାଧମୁକ୍ତ କରାଯିବା ଲାଗି ବାରମ୍ବାର ପ୍ରୟାସ କରାଯାଉଛି। ହେଲେ ଏହାର ସୁଫଳ ମିଳିପାରୁ ନାହିଁ। ଏଭଳି ସ୍ଥଳେ ବରିଷ୍ଠ ଆଇନଜୀବୀ ଗୋପାଳ ଶଙ୍କରନାରାୟଣନ୍‌...

ପ୍ରାଣୀଙ୍କ ଲିଙ୍ଗ ପରିବର୍ତ୍ତନ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ଆଣ୍ଠିଆ ହେଉଛନ୍ତି ପ୍ରବାଳପ୍ରାଚୀରକୁ ଆଶ୍ରୟ କରି ବଞ୍ଚୁଥିବା ଓ ବଢ଼ୁଥିବା ଆଳଙ୍କାରିକ ମାଛ ବିଶେଷ। କମଳା, ପାଟଳ, ନୀଳଲୋହିତ, ହଳଦିଆ...

ପିଲାଏ ପଢ଼ିବେ କେମିତି

ଦ୍ୱିତୀ ଚନ୍ଦ୍ର ସାହୁ   ଟିଭି ପର୍ଦ୍ଦାରେ ଦେଖାଗଲା ବ୍ରେକିଂ ନ୍ୟୁଜ୍‌, ଲେଖାଥିଲା ରାଜ୍ୟରେ ନୂଆବର୍ଷରେ ଖୋଲିବ ବିଦ୍ୟାଳୟ। ଘରେ ଥିବା ପିଲାମାନେ ମୁହଁ ଶୁଖେଇଦେଲେ...

ଏଇ ଭାରତରେ

ଆସାମର ଦିସ୍‌ପୁରରେ ଥିବା ଅକ୍ଷର ଫୋରମ୍‌ ସ୍କୁଲ ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି। ଏଠାରେ ପାଖାପାଖି ୧୧୦ ପିଲା ପଢୁଥିବା ବେଳେ ଏମାନେ ସ୍କୁଲ...

Advertisement
Archives

Model This Week