ଏଇ ଭାରତରେ

ଗୋରକ୍ଷା ପାଇଁ ଗଳା ଫଟେଇ କହୁଥିବା ଲୋକମାନେ ମୁଜାଫର ନଗରର ଜସ୍ମିନ ମଲିକଙ୍କଠାରୁ କିଛି ଶିଖିବା ଦରକାର। ଜସ୍ମିନ ନିଜେ ଏକ ଗୋଶାଳା କରି ୫୫ ଗୋରୁ ରଖିଛନ୍ତି। ଏକ ଜାଗା ଭଡାରେ ନେଇ ଏହି ଗୋଶାଳା କରିଛନ୍ତି। ଗାଈ କ୍ଷୀର ଦେବା ବନ୍ଦ କରିଦେବା ପରେ ସେମାନଙ୍କୁ ଲୋକେ ଅସହାୟ ଅବସ୍ଥାରେ ରାସ୍ତାରେ ଛାଡ଼ିଦିଅନ୍ତି। ଜସ୍ମିନ ସେମାନଙ୍କୁ ଉଦ୍ଧାର କରି ତାଙ୍କ ଗାଶାଳାରେ ରଖୁଛନ୍ତି। ଏହା ବ୍ୟତୀତ ରୋଗଗ୍ରସ୍ତ କିମ୍ବା ଦୁର୍ଘଟଣାରେ ଆହତ ଷଣ୍ଢମାନଙ୍କୁ ମଧ୍ୟ ଉଦ୍ଧାର କରି ସେ ଗୋଶାଳାରେ ଚିକିତ୍ସା କରୁଛନ୍ତି। ସେ ଏହି ଗୋଶାଳାର ନାମ ‘ଶିବ କେ ନନ୍ଦିୟୋଁକା ଘର୍‌’ ରଖିଛନ୍ତି। ଜସ୍ମିନଙ୍କ ବୟସ ୨୯ ବର୍ଷ। ପେସାରେ ସେ ଜଣେ ଆକାଉଣ୍ଟାଣ୍ଟ। ସେ ତାଙ୍କ ଦରମାରେ ଗାଶାଳା ପରିଚାଳନା କରୁଛନ୍ତି। ଗୋରୁଙ୍କ ଖାଦ୍ୟ, ଚିକିତ୍ସା ଆଦି ଖର୍ଚ୍ଚ ସେ ନିଜେ ବହନ କରନ୍ତି। ଜସ୍ମିନଙ୍କର ଏହି କାର୍ଯ୍ୟ ଦେଖି କିଛି ବ୍ୟକ୍ତି ସାହାଯ୍ୟ କରୁଥିଲେ ମଧ୍ୟ ତାହା ଅଭାବ ପୂରଣ ହୋଇପାରୁନାହିଁ ବୋଲି କହନ୍ତି ଜସ୍ମିନ।


Enter your email to get our daily news in your inbox.

All Right Reserved By Dharitri.Com

ନଦୀ ପ୍ରଦୂଷଣ

ନନଦୀ ମନୁଷ୍ୟ ସଭ୍ୟତାର ଜନ୍ମଦାତ୍ରୀ ହୋଇ ସମଗ୍ର ଜୀବଜଗତକୁ ଲାଳନପାଳନ କରିଥିବାରୁ ଭାରତରେ ନଦୀକୁ ମା’ର ଆଖ୍ୟା ଦିଆଯାଇ ଦେବୀ ରୂପରେ ପୂଜା କରାଯାଏ। କିନ୍ତୁ ବିଡ଼ମ୍ବନାର…

ସୃଜନଶୀଳତାର ସତେଜ ଅମ୍ଳଜାନ

ଦର୍ଶନ ଶାସ୍ତ୍ର କୁହେ, ସମୟ ଏକ ପ୍ରବାହ ଏବଂ ପୁସ୍ତକ ହେଉଛି ଏକମାତ୍ର ମାଧ୍ୟମ, ଯାହା ଏହି ପ୍ରବାହକୁ ଗୋଟିଏ ସ୍ଥାନରେ ସ୍ଥିର ରଖିପାରେ। ପୁସ୍ତକ ସର୍ବଦା…

ହିନ୍ଦୁଧର୍ମର ସ୍ବରୂପ

ଆମେ ଆଜି ଯାହାକୁ ହିନ୍ଦୁଧର୍ମ ବୋଲି କହୁଛୁ, ତାହା ଅନେକ ଶତାବ୍ଦୀ ଧରି ଏକକ ଧର୍ମ ହୋଇ ରହି ନ ଥିଲା। ଏହା ଜାତି ବ୍ୟବସ୍ଥାକୁ ନେଇ…

ଗଣତନ୍ତ୍ରରେ ଭୋଟର ତାଲିକା

ଭୋଟର ତାଲିକାର ସ୍ବଚ୍ଛତା ହେଉଛି ଏକ ସୁଦୃଢ଼ ଗଣତନ୍ତ୍ରର ମାନଦଣ୍ଡ। ଭାରତୀୟ ସମ୍ବିଧାନର ଧାରା ୩୨୪(୧) ଅନୁଯାୟୀ, ଦେଶରେ ନିରପେକ୍ଷ ଏବଂ ସ୍ବଚ୍ଛ ନିର୍ବାଚନ ପରିଚାଳଣା ସହ…

ସଫଳ ସାହିତ୍ୟ ସ୍ରଷ୍ଟା

ସୃଷ୍ଟିରେ ଜଣେ ସାରସତ୍ତ୍ୱ ସାଧକ ସାହସର ସହ ସମାଜର ବାସ୍ତବ ଚିତ୍ରକୁ ପ୍ରକାଶ କରିଥାଏ। ସାହିତ୍ୟରେ ଅଙ୍ଗୀକାରବଦ୍ଧତା ରହିଲେ, ତାହା ଯାବତୀୟ ସଂଶୟ ଏବଂ ଯାବତୀୟ ବାଡ଼ଠାରୁ…

ଶିଶୁ ଓ ସୋସିଆଲ ମିଡିଆ

ଡିଜିଟାଲ ଯୁଗରେ ସାମାଜିକ ଗଣମାଧ୍ୟମର ପ୍ରାବଲ୍ୟତା ବଢ଼ିବାରେ ଲାଗିଛି। ଏହାର ପ୍ରଭାବ ଶିଶୁ ଓ କିଶୋରଙ୍କ ଉପରେ ଅତ୍ୟଧିକ ମାତ୍ରାରେ ପଡ଼ୁଥିବାରୁ ନିର୍ଦ୍ଦିଷ୍ଟ ବୟସ ବର୍ଗ ପାଇଁ…

ବାପୁନର ବିଚାର

ପୁଅର ରେଜଲ୍ଟ ଭଲ ହୋଇଥିବା ଖୁସିରେ ଡାକ୍ତର ବନ୍ଧୁ ସୁରେଶବାବୁ ଆୟୋଜନ କରିଥିବା ଗୋଟେ ପାରିବାରିକ ଉତ୍ସବରେ ସାମିଲ ହେବାକୁ ପହଞ୍ଚିଲା ବେଳକୁ ଦେଖିଲି ଯେ ଖୁସି…

ତ୍ରୁଟିପୂର୍ଣ୍ଣ ଉପହାର ପ୍ରତ୍ୟାହାର ହେଉ

କୋମଳମତି ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ବଳିଷ୍ଠ, ପୁଷ୍ଟ ଓ ପ୍ରଭାବିତ କରିବାରେ ପାଠ୍ୟପୁସ୍ତକର ଅନିବାର୍ଯ୍ୟ ଭୂମିକା ସର୍ବଜନଗ୍ରାହ୍ୟ। ମାସକ ପୂର୍ବରୁ ୭ମ ଶ୍ରେଣୀର ଓଡ଼ିଆ ପାଠ୍ୟପୁସ୍ତକରେ ଥିବା ତ୍ରୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri