ଏଇ ଭାରତରେ

ଏବେ ପରିବେଶ ସୁରକ୍ଷା ଲାଗି ଅନେକ ନୂତନ ପଦ୍ଧତି ଗ୍ରହଣ କରାଯାଉଥିବା ବେଳେ ତାମିଲନାଡୁର ବାପ ଓ ଝିଅ ମିଶି ପ୍ଲାଷ୍ଟିକ ବୋତଲରୁ ଫ୍ୟାଶନେବଲ ଡ୍ରେସ୍‌ ତିଆରି କରି ଉଦାହରଣ ସୃଷ୍ଟି କରିଛନ୍ତି। କେ. ଶଙ୍କର ଓ ତାଙ୍କ ଝିଅ ସେନ୍ଥିଲ ପ୍ଲାଷ୍ଟିକ୍‌ ବୋତଲ ରିସାଇକେଲ କରି ସେଥିରୁ ବିଭିନ୍ନ ଡିଜାଇନର ଜ୍ୟାକେଟ, ବ୍ଲେଜର, ଟି-ଶାର୍ଟ ଓ ବୋତାମ ତିଆରି କରୁଛନ୍ତି। ଏଥିପାଇଁ ସେମାନେ ଶ୍ରୀରଙ୍ଗା ପଲିମର୍ସ କମ୍ପାନୀ ପ୍ରତିଷ୍ଠା କରି ପ୍ରତିଦିନ ୧୫ ଲକ୍ଷ ପ୍ଲାଷ୍ଟିକ୍‌ ବୋତଲ ରିସାଇକେଲ କରୁଛନ୍ତି। କେ.ଶଙ୍କର ଆଇଆଇଟିରୁ ଡିଗ୍ରୀ ହାସଲ କରି ଚାକିରି କରିଥିଲେ ା ପରେ ୨୦୦୮ରେ ତାହାକୁ ଛାଡ଼ି ପରିବେଶ ସୁରକ୍ଷା ପାଇଁ କାର୍ଯ୍ୟ କରୁଛନ୍ତି। ପ୍ରଥମେ ଏହି କମ୍ପାନୀ ପ୍ଲାଷ୍ଟିକ୍‌ ବର୍ଜ୍ୟରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରୁଥିଲା। କିନ୍ତୁ ୨୦୨୧ରେ ସେନ୍ଥିଲ ‘ଇକୋଲାଇନ’ ପୋଷାକ ବ୍ରାଣ୍ଡ୍‌ ଆରମ୍ଭ କରିଥିଲେ। ଏବେ ଏହି ବ୍ରାଣ୍ଡ୍‌ରେ ସେ ପୋଷାକ ବିକ୍ରି କରୁଛନ୍ତି। କମ୍ପାନୀ ଦେଶରେ ୫୦ ହଜାର ଲୋକଙ୍କୁ ପ୍ଲାଷ୍ଟିକ୍‌ ବୋତଲ ସଂଗ୍ରହ କରିବାରେ ଲଗାଇଛି। କେବଳ ପୋଷାକ ତିଆରି କରିବାରେ ଏବେସୁଦ୍ଧା ୫୦ ଲକ୍ଷ ପ୍ଲାଷ୍ଟିକ ବୋତଲ ରିସାଇକେଲ କରାଯାଇସାରିଲାଣି। ୮ଟି ବୋତଲରୁ ଟି-ଶାର୍ଟ,୨୦ଟି ବୋତଲରୁ ଜ୍ୟାକେଟ ତିଆରି ହୋଇପାରୁଛି। ଇକୋଲାଇନ ବ୍ରାଣ୍ଡର ଉପତ୍ାଦର ମୂଲ୍ୟ ୫୦୦ରୁ ୬,୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ପ୍ରତି ମାସରେ ଏଥିପାଇଁ ୨୦,୦୦୦ ଅର୍ଡର ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକୃତି ଭୋଗ୍ୟ ନୁହେଁ, ସୁରକ୍ଷାଯୋଗ୍ୟ

ବିକାଶର ଦୌଡ଼ରେ ଆମେ ପ୍ରାୟ ଭୁଲିଯାଉଛୁ ଯେ ନୀରବଥିବା ଏହି ପ୍ରକୃତି ଅସୀମ ନୁହେଁ। ଆମେ ଭାବୁଛୁ ପ୍ରକୃତିରେ ଯାହା କିଛି ନଷ୍ଟ ହେଉଛି, ସେସବୁ ଧୀରେ…

ସମ୍ବଳ ପାଇଁ ଅଧିକ ଋଣ

ଫେବୃଆରୀ ୧ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଲୋକ ସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ଏହି ବଜେଟକୁ ନେଇ ମିଶ୍ରିତ…

ପିଲା ଏବେ ଭାବପ୍ରବଣ

ଗୋଟିଏ ସପ୍ତାହ ଭିତରେ ଦୁଇଟି ଆତ୍ମହତ୍ୟାଜନିତ ଘଟଣା ଏବେ ଦେଶର ବିବେକକୁ ଦୋହଲାଇ ଦେଇଛି। ୪ ଫେବୃଆରୀରେ ଉତ୍ତରପ୍ରଦେଶର ଗାଜିଆବାଦରେ ଏକ ବହୁତଳ ପ୍ରାସାଦର ୯ମ ମହଲାରୁ…

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri