ଏଇ ଭାରତରେ

ଇଲେକ୍ଟ୍ରି ବାଇକ୍‌ ଚଲାଇବେ ଓ ତାହାକୁ ଫୋଲ୍‌ଡିଂ କରି ରଖିଦେବେ। ଏମିତି ଏକ ବାଇକ୍‌ ନିର୍ମାଣ କରିଛନ୍ତି ଅହମଦାବାଦର ରାଜ୍‌ ପଟେଲ। ଏହି ବାଇକ୍‌ର ଓଜନ ମଧ୍ୟ କମ୍‌।
ସେ ୨୦୧୭ରେ ‘ସ୍ବିଚ୍‌ ବାଇକ୍ସ ଷ୍ଟାର୍ଟଅପ’୍‌ ଗଠନ କରି ତା’ମାଧ୍ୟମରେ ଏହାକୁ ନିର୍ମାଣ କରୁଛନ୍ତି। ଏବେ ସୁଦ୍ଧା ଏଥିରୁ ସେ ୨ କୋଟି ଟଙ୍କା ରୋଜଗାର କରିସାରିଲେଣି। ସାଧାରଣ ସାଇକେଲ ଘଣ୍ଟାକୁ ୧୦ରୁ ୨୦ କି.ମି. ବେଗରେ ଯାଇପାରୁଥିବା ବେଳେ ସ୍ବିଚ୍‌ ଇଲେକ୍ଟ୍ରି ବାଇକର ଘଣ୍ଟା ପ୍ରତି ବେଗ ରହୁଛି ୨୦ରୁ ୪୦ କି.ମି.। ୨୦୧୯ରେ ସେ ପ୍ରଥମେ ସ୍ବିଚ୍‌ ବାଇକ ନିର୍ମାଣ କରି ୨୦୨୦ ଜାନୁୟାରୀରେ ବିକ୍ରି ଆରମ୍ଭ କରିଥିଲେ। ଏବେ ସୁଦ୍ଧା ୭୦୦୦ ୟୁନିଟ୍‌ ବିକ୍ରି କରିସାରିଲେଣି। ଭାରତ ସମେତ ଦୁବାଇ, ଆମେରିକା, ନେଦରଲାଣ୍ଡ ଏବଂ ଅଷ୍ଟ୍ରେଲିଆରେ ବି ଏହି ବାଇକ୍‌ ବିକ୍ରି ହେଉଛି। ତାଙ୍କ ଷ୍ଟାର୍ଟଅପ୍‌ରେ ୨୫୦ଜଣ କର୍ମଚାରୀ କାମ କରୁଛନ୍ତି। ରାଜ୍‌ଙ୍କ ବୟସ ଏବେ ୩୦। ସେ ଅଷ୍ଟ୍ରେଲିଆରେ ମାର୍କେଟିଂ ଓ ଫାଇନାନ୍ସରେ ଡିଗ୍ରୀ ହାସଲ କରିଛନ୍ତି। ଇଭି ବାଇକ୍‌ର ବ୍ୟାଟେରି ଅଢ଼େଇ ଘଣ୍ଟାରେ ପୂରା ଚାର୍ଜ ହୋଇପାରୁଛି ଓ ଏଥିରେ ତାହା ୮୦ରୁ ୧୦୦ କି.ମି. ଯାଇପାରୁଛି। ଏହା ଘଣ୍ଟା ପ୍ରତି ୪୦ କି.ମି. ବେଗରେ ଯାଇପାରୁଛି। ଉକ୍ତ ବାଇକ୍‌କୁ ପରୀକ୍ଷା କରିବାକୁ ଆସୁଥିବା ପ୍ରତି ୧୦ ଜଣରେ ୮ ଜଣ କିିଣୁଛନ୍ତି ବୋଲି କୁହନ୍ତି ରାଜ୍‌। ବାଇକ୍‌ର ମୂଲ୍ୟ ୩୪ ହଜାରରୁ ଆରମ୍ଭ କରି ୧ଲକ୍ଷ ଟଙ୍କା ଯାଏ ରଖାଯାଇଛି। ଏବେ ରାଜ୍‌ ଇଲେକ୍ଟ୍ରି ମୋଟରବାଇକ୍‌ ନିର୍ମାଣ କରିବାକୁ ଯୋଜନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚା ଦୋକାନରୁ ଘିକୁଆଁରୀ ଉତ୍ପାଦ ଯାଏ ଏକ ଦୀର୍ଘ ଯାତ୍ରାର କାହାଣୀ ଯୋଡ଼ି ହୋଇଛି ରାଜସ୍ଥାନର ଅଜୟ ସ୍ବାମୀଙ୍କ ଜୀବନରେ। ହନୁମାନଗଡ଼ ଜିଲା ପରଲିକା ଗାଁର...

ଅସାନି ଆସିଲା

ଚଳିତ ବର୍ଷ ମେ’ ପ୍ରଥମାର୍ଦ୍ଧରେ ପ୍ରଚଣ୍ଡ ତାତି ମଧ୍ୟରେ ଅସାନି ବାତ୍ୟା ଚିନ୍ତାର କାରଣ ପାଲଟିଛି। ପ୍ରତିବର୍ଷ ବାତ୍ୟା ଯୋଗୁ ପଶ୍ଚିମବଙ୍ଗ, ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତାମିଲନାଡୁ,...

ପ୍ରାୟଶ୍ଚିତ୍ତର ସମୟ

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଆସନ୍ତାବର୍ଷ ହେବାକୁ ଥିବାରୁ ଏଥିଲାଗି ବିଭିନ୍ନ ରାଜନୈତିକ ଦଳ ପ୍ରଚାର କାର୍ଯ୍ୟ ଆରମ୍ଭ କରିଦେଲେଣି। କେଉଁ ଉପାୟ ବା ରାସ୍ତା ଧରିଲେ...

ଦୁର୍ନୀତି, ମହାଦୁର୍ନୀତି ଓ ସାମୂହିକ ଦୁର୍ନୀତି

ହରିଶଙ୍କର ମିଶ୍ର ଦୁର୍ନୀତି ହେଉଛି ନୀତିର ସାମାନ୍ୟ ବିଚ୍ୟୁତି, ଯାହାର ସର୍ବୋଚ୍ଚ ସୀମା ନ ଥାଏ। ସାମ୍ପ୍ରତିକ ସମାଜରେ ସଂଖ୍ୟାଧିକ ରାଜନେତା ରାଜକର୍ମଚାରୀ ଓ ସରକାରଙ୍କୁ...

ଛାତିରେ ହାତ ରଖି କହିପାରିବା କି

ଉପେନ୍ଦ୍ର ବିଶ୍ୱାଳ “ମୋ ରାଜ୍ୟରେ ଏମିତି କେତେ ଜଣ ଓଏଏସ ଅଫିସର ଅଛନ୍ତି, ଯେଉଁମାନେ କି ଛାତିରେ ହାତ ରଖି କହିପାରିବେ ସଚ୍ଚୋଟ ବୋଲି” -ବାଲେଶ୍ୱରଠାରେ...

ଏଇ ଭାରତରେ

ବିଶ୍ୱରେ ଏବେ ଇଲେକ୍‌ଟ୍ରୋନିକ ଓ୍ବେଷ୍ଟ (ଇ-ଓ୍ବେଷ୍ଟ) ସୁନାମି ଦେଖିବାକୁ ମିଳିଛି। ଏହା ପରିବେଶ ଓ ପ୍ରାଣୀଙ୍କ ପାଇଁ ସଙ୍କଟ ସୃଷ୍ଟି କରୁଛି। ଏଥିରୁ ମୁକୁଳିବା ଲାଗି...

ଆରମ୍ଭ ମାତ୍ର

ଭାରତ-ଚାଇନା ମଧ୍ୟରେ ଲଦାଖର ଗଲଓ୍ବାନ ଉପତ୍ୟକାକୁ ନେଇ ସୀମା ବିବାଦ ଚାଲିଥିବା ବେଳେ ଭାରତ ସରକାର ଟିକ୍‌ଟକ୍‌ ସମେତ ଚାଇନାର ୫୯ଟି ଆପ୍‌କୁ ନିଷିଦ୍ଧ କରିଛନ୍ତିି।...

ବୋଲରଙ୍କୁ ଅଣଦେଖା

ଲର୍ଡସରେ ଭାରତୀୟ ମହିଳା କ୍ରିକେଟ ଟିମ୍‌ ଇଂଲଣ୍ଡ ଟିମ୍‌କୁ ପରାସ୍ତକରି ବିଜୟୀ ହୋଇଥିଲା। ଭାରତର ଏହି ବିଜୟକୁ ନେଇ ବ୍ରିଟିଶ ମିଡିଆ ଏବଂ କ୍ରିକେଟରମାନେ ଲଗାତର...

Advertisement
Archives

Model This Week