ଏଇ ଭାରତରେ

ଚିଠି ଲେଖି ଭଗବାନଙ୍କ ନିକଟରେ ଗୁହାରି କରୁଛନ୍ତି ଯୁବତୀ। ମଧ୍ୟପ୍ରଦେଶର ମଣ୍ଡସୌରରେ ଥିବା ପଶୁପତିନାଥ ମହାଦେବଙ୍କ ଦାନବାକ୍ସରୁ ମିଳିଛି ଏମିତି କିଛି ପତ୍ର ଯାହାକୁ ପଢିଲେ ଆଶ୍ଚର୍ଯ୍ୟ ଲାଗିବା ସ୍ବାଭାବିକ। ଏଠାରେ ଦାନବାକ୍ସ ଖୋଲିବା ବେଳକୁ ସାଦାକାଗଜରେ ଲେଖାଥିବା କିଛି ପତ୍ର ଦେଖିବାକୁ ମିଳିଥିଲା। ଏସବୁ ଖୋଲି ପଢ଼ିବା ପରେ ଜଣାପଡିଥିଲା କି ଜଣେ ଯୁବତୀ ଭଗବାନଙ୍କୁ ଲେଖିଥିଲେ, ‘ଭଗବାନ ମୋ ବାହାଘର ‘ପବନ’ ନାମକ ଯୁବକ ସହ କରାଇ ଦିଅନ୍ତୁ।’ ଅନ୍ୟଜଣେ ନିଜ ଭାଇଙ୍କ ବାହାଘର ପାଇଁ ମହାଦେବଙ୍କୁ ଚିଠି ଲେଖି ଦାନବାକ୍ସରେ ପକାଇ ଦେଇଥିଲେ। ସେମିତି ଆଉ ଜଣେ ଯୁବତୀ ଲେଖିଥିଲେ, ‘ହେ ଭଗବାନ ମୋ ବାପା ମୋ କଥାରେ ରାଜି ହୋଇଯାଆନ୍ତୁ ଆଉ ମୋ ବାହାଘର ଶୀଘ୍ର ହୋଇଯାଉ।’ ଠାକୁରଙ୍କୁ ମିଳିଥିବା ଦାନ ସହ ଏସବୁ ଚିଠି ଆସିଥିଲା ଚର୍ଚ୍ଚାକୁ। ଏବେ କେତେକ ଭକ୍ତ ନିଜ ମନସ୍କାମନା ପୂରଣ ପାଇଁ ମହାଦେବଙ୍କ ଦାନବାକ୍ସରେ ଏଭଳି ପତ୍ର ଲେଖି ପକାଉଥିବା କହନ୍ତି ମନ୍ଦିର ପରିଚାଳକ। ଏହି ମନ୍ଦିରକୁ ଦେଶ ତଥା ଦେଶ ବାହାରୁ ଅନେକ ଭକ୍ତ ପରିଦର୍ଶନରେ ଆସି ଅର୍ଥ ଦାନ କରିଥାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡକ୍ୟୁମେଣ୍ଟ ମିଶନ ଜୟ ହିନ୍ଦ୍‌

ମହାମାରୀ ସମୟରେ ଦେଶର ଭୂମିକା କ’ଣ? ଏବେ କରୋନା ମହାମାରୀ ଭଳି ଏକ ପ୍ରାକୃତିକ ବିପର୍ଯ୍ୟୟ ଜନସଂଖ୍ୟାର ଏକ ବୃହତ୍‌ ଅଂଶକୁ ତା’ର ଯତ୍ନ ନେବାରେ...

ଭାରତର ବୈଦେଶିକ ଓ ବାଣିଜ୍ୟ ନୀତି

ହରେକୃଷ୍ଣ ପଣ୍ଡା ଭାରତର ବୈଦେଶିକ ନୀତି ସମ୍ବିଧାନ ପ୍ରଣୟନ ପରେ ନିର୍ଦ୍ଧାରିତ ହୋଇଥିଲା। ଏହାକୁ କେନ୍ଦ୍ରକରି ନେହେରୁଙ୍କ ଅମଳରେ ପଞ୍ଚଶୀଳ ନୀତି,ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ ପ୍ରବର୍ତ୍ତନ...

ଅପେକ୍ଷା କର, ବଛାଚାଲିଛି

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ୨୯ ସେପ୍ଟେମ୍ବରରେ ହେବାକୁ ଥିବା ମୁଦ୍ରାନୀତି କମିଟି ବା ମନିଟାରୀ ପଲିସି କମିଟି (ଏମ୍‌ପିସି) ବୈଠକକୁ ୨୮ ସେପ୍ଟେମ୍ବରରେ ସ୍ବଳ୍ପ...

ଡିଜିଟାଲ ପରିଚାଳିକା

ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ ଚଳିତମାସ କ୍ଷମତାରେ ବସିବାକୁ ଯାଉଥିବାରୁ ତାଙ୍କ ପ୍ରଶାସନରେ କେଉଁମାନଙ୍କୁ ନେବେ ସେଥିଲାଗି କସରତ ଚାଲିଛି। ନିକଟରେ ବାଇଡେନ୍‌ଙ୍କ ହ୍ବାଇଟ୍‌...

ସୁଧୁରୁଥିବା ସମାଜ

ଡ. ବାସନ୍ତୀ ମହାନ୍ତି   ପ୍ରତ୍ୟେକ ବିପର୍ଯ୍ୟୟ ଆମ ପାଇଁ ଗୋଟିଏ ଗୋଟିଏ ବାର୍ତ୍ତା ନେଇ ଆସିଥାଏ। ଏ ସର୍ବଗ୍ରାସୀ କରୋନା କବଳିତ ପୃଥିବୀରୁ ସବୁ...

ଓଡ଼ିଶା ଓ ତାରକସୀ ଶିଳ୍ପ

ରମେଶ ଚନ୍ଦ୍ର ସାହୁ ଭାରତ ଭଳି ଗୋଟିଏ ଅର୍ଥନୈତିକ ବିକାଶଶୀଳ ରାଷ୍ଟ୍ରରେ ହାରାହାରି ପ୍ରାୟ ୮୦ପ୍ରତିଶତ ଲୋକ ସାଧାରଣ ସୁଖ ସୁବିଧାରୁ ବଞ୍ଚତ୍ତ ହୋଇ ଦାରିଦ୍ର୍ୟ...

ମୁଠାଏ ମାଟି

ଦ୍ୱିତୀ ଚନ୍ଦ୍ର ସାହୁ ନୂଆ ଘରସବୁ ସଜଡ଼ାସଜଡ଼ି ପରେ ମନ ବଳିଲା ଏଣିକି ବଗିଚା କରିବା। ସହରରେ ଘର କରିଲାବେଳେ ସ୍ଥାନ ପ୍ରତି ସମସ୍ତେ ସଚେତନ।...

ଉପକୂଳର ଯୋଦ୍ଧା

ପ୍ରକାଶ ତ୍ରିପାଠୀ ହୃଦୟକୁ ଛୁଇଁଲା ଭଳି ଲେଖାଟିଏ ଫେସ୍‌ବୁକ୍‌ରେ ପୋଷ୍ଟ କରିଛନ୍ତି ବନ୍ଧୁ ବଦ୍ରି ମିଶ୍ର- ”ହେ ଯୋଦ୍ଧା! ତୁମକୁ ସଲାମ୍‌। ଦୀର୍ଘ ୪ ଘଣ୍ଟା...

Advertisement
Archives

Model This Week