ଏଇ ଭାରତରେ

ଆମ ଆଖପାଖରେ ରହୁଥିବା ବୁଲାକୁକୁରଙ୍କୁ ଦେଖିଲେ ଦୟା ଲାଗେ, କିନ୍ତୁ ସେମାନଙ୍କ ପାଇଁ କିଛି କରୁଥିବା ଲୋକମାନଙ୍କ ମଧ୍ୟରେ ବେଙ୍ଗାଲୁରୁର ରଜନୀ ସେଟ୍ଟୀ ଅନ୍ୟତମ। ୨୦ ବର୍ଷ ହେଲା ସେ ବୁଲାକୁକୁରଙ୍କୁ ଖାଇବାକୁ ଦେଉଛନ୍ତି। ବଡ଼ କଥା ହେଉଛି ସେ ନିଜ ପରିବାର ପ୍ରତିପୋଷଣ ପାଇଁ ଅନ୍ୟ ଘରେ କାମ କରୁଥିଲେ ବି ବୁଲାକୁକୁରଙ୍କୁ ଖାଇବାକୁ ଦେବାରେ କେବେ ଅବହେଳା କରିନାହାନ୍ତି। ସେ ଗୋଟିଏ କି ଦୁଇଟି ନୁହେଁ, ପ୍ରତିଦିନ ୮୦୦ କୁକୁରଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି। ଏଥିପାଇଁ ଦୁଇ କୁଇଣ୍ଟାଲ ଚାଉଳ ଲାଗୁଛି। ଭାତ ସହ ଚିକେନ କରି କୁକୁରଙ୍କୁ ଖାଇବାକୁ ଦେଉଛନ୍ତି। ଏହି କାର୍ଯ୍ୟରେ ତାଙ୍କ ପରିବାରର ସହଯୋଗ ମିଳୁଛି। ସକାଳ ସାଢେ ୫ଟାରେ ଉଠି ଖାଦ୍ୟ ପ୍ରସ୍ତୁତ କରି ସ୍କୁଟରରେ କୁକୁରମାନଙ୍କ ପାଇଁ ନେଇ ଯାଉଛନ୍ତି। ସାଥୀରେ ବି ତାଙ୍କ ଝିଅ ଯାଇ ସହଯୋଗ କରୁଛନ୍ତି। ଏହି କାର୍ଯ୍ୟ ଲାଗି ଲୋକମାନେ ତାଙ୍କୁ ଆର୍ଥିକ ସାହାଯ୍ୟ ଯୋଗାଇ ଦେଉଛନ୍ତି। କୁକୁରଙ୍କୁ ଖାଇବାକୁ ଦେବା ବ୍ୟତୀତ ରଜନୀ ବିପଦରେ ପଡ଼ିଥିବା ପ୍ରାଣୀମାନଙ୍କୁ ଉଦ୍ଧାର କରୁଛନ୍ତି। କୂଅରେ ପଶି ହେଉ ଅବା ଉଚ୍ଚ ପାଚେରିରେ ଚଢ଼ି ସେ ଏମାନଙ୍କୁ ଉଦ୍ଧାର କରୁଛନ୍ତି। ୨୦ ବର୍ଷ ମଧ୍ୟରେ ସେ ୨୦୦ ପ୍ରାଣୀଙ୍କୁ ମଧ୍ୟ ଉଦ୍ଧାର କରିସାରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri