ଏଇ ଭାରତରେ

ଗୋଟିଏ ପଟେ ସରକାରୀ ଚାକିରିର ଦାୟିତ୍ୱ ଅନ୍ୟପଟେ ଅସହାୟ ପିଲାଙ୍କ ଟ୍ୟୁଶନ ଭାରରେ କେବେ ବି ବିଚଳିତ ହୋଇନାହାନ୍ତି ତିନି ସରକାରୀ ଅଧିକାରୀ। ଏହି ଅଧିକାରୀମାନେ ହେଉଛନ୍ତି ବିହାରର ସନ୍ତୋଷ କୁମାର, ବିଜୟ କୁମାର ଏବଂ ରଞ୍ଜନ ପ୍ରକାଶ। ସନ୍ତୋଷ ଏବେ ଅରୁଣାଚଳ ପ୍ରଦେଶ ଷ୍ଟାଫ୍‌ ସିଲେକ୍‌ଶନର ସେକ୍ରେଟାରି ରହିଥିବାବେଳେ ରଞ୍ଜନ ସିଆର୍‌ପିଏଫ୍‌ର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଏବଂ ବିଜୟ ଇଣ୍ଡିଆନ ଟ୍ରାଫିକ୍‌ ସର୍ଭିସ୍‌ର ଜଣେ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି। ୨୦୧୯ରେ ସେମାନେ ଆମ୍ବେଡ୍‌କର ଇନିସିଏଟିଭ୍‌ ଫର୍‌ ମାର୍ଜିନାଲାଇଜ୍‌ଡ( ଏଆଇଏମ୍‌) ପାଠଶାଳା ଖୋଲି ଅସହାୟ ପିଲାଙ୍କୁ ମାଗଣାରେ ପଢ଼ାଇବାର ବ୍ୟବସ୍ଥା କରିଛନ୍ତି। ସେମାନେ ଏହି ଅଭିଯାନ ଗୋପାଳଗଞ୍ଜ, ଔରଙ୍ଗାବାଦ୍‌ ଏବଂ ସମସ୍ତିପୁର ଜିଲାର ୩ଟି କେନ୍ଦ୍ରରେ ଚଳାଇଛନ୍ତି। କେବଳ ଏତିକି ନୁହେଁ, ସେମାନେ ପିଲାମାନଙ୍କୁ ପାଠ୍ୟ ଉପକରଣ ମଧ୍ୟ ଯୋଗାଇ ଦେଉଛନ୍ତି। ଏଠାରେ ପ୍ରଥମରୁ ଦଶମ ଯାଏ ପିଲା ପଢୁଛନ୍ତି। କ୍ଲାସ୍‌ ସକାଳ ୭ଟାରେ ଆରମ୍ଭ ହୋଇ ୯ଟାରେ ଶେଷ ହେଉଛି। ଏଥିପାଇଁ ଭଲ ଶିକ୍ଷକ ଏବଂ ବିଶେଷଜ୍ଞଙ୍କୁ ଶିକ୍ଷାଦାନରେ ନିଯୁକ୍ତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri