ଏଇ ଭାରତରେ

ବିଭିନ୍ନ ବର୍ଜ୍ୟକୁ ଇନ୍ଧନ ଭାବେ ବ୍ୟବହାର କରାଯିବା ପାଇଁ ଅନେକ ଉପାୟ ସାମ୍‌ନାକୁ ଆସିଥିଲେ ବି ଏବେ କାଗଜ ବର୍ଜ୍ୟକୁ ଇନ୍ଧନ ଭାବେ ବ୍ୟବହାର କରିବା ଲାଗି ଏକ ପ୍ରକାର ଥ୍ରି-ଇନ୍‌-ଓ୍ବାନ୍‌ ଷ୍ଟୋଭ୍‌ ନିର୍ମାଣ କରିଛନ୍ତି କେରଳର ଅବଦୁଲ କରିମ୍‌। ଲକ୍‌ଡାଉନ ତାଙ୍କୁ ଏଭଳି ଏକ ଷ୍ଟୋଭ୍‌ ନିର୍ମାଣ କରିବା ଲାଗି ସୁଯୋଗ ଦେଇଛି। ଅବଦୁଲଙ୍କ ବୟସ ଏବେ ୫୭। କିନ୍ତୁ ଅବଦୁଲ ଯେଉଁ ଷ୍ଟୋଭ ନିର୍ମାଣ କରିଛନ୍ତି ସେଥିରୁ ପାରମ୍ପରିକ ଷ୍ଟୋଭ୍‌ ତୁଳନାରେ ବହୁତ କମ୍‌ ଧୂଆଁ ବାହାରୁଛି। ଏହି ଷ୍ଟୋଭ୍‌ର ନାମ ରଖିଛନ୍ତି ରକେଟ୍‌ ଷ୍ଟୋଭ୍‌ ଓ ଏଥିରେ ସହଜରେ ଶୀଘ୍ର ରୋଷେଇ କରାଯାଉଛି। ଏହା ମଧ୍ୟରେ ବି ଏକ ଓଭାନ ଏବଂ ଓ୍ବାଟର ହିଟର୍‌ ରହିଛି। ଇନ୍ଧନ ପାଇଁ ଷ୍ଟୋଭ୍‌ରେ କାଠ, ଷଢେଇ ବି ବ୍ୟବହାର କରାଯାଇପାରିବ। ଅବଦୁଲଙ୍କର କୋଚିସ୍ଥିତ ଏକ୍ସେଲେଣ୍ଟ ଇଞ୍ଜିନିୟରିଂ କମ୍ପାନୀରେ ଏହି ଷ୍ଟୋଭ ନିର୍ମାଣ କରିବାରେ ଲାଗିଛନ୍ତି। ଏହି ଷ୍ଟୋଭରେ ବିଭିନ୍ନ ଶୁଖିଲା ବର୍ଜ୍ୟ ମଧ୍ୟ ବ୍ୟବହାର କରାଯାଇ ପାରିବ ବୋଲି କହନ୍ତି ଅବଦୁଲ। ମାଟି ହାଣ୍ଡିଠାରୁ ଆରମ୍ଭ କରି ନନ୍‌ ଷ୍ଟିକ୍‌ ପ୍ୟାନ୍‌ ଯାଏ ସବୁ ପ୍ରକାର ପାତ୍ରରେ ରୋଷେଇ କରାଯାଇପାରିବ। ମେଟାଲ ସିଟ୍‌ରେ ଏହାକୁ ନିର୍ମାଣ କରାଯାଇଛି। ୫,୦୦୦ ଟଙ୍କାରୁ ଆରମ୍ଭ କରି ୨୦,୦୦୦ ଟଙ୍କା ମୂଲ୍ୟର ୪ଟି ମଡେଲ୍‌ରେ ଏହା ଉପଲଧ। ସବୁଠୁ ଛୋଟ ଷ୍ଟୋଭର ଓଜନ ୨୦ କେଜି। ରକେଟ ଷ୍ଟୋଭ ପାଇଁ ଏବେ ଅବଦୁଲ ୧୦୦ଟି ଅର୍ଡର ପାଇସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଣତନ୍ତ୍ର ଓ ରାଜନୀତି

ଭାରତୀୟ ସମାଜର ଧାରା, ଦର୍ଶନ, କ୍ରିୟାକଳାପ, ପାଶ୍ଚାତ୍ୟ ଧାରାରୁ ସମ୍ପୂର୍ଣ୍ଣ ଅଲଗା। ଭାରତୀୟ ସମାଜ ବ୍ୟଷ୍ଟିତନ୍ତ୍ର ଆଧାରରେ ଅଧିଷ୍ଠିତ। ପ୍ରାଚୀନ ଯୁଗରେ ମୁନି ଋଷିମାନଙ୍କ ବ୍ୟକ୍ତିଗତ ସତ୍ତା…

ବିଦେଶୀ ଅନୁଦାନ ବିନିଯୋଗ ଅଧିନିୟମ

ବିଭିନ୍ନ ଗୋଇନ୍ଦା ଓ ଅର୍ଥନୈତିକ ଅପରାଧ ନିୟନ୍ତ୍ରଣ ସଂସ୍ଥାର ତଥ୍ୟାନୁସାରେ ଭାରତରେ କାର୍ଯ୍ୟ କରୁଥିବା କିଛି ବେସରକାରୀ ଅନୁଷ୍ଠାନ, ସ୍ବୟଂସେବୀ ସଂସ୍ଥା ଓ ଦାତବ୍ୟ ପ୍ରତିଷ୍ଠାନଗୁଡ଼ିକ ବିଦେଶରୁ…

ବିଚାରପତି ବି ଅସହାୟ

ଭାରତୀୟ ଗଣତନ୍ତ୍ରରେ ବିଧାନପାଳିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ତିନୋଟି ପ୍ରମୁଖ ସ୍ତମ୍ଭ ଭାବେ ଜଣାଶୁଣା। ତନ୍ମଧ୍ୟରୁ ନ୍ୟାୟପାଳିକା ଉପରେ ଜନସାଧାରଣ ନ୍ୟାୟ ପାଇଁ ସବୁଠାରୁ ଅଧିକ ଭରସା…

ଏଇ ଭାରତରେ

ଆଇଏଏସ୍‌ ଅଧିକାରୀ ଆର୍ମଷ୍ଟ୍ରଙ୍ଗ ପାମେ ମଣିପୁର ତାମେଙ୍ଗଲଙ୍ଗ ଜିଲାର ତୌସେମ୍‌ରେ ସବ୍‌ଡିଭିଜନାଲ ମାଜିଷ୍ଟ୍ରେଟ୍‌ ଭାବେ ୨୦୧୨ରେ ଯୋଗଦେବା ପରେ ନିଜେ ପାଣ୍ଠି ଯୋଗାଡ଼ କରି ଏକ ରାସ୍ତା…

ସିଭିଲ୍‌ ସର୍ଭିସ୍‌ କା ବିନାଶ

ସରକାର ଚଳାଉଥିବା ଭାଜପାର ନାରା ହେଉଛି – ସବ୍‌କା ସାଥ୍‌ ସବ୍‌କା ବିକାଶ୍‌, ସବ୍‌କା ବିଶ୍ୱାସ୍‌ ଔର ସବ୍‌କା ପ୍ରୟାସ୍‌। ଏବେକାର ପ୍ରମୁଖ ବିରୋଧୀ ଦଳ କଂଗ୍ରେସ…

ଓଡ଼ିଶାରେ ଆଳୁ ପିଆଜ

ପିଲାଦିନରୁ ଯେବେଠାରୁ ମୋର ହେତୁ ପାଇଲା ସେବେଠାରୁ ମୁଁ ଗୋଟିଏ କଥା ଶୁଣି ଆସୁଛି ଯେ ଓଡ଼ିଶା ସର୍ବଦା ଆଳୁ ପିଆଜ ପାଇଁ ବାହାର ରାଜ୍ୟ ଉପରେ…

ଘରେ ଷଣ୍ଢ, ପଦାରେ ଛେଳି

ବିଶ୍ୱ ମାନଚିତ୍ରରେ ମହାଦେଶଗୁଡ଼ିକର ଆପେକ୍ଷିକ ଆକାରରେ ଥିବା ବିଭିନ୍ନ ତ୍ରୁଟିକୁ ସୁଧାରିବା ଉଦ୍ଦେଶ୍ୟରେ ମିଳିତ ଜାତିସଂଘ ସାଧାରଣ ସଭା(ୟୁଏନ୍‌ଜିଏ) ପକ୍ଷରୁ ୪ ସେପ୍ଟେମ୍ବରରେ ଏକ ସଂକଳ୍ପ ଅଣାଯାଇଥିଲା।…

ଏଇ ଭାରତରେ

ରବିବାର ଭୋର ୪ଟା ହୋଇଗଲେ ମୁମ୍ବାଇର ପୂଜା ଓ ଦୀପେଶ ଡେଢ଼ିହାଙ୍କ ଘରେ ରୋଷେଇ ଆରମ୍ଭ ହୋଇଯାଏ । ଯେ କେହି ଭାବିବେ, ଏହି ଦମ୍ପତି ଏତେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri