ଏଇ ଭାରତରେ

ବିଭିନ୍ନ ବର୍ଜ୍ୟକୁ ଇନ୍ଧନ ଭାବେ ବ୍ୟବହାର କରାଯିବା ପାଇଁ ଅନେକ ଉପାୟ ସାମ୍‌ନାକୁ ଆସିଥିଲେ ବି ଏବେ କାଗଜ ବର୍ଜ୍ୟକୁ ଇନ୍ଧନ ଭାବେ ବ୍ୟବହାର କରିବା ଲାଗି ଏକ ପ୍ରକାର ଥ୍ରି-ଇନ୍‌-ଓ୍ବାନ୍‌ ଷ୍ଟୋଭ୍‌ ନିର୍ମାଣ କରିଛନ୍ତି କେରଳର ଅବଦୁଲ କରିମ୍‌। ଲକ୍‌ଡାଉନ ତାଙ୍କୁ ଏଭଳି ଏକ ଷ୍ଟୋଭ୍‌ ନିର୍ମାଣ କରିବା ଲାଗି ସୁଯୋଗ ଦେଇଛି। ଅବଦୁଲଙ୍କ ବୟସ ଏବେ ୫୭। କିନ୍ତୁ ଅବଦୁଲ ଯେଉଁ ଷ୍ଟୋଭ ନିର୍ମାଣ କରିଛନ୍ତି ସେଥିରୁ ପାରମ୍ପରିକ ଷ୍ଟୋଭ୍‌ ତୁଳନାରେ ବହୁତ କମ୍‌ ଧୂଆଁ ବାହାରୁଛି। ଏହି ଷ୍ଟୋଭ୍‌ର ନାମ ରଖିଛନ୍ତି ରକେଟ୍‌ ଷ୍ଟୋଭ୍‌ ଓ ଏଥିରେ ସହଜରେ ଶୀଘ୍ର ରୋଷେଇ କରାଯାଉଛି। ଏହା ମଧ୍ୟରେ ବି ଏକ ଓଭାନ ଏବଂ ଓ୍ବାଟର ହିଟର୍‌ ରହିଛି। ଇନ୍ଧନ ପାଇଁ ଷ୍ଟୋଭ୍‌ରେ କାଠ, ଷଢେଇ ବି ବ୍ୟବହାର କରାଯାଇପାରିବ। ଅବଦୁଲଙ୍କର କୋଚିସ୍ଥିତ ଏକ୍ସେଲେଣ୍ଟ ଇଞ୍ଜିନିୟରିଂ କମ୍ପାନୀରେ ଏହି ଷ୍ଟୋଭ ନିର୍ମାଣ କରିବାରେ ଲାଗିଛନ୍ତି। ଏହି ଷ୍ଟୋଭରେ ବିଭିନ୍ନ ଶୁଖିଲା ବର୍ଜ୍ୟ ମଧ୍ୟ ବ୍ୟବହାର କରାଯାଇ ପାରିବ ବୋଲି କହନ୍ତି ଅବଦୁଲ। ମାଟି ହାଣ୍ଡିଠାରୁ ଆରମ୍ଭ କରି ନନ୍‌ ଷ୍ଟିକ୍‌ ପ୍ୟାନ୍‌ ଯାଏ ସବୁ ପ୍ରକାର ପାତ୍ରରେ ରୋଷେଇ କରାଯାଇପାରିବ। ମେଟାଲ ସିଟ୍‌ରେ ଏହାକୁ ନିର୍ମାଣ କରାଯାଇଛି। ୫,୦୦୦ ଟଙ୍କାରୁ ଆରମ୍ଭ କରି ୨୦,୦୦୦ ଟଙ୍କା ମୂଲ୍ୟର ୪ଟି ମଡେଲ୍‌ରେ ଏହା ଉପଲଧ। ସବୁଠୁ ଛୋଟ ଷ୍ଟୋଭର ଓଜନ ୨୦ କେଜି। ରକେଟ ଷ୍ଟୋଭ ପାଇଁ ଏବେ ଅବଦୁଲ ୧୦୦ଟି ଅର୍ଡର ପାଇସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗ ଧରିଛନ୍ତି/ତଥାଗତ ସତପଥୀ

କର୍ନାଟକରେ ରାଜନୈତିକ ସଙ୍କଟ ଦୂର ହୋଇପାରୁ ନାହିଁ। ଇସ୍ତଫା ଦେଇଥିବା ବିଧାୟକଙ୍କ ପତ୍ରକୁ ବାଚସ୍ପତି ଗ୍ରହଣ କରିବା ନେଇ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନ ଉପରେ ୧୭...

କୁକୁଡ଼ା ଅଣ୍ଡାର ମାନ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ଅଣ୍ଡାକୁ ସବୁବେଳେ ମାନକ ନିରାପଦ ଖାଦ୍ୟ ଭାବେ ବିବେଚନା କରାଯାଇ ଆସିଛି। କ୍ୱଚିତ୍‌ ଲୋକ ଜାଣନ୍ତି ଯେ, ପ୍ରତି ଅଣ୍ଡା...

ଆଉ କେତେ ଝୁଣ୍ଟିବା

ଶ୍ୱେତପଦ୍ମାସିନୀ ମହାନ୍ତି   ଦେଢ଼ ବର୍ଷରୁ ଊର୍ଦ୍ଧ୍ୱ ହେଲାଣି, କରୋନା ମହାମାରୀ ସମଗ୍ର ବିଶ୍ୱରେ କାୟାବିସ୍ତାର କରି ତାଣ୍ଡବ ଖେଳାଇଦେଇଛି। ଯେତେବେଳେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ,...

ଏଇ ଭାରତରେ

ହିନ୍ଦୁ ଓ ମୁସଲମାନଙ୍କ ପର୍ବ, ପରମ୍ପରା ଭିନ୍ନ ହୋଇଥିଲେ ହେଁ ବିହାରର ଏକ ଗାଁରେ ହିନ୍ଦୁମାନେ ଯେଭଳି ମୁସଲମାନଙ୍କ ପରମ୍ପରାକୁ ଆଦରିନେଇଛନ୍ତି ତାହା ସହାବସ୍ଥାନ ଓ...

କଳିଙ୍ଗପ୍ରାଣ ବିଚ୍ଛନ୍ଦଚରଣ

ଡ. ଉଦ୍ଧବ ଚରଣ ନାୟକ ବିଚ୍ଛିନ୍ନ ଉତ୍କଳର ଏକତ୍ରୀକରଣ, ଓଡ଼ିଆ ଭାଷା ସାହିତ୍ୟ, ସଂସ୍କୃତିର ସୁରକ୍ଷା ଓ ପ୍ରଚାର ପ୍ରସାର ତଥା ବିକାଶ କ୍ଷେତ୍ରରେ ଉତ୍କଳର...

ବନ୍ୟପ୍ରାଣୀ ସୁରକ୍ଷା ଆଇନ ଓ ଅବାଧ ଶିକାର

ନାରାୟଣ ଚନ୍ଦ୍ର ବିଶ୍ୱାଳ ଜଙ୍ଗଲ କ୍ଷୟ ହେତୁ ବନ୍ୟପ୍ରାଣୀମାନେ ଖାଦ୍ୟ ଅନ୍ବେଷଣରେ ଏବେ ସହରମୁହଁ। ଫଳରେ ସେମାନେ ମଣିଷର ଆକ୍ରୋଶର ଶିକାର ହେଉଛନ୍ତି। ଏହାର ଫଳସ୍ବରୂପ...

ଓଡ଼ିଶୀ ସଙ୍ଗୀତର ପ୍ରାଚୀନତା ଓ ଶାସ୍ତ୍ରୀୟ ମାନ୍ୟତା

ପ୍ରଫେସର ଉଦୟନାଥ ସାହୁ   ଗତ ସେପ୍ଟେମ୍ବର ୨ ତାରିଖରେ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ନିମିତ୍ତ ଭାରତ ସରକାରଙ୍କୁ ଅନୁରୋଧ କରାଯିବାକୁ ଏକ...

ସାମାଜିକ ବାସନ୍ଦ ସମାଜ ପାଇଁ କଳଙ୍କ

ଭାଲଚନ୍ଦ୍ର ଷଡ଼ଙ୍ଗୀ   ନିକଟରେ ଗଞ୍ଜାମ ଜିଲା ଆସିକା ବ୍ଲକ୍‌ ଅର୍ନ୍ତଗତ ହରିଡ଼ାପଦର ଗ୍ରାମରେ ପ୍ରାୟ ଦୁଇଶହ ଦଳିତ ପରିବାରକୁ ଗଁାର ସଂଖ୍ୟାଗରିଷ୍ଠ ସବର୍ଣ୍ଣ ଲୋକେ...

Advertisement
Archives

Model This Week