ଏଇ ଭାରତରେ

ସ୍ବାଧୀନତାର ଦୀର୍ଘ ବର୍ଷ ପରେ ଭାରତରେ ଜଳସେଚନର ଆବଶ୍ୟକ ଲକ୍ଷ୍ୟ ହାସଲ ହୋଇପାରିନାହିଁ। ବହୁ ଅଞ୍ଚଳରେ ଫସଲରେ ପାଣି ମଡ଼ାଇବା ଲାଗି ଚାଷୀମାନେ ବିଦ୍ୟୁତଚାଳିତ ପାଣିପମ୍ପ ଉପରେ ନିଭର୍ର କରୁଛନ୍ତି। ଏଥିରେ ବି ବିଦ୍ୟୁତ ସମସ୍ୟା ଦେଖାଯାଉଛି। ଏହି ସମସ୍ୟାକୁ ଦୂରକରି ଚାଷୀମାନଙ୍କୁ ଲାଭ ଦେବା ଲାଗି ଝାଡ଼ଖଣ୍ଡରେ ଜୋହାର ପ୍ରୋଜେକ୍ଟ ଦ୍ୱାରା ସୋଲାର ପମ୍ପ ଫିଟ ହୋଇଥିବା ସାଇକେଲ ଚାଷୀମାନଙ୍କର ପ୍ରିୟ ହୋଇପାରିଛି। ୫୦ଟି ସାଇକେଲରେ ସୋଲାର ପ୍ୟାନେଲ ସହ ୦.୫ ଏଚପିର ପାଣିପମ୍ପ ଫିଟ୍‌ କରାଯାଇଛି। ପ୍ୟାନେଲରୁ ଉପତ୍ାଦିତ ସୌରଶକ୍ତିରେ ଏହି ପମ୍ପ ଚାଲୁଛି। ଘଣ୍ଟାକୁ ଡିଜେଲ ପମ୍ପ୍‌ରେ ୧୦୦ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଏଥିରେ ଖର୍ଚ୍ଚ କରିବାକୁ ପଡୁଛି ମାତ୍ର ୪୦ ଟଙ୍କା। ଏହାଦ୍ୱାରା ରାଜ୍ୟରେ ୬୦,୦୦୦ କୃଷକ ଉପକୃତ ହୋଇପାରୁଛନ୍ତି। କୃଷକମାନେ କୃଷିରୁ ଯେତିକି ରୋଜଗାର କରୁଥିଲେ ଏବେ ତା’ଠାରୁ ଅଧିକ ପାଉଛନ୍ତି। ଜମିରେ ଗୋଟିଏ ଫସଲ ବଦଳରେ ତିନି ତିନିଟା ଫସଲ କରିବାକୁ ସକ୍ଷମ ହୋଇଛନ୍ତି। ଏଭଳି ଜଳସେଚନର ସୁବିଧା ପାଇ ବହୁ ଗାଁରେ କୃଷକମାନେ କମ୍ୟୁନିଟି ଫାର୍ମିଂ ମଧ୍ୟ କରୁଛନ୍ତି। ଜୋହାର ପ୍ରୋଜେକ୍ଟ ସୌରଶକ୍ତି ଚାଳିତ ପାଣି ପମ୍ପ ଫିଟ କରାଯାଇଥିବା ୧୩୦୦ ସାଇକେଲ ଯୋଗାଇ ଦେବାର ଲକ୍ଷ୍ୟ ରଖି ଏବେ ସୁଦ୍ଧା ୫୦ଟି କାର୍ଯ୍ୟକାରୀ କରି ସାରିଛି। ଏହି ସାଇକେଲକୁ ସହଜରେ ବିଭିନ୍ନ ସ୍ଥାନକୁ ନିଆଯାଇ ପାରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

ଲୁଚାଇବା ଅନାବଶ୍ୟକ

ସୁପ୍ରିମକୋର୍ଟ ୧୩ ମାର୍ଚ୍ଚ ୨୦୨୬ରେ ମହିଳାଙ୍କ ଋତୁସ୍ରାବକାଳୀନ ଛୁଟି ସଂକ୍ରାନ୍ତ ଆବେଦନକୁ ଖାରଜ କରିଦେବା ସହ ଦେଇଥିବା ମତକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ସର୍ବୋଚ୍ଚ ଅଦାଲତ…

ସୁଯୋଗରୁ ଫାଇଦା

ନଭେମ୍ୱର ୪, ୨୦୧୩ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ୧୨୦ରୁ ଅଧିକ ଭାରତୀୟ ଦୂତାବାସର ମୁଖ୍ୟମାନଙ୍କ ସହ କଥା ହୋଇ ତାଙ୍କ ବୈଦେଶିକ ନୀତିକୁ ସ୍ପଷ୍ଟ କରୁଥିବା…

ଧୈର୍ଯ୍ୟ, କ୍ଷମା ଲୋଡ଼ା

ହୃଦୟରେ ଅନ୍ୟ ପ୍ରତି ଏପରିକି ପରମ ଶତ୍ରୁ ପ୍ରତି କୌଣସି ପରିସ୍ଥିତିରେ ଘୃଣାଭାବ ପୋଷଣ ନ କରି କ୍ଷମା, ଅନୁକମ୍ପା, କରୁଣା, ତିତିକ୍ଷା, ଦୟା ଭାବ ପ୍ରଦର୍ଶନକରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri