ଏଇ ଭାରତରେ

ଛତିଶଗଡ଼ର ଆଦିବାସୀ ଅଧ୍ୟୁଷିତ ମାଓବାଦୀପ୍ରବଣ ବସ୍ତର ଜିଲାରେ ପିଲାମାନଙ୍କୁ ସ୍ମାର୍ଟ କ୍ଲାସ୍‌ ମାଧ୍ୟମରେ ପୁଣି ସ୍କୁଲକୁ ଫେରାଇ ଅଣାଯାଇପାରୁଛି। ଏହି କ୍ଲାସ୍‌ର ସଷ୍ଟ୍ରା ହେଉଛନ୍ତି ବସ୍ତରର ଲୋହାଣ୍ଡିଗୁଡି ମଣ୍ଡଳ ଶିକ୍ଷାଧିକାରୀ ଚନ୍ଦ୍ରଶେଖର ଯାଦବ। ଯାଦବଙ୍କ ସ୍ମାର୍ଟ କ୍ଲାସ୍‌ର ଶିକ୍ଷକ କିଏ ଜାଣିଛନ୍ତି ? ଡିଜିଟାଲ୍‌ ଭଏସ୍‌ ଆସିଷ୍ଟାଣ୍ଟ ଡିଭାଇସ୍‌ ଆଲେକ୍ସା, ଏକ ଯନ୍ତ୍ରଚାଳିତ ଶିକ୍ଷକ। ସ୍ମାର୍ଟ କ୍ଲାସ୍‌ରେ ଆଲେକ୍ସା ଶିକ୍ଷକ ଭୂମିକା ନିଭାଉଛିି ଓ ତାକୁ ଯେ କୌଣସି ପ୍ରଶ୍ନ ପଚାରିଲେ ସଙ୍ଗେ ସଙ୍ଗେ ଉତ୍ତର ଦେଇପାରୁଛି। ପିଲାମାନେ ଏହା ସହ ପଢ଼ିବାକୁ ଭାରି ଭଲ ପାଉଛନ୍ତି। ସେମାନେ ଶିକ୍ଷକଙ୍କୁ ପ୍ରଶ୍ନ ପଚାରିବାକୁ କୁଣ୍ଠାବୋଧ କରୁଥିବାବେଳେ ଆଲେକ୍ସା ସହ ସାଙ୍ଗ ପରି ମିଶି ପ୍ରଶ୍ନ ପଚାରୁଛନ୍ତି। ଶିକ୍ଷକ ଓ ପିଲାମାନେ ଯେଭଳି ଶ୍ରେଣୀଗୃହରେ ମଜା ଉଠାନ୍ତି ଠିକ୍‌ ସେମିତି ପରିବେଶ ସୃଷ୍ଟି ହେଉଛି। ଏହାଦ୍ୱାରା ଏବେ ବସ୍ତରରେ ସ୍କୁଲଗଡ଼ିକରେ ପିଲାମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଲୋହାଣ୍ଡିଗୁଡିରେ ଏକ ପ୍ରଦର୍ଶନୀରେ ଡିଜିଟାଲ ଆଲେକ୍ସାକୁ ଚନ୍ଦ୍ରଶେଖର ପ୍ରଦର୍ଶିତ କରିଥିଲେ। ସେଠାରେ ଲୋକମାନେ ଆଲେକ୍ସାକୁ ପ୍ରଶ୍ନ ପଚାରିଥିଲେ ଓ ଠିକ୍‌ ଉତ୍ତର ପାଇବା ପରେ ସ୍କୁଲ୍‌ରେ ଏହାକୁ ବ୍ୟବହାର କରିବା ପାଇଁ ସେମାନେ ଚନ୍ଦ୍ରଶେଖରଙ୍କୁ ପରାମର୍ଶ ଦେଇଥିଲେ। ଚନ୍ଦ୍ରଶେଖର ଆଲେକ୍ସା ସମ୍ପର୍କରେ ବସ୍ତର ଜିଲାପାଳ ଆୟାଜ ତାମ୍ବୋଲିଙ୍କୁ ଜଣାଇବା ପରେ ସ୍କୁଲ୍‌ଗୁଡିକରେ ସ୍ମାର୍ଟ କ୍ଲାସ ପାଇଁ ସେ ଅନୁମତି ଦେଇଥିଲେ ଓ ଏହା କାର୍ଯ୍ୟକାରୀ ହେଉଛି। ଏବେ ବସ୍ତରରେ ୪୦ଟି ସ୍କୁଲରେ ସ୍ମାର୍ଟ କ୍ଲାସ୍‌ ପ୍ରୋଜେକ୍ଟ କାର୍ଯ୍ୟକାରୀ କରାଯାଇଛି ଯେଉଁଠି ଆଲେକ୍ସା ପାଲଟିଛି ମୁଖ୍ୟ ଆକର୍ଷଣ। ଏହାକୁ ଜିଲାର ୪୦୦ସ୍କୁଲକୁ ସମ୍ପ୍ରସାରଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ନେଟ୍‌ଓ୍ବର୍କ ଓ ପ୍ରଶିକ୍ଷିତ ଶିକ୍ଷକଦ୍ୱାରା ଶିକ୍ଷାର ନୂଆଧାରା ଆଗକୁ ବଢ଼ିପାରିବ ବୋଲି କହିଛନ୍ତି ଚନ୍ଦ୍ରଶେଖର।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri