ଏଇ ଭାରତରେ

ବର୍ତ୍ତମାନ ନିର୍ବାଚନ ଋତୁ ଜାରି ରହିଛି। ଭାରତ ଭଳି ଏକ ବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ରରେ ଭୋଟଦେଇ ନିଜ ମନ ପସନ୍ଦର ପ୍ରତିନିଧି ବାଛିବା ପ୍ରତ୍ୟେକ ବ୍ୟକ୍ତିଙ୍କର କର୍ତ୍ତବ୍ୟ। କିନ୍ତୁ ଅନେକ ସ୍ଥଳରେ ଦେଖାଯାଉଛି କେତେକ ବ୍ୟକ୍ତି ବିଭିନ୍ନ ଆଳ ଦେଖାଇ ଭୋଟଦାନରୁ ବିରତ ରହୁଛନ୍ତି। ଭୋଟଦାନ ନ କରିବା ଅର୍ଥ ଗଣତାନ୍ତ୍ରିକ ଶାସନ ପ୍ରକ୍ରିୟାରୁ ନିଜକୁ ଦୂରେଇ ରଖିବା। ଗୁରୁବାର ଥିଲା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ। ଜମ୍ମୁ-କଶ୍ମୀରର କଠୁଆ ଜିଲାରେ ଜଣେ ବୃଦ୍ଧା ଅସୁସ୍ଥ ଥିବା ସତ୍ତ୍ୱେ ମତଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ୮୦ ବର୍ଷୀୟା ଏହି ବୃଦ୍ଧା ହେଉଛନ୍ତି ଯୋଗୀନ୍ଦରୋ ଦେବୀ। ସେ ଅସୁସ୍ଥ ଥିବାରୁ କିଛି ଦିନ ହେବ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ହେଲେ ଗୁରୁବାର ତାଙ୍କ ନିର୍ବାଚନମଣ୍ଡଳୀରେ ଭୋଟ ଗ୍ରହଣ କରାଯାଉଥିବାରୁ ସେ ଉତ୍ସାହିତ ହୋଇ ହୁଇଲ୍‌ଚେୟାର ଯୋଗେ ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ। ମତାଧିକାର ସାବ୍ୟସ୍ତ କରିବା ପରେ ପୁଣି ହସ୍ପିଟାଲ ଚାଲିଯାଇଛନ୍ତି। ଅସୁସ୍ଥ ତଥା ଅଶୀତିପର ଏହି ମହିଳାଙ୍କ ଭୋଟଦାନ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ନିଶ୍ଚୟ।


Enter your email to get our daily news in your inbox.

All Right Reserved By Dharitri.Com

ଫନୀରୁ ଫାଇଦା

ଡ. ଚିନ୍ତାମଣି ପଣ୍ଡା ଚକ୍ରବାତ ଫନୀ ତାଣ୍ଡବ ରଚିବା ପରେ ଅପସରି ଯାଇଛି। କିନ୍ତୁ ପଛରେ ଛାଡିଯାଇଛି ଧ୍ୱଂସସ୍ତୂପର ବିଭୀଷିକା, ଛାରଖାର କରିଯାଇଛି ସଂସାରର ସବୁଜିମା।...

ବିଜ୍ଞାନ ଲଢୁଛି

ଡ. ପ୍ରଫୁଲ୍ଲ କୁମାର ସାହୁ ବିଜ୍ଞାନ ବଳରେ ମଣିଷ ଆଜି ଉପଭୋଗ କରୁଛି ଅକଳ୍ପନୀୟ ସୁବିଧା। ମାତ୍ର ପ୍ରାକୃତିକ ବିପର୍ଯ୍ୟୟ ଆସିଲେ ସବୁ ଦୋଷ ଲଦୁଛି...

ଶିକ୍ଷାରେ ବ୍ୟବସାୟ

ସହଦେବ ସାହୁ ସ୍କୁଲ-କଲେଜରେ ନାମ ଲେଖାଇବା ସମୟ ଆସିଗଲା, ତେଣୁ ଖବରକାଗଜ ପୃଷ୍ଠାଗୁଡିକ, ବିଶେଷତଃ ପ୍ରଥମ କେଇ ପୃଷ୍ଠା ଘରୋଇ ଶିକ୍ଷାନୁଷ୍ଠାନର ବିଜ୍ଞାପନରେ ଭର୍ତ୍ତି। ଟେଲିଭିଜନ...

କୃପା ଓ ଧୈର୍ଯ୍ୟ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ଶୀଲା ଦୀକ୍ଷିତଙ୍କ ସ୍ବାମୀ ଥିଲେ ‘ଡିକି’ (ବିନୋଦ ଦୀକ୍ଷିତ), ଯିଏ ବହୁ କମ୍‌ ବୟସରେ ଚାଲିଯାଇଥିଲେ। ସେ ଭାରତୀୟ ଅମଲାତନ୍ତ୍ରର...

ବୁଲାକୁକୁରଙ୍କ ସ୍ମାର୍ଟ ସହର

ପ୍ରଭାତ କୁମାର ଦାସ ବନେଶ୍ୱର ସ୍ମାର୍ଟ ସହର ହେଲା ପରେ ବୁଲାକୁକୁରଙ୍କ ସଂଖ୍ୟା ଆଶାତୀତ ଭାବରେ ବଢିଛି। ସରକାର ଏ ସହରକୁ ମଳମୁକ୍ତ ସହର ବୋଲି...

ଏଇ ଭାରତରେ

ଭାରତୀୟ ବନ ସେବା ଅଧିକାରୀ ପ୍ରସାଦ ରାଓ ପ୍ଲାଷ୍ଟିକ ମୁକ୍ତ ପରିବେଶ ଲାଗି ଅଣ୍ଟା ଭିଡ଼ିବା ସହ ଆଦିବାସୀଙ୍କୁ ଆମତ୍ନିର୍ଭରଶୀଳ କରାଇବାରେ ବି ସଫଳ ହୋଇଛନ୍ତି।...

ଆଜି ଶନି ଚଳନ

ଦୋଳଗୋବିନ୍ଦ ପଣ୍ଡା ମହାଗ୍ରହ ଶନି ଆଜି (ତା୨୪ା୦୧ା୨୦-ଶୁକ୍ରବାର) ଦିବା ୦୯ା୫୬ରେ ଧନୁରାଶିରୁ ଉତ୍ତରାଷାଢ଼ା ନକ୍ଷତ୍ର ମକର ରାଶିକୁ ଚଳିିବେ। ଶନି ଗୋଟିଏ ରାଶିରେ ହାରାହାରି ଅଢ଼େଇ...

ଏଇ ଭାରତରେ

ଏକ ପରିବାର ଅଦାଲତ ସ୍ତ୍ରୀଙ୍କୁ ଭରଣପୋଷଣ ଦେବା ପାଇଁ ରାୟ ଦେବା ପରେ ସ୍ବାମୀ କୋର୍ଟରେ ୫ ବସ୍ତା କଏନ୍‌ ନେଇ ପହଞ୍ଚିଥିଲେ। ଏଭଳି ଏକ...

Coronavirus Update

Archives

Model This Week

Why Dharitri