ଏଇ ଭାରତରେ

କରୋନା ମୁକାବିଲା କରିବା ଲାଗି ଭାରତରେ ଲକ୍‌ଡାଉନ ସମୟରେ ଲୋକେ ଗ୍ରସେରୀ ଦୋକାନ ଆଗରେ ଲମ୍ବାଧାଡି ଲଗାଉଥିବାବେଳେ ଅରୁଣାଚଳପ୍ରଦେଶର ଏକ ଦୁର୍ଗମ ଜିଲାରେ ସ୍ବେଚ୍ଛାସେବୀମାନେ ଲୋକମାନଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଉଛନ୍ତି। ସେମାନେ ‘ମି ବୁଡି’ ନାମକ ଏକ ଆପ୍‌ ମାଧ୍ୟମରେ ଏହି କାର୍ଯ୍ୟ କରୁଛନ୍ତି। ଏହି ଆପ୍‌ର ପ୍ରତିଷ୍ଠାତା ତଥା ସିଇଓ ହେଉଛନ୍ତି ମାଲିରେଡ୍ଡୀ ରାଜଶେଖର। ଏହା ପୂର୍ବରୁ ଏହି ଆପ୍‌ ମାଧ୍ୟମରେ ସେ ଦୁର୍ଗମ ଅଞ୍ଚଳରେ ଲୋକମାନଙ୍କୁ କୃଷି ଉପକରଣ,ବୈଦ୍ୟୁତିକ ଯନ୍ତ୍ରପାତି , ହସ୍ତକଳା ସାମଗ୍ରୀ ପହଞ୍ଚାଉଥିଲେ। କିନ୍ତୁ ଏବେ ଲକ୍‌ଡାଉନରେ ଲୋକଙ୍କ ସମସ୍ୟା ଦୂର କରିବା ଲାଗି ସେ ଆଗକୁ ଆସି ଲୋକଙ୍କ ଅଭାବ ପୂରଣ କରିପାରୁଛନ୍ତି। ସେ ଏହି ଆପ୍‌କୁ ଫେବୃୟାରୀ ୨୦୧୯ରେ ଆରମ୍ଭ କରିଥିଲେ। ସେବେଠାରୁ ଏହା ୨୦୦ ଗାଁରେ ଲୋକଙ୍କ ପାଖରେ ଜିନିଷ ପହଞ୍ଚାଇବାରେ ଲାଗିଛି। ସରକାରଙ୍କ ସହ ଏହା ସ୍ମାର୍ଟ ଭିଲେଜ ଅଭିଯାନରେ ମଧ୍ୟ ସାମିଲ ହୋଇଛି। ଏବେ ଏହି ଆପ ମାଧ୍ୟମରେ ଲୋହିତ ଜିଲାର ତେଜୁ ସହରର ଆଖପାଖ ଅଞ୍ଚଳରେ ଲୋକଙ୍କୁ ଆବଶ୍ୟକ ସାମଗ୍ରୀ ଯୋଗାଇ ଦେଉଛନ୍ତି ରାଜଶେଖର। ଏବେ ସୁଦ୍ଧା ଏହି ଆପ୍‌ରେ ୧୪୮୦ ଜଣଙ୍କୁ ପଞ୍ଜୀକୃତ କରି ୨୦୦ରୁ ଊର୍ଦ୍ଧ୍ୱଙ୍କୁ ସାମଗ୍ରୀ ଯୋଗାଇ ସାରିଲେଣିି। ୨୪ ଘଣ୍ଟିଆ ସେବା ଯୋଗାଇ ଦେବା ଲାଗି ଏଥିତ୍ରେ ୫ ଜଣ ସଦସ୍ୟ ରହିଛନ୍ତି। ଲକ୍‌ଡାଉନ ସମୟରେ ସାମାଜିକ ଦୂରତ୍ୱ ପାଳନ କରିବା ସହ ଅନ୍‌ଲାଇନ ପେମେଣ୍ଟ ବ୍ୟବସ୍ଥା ମଧ୍ୟ କରିଛନ୍ତି ରାଜଶେଖର।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସମାଜରେ ଧର୍ମ ଓ ସାମ୍ପ୍ରଦାୟିକ ଭାବନାରୁ ଊର୍ଦ୍ଧ୍ୱକୁ ଉଠି ଭାଇଚାରା ଓ ସର୍ବଧର୍ମ ସମନ୍ବୟର ବାର୍ତ୍ତା ଦେଉଛନ୍ତି ସିମରା ଗାଁର ମୁସଲମାନ୍‌ମାନେ। ବୃତ୍ତି ପାଇଁ ଧର୍ମ...

କଏଦୀ ଓ ସଂସ୍କାର

ଅଭିମନ୍ୟୁ ଧଳ ଆମ ଦେଶ ତଥା ରାଜ୍ୟରେ ଲକ୍ଷ ଲକ୍ଷ ମାମଲା କୋର୍ଟରେ ବିଚାରାଧୀନ; ଯାହା ଫଳରେ ବିଚାରାଧୀନ କଏଦୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।...

ଏଇ ଭାରତରେ

ପ୍ରକୃତି ଓ ପରିବେଶକୁ ଭଲ ପାଇବାର କେତେ ଗଭୀର ହୋଇପାରେ ତାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛଖି ଜଣେ ଇଞ୍ଜିନିୟରଙ୍କ ଜୀବନରେ। କମ୍ପୁଟର ସାଇନ୍ସ ଇଞ୍ଜିନିୟର ଆଭା...

କଡ଼ା ପଦକ୍ଷେପ

କାର୍ଯ୍ୟକ୍ଷେତ୍ରରେ ଭଲ ପ୍ରଦର୍ଶନ କରୁ ନ ଥିବା ବାବୁମାନଙ୍କ ପାଇଁ ଖୁବ୍‌ ଶୀଘ୍ର ସିକିମରେ ଏକ ଅଲଗା ବିଭାଗ ରହିିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରେମ ସିଂ...

ଏଇ ଭାରତରେ

ସେବା କରିବାର ଇଚ୍ଛାଶକ୍ତି ଅନେକଙ୍କୁ ପଦପଦବୀ ଓ ଅର୍ଥ ଉପାର୍ଜନର ମୋହରୁ ଦୂରକୁ ନେଇଯାଏ। ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି ଗୁଜରାଟର ଜଣେ ମହିଳା...

ସଂଗମର ସମ୍ମାନଧାରୀ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ବ୍ରିଟିଶ୍‌ ପାର୍ଲାମେଣ୍ଟରୁ ମର୍ଯ୍ୟାଦାଜନକ କନ୍‌ଫ୍ଲୁଏନ୍ସ ଏକ୍ସଲେନ୍ସ ଆଓ୍ବାର୍ଡ ଗ୍ରହଣ କରୁଥିବା ବ୍ୟକ୍ତି ଗର୍ବ ଅନୁଭବ କରିବା ସ୍ବାଭାବିକ। କୌଣସି ଏକ କ୍ଷେତ୍ରରେ...

ଇତିହାସ, ପୌରାଣିକ କଥା ଓ କିମ୍ବଦନ୍ତୀ

ପୁରାତନ କାଳର ‘ଇତିହାସ’ କହିଲେ କଥାକାରଙ୍କ ପ୍ରତ୍ୟକ୍ଷଦର୍ଶୀ ବା ପ୍ରାମାଣିକ କାହାଣୀକୁ ବୁଝାଏ। ଏଣୁ ରାମାୟଣ ଏକ ଇତିହାସ। କାରଣ ଏହାକୁ ବାଲ୍ମୀକି ପ୍ରତ୍ୟକ୍ଷ ଭାବେ...

ସିସିଫସ୍‌ ନୁହେଁ, କୃଷ୍ଣଚୂଡ଼ା

ସୁଧିରାଜ ରାଉତ ଆଜି ରବିବାର ଅଫିସ ଛୁଟି, କାମର ବୋଝ ନାହିଁ, ଅଫିସରଙ୍କ ନାଲିଆଖି ନାହିଁ, ନିଜ ଇଚ୍ଛାରେ ଆଜି ମୁଁ ରଜା…। ଏମିତି ଭାବି...

Advertisement
Archives

Model This Week