ଏଇ ଭାରତରେ

କେତେକ ବ୍ୟକ୍ତି ବିଶ୍ୱର କଲ୍ୟାଣସାଧନ ଲାଗି ଅକ୍ଳାନ୍ତ ପରିଶ୍ରମ ଓ ଅନେକ କଷ୍ଟ ସ୍ବୀକାର କରନ୍ତି। ଏପରି ଜଣେ ବିରଳ ବ୍ୟକ୍ତିତ୍ୱ ହେଉଛନ୍ତି ପ୍ୟାରେଲାଲ୍‌। ସେ ବିଶ୍ୱକଲ୍ୟାଣ ପାଇଁ ବଦ୍ରିନାଥ ପର୍ଯ୍ୟନ୍ତ ଦଣ୍ଡବତ ଯାତ୍ରା କରୁଛନ୍ତି। ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ବାସିନ୍ଦା ପ୍ୟାରେଲାଲ୍‌ ପ୍ରଜାପତି ବଦ୍ରିନାଥ ଯାତ୍ରା କରି ସେଠାରେ ବିଶ୍ୱକଲ୍ୟାଣ ପାଇଁ କାମନା କରିବେ। ସେ ଦୀର୍ଘପଥ ଯାତ୍ରାକରି ଇତିମଧ୍ୟରେ ଉତ୍ତରାଖଣ୍ଡର ଚାମୋଲିରେ ପହଞ୍ଚତ୍ଛନ୍ତି। ପ୍ୟାରେଲାଲ୍‌ ତାଙ୍କ ସ୍ତ୍ରୀ ଓ ଅନ୍ୟ ୩ ସାଥୀଙ୍କ ସହିତ ଇନ୍ଦ୍ରପ୍ରୟାଗରେ ପହଞ୍ଚତ୍ ଅଳକାନନ୍ଦା ନଦୀରେ ସ୍ନାନକରି ପୁଣି ଯାତ୍ରା ଆରମ୍ଭ କରିଛନ୍ତି। ୨୦୧୮ ସେପ୍ଟେମ୍ବର ୨୧ରୁ ସେ ଭୋପାଳରୁ ଦଣ୍ଡବତ ଯାତ୍ରା ଆରମ୍ଭ କରିଥିଲେ। ବର୍ତ୍ତମାନ ସୁଦ୍ଧା ସେ ୧୬୦୦ କିଲୋମିଟର ଦଣ୍ଡବତ ଯାତ୍ରା କରି ୫ଶହରୁ ଅଧିକ ତୀର୍ଥସ୍ଥାନ ଭ୍ରମଣ କରିସାରିଲେଣି। ମେ ୧୦ରେ ସେ ବଦ୍ରିନାଥରେ ପହଞ୍ଚତ୍ ପ୍ରଭୁଙ୍କ ଦର୍ଶନ କରିବା ସହିତ ବିଶ୍ୱକଲ୍ୟାଣ ପାଇଁ ପ୍ରାର୍ଥନା କରିବେ। ବାସ୍ତବରେ ପ୍ୟାରେଲାଲ୍‌ଙ୍କ ଭଳି ବିଶ୍ୱ କଲ୍ୟାଣକାମୀ ବ୍ୟକ୍ତିତ୍ୱ ଅନ୍ୟମାନଙ୍କ ପାଇଁ ଆଦର୍ଶ ନିଶ୍ଚୟ।


Enter your email to get our daily news in your inbox.

All Right Reserved By Dharitri.Com

ଶାସନରେ ସ୍ବଚ୍ଛତା ଅପରିହାର୍ଯ୍ୟ

କିଛି ଉଦ୍‌ଭ୍ରାନ୍ତ ଯୁବକ ଦିନ ଦ୍ୱିପ୍ରହରରେ ରାସ୍ତାରେ ଯାଉଥିବା ଏକ କଇଁଛକୁ ମାରିବା ପାଇଁ ଉଦ୍ୟମ ଜାରି ରଖିଥାଆନ୍ତି। ଯେତେ ପ୍ରହାର କଲେ ମଧ୍ୟ କଇଁଛଟିର...

ଏଇ ଭାରତରେ

‘ବୁକ୍‌ ହୋଟେଲ’ କଥା କେବେ ଶୁଣିଛନ୍ତି କି ? ଏଭଳି ଏକ ଅଜବ ହୋଟେଲ ଖୋଲିଛନ୍ତି ନାସିକର ଭୀମାବାଈ ଜୋନ୍ଧାଲେ। ସେଠାରେ ଖାଇବା ସହ ବହି...

ଭୋଟ ବେଳ

ରାଜନୀତି ସୁବିଧାବାଦର ଏକ ମହାରଣ୍ୟ- ଆତ୍ମରକ୍ଷା ଓ ଆତ୍ମସ୍ବାର୍ଥ ହେଲା ସେଠାରେ ଏକମାତ୍ର ଧର୍ମ। ସୁରେନ୍ଦ୍ର ମହାନ୍ତିଙ୍କ କାଳଜୟୀ ଉପନ୍ୟାସ ‘ନୀଳଶୈଳ’ ଏ କଠୋର ବାଣୀ...

ସୃଜନାମତ୍କ ବିନାଶ

ପୁରାତନ ଚାଇନାର ୟିନ୍‌ ଏବଂ ୟାଙ୍ଗ୍‌ ବିଚାର ପୃଥିବୀରେ ଆମ ଚାରିପାଖରେ ଥିବା ପରସ୍ପର ସମ୍ପର୍କିତ ବିପରୀତ ଢାଞ୍ଚା ଦେଖିବାର ମାନବୀୟ ପ୍ରବୃତ୍ତିକୁ ପ୍ରମାଣିତ କରେ।...

ଏଇ ଭାରତରେ

ସାଧାରଣରେ ଦେଖାଯାଇଥାଏ ଯେ ଜମିବାଡ଼ି ସଂକ୍ରାନ୍ତୀୟ ମାମଲାରେ ଜଣେ ବ୍ୟକ୍ତି କୋର୍ଟକୁ ବାରମ୍ବାର ଦୌଡ଼ିଥାନ୍ତି। ଏମିତିବି ଦେଖିବାକୁ ମିଳେ ମାଲା ଶେଷହେବାକୁ ଏତେଦିନ ଲାଗିଯାଏ ଯେ,...

ଶିକ୍ଷିତ ବେକାରି ସମସ୍ୟା

ଶ୍ରୀବତ୍ସ ନାୟକ   ଦେଶରେ ବୈଶାଖର ଝାଞ୍ଜି ସାଙ୍ଗକୁ ଅଷ୍ଟାଦଶ ସାଧାରଣ ନିର୍ବାଚନର ଉଷ୍ମତା ଅନୁଭୂତ ହେଉଛି। ସମସ୍ତେ ନିର୍ବାଚନକୁ ନେଇ ଉତ୍ସାହିତ ଥିବାବେଳେ ଆନ୍ତର୍ଜାତିକ...

ଆତ୍ମଘାତୀ ଚିନ୍ତନ ବଳୟ

ମୀରା ବେଉରା   ଗୋଟିଏ ଗାଁରେ ଜଣେ ସ୍ତ୍ରୀଲୋକ ପର ଘରେ କାମ କରି ନିଜର ପ୍ରତିପୋଷଣ କରି ବଞ୍ଚୁଥିଲା। ତା’ର ପଡ଼ିଶା ଘରେ ଆଉ...

ପ୍ରଦୂଷଣ ଟିକସ ଓ ଜଳବାୟୁ ନ୍ୟାୟ

ଲୌରେନ୍‌ସି ଟୁବିୟାନା   ଗତ ବର୍ଷ ଦୁବାଇରେ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୨୮)ରେ ଯୋଗଦେଇଥିବା ପ୍ରତିନିଧିମାନେ ଏକ ଚୁକ୍ତିନାମା କରି ଜୀବାଶ୍ମ ଇନ୍ଧନଠାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri