ଏଇ ଭାରତରେ

ଜୀବନର ମୋଡ଼ କେତେବେଳେ କେମିତି ନେବ ତାହା କହିବା ମୁସ୍କିଲ, ଯେମିତି ଘଟିଛି ଅର୍‌ମିଦାଙ୍କ କ୍ଷେତ୍ରରେ। ୭୬ ବର୍ଷୀୟା ଅର୍‌ମିଦା ଫର୍ଣ୍ଣାଡିଜ୍‌ ଲକ୍ଷ ଲକ୍ଷ ଶିଶୁଙ୍କ ଜୀବନ ବଞ୍ଚାଉଛନ୍ତି। ୧୯୭୧ରୁ ମହାରାଷ୍ଟ୍ର ସିଓନସ୍ଥିତ ହସ୍ପିଟାଲର ନିଓନାଟାଲ କେୟାର୍‌ ୟୁନିଟ୍‌ରେ ନାଟୋଲୋଜିଷ୍ଟ ଭାବେ ଦାୟିତ୍ୱ ନିର୍ବାହ କରିବା ସମୟରେ ସେହି ଅଞ୍ଚଳର ଗରିବ ପରିବାର ତଥା ମୁମ୍ବାଇର ଧରାବି ବସ୍ତିର ରୁଗ୍‌ଣ ଓ ଅପରିପକ୍ୱ ଶିଶୁମାନଙ୍କ ଯନତ୍ ନେବା ଆରମ୍ଭ କରିଥିଲେ। ଏହି ଅଞ୍ଚଳରେ ମା’ ଓ ଶିଶୁମୃତ୍ୟୁ ଘଟଣା ଅତି ସାଧାରଣ। ଦିବ୍ୟାଙ୍ଗ ଶିଶୁ ଜନ୍ମ ନେଲେ ମା’ମାନେ ସେମାନଙ୍କୁ ନେବା ଲାଗି ଅମଙ୍ଗ ହୋଇଥାନ୍ତି। ଶିଶୁମାନଙ୍କ ସ୍ବାସ୍ଥ୍ୟ ସୁଧାରିବା ସହ ଶିଶୁ ମୃତ୍ୟୁହାର କମାଇବା ଲାଗି ଫର୍ଣ୍ଣାଡିଜ ୧୯୮୯ରେ ପ୍ରଥମ ହ୍ୟୁମ୍ୟାନ୍‌ ମିଲ୍କ ବ୍ୟାଙ୍କ୍‌ ଆରମ୍ଭ କରିଥିଲେ। ବଳାକତ୍ାରରେ ଜଣେ ଛୋଟ ଶିଶୁର ମୃତ୍ୟୁ ହେବା ଘଟଣା ତାଙ୍କୁ ପ୍ରଭାବିତ କରିଥିଲା। ପରେ ସେ ତାଙ୍କ ବନ୍ଧୁଙ୍କ ସହଯୋଗରେ ‘ସ୍ନେହା’ ନାମକ ସ୍ବେଚ୍ଛାସେବୀ ସଂସ୍ଥା ଆରମ୍ଭ କରିଥିଲେ। ଏହି ସଂସ୍ଥା ପ୍ରସୂତି ଓ ନବଜାତର ସ୍ବାସ୍ଥ୍ୟ, ପିଲାଙ୍କ ସ୍ବାସ୍ଥ୍ୟ ଓ ପୁଷ୍ଟିକାରକ ଖାଦ୍ୟ ଉପରେ ଗୁରୁତ୍ୱ ଦେଉଛି। ମହିଳା ଓ ପିଲାମାନଙ୍କ ଉପରେ ହେଉଥିବା ହିଂସା ଦୂର କରିବା ପାଇଁ କାର୍ଯ୍ୟ କରୁଛି। ଫର୍ଣ୍ଣାଡିଜ ‘ସ୍ନେହା’ ମାଧ୍ୟମରେ ଗାଁ ଓ ବସ୍ତିରେ କାର୍ଯ୍ୟ କରୁଛନ୍ତି। ୟୁନିଭର୍ସିଟି କଲେଜ ଲଣ୍ଡନ (ୟୁସିଏଲ୍‌)ର ଜଣେ ଡାକ୍ତର ତାଙ୍କ କାର୍ଯ୍ୟ ଦେଖିବା ପରେ ୟୁସିଏଲ୍‌ ୧୫ ବର୍ଷଯାଏ ଏହି ସଂସ୍ଥାକୁ ସହଯୋଗ କରିଥିଲା। ପରେ ଫର୍ଣ୍ଣାଡିଜଙ୍କ ସହ ବହୁ ବ୍ୟକ୍ତି ଓ ସ୍ବେଚ୍ଛାସେବୀ ସାମିଲ ହୋଇଛନ୍ତି। ମୁମ୍ବାଇ ବସ୍ତିରୁ ଆରମ୍ଭ ହୋଇଥିବା ତାଙ୍କର ଏହି ସଂସ୍ଥା ଏବେ ମହାରାଷ୍ଟ୍ରର ସବୁ ଜିଲା ସମେତ ଅନ୍ୟ ୭ଟି ରାଜ୍ୟରେ କାର୍ଯ୍ୟ କରୁଛି। ସଂସ୍ଥାରେ ୪୦୦ ସ୍ଥାୟୀ କର୍ମଚାରୀ ଓ ୭୦୦ ସ୍ବେଚ୍ଛାସେବୀ ସେବାରେ ଲାଗିଛନ୍ତି। ଫର୍ଣ୍ଣାଡିଜଙ୍କ ସ୍ବାମୀ ଜଣେ ଡାକ୍ତର ଓ ସେ ମଧ୍ୟ ତାଙ୍କୁ ଏହି କାର୍ଯ୍ୟରେ ସହଯୋଗ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri