ଏଇ ଭାରତରେ

ଏପରି ସମୟ ଆସେ ଯେତେବେଳେ କୌଣସି ଘଟଣା ପାଇଁ ଜଣେ ବ୍ୟକ୍ତି ଚର୍ଚ୍ଚାର ପରିସରକୁ ଆସନ୍ତି। ଯାହା ସେ ନିଜେ ମଧ୍ୟ ପୂର୍ବରୁ କଳ୍ପନା କରି ନ ଥାନ୍ତି। ବର୍ତ୍ତମାନ ଦେଶବ୍ୟାପୀ ଚର୍ଚ୍ଚାର ପରିସରକୁ ଆସିଥିବା ଏପରି ଜଣେ ମହିଳା ହେଉଛନ୍ତି ରିନା ଦ୍ୱିବେଦୀ। ଚଳିତବର୍ଷ ଲୋକ ସଭା ନିର୍ବାଚନ ଅବସରରେ ଷଷ୍ଠ ପର୍ଯ୍ୟାୟ ମତଦାନ ପାଇଁ ଉତ୍ତରପ୍ରଦେଶ ଲକ୍ଷ୍ନୌର ଏହି ମହିଳା ପୋଲିଂ ଅଧିକାରୀଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସେ ଖୁବ୍‌ ଚର୍ଚ୍ଚିତ ହୋଇପଡିଛନ୍ତି। ସେ ହଳଦିଆ ଶାଢ଼ି ପରିଧାନ କରି ନିର୍ବାଚନ ଅଧିକାରୀ ଭାବେ ଯେତେବେଳେ ଇଭିଏମ୍‌ ଧରି ପୋଲିଂ ବୁଥ୍‌କୁ ଯାଉଥିଲେ ସେତେବେଳେ ତାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ତାଙ୍କ ଷ୍ଟାଇଲକୁ ନେଇ ସେ ଏବେ ବେଶ୍‌ ଚର୍ଚ୍ଚାରେ। ନିକଟରେ ସେ ଏକ ସାକ୍ଷାତ୍‌କାରରେ କହିଛନ୍ତି, ସେ ବିବାଦୀୟ ରିୟଲିଟି ଶୋ’ ‘ବିଗ୍‌ବସ୍‌’ରେ ଅଂଶ ଗ୍ରହଣ କରିବାକୁ ଚାହାନ୍ତି। ଏଥିପାଇଁ ତାଙ୍କ ପରିବାର ପକ୍ଷରୁ ତାଙ୍କୁ ଅନୁମତି ମିଳିଯିବ ବୋଲି ସମ୍ପୂର୍ଣ୍ଣ ଆଶାବାଦୀ ଅଛନ୍ତି। ତାଙ୍କୁ ଏହି ସୁଯୋଗ ମିଳିଲେ, ସେ ଖୁସି ହେବେ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଫ୍‌ସିଆର୍‌ଏ କାହା ସ୍ବାର୍ଥରେ

ଆକାର ପଟେଲ ଦି ଫରେନ୍‌ କଣ୍ଟ୍ରିବ୍ୟୁଶନ (ରେଗୁଲେଶନ) ଆକ୍ଟ ବା ବିଦେଶ ଅନୁଦାନ ନିୟନ୍ତ୍ରଣ ଆଇନ (ଏଫ୍‌ସିଆର୍‌ଏ) ଏକ ଅଜବ ପ୍ରକାରର ପୁରୁଣା ଆଇନ। ଭାରତର...

ସ୍ବାଧୀନଚେତା ବିଚାରପତି

ପକେଟରେ ମାତ୍ର ୧୦ ଟଙ୍କା ଧରି ଟ୍ରକ୍‌ରେ ମାଉସୀ ଘରକୁ ପଳାଇଯିବା ପାଇଁ ତାଙ୍କୁ ପିତା ପରାମର୍ଶ ଦେଇଥିଲେ। ୧୯୭୫ ମସିହାରେ ଦେଶରେ ଜରୁରିକାଳୀନ ପରିସ୍ଥିତି...

ବିଚକ୍ଷଣ ଜନନାୟକ

ଡ. ସିଦ୍ଧାର୍ଥ କାନୁନ୍‌ଗୋ ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ୮୬ତମ ପୁଣ୍ୟ ତିଥି। ଇତି ମଧ୍ୟରେ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ମାନ୍ୟତା ପାଇବାର ପ୍ରାୟ...

ଗଣତନ୍ତ୍ରରେ ଟ୍ରମ୍ପବାଦର ଦାଗ

ଅଧ୍ୟାପକ ଶରତ କୁମାର ଦାସ ସମସ୍ତ କଳ୍ପନାଜଳ୍ପନାକୁ ଅନ୍ତଘଟାଇ ଶେଷରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆମେରିକାର ସଂସଦରେ ପାରିତ ହେବା ବିଶ୍ବର...

ଉଦାସ ଭାରତ

ପ୍ରକାଶ ତ୍ରିପାଠୀ ଭାରତ ଉଦାସ। ଭାରତୀୟମାନେ ଖୁସିରେ ରହୁନାହାନ୍ତି। ବେଦ, ଉପନିଷଦ, ଶାସ୍ତ୍ର ଆଦିର ଗନ୍ତାଘର କୁହାଯାଉଥିବା ଭାରତରେ ମଣିଷ ସୁଖ, ଶାନ୍ତି ଓ ଖୁସିରେ...

ଆଖିକୁ ଦିଶୁନାହାନ୍ତି

ଭାରତ ୨୦୧୪ରେ ଏକ ନୂଆ ରାଜନୈତିକ ସମୀକରଣ ଦେଖିଥିଲା। ସେହିବର୍ଷ ହୋଇଥିବା ସାଧାରଣ ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଭାଜପା ଏକାକୀ ସଂଖ୍ୟାଗରିଷ୍ଠତା ଲାଭ କରିଥିଲା।...

ଶତାବ୍ଦୀର ସଙ୍କଟ

ଡ. ପ୍ରଫୁଲ୍ଲ କୁମାର ସାହୁ ଦେଶରେ ଏବେ ତାଣ୍ଡବ ରଚୁଛି ମହାମାରୀ କରୋନା। ଜୀବନ ଅସ୍ତବ୍ୟସ୍ତ। ଜୀବିକା ବିପର୍ଯ୍ୟସ୍ତ। କରୋନାର ଏ ଦ୍ବିତୀୟ ଲହର ମାରିବାରେ...

ପ୍ରଦୂଷଣର ଭିନ୍ନ ଦିଗ

ମାନେକା ଗାନ୍ଧୀ ଭାରତ ସରକାରଙ୍କ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ପ୍ରଦୂଷଣ ମାନକ ଆଧାରରେ ସମସ୍ତ ଶିଳ୍ପର ବର୍ଗୀକରଣ କରାଯାଇଛି। ମାଟି, ପାଣି, ପବନ ଏବଂ...

Advertisement
Archives

Model This Week