ଏଇ ଭାରତରେ

ନିଜ ଚାକିରିକୁ ଦେଖିବା ସହ ଅଭାବୀଙ୍କ ମୁହଁରେ ହସ ଖେଳାଇବା ନିଶ୍ଚିତ ପ୍ରଶଂସନୀୟ। ଏମିତି କାର୍ଯ୍ୟରେ ଲାଗିଛନ୍ତି ତେଲେଙ୍ଗାନାର ଭିନିଲ ରେଡ୍ଡୀ। ତାଙ୍କୁ ବର୍ତ୍ତମାନ ବୟସ ୨୫। ପେସାରେ ସେ ଜଣେ ଏରୋନଟିକାଲ ଇଞ୍ଜିନିୟର। ୨୦୧୫ରେ ସ୍ନାତକ ଡିଗ୍ରୀ ହାସଲ କରିବାର ଦିନକ ପରେ ସେ ଅଭିଷ୍ଟି ଓ୍ବେଲ୍‌ଫେୟାର ସୋସାଇଟି ନାମକ ଏନ୍‌ଜିଓ ଗଠନ କରିଥିଲେ। ଏବେ ତାଙ୍କ ଭାଇ ସୁନୀଲଙ୍କ ସହ ସେ ଭାରତରେ ୫୬ଟି ଶାଖାରେ ୩୪,୦୦୦ ଜଣ ସ୍ବେଚ୍ଛାସେବୀଙ୍କୁ ନେଇ ସମାଜସେବାରେ ଲାଗିଛନ୍ତି। ସେ ଏହି ସଂସ୍ଥା ମାଧ୍ୟମରେ କୃଷକମାନଙ୍କୁ ସାହାଯ୍ୟ କରୁଛନ୍ତି। ଅଭାବୀଙ୍କୁ ଖାଦ୍ୟ ଦେଉଛନ୍ତି। ହୋଟେଲଗୁଡିକରୁ ଖାଦ୍ୟ ସଂଗ୍ରହ କରି ହାଇଦ୍ରାବାଦର ମହାତ୍ମା ଗାନ୍ଧୀ ବସଷ୍ଟାଣ୍ଡ୍‌ରେ ରାତିରେ ଯାତ୍ରା କରୁଥିବା ଲୋକଙ୍କୁ ଖାଇବା ଲାଗି ଦେଉଛନ୍ତି। ଦିନକୁ ୧ ଲିଟର ଲେଖାଏ କ୍ଷୀର ହାଇଦ୍ରାବାଦର ୧୬୦୦ଟି ଗ୍ରୋସରି ଷ୍ଟୋରରୁ ସକାଳ ୬ଟାରେ ସଂଗ୍ରହ କରି ତାହାକୁ ଗରମ କରି ୨୦୦୦ ଗରିବ ଛାତ୍ରଙ୍କୁ ପିଇବାକୁ ଦିଆଯାଉଛି। ଭିନିଲଙ୍କ ଟିମ୍‌ ସରକାରୀ ସ୍କୁଲ୍‌ ଓ କଲେଜରେ ଛାତ୍ରମାନଙ୍କ ଲାଗି କ୍ୟାରିୟର ଗଠନର ମାର୍ଗ ଦେଖାଉଛନ୍ତି। ତାଙ୍କ କ୍ୟାରିୟର ଗାଇଡାନ୍ସ ପ୍ରୋଗ୍ରାମ୍‌ରେ ଏବେ ୪.୫ ଲକ୍ଷ ଛାତ୍ର ଯୋଡି ହୋଇଛନ୍ତି। ଏହା ସହରଠାରୁ ଗାଁ ଯାଏ ବ୍ୟାପିଛି। ବସ୍ତି ଅଞ୍ଚଳରେ ମହିଳା ସଶକ୍ତୀକରଣ ଲାଗି ମଧ୍ୟ ସେ କାର୍ଯ୍ୟ କରୁଛନ୍ତି। ବସ୍ତିରେ ଅଭାବୀମାନଙ୍କୁ ଖାଦ୍ୟ ଦେଉଛନ୍ତି। ଭିନିଲ ପିଲାଦିନେ ତାଙ୍କ ଭାଇଙ୍କ ସହ ନାଲ୍‌ଗୋଣ୍ଡା ହସ୍ପିଟାଲକୁ ଯାଇ ବିଷାଦଗ୍ରସ୍ତ କ୍ୟାନ୍‌ସର ରୋଗୀ ଓ ତାଙ୍କ ପରିବାରଙ୍କ ସହ ସମୟ ବିତାଇ ସେମାନଙ୍କ ମନୋବଳ ବୃଦ୍ଧି କରୁଥିଲେ। କ୍ୟାନ୍‌ସରପୀଡିତ ପିଲାମାନଙ୍କ ପାଖକୁ ଯାଇ ସେମାନଙ୍କ ସହ ଖେଳୁଥିଲେ। ୧୦ମରେ ପଢୁଥିବାବେଳେ ଭିନିଲ ‘ସ୍ମାଇଲ୍‌ କ୍ୟାନ୍‌ସର ଫାଉଣ୍ଡେଶନ’ ଗଠନ କରି ତାଙ୍କ ସହପାଠୀଙ୍କୁ ଏଥିପାଇଁ ପ୍ରତିଦିନର ପକେଟ୍‌ ମନିରୁ ୧ ଟଙ୍କା ଦାନ କରିବା ଲାଗି କହିଥିଲେ । ମାସରେ ଜଣ ପିଛା ୩୦ଟଙ୍କା ହେବା ପରେ ତାହାକୁ ଏକାଠି କରି ଭିନିଲ ଓ ତାଙ୍କ ସାଙ୍ଗମାନେ ଓଷଧ, ଖାଦ୍ୟ ଓ ଆବଶ୍ୟକ ଜିନିଷ କିଣି ରୋଗୀମାନଙ୍କୁ ଦେଉଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୈଜ୍ଞାନିକ ଦୃଷ୍ଟିକୋଣ

ବିଜ୍ଞାନ ଯୁଗର ବୈଜ୍ଞାନିକମାନଙ୍କୁ ଦେଖିଲେ ଆମେ ବିଜ୍ଞାନଠାରୁ ଅନେକ ଦୂରରେ ରହିଲା ପରି ମନେହୁଏ। ଆମେ ଭାବୁ, ବିଜ୍ଞାନ କେବଳ ବୈଜ୍ଞାନିକର ସମ୍ପତ୍ତି। କାହିଁକି ନା ବିଜ୍ଞାନ…

ମାତୃଭାଷା ଓ ସାମଗ୍ରିକ ପ୍ରଗତି

ଜଗତୀକରଣ, ପ୍ରଯୁକ୍ତି ବିପ୍ଳବ ଓ ଆର୍ଥିକ ପ୍ରତିସ୍ପର୍ଦ୍ଧାର ଏହି ଯୁଗରେ ଭାଷା ପ୍ରଶ୍ନ ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଉଠିଛି। ସରକାରଙ୍କ ଶିକ୍ଷାନୀତି, ଶିକ୍ଷିତ ଅଭିଭାବକଙ୍କ ଏଥିପ୍ରତି ଅନାଶକ୍ତି,…

ଡିଜିପି ନିଯୁକ୍ତିରେ ବିଳମ୍ବ

ସୁପ୍ରିମକୋର୍ଟ ‘କାର୍ଯ୍ୟକାରୀ ଡିଜିପି’ ସଂସ୍କୃତିକୁ ଏକ ଗୁରୁତର ସାଙ୍ଗଠନିକ ତ୍ରୁଟି ଭାବରେ ସୂଚିତ କରିବା ପରେ ବି ପଞ୍ଜାବ ଏବେ ନିୟମିତ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ନିଯୁକ୍ତ…

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri