ଏଇ ଭାରତରେ

ସମାଜରେ ଖୁବ୍‌ କମ୍‌ ଲୋକ ଅଛନ୍ତି ଯେଉଁମାନେ ଚାକିରି କରିବା ସହ ନିଜକୁ ସମାଜ ସେବାରେ ନିୟୋଜିତ କରିଥାନ୍ତି। ଏମାନଙ୍କ ମଧ୍ୟରୁ ରାଜସ୍ଥାନର କନଷ୍ଟେବଳ ଧର୍ମବୀର ଜାଖଡ ଜଣେ। ସେ ଚୁରୁଠାରୁ ୪ କିମି ଦୂର ଗଜସାର ହନୁମାନଗଡି ବସ୍ତିରେ ୨୦୧୬ରେ ଆରମ୍ଭ କରିଥିବା ଏକ ନନ୍‌ଫର୍ମାଲ ସ୍କୁଲ୍‌ ଗରିବ ପିଲାମାନଙ୍କୁ ଶିକ୍ଷାର ବାଟ ଦେଖାଉଛି। ୩୫ ବର୍ଷୀୟ ଜାଖଡ ଏହି ସ୍କୁଲ୍‌ର ନାମ ରଖିଛନ୍ତି ‘ଆପ୍‌ନି ପାଠଶାଳା’। ଏଠାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ପିଲା ପଢୁଛନ୍ତି। କିନ୍ତୁ ଷଷ୍ଠରୁ ଊର୍ଦ୍ଧ୍ୱ ଶ୍ରେଣୀର ପିଲାଙ୍କ ପାଇଁ ଏକ୍ସଟ୍ରା କ୍ଲାସ୍‌ କରାଯାଉଛି। ଜାଖଡ ବସ୍ତି ତଥା ଆଖପାଖ ଗାଁରେ ରହୁଥିବା ଗରିବ ପରିବାରର ପିଲାମାନେ ଯେଉଁମାନେ ପାଠ ଛାଡି ଭିକ୍ଷା ମାଗୁଛନ୍ତି, ଶିଶୁ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ଉଦ୍ଧାର କରି ପୁଣି ସ୍କୁଲ୍‌କୁ ପଠାଉଛନ୍ତି କିମ୍ବା ଆପ୍‌ନି ପାଠଶାଳାକୁ ଆଣୁଛନ୍ତି। ଏଭଳି ୫୦୦ ପିଲାଙ୍କୁ ସେ ପଢାଉଛନ୍ତି। ଜାଖଡ ଜଣେ ଶିକ୍ଷକ ହେବା ପାଇଁ ଚାହଁୁଥିଲେ। କିନ୍ତୁ ପରିବାରର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନ ଥିବାରୁ ସେ ଚାକିରି କରିଥିଲେ। କନ୍‌ଷ୍ଟେବଳ ଚାକିରି କରି ବସ୍ତିରେ ଏକ ଛୋଟ ଘରେ ଆପ୍‌ନି ପାଠଶାଳା ଆରମ୍ଭ କରି ପିଲାମାନଙ୍କୁ ପଢାଇବା ଆରମ୍ଭ କରିଥିଲେ। ତାଙ୍କ ସୀମିତ ଆୟରେ ପରିବାର ଚଳାଇ ଓ ପିଲାମାନଙ୍କ ଲାଗି ସ୍କୁଲ୍‌ ଘର କରିବା ତାଙ୍କ ପାଇଁ କଷ୍ଟକର ଥିଲା । ଏଠାରେ ନିୟମିତ ମଧ୍ୟାହ୍ନରେ ପିଲାମାନଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରାଯାଉଛି। ଏଥପାଇଁ ଏହି ଏନ୍‌ଜିଓ ସମେତ ଅନ୍ୟ ବ୍ୟକ୍ତିମାନେ ବି ସାହାଯ୍ୟ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri