ଏଇ ଭାରତରେ

ସମାଜରେ ଖୁବ୍‌ କମ୍‌ ଲୋକ ଅଛନ୍ତି ଯେଉଁମାନେ ଚାକିରି କରିବା ସହ ନିଜକୁ ସମାଜ ସେବାରେ ନିୟୋଜିତ କରିଥାନ୍ତି। ଏମାନଙ୍କ ମଧ୍ୟରୁ ରାଜସ୍ଥାନର କନଷ୍ଟେବଳ ଧର୍ମବୀର ଜାଖଡ ଜଣେ। ସେ ଚୁରୁଠାରୁ ୪ କିମି ଦୂର ଗଜସାର ହନୁମାନଗଡି ବସ୍ତିରେ ୨୦୧୬ରେ ଆରମ୍ଭ କରିଥିବା ଏକ ନନ୍‌ଫର୍ମାଲ ସ୍କୁଲ୍‌ ଗରିବ ପିଲାମାନଙ୍କୁ ଶିକ୍ଷାର ବାଟ ଦେଖାଉଛି। ୩୫ ବର୍ଷୀୟ ଜାଖଡ ଏହି ସ୍କୁଲ୍‌ର ନାମ ରଖିଛନ୍ତି ‘ଆପ୍‌ନି ପାଠଶାଳା’। ଏଠାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ପିଲା ପଢୁଛନ୍ତି। କିନ୍ତୁ ଷଷ୍ଠରୁ ଊର୍ଦ୍ଧ୍ୱ ଶ୍ରେଣୀର ପିଲାଙ୍କ ପାଇଁ ଏକ୍ସଟ୍ରା କ୍ଲାସ୍‌ କରାଯାଉଛି। ଜାଖଡ ବସ୍ତି ତଥା ଆଖପାଖ ଗାଁରେ ରହୁଥିବା ଗରିବ ପରିବାରର ପିଲାମାନେ ଯେଉଁମାନେ ପାଠ ଛାଡି ଭିକ୍ଷା ମାଗୁଛନ୍ତି, ଶିଶୁ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ଉଦ୍ଧାର କରି ପୁଣି ସ୍କୁଲ୍‌କୁ ପଠାଉଛନ୍ତି କିମ୍ବା ଆପ୍‌ନି ପାଠଶାଳାକୁ ଆଣୁଛନ୍ତି। ଏଭଳି ୫୦୦ ପିଲାଙ୍କୁ ସେ ପଢାଉଛନ୍ତି। ଜାଖଡ ଜଣେ ଶିକ୍ଷକ ହେବା ପାଇଁ ଚାହଁୁଥିଲେ। କିନ୍ତୁ ପରିବାରର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନ ଥିବାରୁ ସେ ଚାକିରି କରିଥିଲେ। କନ୍‌ଷ୍ଟେବଳ ଚାକିରି କରି ବସ୍ତିରେ ଏକ ଛୋଟ ଘରେ ଆପ୍‌ନି ପାଠଶାଳା ଆରମ୍ଭ କରି ପିଲାମାନଙ୍କୁ ପଢାଇବା ଆରମ୍ଭ କରିଥିଲେ। ତାଙ୍କ ସୀମିତ ଆୟରେ ପରିବାର ଚଳାଇ ଓ ପିଲାମାନଙ୍କ ଲାଗି ସ୍କୁଲ୍‌ ଘର କରିବା ତାଙ୍କ ପାଇଁ କଷ୍ଟକର ଥିଲା । ଏଠାରେ ନିୟମିତ ମଧ୍ୟାହ୍ନରେ ପିଲାମାନଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରାଯାଉଛି। ଏଥପାଇଁ ଏହି ଏନ୍‌ଜିଓ ସମେତ ଅନ୍ୟ ବ୍ୟକ୍ତିମାନେ ବି ସାହାଯ୍ୟ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷ ପାଇଁ ନୂଆ ଆଶା- ଏକ ଭାରତର ମାନସିକତା

ବୈଶାଖୀ, ରଙ୍ଗୋଲି ବିହୁ, ମହାବିଷୁବ ପଣା ସଂକ୍ରାନ୍ତି, ପୋଇଲା ବୈଶାଖ, ବିଷୁ ଏବଂ ତାମିଲ ପୁଥାଣ୍ଡୁ ଅବସରରେ ଭାରତ ତଥା ସାରା ବିଶ୍ୱରେ ଯେଉଁ ପାରମ୍ପରିକ ନୂଆ…

ବିପଦରେ ଐତିହ୍ୟ

ସାମ୍ପ୍ରତିକ ସମୟରେ ଆମେ ଉନ୍ନତି ପଥରେ ଦୌଡ଼ିଲା ବେଳେ ପଛରେ ରହିଯାଉଛି ଆମର ଐତିହ୍ୟ ଓ ସ୍ମୃତି। ଏହି ଐତିହ୍ୟ କେବଳ ପଥରର ସ୍ଥାପତ୍ୟ ଏବଂ ଦୁର୍ଗ…

ଏବେ ତୁର୍କୀ ଓ କ୍ୟୁବା

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ଆକ୍ରମଣ ଏବଂ ନିକଟରେ ପାକିସ୍ତାନ ରାଜଧାନୀ ଇସ୍‌ଲାମାବାଦରେ ଶାନ୍ତି ଆଲୋଚନା ବିଫଳ ହେବା ପରେ ମଧ୍ୟପ୍ରାଚ୍ୟ ପୁନର୍ବାର ଅଶାନ୍ତ। ଇରାନ୍‌କୁ…

ଏଇ ଭାରତରେ

ସଡ଼କ ପଥରେ ଯାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ। ଯେ…

ସଂସ୍କୃତିକୁ ପ୍ରୋତ୍ସାହନ

ଓଡ଼ିଆ ଘରର ଗାଥା-ଗୌରବ, ଚାଲିଚଳଣି, ଖାଦ୍ୟ ପାନୀୟ, ପୋଷାକ ପରିଧାନ, ସଂସ୍କୃତି ଓ ପରମ୍ପରାକୁ ବିଶ୍ୱବିଦିତ କରିବା ଲକ୍ଷ୍ୟରେ ଏପ୍ରିଲ ପହିଲାରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳିତ…

ଯୁଦ୍ଧ ଓ ଶ୍ୱାସରୁଦ୍ଧ ସମ୍ବେଦନଶୀଳତା

ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଅସ୍ତ୍ରବିରତି ଘୋଷଣା ପରେ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଉଭୟ ଦେଶର ପ୍ରତିନିଧିମଣ୍ଡଳୀଙ୍କ ମଧ୍ୟରେ ଅନୁଷ୍ଠିତ ଶାନ୍ତି ଆଲୋଚନା…

ଇରାନୀ ନେତାର ନାହିଁ ପ୍ରୟୋଜନ

ପାକିସ୍ତାନ ରାଜଧାନୀ ଇସ୍‌ଲାମାବାଦଠାରେ ଆମେରିକା ଓ ଇରାନ୍‌ ମଧ୍ୟରେ ୨୧ ଘଣ୍ଟା ଧରି ଚାଲିଥିବା ଶାନ୍ତି ଆଲୋଚନା ଶେଷରେ ବିଫଳ ହୋଇଛି। ସ୍ବଦେଶ ପ୍ରତ୍ୟାବର୍ତ୍ତନ ପୂର୍ବରୁ ଆମେରିକା…

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri