ଏଇ ଭାରତରେ

ଦାନକଲେ ପୁଣ୍ୟ ଅର୍ଜନ ହୋଇଥାଏ। ଅର୍ଥଦାନ, ଅନ୍ନଦାନ, କନ୍ୟାଦାନ, ଗୋ-ଦାନ ଏବଂ ଭୂମିଦାନ ଆଦି ଅନେକ ପ୍ରକାର ଦାନ କରାଯାଉଥିବା ବେଳେ କେଶଦାନ କରିବା ନୂଆ ନିଶ୍ଚୟ। ଉତ୍ତରାଖଣ୍ଡର ରୁର୍‌କୀ ଅଞ୍ଚଳର ଜଣେ ମହିଳା କ୍ୟାନ୍‌ସର ପୀଡ଼ିତଙ୍କ ସହାୟତା ଲାଗି ନିଜର ସୁନ୍ଦର କେଶ ଦାନ କରିଛନ୍ତି। ସ୍ଥାନୀୟ ରାମନଗରର ସୋନମ୍‌ ଭଟେଜା ଏଭଳି କରି ଏକ ନିଆରା ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି। କ୍ୟାନ୍‌ସର ରୋଗୀଙ୍କୁ ସହାୟତା ନିମନ୍ତେ କେଶ ଦାନ ସମ୍ପର୍କରେ ସେ ମୁମ୍ବାଇର ‘ମଦଦ’ ନାମକ ଏକ ସଂସ୍ଥାର ଓ୍ବେବସାଇଟ୍‌ରୁ ଜାଣିବାକୁ ପାଇଥିଲେ। ତେବେ ଏଥିପାଇଁ ୧୨ରୁ ୧୩ ଇଞ୍ଚ ଲମ୍ବ କେଶର ଆବଶ୍ୟକତା ଥିବା ଓ୍ବେବ୍‌ସାଇଟ୍‌ରେ ସୂଚନା ଦିଆଯାଇଥିଲା। ଏହାପରେ ସୋନମ୍‌ ଯତ୍ନର ସହିତ କେଶ ବଢ଼ାଇ ସମ୍ପୃକ୍ତ ଓ୍ବେବ୍‌ସାଇଟ୍‌କୁ ସୂଚନା ଦେଇଥିଲେ। ଓ୍ବେବ୍‌ସାଇଟ୍‌ କର୍ମଚାରୀ ଏକ ବିୟୁଟି ପାର୍ଲରରେ ସୋନମ୍‌ଙ୍କ କେଶ କଟାଇଥିଲେ। କ୍ୟାନ୍‌ସର ରୋଗୀଙ୍କର କେମୋଥେରାପି ଚିକିତ୍ସା ସମୟରେ ମୁଣ୍ଡର କେଶ ଉପୁଡ଼ି ଯାଇଥାଏ। ଓ୍ବେବ୍‌ସାଇଟ୍‌ ଦ୍ୱାରା ସଂଗୃହୀତ କେଶରେ ଓ୍ବିଗ୍‌ ପ୍ରସ୍ତୁତ କରାଯାଇ ରୋଗୀଙ୍କୁ ଯୋଗାଇଦେବାର ବ୍ୟବସ୍ଥା ରହିଛି। କ୍ୟାନ୍‌ସର ରୋଗୀଙ୍କ ନିମନ୍ତେ ସୋନମ୍‌ଙ୍କ କେଶଦାନ ଅନ୍ୟମାନଙ୍କ ପାଇଁ ଉଦାହରଣ ନିଶ୍ଚୟ।


Enter your email to get our daily news in your inbox.

All Right Reserved By Dharitri.Com

କୃଷି ବଜେଟରେ ନା କୃଷି ନା କୃଷକ

ବିଚିତ୍ର ବିଶ୍ୱାଳ ଆମ ରାଜ୍ୟ ଓଡ଼ିଶାରେ ଗତ ୬ବର୍ଷ ହେବ ସ୍ବତନ୍ତ୍ର କୃଷି ବଜେଟ ପ୍ରସ୍ତୁତ କରାଯାଉଛି। କିନ୍ତୁ କୃଷକଙ୍କ ସମସ୍ୟାର ସମାଧାନ ଏବେ ବି...

ନିଃସଙ୍ଗ ଶୈଶବ ଓ ବାର୍ଦ୍ଧକ୍ୟ

ଅରୁଣ ଦାସ ମୋର ଜଣେ ସାଙ୍ଗର ବଡ଼ଭାଇ ଦିଲ୍ଲୀରେ ରୁହନ୍ତି। ପେସାରେ ସେ ଜଣେ ଡାକ୍ତର ଓ ତାଙ୍କ ଧର୍ମପତ୍ନୀ ଏକ ବହୁଦେଶୀୟ କମ୍ପାନୀରେ କାର୍ଯ୍ୟ...

ଲାକ୍ଷାଦ୍ୱୀପ

କେନ୍ଦ୍ରଶାସିତ ଅଞ୍ଚଳ ଲାକ୍ଷାଦ୍ୱୀପ ଏବେ ଅଶାନ୍ତ ହୋଇପଡ଼ିଛି। ସେଠାକାର ଜନସାଧାରଣଙ୍କ ଅଧିକାର ଓ ସ୍ୱଚ୍ଛନ୍ଦ ଜୀବନଯାପନରେ ପ୍ରଶାସକ ପ୍ରଫୁଲ ଖୋଡ଼ା ପଟେଲ ପ୍ରତିବନ୍ଧକ ସାଜିଛନ୍ତି। ଏହି...

କରୋନା ଏବଂ କୃଷି ବିବିଧତା

ଚିନ୍ମୟ ରଞ୍ଜନ କୁମାର କରୋନାର ବିଭୀଷିକାକୁ ପ୍ରାୟ ସମସ୍ତେ ହୃଦୟଙ୍ଗମ କରିସାରିଲେଣି। ଏହାର ମୁକାବିଲା ବିଶ୍ୱର ସବୁ ଦେଶ ପାଇଁ ଯେତିକି ଆହ୍ବାନ ସୃଷ୍ଟି କରିଛି,...

ଏଇ ଭାରତରେ

ନଡ଼ାପୋଡ଼ି ସମସ୍ୟା ସମାଧାନ କରିବା ସହ ଜମିର ଉର୍ବରତା ବଢ଼ାଇବାରେ ସନ୍ଦୀପା କାନିତକରଙ୍କ ଅଭିନବ ପ୍ରୟାସ ବେଶ୍‌ ପ୍ରଶଂସନୀୟ। ୫୩ ବର୍ଷୀୟା କାନିତକର ଜଣେ ମାଇକ୍ରୋ...

ବାଗ୍‌ଦେବୀ

ଡ. ଅରୁନ୍ଧତୀ ଦେବୀ   ସରସ୍ବତୀ ପୂଜାକୁ ଶିକ୍ଷାର୍ଥୀମାନେ ଆଗ୍ରହ, ଭକ୍ତି ସହକାରେ ପାଳନ କରିଥାନ୍ତି। ମା’ ସରସ୍ବତୀଙ୍କ ଅନ୍ୟ ନାମ ବାଗ୍‌ଦେବୀ। ଧ୍ୱନି, ଶବ୍ଦ...

ନିଷ୍ଠାପର ପ୍ରୟାସ ଲୋଡ଼ା

ସବ୍ୟସାଚୀ ଅମିତାଭ ୭ ବର୍ଷ ପରେ ନିର୍ଭୟା ଦୋଷୀଙ୍କୁ ଫାଶୀ ହୋଇଛି। ଦେଶର ମହିଳାଙ୍କ ସୁରକ୍ଷା ପାଇଁ ଏହା ଏକ ବଡ ପଦକ୍ଷେପ ବୋଲି କୁହାଯାଉଛି।...

ପିଏଏସ୍‌ ଅଧିକାରୀ

ପୃଥିବୀବ୍ୟାପୀ ଦେଖାଯାଇଛି, ସିଭିଲ ସର୍ଭିସ ବା ବେସାମରିକ ସେବାରେ ନିୟୋଜିତ ଅଧିକାରୀ ସରକାରଙ୍କୁ ମାର୍ଗଦର୍ଶନ ଦେଇଥାଆନ୍ତି। ସେମାନଙ୍କ ପ୍ରତିତ୍ପନ୍ନମତିତା ବିଭିନ୍ନ ସ୍ଥିତିକୁ ଠିକ୍‌ ଭାବେ ପରିଚାଳନା...

Advertisement
Archives

Model This Week