ଏଇ ଭାରତରେ

ପିଲାମାନେ ବିଦ୍ୟାଳୟକୁ ଆସିବା ପାଇଁ ପାହାଡ଼ କାଟି ରାସ୍ତା କରିଥିବା ଜଣେ ଶିକ୍ଷକ ଅଛନ୍ତି ଝାଡ଼ଖଣ୍ଡର ଚତରା ଅଞ୍ଚଳ ଟଣ୍ଡବା ବ୍ଲକ୍‌ର ବନାଞ୍ଚଳ ହେସାତୁ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ। ୧୯ ବର୍ଷ ପୂର୍ବେ ବନାଞ୍ଚଳରେ ଥିବା ଏହି ବିଦ୍ୟାଳୟକୁ ଆସିବା ଲାଗି ରାସ୍ତାଟିଏ ନ ଥିଲା। ପାହାଡ଼ ଡେଇଁ ପିଲାମାନେ ବିଦ୍ୟାଳୟକୁ ଆସିବାକୁ ସାହସ କରୁ ନ ଥିଲେ କି ସେମାନଙ୍କ ଅଭିଭାବକ ଏଥିପ୍ରତି ଆଗ୍ରହ ପ୍ରଦର୍ଶନ କରୁ ନ ଥିଲେ। ୨୦୦୦ ମସିହାରେ ଏଠାକୁ ବିନେଶ୍ୱର କୁମାର ଶିକ୍ଷକ ହୋଇ ଆସିବା ପରେ ପିଲାମାନଙ୍କୁ ବିଦ୍ୟାଳୟକୁ ପଠାଇବା ପାଇଁ ଗ୍ରାମବାସୀଙ୍କୁ ସଚେତନ କରିବା ସହ ବିନେଶ୍ୱର ଏକୁଟିଆ ପାହାଡ଼ କାଟି ରାସ୍ତା ନିର୍ମାଣ କରିବା ଆରମ୍ଭ କରିଦେଇଥିଲେ। ଏହା ଦେଖି ଗ୍ରାମବାସୀମାନେ ତାଙ୍କୁ ଏହି କାମରେ ସହଯୋଗର ହାତ ବଢ଼ାଇଲେ। ପରେ ବିଦ୍ୟାଳୟକୁ ଆସିବା ପାଇଁ ଭଲ ରାସ୍ତା ଖୋଲିଗଲା। ଏହି ବିଦ୍ୟାଳୟ ଏବେ ଗିିନତି ଜିଲାର ଏକ ଆଦର୍ଶ ବିଦ୍ୟାଳୟ।
ସେଠାରେ ୩୦୦୦ରୁ ଅଧିକ ପିଲା ପଢୁଛନ୍ତି। ବିନେଶ୍ୱର ପିଲାମାନଙ୍କୁ ପଢ଼ାଇବା ସହ ସେମାନଙ୍କ ସ୍ବଚ୍ଛତା ଉପରେ ମଧ୍ୟ ଗୁରୁତ୍ୱ ଦିଅନ୍ତି। ପିଲାଙ୍କ ୟୁନିଫର୍ମ ଫାଟିଗଲେ ତାହାକୁ ବି ସିଲାଇ କରିଦିଅନ୍ତି। ମୁଣ୍ଡ କୁଣ୍ଡାଇ ବି ଦିଅନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାମୁଦ୍ରିକ ଖାଦ୍ୟ ଓ ସଂକ୍ରମଣ

ମାନେକା ଗାନ୍ଧୀ ହେଲ୍‌ଥ ଆଣ୍ଡ୍‌ ଫିଟ୍‌ନେସ ବିଶେଷଜ୍ଞମାନେ ମାଂସପେଶୀ ଗଠନ ଲାଗି ସାମୁଦ୍ରିକ ଖାଦ୍ୟ (ସି’ଫୁଡ୍‌), ଅଧିକ ପ୍ରୋଟିନ ୱେଟଲସ ଇତ୍ୟାଦି ଉପରେ ଗୁରୁତ୍ୱ ଦେଇଥାନ୍ତି।...

ପରିସଂସ୍ଥାର ପୁନରୁଦ୍ଧାର ହେଉ

ଡ. ଦେବାନନ୍ଦ ବେଉରା ଏହା କହିବା ବାହୁଲ୍ୟ ଯେ, ଆଜିର ପିଢ଼ି ପରିସଂସ୍ଥା କହିଲେ କିଛି ବୁଝନ୍ତି ନାହିଁ। ଅବଶ୍ୟ କିଛି ଓଡ଼ିଆ ଶବ୍ଦର ସ୍ବଳ୍ପ...

ଯୋଗଃ କର୍ମସୁ କୌଶଳମ୍‌: ଏକ ଭିନ୍ନ ଦୃଷ୍ଟି

ଡ. ଛାୟାକାନ୍ତ ଷଡ଼ଙ୍ଗୀ ଭଗବଦ୍‌ଗୀତାରେ ଯୋଗର ବିଭିନ୍ନ ସଂଜ୍ଞା ମଧ୍ୟରେ ଗୋଟିଏ ବହୁଳ ଉଦ୍ଧୃତ ସଂଜ୍ଞା ହେଉଛି ”ଯୋଗଃ କର୍ମସୁ କୌଶଳମ୍‌।“ ଏହାକୁ ଅନ୍ବୟ କରାଗଲେ...

ଏଇ ଭାରତରେ

ଉତ୍ତରାଖଣ୍ଡ ପାହାଡ଼ିଆ ଅଞ୍ଚଳର ଦୁର୍ଗମ ଗାଁଗୁଡିକରେ ଲକ୍‌ଡାଉନ୍‌ରେ ଓ୍ୟଷଧ ପହଞ୍ଚାଉଛନ୍ତି ମନୀଷ ପନ୍ଥ। ମୁଖ୍ୟତଃ ପକ୍ଷାଘାତ, ଉଚ୍ଚରକ୍ତଚାପ ଏବଂ ଅନ୍ୟ ଜୀବନଶୈଳୀ ସମ୍ବନ୍ଧିତ ରୋଗରେ ପୀଡ଼ିତ...

ମତ୍ସ୍ୟସମ୍ପଦ ସମୃଦ୍ଧ ଓଡ଼ିଶା

ପ୍ରକାଶ ତ୍ରିପାଠୀ ଆଜିର ଦିନ ଅର୍ଥାତ ଜୁଲାଇ ୧୦ ତାରିଖ ଦିନଟି ଓଡ଼ିଶା ପାଇଁ ଏକ ସ୍ମରଣୀୟ ଦିବସ। ଏହିଦିନ ଭାରତୀୟ ମତ୍ସ୍ୟକ୍ଷେତ୍ରକୁ ଏକ ଉଲ୍ଲେଖନୀୟ...

କାହିଁକି ଲୁଚାଉଛ

ଖବର ମିଳିଛି ପାର୍ଲାମେଣ୍ଟର ପବ୍ଲିକ୍‌ ଆକାଉଣ୍ଟସ୍‌ କମିଟି (ପିଏସି) ବୈଠକରେ ପିଏମ୍‌ କେୟାର୍ସ (ପ୍ରାଇମ୍‌ ମିନିଷ୍ଟର୍ସ ସିଟିଜେନ୍‌ ଆସିଣ୍ଟାନ୍ସ ଆଣ୍ଡ୍‌ ରିଲିଫ୍‌ ଇନ୍‌ ଏମର୍ଜେନ୍ସି ସିଚୁଏସନ୍ସ)...

ବାହ୍ୟ ମଳମୁକ୍ତ ଗ୍ରାମ

ବିଚିତ୍ର ବିଶ୍ୱାଳ ରାସ୍ତାରେ ଯାଉଥିବା ସମୟରେ ଦୁଇପଟେ ପଡ଼ୁଥିବା ଗାଁଗୁଡ଼ିକର ଆରମ୍ଭ ମୁଣ୍ଡରେ ‘ବାହ୍ୟ ମଳମୁକ୍ତ ଗ୍ରାମ’ ଲେଖାଥିବା ଗୋଟିଏ ସିମେଣ୍ଟ ଫଳକ ସମସ୍ତଙ୍କ ନଜରରେ...

ନିର୍ଦ୍ଦୋଷରେ ଏତେ ବର୍ଷ

ଆମେରିକାର ଏକ ବେସରକାରୀ ସଙ୍ଗଠନ ‘ଫ୍ରିଡମ୍‌ ହାଉସ୍‌’ ନିକଟରେ ଏକ ରିପୋର୍ଟରେ ଭାରତକୁ ସ୍ବାଧୀନ ସ୍ତରରୁ ଆଂଶିକ ସ୍ବାଧୀନ ସ୍ତରକୁ ଖସାଇଦେଇଛି। ଉଲ୍ଲେଖଯୋଗ୍ୟ ଯେ, ବିଶ୍ୱର...

Advertisement
Archives

Model This Week