ଏଇ ଭାରତରେ

କଥାରେ ଅଛି-‘ରଖେ ହରି, ମାରେ କିଏ?’ ଏହି ଆପ୍ତବାକ୍ୟଟି ସତ୍ୟରେ ପରିଣତ ହୋଇଛି ଜଣେ ୭ବର୍ଷର ବାଳିକା କ୍ଷେତ୍ରରେ। ତେଲେଙ୍ଗାନାର ମକଥଲ୍‌ ଅଞ୍ଚଳର ଏହି ବାଳିକାଟି ଦୁର୍ଘଟଣାବଶତଃ ତାଙ୍କ ପଡୋଶୀ ଘରର ଏକ ବାଥ୍‌ରୁମ୍‌ରେ ପଡ଼ିଯିବାର ୪ ଦିନ ପରେ ଉଦ୍ଧାର ହୋଇଛି। ଏପ୍ରିଲ ୨୦ରେ ବାଳିକା ଜଣକ ନିଜ ବାସଭବନକୁ ଲାଗିଥିବା ଏବଂ ତାଲା ପଡ଼ିଥିବା ପଡିଶା ଘରର ଟେରାସ୍‌ରେ ଖେଳୁଥିବା ସମୟରେ ଅଚାନକ ତଳକୁ ଖସିପଡିଥିଲା। ବାଳିକାର ମାତାପିତା ଝିଅକୁ ନ ପାଇ ନିଖୋଜ ହୋଇଯାଇଥିବା ନେଇ ପୋଲିସରେ ଅଭିଯୋଗ କରିଥିଲେ। ଏପ୍ରିଲ ୨୪ରେ ପଡୋଶୀ ଘର ଲୋକେ ଫେରିଆସି ତାଲା ଖୋଲିବା କ୍ଷଣି ଗାଧୁଆଘରେ ଝିଅଟି ଚେତାଶୂନ୍ୟ ହୋଇ ପଡିଥିବାର ଦେଖି ପୋଲିସକୁ ଖବର ଦେଇଥିଲେ। ଏହାପରେ ଝିଅକୁ ମେଡିକାଲ ନିଆଯାଇ ଆବଶ୍ୟକ ଚିକିତ୍ସା କରାଯାଇଥିଲା। ବାଳିକାଟି ବଞ୍ଚତ୍ବା ପାଇଁ ଗାଧୁଆ ଘରର ପାଣି ଉପରେ ନିର୍ଭର କରିଥିଲା ବୋଲି ଡାକ୍ତରମାନେ ସୂଚନା ଦେଇଛନ୍ତି। ସେ ତଳେ ଏକ ରଶିରେ ଝୁଲୁଥିବା ଲୁଗାପଟା ଉପରେ ପଡିଯିବାରୁ ଆଘାତପ୍ରାପ୍ତ ହୋଇ ନ ଥିଲା। ଦୀର୍ଘ ୪ ଦିନ ପରେ ବନ୍ଦଘରୁ ଉଦ୍ଧାର ହୋଇ ପୁନର୍ଜୀବନ ଲାଭ କରିଥିବାରୁ ମାତାପିତା ବେଶ୍‌ ଖୁସି ପ୍ରକଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୈଦିକ ସମାଜର ସ୍ୱରୂପ

ଖ୍ରୀଷ୍ଟପୂର୍ୱ ୧୫୦୦ରୁ ୧୦୦୦ ମଧ୍ୟରେ ସିନ୍ଧୁନଦୀର ଉପନଦୀ ସପ୍ତ-ସିନ୍ଧୁ କୂଳରେ ବୈଦିକ ଲୋକେ ବସବାସ କରୁଥିଲେ, ଯାହା ଏବେ ପଞ୍ଜାବ ନାମରେ ଜଣାଶୁଣା। ଏହା ହେଉଛି ଋକ୍‌-ବୈଦିକ…

ଆସୁଛି ଏଲ୍‌ ନିନୋ

ଆମେରିକାର ଜାତୀୟ ସାମୁଦ୍ରିକ ଏବଂ ବାୟୁମଣ୍ଡଳୀୟ ପ୍ରଶାସନ (ନ୍ୟାଶନାଲ ଓସେନିକ ଆଣ୍ଡ୍‌ ଆଟ୍‌ମୋସ୍ପିୟରିକ ଆଡ୍‌ମିନିଷ୍ଟ୍ରେଶନ ବା ”ନୋ ଆ (NO AA)“ ଦ୍ୱାରା ପରିଚାଳିତ ଜଳବାୟୁ ଆଗତ…

ବିଦ୍ୟାଳୟ ଶିକ୍ଷାରେ ଡ୍ରପ୍‌ଆଉଟ୍‌ ସମସ୍ୟା

ନିକଟରେ ଅନେକ ଦୈନିକ ଓଡ଼ିଆ ସମ୍ବାଦପତ୍ରରେ ଆଦିବାସୀ ଅଧ୍ୟୁଷିତ ଜିଲାଗୁଡ଼ିକରେ ଅଧାରୁ ପାଠ ଛାଡ଼ୁଥିବା ଶିଶୁଙ୍କ ସଂଖ୍ୟା ଉଦ୍‌ବେଗଜନକ ବୋଲି ପ୍ରକାଶ ପାଇଛି। ପ୍ରଶାସନିକ ସ୍ତରରେ ମଧ୍ୟ…

ହଙ୍ଗେରୀ: ସମ୍ମାନ ଓ ସ୍ବାଧୀନତା

କେନ୍ଦ୍ରୀୟ ୟୁରୋପୀୟ ରାଷ୍ଟ୍ର ହଙ୍ଗେରୀ ଦୀର୍ଘ ୧୬ ବର୍ଷ ପରେ ନୂଆ ଶାସକ ଦେଖିବାକୁ ଯାଉଛି। ଉଗ୍ର ଦକ୍ଷିଣପନ୍ଥୀ ରାଜନୀତି ଚଳାଇ ଆସିଥିବା ଭିକ୍ଟର ଓର୍ବାନ୍‌ଙ୍କୁ ଦେଶବାସୀ…

ନୂଆବର୍ଷ ପାଇଁ ନୂଆ ଆଶା- ଏକ ଭାରତର ମାନସିକତା

ବୈଶାଖୀ, ରଙ୍ଗୋଲି ବିହୁ, ମହାବିଷୁବ ପଣା ସଂକ୍ରାନ୍ତି, ପୋଇଲା ବୈଶାଖ, ବିଷୁ ଏବଂ ତାମିଲ ପୁଥାଣ୍ଡୁ ଅବସରରେ ଭାରତ ତଥା ସାରା ବିଶ୍ୱରେ ଯେଉଁ ପାରମ୍ପରିକ ନୂଆ…

ବିପଦରେ ଐତିହ୍ୟ

ସାମ୍ପ୍ରତିକ ସମୟରେ ଆମେ ଉନ୍ନତି ପଥରେ ଦୌଡ଼ିଲା ବେଳେ ପଛରେ ରହିଯାଉଛି ଆମର ଐତିହ୍ୟ ଓ ସ୍ମୃତି। ଏହି ଐତିହ୍ୟ କେବଳ ପଥରର ସ୍ଥାପତ୍ୟ ଏବଂ ଦୁର୍ଗ…

ଏବେ ତୁର୍କୀ ଓ କ୍ୟୁବା

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ଆକ୍ରମଣ ଏବଂ ନିକଟରେ ପାକିସ୍ତାନ ରାଜଧାନୀ ଇସ୍‌ଲାମାବାଦରେ ଶାନ୍ତି ଆଲୋଚନା ବିଫଳ ହେବା ପରେ ମଧ୍ୟପ୍ରାଚ୍ୟ ପୁନର୍ବାର ଅଶାନ୍ତ। ଇରାନ୍‌କୁ…

ଏଇ ଭାରତରେ

ସଡ଼କ ପଥରେ ଯାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ। ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri