ଏଇ ଭାରତରେ

କଥାରେ ଅଛି-‘ରଖେ ହରି, ମାରେ କିଏ?’ ଏହି ଆପ୍ତବାକ୍ୟଟି ସତ୍ୟରେ ପରିଣତ ହୋଇଛି ଜଣେ ୭ବର୍ଷର ବାଳିକା କ୍ଷେତ୍ରରେ। ତେଲେଙ୍ଗାନାର ମକଥଲ୍‌ ଅଞ୍ଚଳର ଏହି ବାଳିକାଟି ଦୁର୍ଘଟଣାବଶତଃ ତାଙ୍କ ପଡୋଶୀ ଘରର ଏକ ବାଥ୍‌ରୁମ୍‌ରେ ପଡ଼ିଯିବାର ୪ ଦିନ ପରେ ଉଦ୍ଧାର ହୋଇଛି। ଏପ୍ରିଲ ୨୦ରେ ବାଳିକା ଜଣକ ନିଜ ବାସଭବନକୁ ଲାଗିଥିବା ଏବଂ ତାଲା ପଡ଼ିଥିବା ପଡିଶା ଘରର ଟେରାସ୍‌ରେ ଖେଳୁଥିବା ସମୟରେ ଅଚାନକ ତଳକୁ ଖସିପଡିଥିଲା। ବାଳିକାର ମାତାପିତା ଝିଅକୁ ନ ପାଇ ନିଖୋଜ ହୋଇଯାଇଥିବା ନେଇ ପୋଲିସରେ ଅଭିଯୋଗ କରିଥିଲେ। ଏପ୍ରିଲ ୨୪ରେ ପଡୋଶୀ ଘର ଲୋକେ ଫେରିଆସି ତାଲା ଖୋଲିବା କ୍ଷଣି ଗାଧୁଆଘରେ ଝିଅଟି ଚେତାଶୂନ୍ୟ ହୋଇ ପଡିଥିବାର ଦେଖି ପୋଲିସକୁ ଖବର ଦେଇଥିଲେ। ଏହାପରେ ଝିଅକୁ ମେଡିକାଲ ନିଆଯାଇ ଆବଶ୍ୟକ ଚିକିତ୍ସା କରାଯାଇଥିଲା। ବାଳିକାଟି ବଞ୍ଚତ୍ବା ପାଇଁ ଗାଧୁଆ ଘରର ପାଣି ଉପରେ ନିର୍ଭର କରିଥିଲା ବୋଲି ଡାକ୍ତରମାନେ ସୂଚନା ଦେଇଛନ୍ତି। ସେ ତଳେ ଏକ ରଶିରେ ଝୁଲୁଥିବା ଲୁଗାପଟା ଉପରେ ପଡିଯିବାରୁ ଆଘାତପ୍ରାପ୍ତ ହୋଇ ନ ଥିଲା। ଦୀର୍ଘ ୪ ଦିନ ପରେ ବନ୍ଦଘରୁ ଉଦ୍ଧାର ହୋଇ ପୁନର୍ଜୀବନ ଲାଭ କରିଥିବାରୁ ମାତାପିତା ବେଶ୍‌ ଖୁସି ପ୍ରକଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଣଧାନ ଚାଷର ଆବଶ୍ୟକତା

ସବୁଜ ବିପ୍ଲବ ପରେ ପରେ ଯେବେ ଯନ୍ତ୍ର ସଭ୍ୟତା ଆମ ଅର୍ଥନୀତିରେ ମୁଣ୍ଡଟେକିଲା ସେବେ ଖାଦ୍ୟ ଖାଇବାର ଆବଶ୍ୟକତା ବି ସେତିକି ବଢ଼ିଚାଲିଲା। ୨୦୫୦ ସୁଦ୍ଧା...

ଚକ୍ରବୂ୍ୟହରେ ନିଯୁକ୍ତି ସ୍ବଚ୍ଛତା

ପ୍ରଶାସନରେ ପାରଦର୍ଶିତା ବିନା ସୁଶାସନ ଦୀର୍ଘସ୍ଥାୟୀ ନୁହେଁ, କାରଣ କୌଣସି ବ୍ୟକ୍ତି ଅବା ସଂସ୍ଥା ତା’ର ପୂର୍ବ ଅଭାବନୀୟ ସ୍ଥିତିକୁ ପୁଣି ଫେରିଆସିବା ଏକ ସ୍ବାଭାବିକ...

ନୀତିରେ ପରିବର୍ତ୍ତନ

ମୋଦି ସରକାର ଏବେ ଯୁଗ୍ମ ସଚିବ ଚୟନ ପାଇଁ ନିୟମ କୋହଳ କରିଛନ୍ତି। ଅଧିକ ଆଇଏଏସ୍‌ ଅଧିକାରୀଙ୍କୁ କେନ୍ଦ୍ରରେ ଦାୟିତ୍ୱ ନେବା ଲାଗି ଉତ୍ସାହିତ କରିବା...

ଏଇ ଭାରତରେ

କେରଳର କାନ୍ନାପୁରମ୍‌ ଗାଁ ଆମ୍ବ ଉତ୍ପାଦନରେ ନାଁ କରିଛି। ଏହି ଗାଁରେ ୨୦୮ କିସମର ଆମ୍ବ ଫଳୁଛି। କାନ୍ନାପୁରମ୍‌ରେ ଥିଲା ଏକ ୨୦୦ ବର୍ଷର ଭେଲାଥାନ...

ଭିଡ଼କୁ ଭୟ କରୁଛନ୍ତି କି

ମାନୁ ମାଉସୀଙ୍କୁ ମୁଁ ପୁରୀ ରଥଯାତ୍ରା ଦେଖିଯିବାକୁ କହିଲି। ସେ ମନାକଲେ। କାରଣ ପଚାରିବାରୁ କହିଲେ- ମୁଁ ପିଲାବେଳେ ଥରେ ରଥଯାତ୍ରାକୁ ଯାଇଥିଲି। ଭିଡ଼ରେ ମତେ...

ମୋଦିଜୀ ସୁ-ସ୍ବାଗତମ୍‌

ସାଢ଼େ ଚାରି କୋଟି ଓଡ଼ିଆ ସହିତ ମିଶି ମୁଁ ଜଣେ ଓଡ଼ିଆ ଭାବରେ ଆମର ପ୍ରିୟ ପ୍ରଧାନମନ୍ତ୍ରୀଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଏହି ପବିତ୍ର ମାଟିକୁ ସ୍ବାଗତ...

ସିରିଆବାସୀଙ୍କ ଆଶା

ଅତ୍ୟଧିକ ତଥା ଅନିୟନ୍ତ୍ରିତ ମୁଦ୍ରାସ୍ଫୀତି ଏକ ଶତାବ୍ଦୀ ପୂର୍ବର ଓ୍ବେମର ରିପବ୍ଲିକ୍‌ (ପ୍ରଥମ ବିଶ୍ୱଯୁଦ୍ଧ ପରେ ୧୯୧୮- ୩୩ ମଧ୍ୟରେ ଗଠିତ ଜର୍ମାନୀ) ପାଇଁ ବଡ଼...

ସର୍ବବ୍ୟାପୀ ସରକାର

ଏବେ ଉଭୟ କେନ୍ଦ୍ର ଓ ରାଜ୍ୟମାନଙ୍କର ସରକାର ଯେପରି ଅତିଦୃଶ୍ୟମାନ ହେବା ପ୍ରୟାସରେ ବ୍ୟକ୍ତିର ଅନ୍ତର୍ନିହିତ ବିକାଶରେ ବାଧକ ସାଜୁଛନ୍ତି, ଜଣାପଡୁଛି ଆଉ ଅଳ୍ପ କେତେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri