ଏଇ ଭାରତରେ

ଓଳେଇବା କାର୍ଯ୍ୟରେ ଝାଡୁ ବ୍ୟବହାର କରାଯାଏ। ଏହା ପରିଷ୍କାର ଓ ପରିଚ୍ଛନ୍ନତାର ଏକ ପ୍ରତୀକ। କେନ୍ଦ୍ର ସରକାର ୨୦୧୪ରେ ସ୍ବଚ୍ଛ ଭାରତ ମିଶନ ଆରମ୍ଭ କରିଥିଲେ। ଏହାର ଲକ୍ଷ୍ୟ ହେଉଛି ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖିବା। ଏହାଦ୍ୱାରା ପରିବେଶ ଜୀବାଣୁମୁକ୍ତ ହେବା ସହିତ ବିଭିନ୍ନ ସଂକ୍ରାମକ ରୋଗକୁ ଦୂରେଇ ରଖାଯାଇ ପାରିବ। କେନ୍ଦ୍ର ସରକାରଙ୍କ ସ୍ବଚ୍ଛ ଭାରତ ମିଶନରେ ଉତ୍ସାହିତ ହୋଇ ରାଜସ୍ଥାନ ପଲାମୁର ଅଞ୍ଚଳର ଜଣେ ୨୨ ବର୍ଷ ବୟସ୍କ ଶିକ୍ଷକ ତିଆରି କରିଛନ୍ତି ୬୬ ଫୁଟର ଏକ ଝାଡୁ। ସେ ଏକ ସଂସ୍କୃତ ବିଦ୍ୟାଳୟରେ କାର୍ଯ୍ୟ କରୁଛନ୍ତି। ଏବେ ଏହି ଝାଡୁକୁ ରାଣାବାସସ୍ଥିତ ମେଘଓ୍ବାଲ ଛାତ୍ରାବାସରେ ରଖାଯାଇଛି। ଏହା ବିଶ୍ୱ ରେକର୍ଡରେ ସ୍ଥାନିତ ହେବ ବୋଲି ଅଶୋକ ଆଶା ରଖିଛନ୍ତି। ଅଶୋକଙ୍କୁ ଏହି ଝାଡୁ ନିର୍ମାଣରେ ତାଙ୍କ ସାଥୀ ମଙ୍ଗିଲାଲ୍‌ ରାଠୋଡ୍‌, ସୁଖଦେବ ଗୋୟଲ, ବିନୋଦ କୁମାର ମେହେରା ପ୍ରମୁଖ ସହଯୋଗ କରିଥିଲେ। ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୧୪ ଅକ୍ଟୋବର ୨ରୁ ସ୍ବଚ୍ଛ ଭାରତ ଅଭିଯାନ ଆରମ୍ଭ କରାଯାଇଥିଲା। ଏହି ମିଶନ ଦ୍ୱାରା ଅଶୋକ ଅନୁପ୍ରାଣିତ ହୋଇଥିଲେ। ଅଶୋକଙ୍କ ଝାଡୁ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅଶୋକ ଗାଡେଙ୍କ ଦ୍ୱାରା ପ୍ରସ୍ତୁତ କଦଳୀ ବିସ୍କୁଟର ସ୍ବାଦ ଭାରି ବଢିଆ। ମହାରାଷ୍ଟ୍ରର ଜଲଗାଁଓ ଜିଲା ଜାଓ୍ବଲ ତହସିଲର କୃଷକ ଗାଡେଙ୍କ ବୟସ ୬୫। ସେ...

ନିଖୁଣ ଚରିତ୍ରକାର

ସତେଯେମିତି ମାନବୀୟ ଆତ୍ମାର ବିଚାର କରିବା ସହ ଆଧ୍ୟାତ୍ମିକତା ଓ ମଣିଷର ସ୍ଥିତି ସମ୍ବନ୍ଧୀୟ ଆବେଗକୁ ଲେଖା ମାଧ୍ୟମରେ ବଖାଣିବାର ଦାୟିତ୍ୱ ତାଙ୍କୁ ଦିଆଯାଇଛି। ମଣିଷର...

ଫାସିବାଦର ପୁନଃ ଅଭ୍ୟୁଦୟ

ଜନାର୍ଦ୍ଦନ ପତି     ୧୯୨୨ରେ ମୁସୋଲିନି ତାଙ୍କର ଫାସିଷ୍ଟବାହିନୀକୁ ରୋମରେ ସଶସ୍ତ୍ର ପଟୁଆର କରିବାକୁ ନିର୍ଦ୍ଦେଶ ଦେଇ ଇଟାଲିର ରାଜା ଭିକ୍ଟର ଇମାନୁଏଲଙ୍କୁ ବାଧ୍ୟ...

ପଛରେ ରହିଛୁ

୧୯୯୦ରେ, ଅର୍ଥାତ୍‌ ୩୩ ବର୍ଷ ପୂର୍ବେ ଭାରତର ମୁଣ୍ଡ ପିଛା ଆୟ ୩୬୭ ଆମେରିକୀୟ ଡଲାର ଥିଲାବେଳେ ଚାଇନାର ଏହା ଥିଲା ୩୧୭ ଡଲାର। ସେ...

ଏଇ ଭାରତରେ

ହିନ୍ଦୁ ଶାସ୍ତ୍ର ‘ଗୀତା’ ଅନ୍ୟକୁ ଠିକ୍‌ ମାର୍ଗ ଦେଖାଇବା ଭଳି କୋଲକାତାର ଗୀତା ରାଓତ ମଧ୍ୟ ଅସହାୟ ଶିଶୁମାନଙ୍କୁ ଶିକ୍ଷାର ବାଟ ଦେଖାଉଛନ୍ତି। ସେ କୋଲକାତା...

ସାହିତ୍ୟ ଜଗତରେ ବୋମା ଆତଙ୍କ

ଡ. ନିଖିଳାନନ୍ଦ ପାଣିଗ୍ରାହୀ ବଲିଉଡ୍‌ର ଅଗ୍ରଣୀ ଅଭିନେତା ଆମିର ଖାନ୍‌ ୧୯୯୫ରେ ରାମଗୋପାଳ ବର୍ମାଙ୍କ ରୋମାଣ୍ଟିକ୍‌ କମେଡି ‘ରଙ୍ଗିଲା’ରେ ଅଭିନୟ ପାଇଁ ଫିଲ୍ମଫେୟାର ନୋମିନେଶନ ତାଲିକାରେ...

ଆଉ ଶ୍ରୀକ୍ଷେତ୍ର ଆସିବୁନି

ଅଧ୍ୟାପକ ନିରଞ୍ଜନ ପାଢ଼ୀ ଜଗନ୍ନାଥ ଦର୍ଶନ ବିଶ୍ୱର କୋଣ ଅନୁକୋଣରେ ଥିବା ଭକ୍ତଙ୍କ ଜୀବନକାଳର ଏକ ବାଞ୍ଛିତ ଅଭିଳାଷ ଏବଂ ସେଇ ଦୃଷ୍ଟିରୁ ଶ୍ରୀକ୍ଷେତ୍ର ଆଗମନ...

Dillip Cherian

ଦିବ୍ୟକୃପା ପାଇଁ ଦାନ

ଏକ ଆଧ୍ୟାମତ୍ିକ ଓ ସମ୍ବେଦନାମତ୍କ ଭାବ ଦେଖାଦେଇଛି ଅବସରପ୍ରାପ୍ତ ବାବୁ ଏସ୍‌. ଲକ୍ଷ୍ମୀ ନାରାୟଣନଙ୍କ କ୍ଷେତ୍ରରେ। ପ୍ରଭୁ ରାମଙ୍କ ପ୍ରତି ତାଙ୍କ ଭାବକୁ ଏକ ଅପ୍ରତ୍ୟାଶିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri