ଏଇ ଭାରତରେ

ଓଳେଇବା କାର୍ଯ୍ୟରେ ଝାଡୁ ବ୍ୟବହାର କରାଯାଏ। ଏହା ପରିଷ୍କାର ଓ ପରିଚ୍ଛନ୍ନତାର ଏକ ପ୍ରତୀକ। କେନ୍ଦ୍ର ସରକାର ୨୦୧୪ରେ ସ୍ବଚ୍ଛ ଭାରତ ମିଶନ ଆରମ୍ଭ କରିଥିଲେ। ଏହାର ଲକ୍ଷ୍ୟ ହେଉଛି ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖିବା। ଏହାଦ୍ୱାରା ପରିବେଶ ଜୀବାଣୁମୁକ୍ତ ହେବା ସହିତ ବିଭିନ୍ନ ସଂକ୍ରାମକ ରୋଗକୁ ଦୂରେଇ ରଖାଯାଇ ପାରିବ। କେନ୍ଦ୍ର ସରକାରଙ୍କ ସ୍ବଚ୍ଛ ଭାରତ ମିଶନରେ ଉତ୍ସାହିତ ହୋଇ ରାଜସ୍ଥାନ ପଲାମୁର ଅଞ୍ଚଳର ଜଣେ ୨୨ ବର୍ଷ ବୟସ୍କ ଶିକ୍ଷକ ତିଆରି କରିଛନ୍ତି ୬୬ ଫୁଟର ଏକ ଝାଡୁ। ସେ ଏକ ସଂସ୍କୃତ ବିଦ୍ୟାଳୟରେ କାର୍ଯ୍ୟ କରୁଛନ୍ତି। ଏବେ ଏହି ଝାଡୁକୁ ରାଣାବାସସ୍ଥିତ ମେଘଓ୍ବାଲ ଛାତ୍ରାବାସରେ ରଖାଯାଇଛି। ଏହା ବିଶ୍ୱ ରେକର୍ଡରେ ସ୍ଥାନିତ ହେବ ବୋଲି ଅଶୋକ ଆଶା ରଖିଛନ୍ତି। ଅଶୋକଙ୍କୁ ଏହି ଝାଡୁ ନିର୍ମାଣରେ ତାଙ୍କ ସାଥୀ ମଙ୍ଗିଲାଲ୍‌ ରାଠୋଡ୍‌, ସୁଖଦେବ ଗୋୟଲ, ବିନୋଦ କୁମାର ମେହେରା ପ୍ରମୁଖ ସହଯୋଗ କରିଥିଲେ। ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୧୪ ଅକ୍ଟୋବର ୨ରୁ ସ୍ବଚ୍ଛ ଭାରତ ଅଭିଯାନ ଆରମ୍ଭ କରାଯାଇଥିଲା। ଏହି ମିଶନ ଦ୍ୱାରା ଅଶୋକ ଅନୁପ୍ରାଣିତ ହୋଇଥିଲେ। ଅଶୋକଙ୍କ ଝାଡୁ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଦ୍ଧିତ ଆୟ ଓ ଅଭାବୀ ଜୀବନ

ଅଦ୍ଭୁତ ଏ ଦୁନିଆ I ଅଦ୍ଭୁତ ଆମ ବ୍ୟବହାର ଓ ମାନସିକତା। ଛୋଟ ବେଳେ ଦେଖିଛୁ, ଆମ ପିତାମାତା କିପରି ସେମାନଙ୍କର ଅର୍ଥ ପରିଚାଳନା କରୁଥିଲେ...

ତଦନ୍ତ କମିଶନର ପରିଣାମ

ଅନେକ ସମୟରେ ତଦନ୍ତ କମିଶନ ନିଯୁକ୍ତ କରାଯାଇଥାଏ ଅଧିକୃତ ସଂସ୍ଥା ଦ୍ୱାରା। ଏହି ଯାଞ୍ଚ ଆୟୋଗ ବିଶେଷ ଉଦ୍ଦେଶ୍ୟ ନେଇ ଗଠିତ ହୋଇଥାଏ। ଯାନବାହନରେ ଦୁର୍ଘଟଣା,...

ସୋର୍ସ କୋଡ୍‌

କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଓ ପ୍ରଯୁକ୍ତିସମ୍ପନ୍ନ ଯୁଗରେ ଡାଟା ବା ତଥ୍ୟ ନୂଆ ଇନ୍ଧନ ଭାବେ ବିବେଚନା କରାଯାଉଛି। କୁହାଯାଉଛି ଯାହା ପାଖରେ ଯେତେ ତଥ୍ୟ...

ବୁଦ୍ଧଙ୍କ ଦେଶରେ ମନ୍ଦିର କଳି

ଦକ୍ଷିଣପୂର୍ବ ଏସିଆର ଦୁଇ ପଡ଼ୋଶୀ ଦେଶ ଥାଇଲାଣ୍ଡ-କାମ୍ବୋଡିଆ। ଭଗବାନ୍‌ ବୁଦ୍ଧଙ୍କୁ ଅନୁସରଣ କରୁଥିବା ଏହି ଦୁଇ ଦେଶର ୮୦ପ୍ରତିଶତ ଅଧିବାସୀ ବୌଦ୍ଧ ଧର୍ମାବଲମ୍ବୀ। ବିଶ୍ବ ମାନଚିତ୍ରରେ...

‘ୟେସ୍‌’କହିଲେ ସବୁ ଶେଷ

ଆପଣଙ୍କୁ ଶୀର୍ଷକଟି ଆଶ୍ଚର୍ଯ୍ୟଜନକ ଲାଗିପାରେ। ଆମ ଭାରତୀୟ କଥିତ ଭାଷାରେ ୟେସ୍‌ ଅର୍ଥ ଗ୍ରହଣୀୟତା। ଏହା ଏକ ପ୍ରତିକାତ୍ମକ ଭଲ ପାଇବାର ଭାବନାକୁ ଚିତ୍ରିତ କରିଥାଏ।...

ଇତିହାସର ପ୍ରତିଶୋଧ ବୋକାମି

ନୂଆଦିଲ୍ଲୀଠାରେ ଜାନୁଆରୀ ୧୦ରେ ‘ବିକଶିତ ଭାରତ ୟଙ୍ଗ୍‌ ଲିଡର୍ସ ଡାଏଲଗ୍‌’ ଉଦ୍‌ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ...

ସେ ଯେବେ କ୍ଷମା ଆଚରଇ

ବାପା ଚାଲିଯିବା ପରେ ଏବେ ଅନୁଭବ କରିପାରୁଛି ଯେ ଅନେକ କଷ୍ଟ ଯନ୍ତ୍ରଣାକୁ ସହି ସେ ଆମଙ୍କୁ କ୍ଷମା କରିଚାଲିଥିଲେ। ଅନେକ ଥର କ୍ଷମା କରିବାର...

ବିଶ୍ୱଶାନ୍ତିରେ ପ୍ରଶ୍ନବାଚୀ

ଏକ ସ୍ବାଧୀନ ତଥା ସାର୍ବଭୌମ ଦେଶ ଭେନେଜୁଏଲା ଉପରେ ଆମେରିକାର ରାତିଅଧିଆ ସାମରିକ ଆକ୍ରମଣ ଓ ରାଷ୍ଟ୍ରପତି ନିକୋଲାସ୍‌ ମାଦୁରୋ ଏବଂ ତାଙ୍କ ସ୍ତ୍ରୀଙ୍କୁ ଅପହରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri