ଏଇ ଭାରତରେ

ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର। ଏଠାରେ ବିଭିନ୍ନ ଜାତି ଓ ଧର୍ମର ଲୋକେ ବାସ କରନ୍ତି। ପ୍ରତ୍ୟେକ ଧର୍ମର ରୀତିନୀତି, ଚାଲିଚଳନ ଓ ସଂସ୍କୃତି ଭିନ୍ନ ଭିନ୍ନ। କୌଣସି ପ୍ରସଙ୍ଗକୁ ନେଇ ବେଳେବେଳେ ବିଭିନ୍ନ ଧର୍ମ ଓ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା ସୃଷ୍ଟିହୁଏ। ଏହା ଜାତୀୟ ସଂହତିରେ ପ୍ରତିବନ୍ଧକ ଆଣିବା ସହିତ ଦେଶରେ ଅସ୍ଥିରତା ଓ ଅଶାନ୍ତି ସୃଷ୍ଟିକରିବା ପାଇଁ ଖୋରାକ ଯୋଗାଏ। କିନ୍ତୁ ଜଣେ ମୁସଲମାନ ପରିବାର ସାମ୍ପ୍ରଦାୟିକ ସଦ୍‌ଭାବ ପାଇଁ ଏକ ନିଆରା ପନ୍ଥା ଆପଣାଇଛନ୍ତି। ଉକ୍ତ ପରିବାର ବିବାହ ନିମନ୍ତ୍ରଣ କାର୍ଡରେ ହିନ୍ଦୁଙ୍କ ପୌରାଣିକ କଥାବସ୍ତୁର ମୁଖ୍ୟଚରିତ୍ର ସୀତାରାମଙ୍କ ଫଟୋ ଛାପିଛନ୍ତି। ଉତ୍ତରପ୍ରଦେଶର ଏହି ମୁସଲମାନ ପରିବାର ଏଥିପାଇଁ ଏବେ ବେଶ୍‌ ଚର୍ଚ୍ଚାରେ ରହିଛି। ଶାହଜାହାନପୁର୍‌ର ଚିଲୁଆ ଗଁାରେ ବାସକରୁଥିବା ଏହି ପରିବାରର ଝିଅ ରୁକ୍‌ଶାର୍‌ର ବିବାହ ହେବାକୁ ଯାଉଥିବାବେଳେ ନିମନ୍ତ୍ରଣ କାର୍ଡରେ ସୀତାରାମଙ୍କ ଫଟୋ ଛାପିଛନ୍ତି। ଗଁାରେ ଉଭୟ ହିନ୍ଦୁ ଏବଂ ମୁସଲମାନ ପରିବାର ବାସକରନ୍ତି। ଏହାଦ୍ୱାରା ଦୁଇ ସମ୍ପ୍ରଦାୟ ମଧ୍ୟରେ ସମ୍ପର୍କ ସୁଦୃଢ଼ ହୋଇପାରିବ ବୋଲି ରୁକ୍‌ଶାର୍‌ଙ୍କ ମା’ କହିଛନ୍ତି। ଗଁାର ସମସ୍ତ ଲୋକେ ଏହି କାର୍ଡକୁ ଆଦରର ସହିତ ଗ୍ରହଣ କରିଛନ୍ତି। ସାମ୍ପ୍ରଦାୟିକ ସଦ୍‌ଭାବନାର ଏହା ଏକ ନିଆରା ନିଦର୍ଶନ ନିଶ୍ଚୟ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ସଂକ୍ରମଣ ଓ ଶିଶୁଙ୍କ ସୁରକ୍ଷା

ଶୁଭନାରାୟଣ ଶତପଥୀ ସାରା ପୃଥିବୀରେ କରୋନାଜନିତ ଭୟଙ୍କର ପ୍ରଭାବ ଦେଖିବାକୁ ମିଳୁଛି। କରୋନାକୁ ନେଇ ଜନସାଧାରଣଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି। ସେଥିରୁ ଶିଶୁମାନେ...

ପାଠ୍ୟକ୍ରମରେ ପରିବର୍ତ୍ତନର ନିହିତାର୍ଥ

ଭାଲଚନ୍ଦ୍ର ଷଡ଼ଙ୍ଗୀ କରୋନା ମହାମାରୀଜନିତ ସଙ୍କଟ ଯୋଗୁ ଆମ ଦେଶରେ ଚଳିତ ଶିକ୍ଷାବର୍ଷରେ ଛାତ୍ରୀଛାତ୍ରଙ୍କ ସ୍ବାଭାବିକ ପାଠପଢ଼ା ଏଯାଏ ଆରମ୍ଭ ହୋଇପାରି ନାହିଁ। ଏଭଳି ଅନିଶ୍ଚିତତାକୁ...

ଅଣଦେଖା କରନି

ବାସହୀନ ଲୋକଙ୍କୁ ସରକାର ସବୁକିଛି ମାଗଣାରେ ଯୋଗାଇପାରିବେ ନାହିଁ। ସେମାନେ ଦେଶ ପାଇଁ କିଛି କରିବା ଉଚିତ ବୋଲି ବମ୍ବେ ହାଇକୋର୍ଟ ଏକ ଜନସ୍ବାର୍ଥ ମାମଲା...

Dillip Cherian

ଘରେ ଅନଶନ

ମହାସମୁନ୍ଦ ଜିଲା(ଛତିଶଗଡ଼)ର ମହିଳା ଓ ଶିଶୁ ବିକାଶ (ଡବ୍ଲ୍ୟୁସିଡି) ଅଧିକାରୀ ସୁଧାକର ବୋଡେଲେ ତାଙ୍କ ବିଭାଗରେ ହୋଇଥିବା ଦୁର୍ନୀତି ବିରୋଧରେ ଅଭିଯାନ ଜାରି ରଖିଛନ୍ତି। ବିଭିନ୍ନ...

ବାଟବଣା ଉଚ୍ଚଶିକ୍ଷା

ଡ. ସୁବାସ ଚନ୍ଦ୍ର ପାତ୍ର ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ତା’ର ସାମ୍ବିଧାନିକ ଦାୟିତ୍ୱ ଭୁଲି ଏବେ ଭିନ୍ନ ଭିନ୍ନ କଥାରେ ନାକ ପୂରେଇବା ଯୋଗୁ...

ଆକ୍ରୋଶର ଶେଷ କେବେ

ବର୍ତ୍ତମାନ ଜ୍ଞାନବାପି ମସ୍‌ଜିଦ ଚର୍ଚ୍ଚା ଦେଶରେ ସବୁଠୁ ଚର୍ଚ୍ଚିତ ବିଷୟ ହୋଇଛି। ଅଯୋଧ୍ୟା ବାବ୍ରି ମସ୍‌ଜିଦ ପ୍ରସଙ୍ଗ ଯେଭଳି ଅନେକ ଦଶନ୍ଧି ଧରି ରହିଥିଲା ସେଭଳି...

ଏଇ ଭାରତରେ

ନିଜ ଜୀବନର ଅନୁଭବ ବହୁ ସମୟରେ ଅନ୍ୟମାନଙ୍କ ସେବା ଲାଗି ପ୍ରେରଣା ଯୋଗାଇଥାଏ, ଯାହା ଘଟିଛି କର୍ନାଟକର ମଞ୍ଜୁଳାଙ୍କ କ୍ଷେତ୍ରରେ। ୧୬ ବର୍ଷ ବୟସରେ ଅନିଚ୍ଛା...

ଉପବାସର ପରିଭାଷା

ଡ. ଛାୟାକାନ୍ତ ଷଡ଼ଙ୍ଗୀ ମୂଳ ପ୍ରସଙ୍ଗ ସହ ସମ୍ପର୍କିତ ବିଶିଷ୍ଟ ଲେଖକ ମନୋଜ ଦାସଙ୍କ ଦ୍ୱାରା ପରିବେଷିତ ଏକ କାହାଣୀରୁ ପ୍ରବନ୍ଧଟିକୁ ଆରମ୍ଭ କରୁଛି। କଳାହାଣ୍ଡିଆ...

Advertisement
Archives

Model This Week