ଏଇ ଭାରତରେ

ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର। ଏଠାରେ ବିଭିନ୍ନ ଜାତି ଓ ଧର୍ମର ଲୋକେ ବାସ କରନ୍ତି। ପ୍ରତ୍ୟେକ ଧର୍ମର ରୀତିନୀତି, ଚାଲିଚଳନ ଓ ସଂସ୍କୃତି ଭିନ୍ନ ଭିନ୍ନ। କୌଣସି ପ୍ରସଙ୍ଗକୁ ନେଇ ବେଳେବେଳେ ବିଭିନ୍ନ ଧର୍ମ ଓ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା ସୃଷ୍ଟିହୁଏ। ଏହା ଜାତୀୟ ସଂହତିରେ ପ୍ରତିବନ୍ଧକ ଆଣିବା ସହିତ ଦେଶରେ ଅସ୍ଥିରତା ଓ ଅଶାନ୍ତି ସୃଷ୍ଟିକରିବା ପାଇଁ ଖୋରାକ ଯୋଗାଏ। କିନ୍ତୁ ଜଣେ ମୁସଲମାନ ପରିବାର ସାମ୍ପ୍ରଦାୟିକ ସଦ୍‌ଭାବ ପାଇଁ ଏକ ନିଆରା ପନ୍ଥା ଆପଣାଇଛନ୍ତି। ଉକ୍ତ ପରିବାର ବିବାହ ନିମନ୍ତ୍ରଣ କାର୍ଡରେ ହିନ୍ଦୁଙ୍କ ପୌରାଣିକ କଥାବସ୍ତୁର ମୁଖ୍ୟଚରିତ୍ର ସୀତାରାମଙ୍କ ଫଟୋ ଛାପିଛନ୍ତି। ଉତ୍ତରପ୍ରଦେଶର ଏହି ମୁସଲମାନ ପରିବାର ଏଥିପାଇଁ ଏବେ ବେଶ୍‌ ଚର୍ଚ୍ଚାରେ ରହିଛି। ଶାହଜାହାନପୁର୍‌ର ଚିଲୁଆ ଗଁାରେ ବାସକରୁଥିବା ଏହି ପରିବାରର ଝିଅ ରୁକ୍‌ଶାର୍‌ର ବିବାହ ହେବାକୁ ଯାଉଥିବାବେଳେ ନିମନ୍ତ୍ରଣ କାର୍ଡରେ ସୀତାରାମଙ୍କ ଫଟୋ ଛାପିଛନ୍ତି। ଗଁାରେ ଉଭୟ ହିନ୍ଦୁ ଏବଂ ମୁସଲମାନ ପରିବାର ବାସକରନ୍ତି। ଏହାଦ୍ୱାରା ଦୁଇ ସମ୍ପ୍ରଦାୟ ମଧ୍ୟରେ ସମ୍ପର୍କ ସୁଦୃଢ଼ ହୋଇପାରିବ ବୋଲି ରୁକ୍‌ଶାର୍‌ଙ୍କ ମା’ କହିଛନ୍ତି। ଗଁାର ସମସ୍ତ ଲୋକେ ଏହି କାର୍ଡକୁ ଆଦରର ସହିତ ଗ୍ରହଣ କରିଛନ୍ତି। ସାମ୍ପ୍ରଦାୟିକ ସଦ୍‌ଭାବନାର ଏହା ଏକ ନିଆରା ନିଦର୍ଶନ ନିଶ୍ଚୟ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତାମିଲନାଡୁ ତ୍ରିଚିର ପରିବେଶବିତ୍‌ ସୁସ୍କିତା କ୍ରିଷ୍ଣନ୍‌ ପାଣିରେ ଶୀଘ୍ର ବଢ଼ୁଥିବା ଆୟସିନ୍ଥ ଦଳ (ସ୍ଥାନୀୟ ଅଞ୍ଚଳରେ କୁହାଯାଏ ନାଗଦଳ)କୁ ସଂଗ୍ରହ କରି ସେଥିରୁ ସେ କାଗଜ ତିଆରି…

ସାମ୍ପ୍ରଦାୟିକତା ଉପରେ ନେତାଜୀଙ୍କ ଦୃଷ୍ଟିକୋଣ

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୀବନୀ ଭାରତୀୟ ସ୍ବାଧୀନତା ସଂଗ୍ରାମର ସବୁଠାରୁ ପ୍ରେରଣାଦାୟକ କାହାଣୀ ମଧ୍ୟରୁ ଗୋଟିଏ। ସମୟ ଏବଂ ଅଭିଜ୍ଞତା ସହିତ ତାଙ୍କର ବ୍ୟକ୍ତିତ୍ୱ ଧୀରେ…

ବାଂଲାଦେଶରେ ହିଂସା

ବାଂଲାଦେଶ ଭାରତର କେବଳ ଏକ ପଡ଼ୋଶୀ ଦେଶ ନୁହେଁ , ଏହା ପରସ୍ପରର ଭାଷା, ଇତିହାସ, ସଂସ୍କୃତି ଓ ସେ ଦେଶର ମୁକ୍ତି ସଂଗ୍ରାମରେ ଗଠିତ ଏକ…

କ୍ଷୁଧା ଚିନ୍ତା

ବିଶ୍ୱରେ ଏବେ ୮ ବିଲିୟନ (୮୦୦ କୋଟି) ଲୋକଙ୍କୁ ଖାଦ୍ୟ ଦେବା ପାଇଁ ସଂଘର୍ଷ କରିବାକୁ ପଡ଼ୁଥିବାବେଳେ ୨୦୫୦ ସୁଦ୍ଧା ୧୦ ବିଲିିୟନ (୧,୦୦୦ କୋଟି) ଲୋକଙ୍କୁ…

ଆକାଶରେ ପରିବର୍ତ୍ତନ

ମଣିଷ ଆଭ୍ୟନ୍ତରୀଣ ଉପତ୍ୟକାରୁ ଉପକୂଳ, ଜଙ୍ଗଲରୁ ପର୍ବତ ଅଞ୍ଚଳକୁ ସ୍ଥାନାନ୍ତର ହୋଇଥିବାରୁ ତାହା ବିଭିନ୍ନ କାହାଣୀ ଓ ସଙ୍କେତ ବହନ କରିଥିଲା। ସେମାନଙ୍କ ସହ ଆକାଶ ଲଗାତର…

ବଞ୍ଚିବାର ସଂଘର୍ଷ

କ୍ଷୁଧା ବା ଭୋକକୁ ମଣିଷ ନିଜର ପ୍ରାଥମିକତା ମନେକରେ। ଚିନ୍ତା କରେ କ’ଣ କଲେ ପେଟରେ ଦାନା ପଡ଼ିବ। ନିଜେ ବଞ୍ଚିଲେ ତ ପରିବାର ମୁହଁରେ କ’ଣ…

ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣରେ ଅସଙ୍ଗତି

ନାଗରିକଙ୍କ ଜନ୍ମ ଓ ମୃତ୍ୟୁର ପଞ୍ଜୀକରଣ ଏକ ଆବଶ୍ୟକତା। ଆମ ଗଣତାନ୍ତ୍ରିକ ସରକାର ୧୯୬୯ ମସିହାରେ ଜନ୍ମ ମୃତ୍ୟୁ ପଞ୍ଜୀକରଣ ଆଇନ ତିଆରି କରିଛନ୍ତି। ଯେଉଁଠି ସନ୍ତାନଟିଏ…

ସାମ୍ରାଜ୍ୟବାଦର ନଗ୍ନ ରୂପ

ଶୀତଳ ଯୁଦ୍ଧର ଅବସାନ ପରେ ସାମ୍ରାଜ୍ୟବାଦୀ ଆମେରିକାର ଔଦ୍ଧତ୍ୟ ଯେ ବହୁଗୁଣା ବଢ଼ିଯାଇଛି, ଏଥିରେ କେହି ଦ୍ୱିମତ ହେବେ ନାହିଁ। କେତେକ ରାଷ୍ଟ୍ରରେ ସାମରିକ ଶକ୍ତି ପ୍ରୟୋଗ…

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri