ଏଇ ଭାରତରେ

କେତେକ ବ୍ୟକ୍ତି ନିଜର ସ୍ବାସ୍ଥ୍ୟକୁ ଜଳାଞ୍ଜଳି ଦେଇ ଅର୍ଥ ରୋଜଗାର କରିଥାଆନ୍ତି। ଏଭଳି ଏକ ଘଟଣା ମହାରାଷ୍ଟ୍ରର ବିଡ୍‌ ଜିଲାରେ ଦେଖିବାକୁ ମିଳୁଛି। ଅଧିକ ଅର୍ଥ ଉପାର୍ଜନ ଆଶାରେ ଗରିବ ମହିଳା ନିଜ ଇଚ୍ଛାରେ ଅପରେଶନ୍‌ ଦ୍ୱାରା ଗର୍ଭାଶୟ ବାହାର କରୁଛନ୍ତି। ଏଥିପାଇଁ ଆବଶ୍ୟକ ହେଉଥିବା ଟଙ୍କା ସେମାନେ ଠିକାଦାରଙ୍କଠାରୁ ନେଉଛନ୍ତି। ପରେ ଠିକାଦାରଙ୍କ ଆଖୁକ୍ଷେତରେ କାମ କରି ଏହାକୁ ପରିଶୋଧ କରୁଛନ୍ତି। ବିବାହିତା ମହିଳା ଅଧିକ ସମୟ କାମ କରିବା ପାଇଁ ଜାଣିଶୁଣି ଏଭଳି କରିଥାନ୍ତି। ମାତ୍ର ଏହାଦ୍ୱାରା ସେମାନେ ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଚାଷୀଙ୍କ ଜମିରୁ ଆଖୁ କାଟିବା ପାଇଁ ଠିକା ନିଆଯାଇଥାଏ। ଏହି କାର୍ଯ୍ୟରେ ଋତୁସ୍ରାବ ହେଉଥିବା କମ୍‌ ବୟସ୍କ ମହିଳାଙ୍କୁ ନିୟୋଜିତ କରିବାକୁ ଠିକାଦାର ଅରାଜି ହୋଇଥାନ୍ତି। ତେଣୁ ମହିଳାମାନେ ଗୋଟିଏ ଦୁଇଟି ସନ୍ତାନ ପରେ ଅପରେଶନ କରି ଗର୍ଭାଶୟ ବାହାର କରିଦେବାକୁ ପସନ୍ଦ କରନ୍ତି। ଏଭଳି କରି ସେମାନେ ମାସ ମାସ ଧରି ଆଖୁ କଟାରେ ନିୟୋଜିତ ହୋଇ ନିଜର ଆର୍ଥିକ ସମସ୍ୟା ଦୂର କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

ଏଇ ଭାରତରେ

ଗଙ୍ଗାନଦୀରେ ଡଲ୍‌ଫିନ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଥାଏ। ହେଲେ ଏମାନଙ୍କ ଜୀବନ ପ୍ରତି ବିପଦ ଏବେ ସୃଷ୍ଟି ହୋଇଛି। ଗଙ୍ଗା ଓ ଏହାର ଉପନଦୀଗୁଡ଼ିକରେ ପାଖାପାଖି ୬,୩୨୪…

ଭୁଲ୍‌ ପ୍ରସଙ୍ଗ

ନିଜର ଭୁଲ୍‌ ପ୍ରାୟ ସବୁବେଳେ ମଲ୍ଲୀ, ହେନା, କିଆ, କେତକୀ, ଶେଫାଳୀ, ରଜନୀଗନ୍ଧା ଫୁଲର ବାସ ପରି ମହମହ ବାସେ ! ସାଧାରଣତଃ ଆମେ ନିଜ ଭୁଲ୍‌କୁ…

ଭିଡ଼ହିଂସା କାରଣ ଓ ନିରାକରଣ

ଭିଡ଼ହିଂସା ଏଇ କିଛିମାସ ହେଲା ଓଡ଼ିଶାର ବିଭିନ୍ନ ଜାଗାରେ ଯେପରି କ୍ରମାଗତ ଭାବରେ ସୃଷ୍ଟିହୋଇଛି, ହୁଏତ ତାହାର ଉଦାହରଣ ଆଗରୁ ଏତେ ନ ଥିଲା। ଏକ ଅନିୟନ୍ତ୍ରିତ…

ଲୁଟିବା ଥୟ

ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ବା ଏମ୍‌ଏମ୍‌ଡିଆର୍‌ ଆଇନ-୧୯୫୭କୁ ୨୦୨୬ ଅଗଷ୍ଟରେ କେନ୍ଦ୍ର ସରକାର ସଂଶୋଧନ କରିଛନ୍ତି। ସଂସଦରେ ଗୃହୀତ ଏହି ଆଇନ ଦେଶର…

ଏଇ ଭାରତରେ

ଉତ୍ତମ ଟେରୋନ ଜଣେ ଶିକ୍ଷକ। ରହନ୍ତି ଆସାମର ଏକ ଛୋଟ ଗାଁରେ। ତାଙ୍କୁ ବୟସ ଏବେ ୪୭ ବର୍ଷ। ସେ ବିଜ୍ଞାନରେ ଡିଗ୍ରୀ ହାସଲ କରିଛନ୍ତି। ଗଁାରେ…

ବସାଘର

ମଣିଷ, ଜୀବଜଗତ ଖାଦ୍ୟ ଓ ବାସସ୍ଥାନ ଆବଶ୍ୟକ କରିଥାନ୍ତି। ଆଦିମ ସଭ୍ୟତାରେ ମଣିଷ ଯାହା ପାଇଲା ତାହା ଖାଉଥିଲା ଓ ଯେଉଁଠି ପାରୁଥିଲା ସେଇଠି ବିଶ୍ରାମ ନେଉଥିଲା।…

ଖଣି ଆଇନ ସଂଶୋଧନର ପ୍ରଭାବ

ଯନ୍ତରମନ୍ତରରେ ଛାତ୍ରୀଛାତ୍ରଙ୍କ ଉପରେ ପୋଲିସର ଅତ୍ୟାଚାରକୁ ନେଇ ସଂସଦର ଗତ ମୌସୁମୀ ଅଧିବେଶନରେ ଅଚଳାବସ୍ଥା ଚାଲିଥିବା ବେଳେ କେନ୍ଦ୍ର ସରକାର ‘ଖଣି ଓ ଖଣିଜ (ବିକାଶ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri