Posted inଖେଳ

ଏଆଇଏଫ୍‌ଏଫ୍‌-ସାଇକୁ କୋଚ୍‌ଙ୍କ ପ୍ରଶଂସା

ନୂଆଦିଲ୍ଲୀ, ୪।୫: ଅଲ୍‌ଇଣ୍ଡିଆ ଫୁଟବଲ ଫେଡେରେଶନ(ଏଆଇଏଫ୍‌ଏଫ୍‌) ଏବଂ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ(ସାଇ) ପକ୍ଷରୁ ମିଳିତଭାବେ ଆୟୋଜିତ ଅନ୍‌ଲାଇନ୍‌ କୋଚିଂ ରିଫ୍ରେଶର କୋର୍ସ ବେଶ୍‌ ଉପାଦେୟ ହୋଇଛି। ଏଥିରେ ଭାଗ ନେଇଥିବା କୋଚ୍‌ମାନେ ଏଆଇଏଫ୍‌ଏଫ୍‌ ଓ ସାଇର ଉଦ୍ୟମକୁ ପ୍ରଶଂସା କରିଛନ୍ତି। ତୃଣମୂଳ ସ୍ତରରୁ ଏହି ଗେମ୍‌ ସମ୍ପର୍କରେ ଜଟିଳ ଜ୍ଞାନ ଆହରଣ ହୋଇପାରିଛି ବୋଲି ସେମାନେ କହିଛନ୍ତି । ଦେଶର ୮୮୪ କୋଚ୍‌ ଏହି ପ୍ରୋଗ୍ରାମ ପାଇଁ ନାମ ପଞ୍ଜୀକରଣ କରିଥିଲେ। ଏପ୍ରିଲ ୨୦ରୁ ଏହା ଆରମ୍ଭ ହୋଇ ମେ’ ୨ରେ ଶେଷ ହୋଇଥିଲା।
”ଲକ୍‌ଡାଉନ୍‌ ସ୍ଥିତିରେ ମୁଁ କିପରି ସମୟ କାଟିବି ଚିନ୍ତା କରୁଥିଲି। ଏହି କୋର୍ସ ସମ୍ପର୍କରେ ଜାଣିବା ମାତ୍ରେ ସଙ୍ଗେସଙ୍ଗେ ଗ୍ରହଣ କଲି। ସେସନ ସମୟରେ ଯେଉଁ ବିଷୟରେ ଆଲୋଚନା ହୋଇଥିଲା ପ୍ରକୃତରେ ତାହା ମୋତେ ସତେଜ କରିଛି। ଚିନ୍ତାଧାରା ବାହାରେ ଥିବା ଅନେକ କଥା ଜାଣିବାକୁ ପାଇଲି“ ବୋଲି ଭବାନୀପୁର ଏଫସି ମୁଖ୍ୟ କୋଚ୍‌ ତଥା ପୂର୍ବତନ ମୋହନବାଗାନ ଖେଳାଳି ଶଙ୍କରଲାଲ ଚକ୍ରବର୍ତ୍ତୀ ପ୍ରକାଶ କରିଛନ୍ତି। ସେହିପରି ପୂର୍ବତନ ଗୋଲକିପର ତଥା ଭାରତୀୟ ୨୩ ବର୍ଷରୁ କମ୍‌ ଗୋଲକିପିଂ କୋଚ୍‌ ତନ୍ମୟ ବାସୁ ମଧ୍ୟ ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି। ଏହା କୋଚ୍‌ମାନଙ୍କୁ ସେମାନଙ୍କ କୋଚିଂ ପ୍ରଣାଳୀ ସମ୍ପର୍କରେ ଚିନ୍ତା କରିବାକୁ ବାଧ୍ୟ କରିବ ବୋଲି ସେ କହିଛନ୍ତି। ”ଆମେ ସାଧାରଣତଃ ପଡ଼ିଆରେ ନିଜ ନିଜ ଦଳ ସହ ବ୍ୟସ୍ତ ରହିଥାଉ। ଆମେ ଟ୍ରେନିଂ ଶୈଳୀରେ ପରିବର୍ତ୍ତନ ସମ୍ପର୍କରେ ଚିନ୍ତା କରିବାକୁ କେବେ ସମୟ ପାଇ ନ ଥାଉ। ମାତ୍ର ଏହି କୋର୍ସ ଆମକୁ ଅନେକ କଥା ଶିଖାଇଛି“ ବୋଲି ବାସୁ କହିଛନ୍ତି । ଏଆଇଏଫ୍‌ଏଫ୍‌ କୋଚିଂ ଇନ୍‌ଷ୍ଟ୍ରକ୍ଟରଙ୍କ ସହ ଭାରତୀୟ ସିନିୟର ଫୁଟବଲ ଦଳର ମୁଖ୍ୟ କୋଚ୍‌ ଇଗର ଷ୍ଟିମାକ, ଏଆଇଏଫ୍‌ଏଫ୍‌ ବୈଷୟିକ ନିର୍ଦ୍ଦେଶକ ଇାସକ୍‌ ଦୋରୁ, ଏଆଇଏଫ୍‌ଏଫ୍‌ କୋଚ୍‌ ଏଜୁକେଶନ ମୁଖ୍ୟ ସାଭିଓ ମାଡେଇରା ପ୍ରମୁଖ ବକ୍ତୃତା ଦେଇଥିଲେ। କୋଚ୍‌ମାନଙ୍କୁ ଉତ୍ସାହିତ କରିବା ପାଇଁ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ସେସନରେ ଭାଗନେଇ ତୃଣମୂଳ ସ୍ତରରେ ଫୁଟବଲର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ବଡ଼ ସଫଳତା ପାଇଁ କୋହଲିଙ୍କ ପାଖରେ ସମୟ ଅଛି’

ନୂଆଦିଲ୍ଲୀ,୩।୩: ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ଶୁକ୍ରବାର କ୍ୟାରିୟରର ୧୦୦ତମ ଟେଷ୍ଟ ମ୍ୟାଚ୍‌ ଖେଳିବାକୁ ଯାଉଛନ୍ତି। କୋହଲିଙ୍କ ମାଇଲଷ୍ଟୋନ ମ୍ୟାଚ୍‌ ପୂର୍ବରୁ ତାଙ୍କ ପାଇଁ...

ପ୍ରୋ କବାଡ଼ି ଲିଗ୍‌: ଦବଙ୍ଗ- ଓ୍ବାରିୟର୍ସ ଟାଇଟଲ ମୁକାବଲା

ଅହମ୍ମଦାବାଦ,୧୯।୧୦(ପି.ଟି.)-ପ୍ରୋ କବାଡ଼ି ଲିଗ୍‌ (ପିକେଏଲ୍‌)ର ଚଳିତ ସପ୍ତମ ସଂସ୍କରଣ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଶନିବାର ଟାଇଟଲ ପାଇଁ ଦବଙ୍ଗ ଦିଲ୍ଲୀ ଓ ବେଙ୍ଗଲ ଓ୍ବାରିୟର୍ସ ଫାଇନାଲ...

୪ ଖେଳାଳି ଆହତ, ଫିଲ୍ଡିଂ କଲେ କୋଚ୍‌

ସାଉଥ୍‌ମ୍ପଟନ, ୨୫।୫(ପି.ଟି.)- ଦୀର୍ଘ ୮ ବର୍ଷ ପୂର୍ବେ କ୍ରିକେଟରୁ ସନ୍ନ୍ୟାସ ନେଇଥିବା ଇଂଲଣ୍ଡର ପ୍ରାକ୍ତନ ଅଧିନାୟକ ତଥା ବର୍ତ୍ତମାନ ସହାୟକ କୋଚ୍‌ ଦାୟିତ୍ୱ ତୁଲାଉଥିବା ପଲ୍‌...

ବାଂଲାଦେଶ କ୍ରିକେଟରମାନଙ୍କ ଟ୍ରେନିଂ ଆରମ୍ଭ

ଢାକା, ୨୦ା୭ (ପି.ଟି.)- ରବିବାର ୯ଜଣ ବାଂଲାଦେଶ କ୍ରିକେଟର ଟ୍ରେନିଂକୁ ଫେରିଛନ୍ତି। କୋଭିଡ୍‌-୧୯ ସୁରକ୍ଷା ପ୍ରୋଟୋକଲ ଅନୁସାରେ କେବଳ ଜଣେ ମାତ୍ର ଖେଳାଳିଙ୍କୁ ଷ୍ଟାଡିୟମ ଭିତରେ...

ପ୍ରଗତି ସ୍ପୋର୍ଟିଂକୁ ହରାଇଲା ରାଇଜିଂ ଷ୍ଟୁଡେଣ୍ଟ୍ସ

ଭୁବନେଶ୍ୱର,୬ା୨(ସ୍ପୋଟର୍‌ସ ବ୍ୟୁରୋ): କେଶୁରାରେ ତୃତୀୟ ପଞ୍ଚାନନ ସ୍ମାରକୀ କ୍ରିକେଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଉଦ୍‌ଘାଟନୀ ମ୍ୟାଚରେ କଟକର ରାଇଜିଂ ଷ୍ଟୁଡେଣ୍ଟ୍ସ ୪୬ ରନରେ ଭୁବନେଶ୍ୱରର ପ୍ରଗତି...

ଜର୍ମାନୀର ଅଭିନବ ପ୍ରତିବାଦ

ଦୋହା,୨୪ା୧୧(ପି.ଟି.): ଫିଫା ପକ୍ଷରୁ ଓ୍ବାନ୍‌ ଲଭ୍‌ ବ୍ୟାଣ୍ଡ ପିନ୍ଧିବା ଉପରେ ନିଷେଧାଦେଶ ଜାରି କରାଯିବା ପରେ ଏକ ଅଭିନବ ଉପାୟରେ ବିରୋଧାଭାସ ଜାହିର କରିଛି ଜର୍ମାନୀ।...

ଅହମ୍ମଦାବାଦରେ ଖେଳାଯିବ ଦିବାରାତ୍ର ଟେଷ୍ଟ

କୋଲକାତା, ୨୧ା୧୦ (ପି.ଟି.)- ଆସନ୍ତାବର୍ଷ ପ୍ରଥମ ଭାଗରେ ଇଂଲଣ୍ଡର ଭାରତ ଟୁର୍‌ ବେଳେ ଅହମ୍ମଦାବାଦରେ ଦିବାରାତ୍ର ପିଙ୍କ୍‌ ବଲ ଟେଷ୍ଟ ଖେଳାଯିବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ...

ମନସୁରଙ୍କ ବିରୋଧରେ ଫିକ୍ସିଂ ଅଭିଯୋଗ ଆଣିଲେ ଉମର

କରାଚୀ,୮।୮- ବିବାଦୀୟ ପାକିସ୍ତାନ ବ୍ୟାଟ୍ସମ୍ୟାନ ଉମର ଆକମଲ ଆଉ ଏକ ମହା ଅଭିଯୋଗ ଆଣି ହଇଚଇ ସୃଷ୍ଟି କରିଛନ୍ତି। ଚଳିତ ଗ୍ଲୋବାଲ ଟି୨୦ କାନାଡ଼ାରେ ପୂର୍ବତନ...

Advertisement
Archives

Model This Week