Posted inଖେଳ

ଏଆଇଏଫ୍‌ଏଫ୍‌-ସାଇକୁ କୋଚ୍‌ଙ୍କ ପ୍ରଶଂସା

ନୂଆଦିଲ୍ଲୀ, ୪।୫: ଅଲ୍‌ଇଣ୍ଡିଆ ଫୁଟବଲ ଫେଡେରେଶନ(ଏଆଇଏଫ୍‌ଏଫ୍‌) ଏବଂ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ(ସାଇ) ପକ୍ଷରୁ ମିଳିତଭାବେ ଆୟୋଜିତ ଅନ୍‌ଲାଇନ୍‌ କୋଚିଂ ରିଫ୍ରେଶର କୋର୍ସ ବେଶ୍‌ ଉପାଦେୟ ହୋଇଛି। ଏଥିରେ ଭାଗ ନେଇଥିବା କୋଚ୍‌ମାନେ ଏଆଇଏଫ୍‌ଏଫ୍‌ ଓ ସାଇର ଉଦ୍ୟମକୁ ପ୍ରଶଂସା କରିଛନ୍ତି। ତୃଣମୂଳ ସ୍ତରରୁ ଏହି ଗେମ୍‌ ସମ୍ପର୍କରେ ଜଟିଳ ଜ୍ଞାନ ଆହରଣ ହୋଇପାରିଛି ବୋଲି ସେମାନେ କହିଛନ୍ତି । ଦେଶର ୮୮୪ କୋଚ୍‌ ଏହି ପ୍ରୋଗ୍ରାମ ପାଇଁ ନାମ ପଞ୍ଜୀକରଣ କରିଥିଲେ। ଏପ୍ରିଲ ୨୦ରୁ ଏହା ଆରମ୍ଭ ହୋଇ ମେ’ ୨ରେ ଶେଷ ହୋଇଥିଲା।
”ଲକ୍‌ଡାଉନ୍‌ ସ୍ଥିତିରେ ମୁଁ କିପରି ସମୟ କାଟିବି ଚିନ୍ତା କରୁଥିଲି। ଏହି କୋର୍ସ ସମ୍ପର୍କରେ ଜାଣିବା ମାତ୍ରେ ସଙ୍ଗେସଙ୍ଗେ ଗ୍ରହଣ କଲି। ସେସନ ସମୟରେ ଯେଉଁ ବିଷୟରେ ଆଲୋଚନା ହୋଇଥିଲା ପ୍ରକୃତରେ ତାହା ମୋତେ ସତେଜ କରିଛି। ଚିନ୍ତାଧାରା ବାହାରେ ଥିବା ଅନେକ କଥା ଜାଣିବାକୁ ପାଇଲି“ ବୋଲି ଭବାନୀପୁର ଏଫସି ମୁଖ୍ୟ କୋଚ୍‌ ତଥା ପୂର୍ବତନ ମୋହନବାଗାନ ଖେଳାଳି ଶଙ୍କରଲାଲ ଚକ୍ରବର୍ତ୍ତୀ ପ୍ରକାଶ କରିଛନ୍ତି। ସେହିପରି ପୂର୍ବତନ ଗୋଲକିପର ତଥା ଭାରତୀୟ ୨୩ ବର୍ଷରୁ କମ୍‌ ଗୋଲକିପିଂ କୋଚ୍‌ ତନ୍ମୟ ବାସୁ ମଧ୍ୟ ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି। ଏହା କୋଚ୍‌ମାନଙ୍କୁ ସେମାନଙ୍କ କୋଚିଂ ପ୍ରଣାଳୀ ସମ୍ପର୍କରେ ଚିନ୍ତା କରିବାକୁ ବାଧ୍ୟ କରିବ ବୋଲି ସେ କହିଛନ୍ତି। ”ଆମେ ସାଧାରଣତଃ ପଡ଼ିଆରେ ନିଜ ନିଜ ଦଳ ସହ ବ୍ୟସ୍ତ ରହିଥାଉ। ଆମେ ଟ୍ରେନିଂ ଶୈଳୀରେ ପରିବର୍ତ୍ତନ ସମ୍ପର୍କରେ ଚିନ୍ତା କରିବାକୁ କେବେ ସମୟ ପାଇ ନ ଥାଉ। ମାତ୍ର ଏହି କୋର୍ସ ଆମକୁ ଅନେକ କଥା ଶିଖାଇଛି“ ବୋଲି ବାସୁ କହିଛନ୍ତି । ଏଆଇଏଫ୍‌ଏଫ୍‌ କୋଚିଂ ଇନ୍‌ଷ୍ଟ୍ରକ୍ଟରଙ୍କ ସହ ଭାରତୀୟ ସିନିୟର ଫୁଟବଲ ଦଳର ମୁଖ୍ୟ କୋଚ୍‌ ଇଗର ଷ୍ଟିମାକ, ଏଆଇଏଫ୍‌ଏଫ୍‌ ବୈଷୟିକ ନିର୍ଦ୍ଦେଶକ ଇାସକ୍‌ ଦୋରୁ, ଏଆଇଏଫ୍‌ଏଫ୍‌ କୋଚ୍‌ ଏଜୁକେଶନ ମୁଖ୍ୟ ସାଭିଓ ମାଡେଇରା ପ୍ରମୁଖ ବକ୍ତୃତା ଦେଇଥିଲେ। କୋଚ୍‌ମାନଙ୍କୁ ଉତ୍ସାହିତ କରିବା ପାଇଁ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ସେସନରେ ଭାଗନେଇ ତୃଣମୂଳ ସ୍ତରରେ ଫୁଟବଲର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ମହିଳା ଟି୨୦ ବିଶ୍ୱକପ୍‌: ପାକିସ୍ତାନ ସମ୍ମୁଖରେ ୧୭୧ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ

ବର୍ମିଂହାମ,୧୪ା୬: ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ରବିବାର ଖେଳାଯାଉଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିଛନ୍ତି। ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ…

ବୈଭବ ସୂର୍ଯ୍ୟବଂଶୀଙ୍କ ସଫଳତାର ରାଜ ଖୋଲିଲେ କୋଚ, ଆପଣବି ଜାଣିଲେ…

ନୂଆଦିଲ୍ଲୀ,୧୪।୬: ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ତାଙ୍କ ବିସ୍ଫୋରକ ବ୍ୟାଟିଂରେ ସମସ୍ତଙ୍କୁ ମୋହିତ କରିଛନ୍ତି। କ୍ରିକେଟ ପ୍ରଶଂସକ ଏବଂ ପୂର୍ବତନ କ୍ରିକେଟରମାନେ ସମସ୍ତେ ତାଙ୍କ ବିସ୍ଫୋରକ ବ୍ୟାଟିଂ…

ଇତିହାସ ରଚିଲେ ଶୁବମନ ଗିଲ, ଓ୍ବାନ ଡେ କ୍ରିକେଟରେ ଏତିକି ରନ୍‌ କରି ପଛରେ ପକାଇଲେ…

ନୂଆଦିଲ୍ଲୀ,୧୪।୬: ଧର୍ମଶାଳାରେ ଖେଳାଯାଇଥିବା ଆଫଗାନିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚ ରେ ଭାରତର ଏକଦିବସୀୟ ଅଧିନାୟକ ଶୁବମନ ଗିଲ ଏକ ବଡ଼ ରେକର୍ଡ ସ୍ଥାପନ କରିଛନ୍ତି। ବର୍ଷା ପ୍ରଭାବିତ…

Video: ଟିମ ଇଣ୍ଡିଆର ଡ୍ରେସିଂ ରୁମ କ୍ରିକେଟ: ବର୍ଷା ମଧ୍ୟରେ ଖେଳାଳିମାନେ ଏମିତି କଲେ ଟାଇମ ପାସ, ଏବେ ଭିଡ଼ିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୧୪।୬: ଶନିବାର ଭାରତୀୟ କ୍ରିକେଟ ଦଳ ଆଫଗାନିସ୍ତାନକୁ ପରାସ୍ତ କରି ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ୧-୦ରେ ଆଗୁଆ ହୋଇଛି। ତଥାପି, ପ୍ରତି ଇନିଂସରେ ମ୍ୟାଚ…

କ୍ରିକେଟରଙ୍କୁ ମାଡ଼ ମାରିଲେ ପୋଲିସ, ଉତ୍ତେଜନା ପରେ ତିନି ପୋଲିସ କର୍ମଚାରୀ ନିଲମ୍ବିତ

ଢ଼ାକା,୧୪ା୬: ବାଂଲାଦେଶ କ୍ରିକେଟ୍ ବର୍ତ୍ତମାନ ଏକ ବିବାଦ ଯୋଗୁଁ ଚର୍ଚ୍ଚାରେ ରହିଛି । ବାଂଲାଦେଶୀ ସ୍ପିନର ନୟିମ ହାସନଙ୍କ ପ୍ରତି ଦୁର୍ବ୍ୟବହାର ଏବଂ ଆକ୍ରମଣ ହୋଇଥିବା ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri